Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କେବଳ 16 ହଜାରରେ ମିଳିବ ଆଇଫୋନ୍ 15, ଜାଣନ୍ତୁ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ: ଯଦି ଆପଣ ଏକ ନୂତନ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଆଜିକାଲି, ଫ୍ଲିପକାର୍ଟରେ ଆଇଫୋନ୍ 15 ରେ ଏକ ଆକର୍ଷଣୀୟ ଅଫର ଅଛି, ଯାହା ମାଧ୍ୟମରେ ଆପଣ ଆଇଫୋନ୍ 15 ର ମୂଲ୍ୟ 72,999 ଟଙ୍କା ମାତ୍ର 16,000 ଟଙ୍କା କିଣି ପାରିବେ। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଏହା କିପରି ହୋଇପାରେ, ତେଣୁ ଆସନ୍ତୁ ଜାଣିବା…

ଆଇଫୋନ୍ 15 ର 128GB ଷ୍ଟୋରେଜ୍ ଭାରିଆଣ୍ଟ ଫ୍ଲିପକାର୍ଟରେ 72,999 ଟଙ୍କାରେ ଉପଲବ୍ଧ। ଫ୍ଲିପକାର୍ଟ ଏହି ଫୋନରେ 8 ପ୍ରତିଶତ ରିହାତି ପ୍ରଦାନ କରୁଛି। ଏହା ବ୍ୟତୀତ ଫୋନ୍ କ୍ରୟ ଉପରେ 53 ହଜାର ଟଙ୍କା ପର୍ଯ୍ୟନ୍ତ ଏକ ଏକ୍ସଚେଞ୍ଜ୍ ଅଫର ମଧ୍ୟ ଅଛି। ଏକ୍ସଚେଞ୍ଜ୍ ଅଫରରେ, ଆପଣଙ୍କୁ ଆପଣଙ୍କର ପୁରୁଣା ସ୍ମାର୍ଟଫୋନ୍ ଦେବାକୁ ପଡିବ ଏବଂ ଏହି ଅଫର ଆପଣଙ୍କ ପୁରୁଣା ଫୋନର ସ୍ଥିତି ଏବଂ ମଡେଲ ଉପରେ ନିର୍ଭର କରେ।

ଏହି ଏକ୍ସଚେଞ୍ଜ୍ ଅଫର ବ୍ୟତୀତ ଫ୍ଲିପକାର୍ଟରେ ଅନ୍ୟ କିଛି ଅଫର ମଧ୍ୟ ଅଛି। ସିଲେକ୍ଟ ମଡେଲଗୁଡିକରେ 3000 ଟଙ୍କା ମୂଲ୍ୟର ଏକ ଏକ୍ସଚେଞ୍ଜ୍ ଅଫର ଉପଲବ୍ଧ। ଏହା ସହିତ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡରେ 2000 ଟଙ୍କା ଏବଂ 5% କ୍ୟାସବ୍ୟାକ୍ ରିହାତି ମଧ୍ୟ ଉପଲବ୍ଧ ହେବ।

କିପରି କିଣିବେ?:

ଆପଣ ଫ୍ଲିପକାର୍ଟରୁ ଆଇଫୋନ୍ 15 କୁ ମାସକୁ 2567 ଟଙ୍କା EMI ରେ କିଣିପାରିବେ। ଫୋନରେ 1 ବର୍ଷ ୱାରେଣ୍ଟି ଏବଂ 6 ମାସ ଇନ-ବକ୍ସ ଆସେସୋରିଜ୍ ୱାରେଣ୍ଟି ମଧ୍ୟ ଦିଆଯାଉଛି। ଏହି ଉପାୟରେ, ଆପଣ ଏହି ସମସ୍ତ ଅଫରର ଲାଭ ଉଠାଇ ପାରିବେ ଏବଂ କେବଳ 16,000 ଟଙ୍କାରେ 72,999 ଟଙ୍କା ମୂଲ୍ୟର ଆଇଫୋନ୍ 15 କିଣିପାରିବେ।

Categories
ଆଜିର ଖବର ବ୍ୟବସାୟ

ଆମାଜନ୍‌-ଫ୍ଲିଫ୍‌କାର୍ଟରେ ଫେଷ୍ଟିଭ୍ ସେଲ୍‌ ଆରମ୍ଭ : ଏହି ସବୁ ସାମଗ୍ରୀ ଉପରେ ମିଳୁଛି ବମ୍ପର୍‌ ଡିସ୍‌କାଉଣ୍ଟ୍‌

