Categories
ଆଜିର ଖବର

ସ୍ଵାଭାବିକ ହେଲା ବିମାନ ସେବା

ପାକିସ୍ତାନର କିଛି ଲଢୁଆ ବିମାନ ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିବା ପରେ ଭାରତରେ ଅନେକ ବିମାନ ବନ୍ଦରରେ ବିମାନ ସେବା ବନ୍ଦ କରି ଦିଆଯାଇଥିଲା । ଏବେ ଡିଜିସିଏ ସମସ୍ତ ବିମାନ ବନ୍ଦରରେ ବିମାନ ସେବା  ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି।  ଡିଜିସିଏ NOTAMକୁ ସମାପ୍ତ କରି ବିମାନ ଚଳାଚଳ ଆରମ୍ଭ କରିବାକୁ ଆଦେଶ ଦେଇଛନ୍ତି। NOTAM ଆଧାରରେ କିଛି ସମୟ ପାଇଁ ଏୟାରକ୍ରାଫ୍ଟ ପାଇଲଟଙ୍କୁ ସୁରକ୍ଷା କିମ୍ବା ଅନ୍ୟ କୌଣସି କାରଣରୁ ସମ୍ଭାବିତ ପରିସ୍ଥିତିକୁ ଦେଖି ଆଲର୍ଟ ଜାରି କରାଯାଇଥାଏ। ଏହା ଆଧାରରେ ବିମାନ ସେବା ବନ୍ଦ କରାଯାଇଥାଏ।  ଉଲ୍ଲେଖଯୋଗ୍ୟ, ଆଜି ସକାଳେ  ଭାରତର ବାୟୁ ସୀମାରେ ପାକିସ୍ତାନୀ ବିମାନ ପଶି ଆସିବା ପରେ ଭାରତ ପାକିସ୍ତାନ ସୀମା ନିକଟରେ ଥିବା ଅନେକ ବିମାନ ବନ୍ଦରରେ ବିମାନ ଚଳାଚଳକୁ ସ୍ଥଗିତ କରାଯାଇଥିଲା। ମୋଟ୍ ୯ଟି ବିମାନବନ୍ଦରରେ ବିମାନ ସେବା ବନ୍ଦ କରାଯାଇଥିଲା।