କରୋନା ମୁକାବିଲା ପାଇଁ 46 କୋଟି ପ୍ରଦାନ କଲେ ଫ୍ଲିପ୍‌କାର୍ଟ ଓ ଓ୍ବାଲମାର୍ଟ

Published: Apr 18, 2020, 4:44 pm IST

ମୁମ୍ବାଇ : କରୋନା ମୁକାବିଲା ପାଇଁ ଫ୍ଲିପ୍‌କାର୍ଟ ଏବଂ ଓ୍ବାଲମାର୍ଟ ସହାୟତାର ହାତ ବଢାଇଛନ୍ତି । ଉଭୟ କମ୍ପାନୀ ମିଳିତ ଭାବରେ କରୋନା ମୁକାବିଲା ପାଇଁ 46 କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଉଭୟ କମ୍ପାନୀ ପକ୍ଷରୁ 38.3 କୋଟି ଟଙ୍କା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପାଇଁ ମଞ୍ଜୁର କରାଯାଇଥିବା ବେଳେ ବଳକା ଅର୍ଥ ଏନ୍‌ଜିଓକୁ ପ୍ରଦାନ କରାଯିବ । ବିଭିନ୍ନ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଉପକରଣ ପାଇଁ 38.3 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ଗୁଞ୍ଜ ଏବଂ ଶ୍ରୀଜନ ଫାଉଣ୍ଡେସନ୍‌ ନାମକ ଏକ ଏନ୍‌ଜିଓକୁ ବଳକା 7.7 କୋଟି ଟଙ୍କା ପ୍ରଦାନ କରାଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମଞ୍ଜୁର ଅର୍ଥରେ 3 ଲକ୍ଷ ଏନ୍‌ 95 ମାସ୍କ ଏବଂ 1 ଲକ୍ଷ ମେଡିକାଲ୍‌ ଗାଉନ୍‌ ପ୍ରଦାନ କରାଯିବ । (ଏଜେନ୍ସି)

Related posts