ନୂଆଦିଲ୍ଲୀ : ପାର୍ବଣର ସମୟ ଉପସ୍ଥିତ । ସମସ୍ତେ ପୂଜା ପାଇଁ ସଜବାଜ ହୋଇସାରିଲେଣି । ଏହି ସମୟରେ  ଫିଲ୍ଫକାର୍ଟ, ଆମାଜନ ଓ ସାନ୍ପଡିଲ୍‌ ପରି ଇ-କମର୍ସ କମ୍ପାନୀଗୁଡିକ ନିଜ ଗ୍ରାହକଙ୍କପାଇଁ ପାବର୍ଣ ଉପଲକ୍ଷେ ସେସ୍ପାଲ୍‌ ଅଫର୍‌ ରଖିଛନ୍ତି । ବିଶେଷକରି ସ୍ମାର୍ଟଫୋନ୍‌ ଓ ଇଲୋକ୍ଟ୍ରୋଟନିକ୍ସ ସାମଗ୍ରୀ ଉପରେ ଭାରୀ ଡିସକାଉଣ୍ଟ ଦେଇଛନ୍ତି । ଏହି ସବୁ କମ୍ପାନୀ ତରଫରୁ ଫେଷ୍ଟିଭ୍‌ ସିଜିନ୍‌କୁ ସଫଳ କରିବା ପାଇଁ ଫେଷ୍ଟିଭ୍‌ ସିଜିନ୍‌ ସେଲ୍‌ ଆରମ୍ଭ କରିଛନ୍ତି । ଏହି ସମସ୍ତ କମ୍ପାନୀଗୁଡିକର ସର୍ବାଧିକ ବିକ୍ରି ଏହି ପାର୍ବଣରେ ହିଁ ହୋଇଥାଏ । ଏହି ସମୟରେ ଗ୍ରାହକଙ୍କୁ ଲୋଭାଇବା ପାଇଁ କୌଣସି ମୌକା ଛାଡୁ ନାହାନ୍ତି ଏହି ସବୁ କମ୍ପାନୀଗୁଡିକ । ଇଲୋକ୍ଟ୍ରୋନିକ୍ସ ମାର୍କେଟ୍‌ରେ ଡିସ୍‌କାଉଣ୍ଟ ସହିତ ଆକର୍ଷଣୀୟ ଅଫର୍‌ ମଧ୍ୟ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ଚଳିତ ଫେଷ୍ଟିଭ୍‌ ସେଲ୍‌ରେ କିପରି ଅଫର୍‌ ରହିଛି ।

ଚଳିତ ଫେଷ୍ଟିଭ୍‌ ସିଜିନ୍‌କୁ ଲକ୍ଷ୍ୟ ରଖି ଫ୍ଲିପ୍‌କାର୍ଟ ବିଗ୍‌ ବିଲିଅନ୍‌ ଡେୟସ୍‌ର ଘୋଷଣା କରିଛି । ଆସନ୍ତୁ ଜାଣିବା ଫ୍ଲିପ୍‌କାର୍ଟର ଫେଷ୍ଟିଭ୍‌ ଅଫର୍‌ ସମ୍ପର୍କରେ । ଫ୍ଲିପ୍‌କାର୍ଟରେ  ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ୍‌ ଗୁଗୁଲ୍‌ ପିକ୍ସେଲ୍‌ 4ଏ ପ୍ରଥମ ଥର ପାଇଁ ପୂଜା ଅବସରରେ ବିକ୍ରି ହେବ । ଗ୍ରାହକଙ୍କୁ କମ୍‌ ଦାମରେ ଏହି ଫୋନ୍‌ କିଣିବା ପାଇଁ ଇ-କର୍ମସ କମ୍ପାନୀମାନଙ୍କ ଆକର୍ଷଣୀୟ ଅଫର୍‌ ଦ୍ବାରା ଏହି ଫୋନ୍‌କୁ କମ୍‌ ଦାମ୍‌ରେ କିଣିପାରିବେ । ଗ୍ରାହକମାନେ ଏହି ଫୋନ୍‌କୁ 30ହଜାରରୁ 35 ହଜାରଟଙ୍କାର ମଧ୍ୟରେ କିଣି ପାରିବେ । ସେହିପରି ଟେଲିଭିଜନ୍‌ ଉପରେ 65ପ୍ରତିଶତ ରିହାତି ରହିଛି । ସେହିପରି ନିକଟରେ ନୋକିଆ ତରଫରୁ ଲଞ୍ଚ ହୋଇଥିବା ସ୍ମାର୍ଟ ଟିଭି ମଧ୍ୟ ଏହି ସେଲ୍‌ରେ ଉପଲବ୍ଧ ହୋଇଛି । ଏସି କ୍ରୟ ଉପରେ 60 ପ୍ରତିଶତ ରିହାତି ରହିଥିବାବେଳେ ଫ୍ରିଜ୍‌ ଉପରେ 55% ରିହାତି ରହିଛି । ତେବେ ଆପଣ ନା-କଷ୍ଟ-ଇଏମ୍‌ଆଇ ଓ ଏକ୍ସଚେଞ୍ଚ ଅଫରର ଲାଭ ମଧ୍ୟ ଉଠାଇପାରିବେ । ଓ୍ବାସିଂ ମେଶିନ କ୍ରୟ ଉପରେ 55% ରିହାତି ରହିଥିବବେଳେ କିଚେନ ଆପ୍ଲାଏନ୍ସ ଉପରେ 75% ରିହାତି ପ୍ଲିଫ୍‌କାର୍ଟରେ ମିଳୁଛି ।

ସେହିପରି ଆମାଜନ୍‌ ଚଳିତ ପୂଜା ସିଜିନ୍‌କୁ ଲକ୍ଷ୍ୟ ରଖି ଦ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ସେଲ୍‌ର ଆୟୋଜନ କରିଛି । ଏହା ଜରିଆରେ ଆପଣ ଆମାଜନ୍‌ରୁ ଟିଭି କିଣିବା ଦ୍ବାରା 50 ପ୍ରତିଶତର ରିହାତି ପାଇପାରିବେ । ଏହି ଅଫର୍‌ ସୋନି, ସାମସଙ୍ଗ୍‌, ଏମ୍‌ଆଇ, ଓ୍ବାନ୍‌ପ୍ଲସ୍‌, ଏଲ୍‌ଜି ଟିଭି ଆଦି କ୍ରିୟ ଉପରେ ଭାରି ଡିସ୍‌କାଉଣ୍ଟ ରହିଛି ।

ସେହିପରି ଆପଣ ଯଦି ଆମାଜନ୍‌ ଜରିଆରେ ଏସି କିଣିବାକୁ ଚାହୁଁଛନ୍ତି ତେବେ ଆପଣ ମାତ୍ର 15 ହଜାର 999 ଟଙ୍କାରେ ଏସି ନେଇପାରିବେ । ଏଲ୍‌ଜି, ଓ୍ବିର୍ଲଫୁଲ୍‌, ଦକ୍ଷିନ୍‌, ଗୋଡରେଜ୍ ପରି ବ୍ରାଣ୍ଡଗୁଡିକରେ ମଧ୍ୟ ଆପଣ ମନମୁତାବକ ରିହାତି ପାଇପାରିବେ। ସେହିପରି ଆମାଜନ୍‌ ସେଲ୍‌ରେ ଓ୍ବାନ୍‌ ପ୍ଲସ୍‌ ଏଇଟି ଟି ଏକ୍ସକ୍ଲୁସିଭ୍‌ ଉପଲବ୍ଧ ହେବ । ମାତ୍ର 666 ଟଙ୍କା ପ୍ରତି ମାସରେ ଆପଣ ଇଏମଆଇରେ ସାମସଙ୍ଗ, ଓ୍ବିର୍ଲଫୁଳ୍‌, ହାୟାର, ଗୋଡେରେଜ୍‌, ଏଲଜି ପରି ଟପ୍‌ ବ୍ରାଣ୍ଡର ଫ୍ରିଜ୍‌ କିଣିପାରିବେ ।

ସେହିପରି ଆମାଜନ ଜରିଆରେ ମାସକୁ 742 ଟଙ୍କା ପ୍ରତି ମାସରେ ଇଏମଆଇରେ ଆପଣ ଏଲ୍‌ଜି, ଆଇଏଫ୍‌ବି, ହାୟାର, ସାମସଙ୍ଗ ପରି ବ୍ରାଣ୍ଡର ଓ୍ବାସିମେସିନ୍‌ କିଣିପାରିବେ । ସେହିପରି ଆମାଜନ୍‌ କିଚେନ୍‌ ଆପ୍ଲାଏନ୍ସ ଉପରେ 75 ପ୍ରତିଶତ ରିହାତି ଦେଉଛି ।

ସେହିପରି ହେଡ୍‌ଫୋନ୍‌ ପରି ଅନ୍ୟାନ୍ୟା ସାମଗ୍ରୀଗୁଡିକ ଉପରେ ମଧ୍ୟ ଆକର୍ଷଣୀୟ ଅଫର୍‌ ରହୁଛି । ସେହିପରି ଗ୍ରାହକଙ୍କୁ ସୁବିଧା ଉପଲକ୍ଷେ ଫାଇନାନ୍ସର ବିକଳ୍ପ ମଧ୍ୟ ରହିଛି । ଏଠାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଓ ଇଏମ୍‌ଆଇ ଲେନ୍‌ଦେନ ଉପରେ 10 ପ୍ରତିଶତ ଇଷ୍ଟେଟ୍‌ ବ୍ୟାଙ୍କ ଡିସ୍‌କାଉଣ୍ଟ ପାଇପାରିବେ । ସେହିପରି ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ଆଧାରରେ ଆମାଜନ ପେ’ ସହିତ ଗିଫ୍ଟ ଓ ସଗୁନ୍‌ ଟଙ୍କା ହିସାବରେ ଗ୍ରାହକଙ୍କୁ 10,000ଟଙ୍କାର ଶପିଂ ପୁରସ୍କାର ମଧ୍ୟ ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ମୁକାବିଲା ପାଇଁ 46 କୋଟି ପ୍ରଦାନ କଲେ ଫ୍ଲିପ୍‌କାର୍ଟ ଓ ଓ୍ବାଲମାର୍ଟ

ମୁମ୍ବାଇ : କରୋନା ମୁକାବିଲା ପାଇଁ ଫ୍ଲିପ୍‌କାର୍ଟ ଏବଂ ଓ୍ବାଲମାର୍ଟ ସହାୟତାର ହାତ ବଢାଇଛନ୍ତି । ଉଭୟ କମ୍ପାନୀ ମିଳିତ ଭାବରେ କରୋନା ମୁକାବିଲା ପାଇଁ 46 କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଉଭୟ କମ୍ପାନୀ ପକ୍ଷରୁ 38.3 କୋଟି ଟଙ୍କା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପାଇଁ ମଞ୍ଜୁର କରାଯାଇଥିବା ବେଳେ ବଳକା ଅର୍ଥ ଏନ୍‌ଜିଓକୁ ପ୍ରଦାନ କରାଯିବ । ବିଭିନ୍ନ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଉପକରଣ ପାଇଁ 38.3 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ଗୁଞ୍ଜ ଏବଂ ଶ୍ରୀଜନ ଫାଉଣ୍ଡେସନ୍‌ ନାମକ ଏକ ଏନ୍‌ଜିଓକୁ ବଳକା 7.7 କୋଟି ଟଙ୍କା ପ୍ରଦାନ କରାଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମଞ୍ଜୁର ଅର୍ଥରେ 3 ଲକ୍ଷ ଏନ୍‌ 95 ମାସ୍କ ଏବଂ 1 ଲକ୍ଷ ମେଡିକାଲ୍‌ ଗାଉନ୍‌ ପ୍ରଦାନ କରାଯିବ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

56 ବରିଷ୍ଠ ଅଧିକାରୀଙ୍କ ଛଟେଇ କଲା ଓ୍ବାଲମାର୍ଟ

ମୁ୍ମ୍ବାଇ : ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ଙ୍କ ଭାରତ ଗସ୍ତ ପୂର୍ବରୁ 56 ବରିଷ୍ଠ ଅଧିକାରୀଙ୍କ ଛଟେଇ କରିଛି ଓ୍ବାଲମାର୍ଟ । ଆମାଜନ୍‌ର ବିରୋଧୀ କମ୍ପାନୀ ଓ୍ବାଲମାର୍ଟ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ବେଜୋସଙ୍କ ଗସ୍ତକୁ ନେଇ ଏହି ଛଟେଇ କରାଯାଇଥିବା ଅଭିଯୋଗକୁ କମ୍ପାନୀର କର୍ପୋରେଟ୍‌ ଷ୍ଟ୍ରକ୍ଚରକୁ ବଳବତ୍ତର ରଖିବା ଏବଂ ସୂଚାରୂ ଭାବରେ ପରିଚାଳନା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଓ୍ବାଲମାର୍ଟ ଇଣ୍ଡିଆ ସିଇଓ କ୍ରିଶ୍‌ ଆୟର ପ୍ରକାଶ କରିଛନ୍ତି । ଛଟେଇ କରାଯାଇଥିବା 56 ଜଣଙ୍କ ମଧ୍ୟରେ 8 ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଓ୍ବାଲମାର୍ଟର 28ଟି କେନ୍ଦ୍ର ରହିଛି । 2007ରେ ଏହା ଭାରତୀ ସହିତ ମିଳିତ ଭାବରେ ଭାରତରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ 2016ରେ 16 ବିଲିୟନ୍‌ ଡଲାର ବିନିମୟରେ ଫ୍ଲିପ୍‌କାର୍ଟକୁ ଅଧିଗ୍ରହଣ କରିଥିଲା । (ଏଜେନ୍ସୀ)