Categories
ଆଜିର ଖବର ବ୍ୟବସାୟ

ଆମାଜନ୍‌-ଫ୍ଲିଫ୍‌କାର୍ଟରେ ଫେଷ୍ଟିଭ୍ ସେଲ୍‌ ଆରମ୍ଭ : ଏହି ସବୁ ସାମଗ୍ରୀ ଉପରେ ମିଳୁଛି ବମ୍ପର୍‌ ଡିସ୍‌କାଉଣ୍ଟ୍‌

ନୂଆଦିଲ୍ଲୀ : ପାର୍ବଣର ସମୟ ଉପସ୍ଥିତ । ସମସ୍ତେ ପୂଜା ପାଇଁ ସଜବାଜ ହୋଇସାରିଲେଣି । ଏହି ସମୟରେ  ଫିଲ୍ଫକାର୍ଟ, ଆମାଜନ ଓ ସାନ୍ପଡିଲ୍‌ ପରି ଇ-କମର୍ସ କମ୍ପାନୀଗୁଡିକ ନିଜ ଗ୍ରାହକଙ୍କପାଇଁ ପାବର୍ଣ ଉପଲକ୍ଷେ ସେସ୍ପାଲ୍‌ ଅଫର୍‌ ରଖିଛନ୍ତି । ବିଶେଷକରି ସ୍ମାର୍ଟଫୋନ୍‌ ଓ ଇଲୋକ୍ଟ୍ରୋଟନିକ୍ସ ସାମଗ୍ରୀ ଉପରେ ଭାରୀ ଡିସକାଉଣ୍ଟ ଦେଇଛନ୍ତି । ଏହି ସବୁ କମ୍ପାନୀ ତରଫରୁ ଫେଷ୍ଟିଭ୍‌ ସିଜିନ୍‌କୁ ସଫଳ କରିବା ପାଇଁ ଫେଷ୍ଟିଭ୍‌ ସିଜିନ୍‌ ସେଲ୍‌ ଆରମ୍ଭ କରିଛନ୍ତି । ଏହି ସମସ୍ତ କମ୍ପାନୀଗୁଡିକର ସର୍ବାଧିକ ବିକ୍ରି ଏହି ପାର୍ବଣରେ ହିଁ ହୋଇଥାଏ । ଏହି ସମୟରେ ଗ୍ରାହକଙ୍କୁ ଲୋଭାଇବା ପାଇଁ କୌଣସି ମୌକା ଛାଡୁ ନାହାନ୍ତି ଏହି ସବୁ କମ୍ପାନୀଗୁଡିକ । ଇଲୋକ୍ଟ୍ରୋନିକ୍ସ ମାର୍କେଟ୍‌ରେ ଡିସ୍‌କାଉଣ୍ଟ ସହିତ ଆକର୍ଷଣୀୟ ଅଫର୍‌ ମଧ୍ୟ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ଚଳିତ ଫେଷ୍ଟିଭ୍‌ ସେଲ୍‌ରେ କିପରି ଅଫର୍‌ ରହିଛି ।

ଚଳିତ ଫେଷ୍ଟିଭ୍‌ ସିଜିନ୍‌କୁ ଲକ୍ଷ୍ୟ ରଖି ଫ୍ଲିପ୍‌କାର୍ଟ ବିଗ୍‌ ବିଲିଅନ୍‌ ଡେୟସ୍‌ର ଘୋଷଣା କରିଛି । ଆସନ୍ତୁ ଜାଣିବା ଫ୍ଲିପ୍‌କାର୍ଟର ଫେଷ୍ଟିଭ୍‌ ଅଫର୍‌ ସମ୍ପର୍କରେ । ଫ୍ଲିପ୍‌କାର୍ଟରେ  ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ୍‌ ଗୁଗୁଲ୍‌ ପିକ୍ସେଲ୍‌ 4ଏ ପ୍ରଥମ ଥର ପାଇଁ ପୂଜା ଅବସରରେ ବିକ୍ରି ହେବ । ଗ୍ରାହକଙ୍କୁ କମ୍‌ ଦାମରେ ଏହି ଫୋନ୍‌ କିଣିବା ପାଇଁ ଇ-କର୍ମସ କମ୍ପାନୀମାନଙ୍କ ଆକର୍ଷଣୀୟ ଅଫର୍‌ ଦ୍ବାରା ଏହି ଫୋନ୍‌କୁ କମ୍‌ ଦାମ୍‌ରେ କିଣିପାରିବେ । ଗ୍ରାହକମାନେ ଏହି ଫୋନ୍‌କୁ 30ହଜାରରୁ 35 ହଜାରଟଙ୍କାର ମଧ୍ୟରେ କିଣି ପାରିବେ । ସେହିପରି ଟେଲିଭିଜନ୍‌ ଉପରେ 65ପ୍ରତିଶତ ରିହାତି ରହିଛି । ସେହିପରି ନିକଟରେ ନୋକିଆ ତରଫରୁ ଲଞ୍ଚ ହୋଇଥିବା ସ୍ମାର୍ଟ ଟିଭି ମଧ୍ୟ ଏହି ସେଲ୍‌ରେ ଉପଲବ୍ଧ ହୋଇଛି । ଏସି କ୍ରୟ ଉପରେ 60 ପ୍ରତିଶତ ରିହାତି ରହିଥିବାବେଳେ ଫ୍ରିଜ୍‌ ଉପରେ 55% ରିହାତି ରହିଛି । ତେବେ ଆପଣ ନା-କଷ୍ଟ-ଇଏମ୍‌ଆଇ ଓ ଏକ୍ସଚେଞ୍ଚ ଅଫରର ଲାଭ ମଧ୍ୟ ଉଠାଇପାରିବେ । ଓ୍ବାସିଂ ମେଶିନ କ୍ରୟ ଉପରେ 55% ରିହାତି ରହିଥିବବେଳେ କିଚେନ ଆପ୍ଲାଏନ୍ସ ଉପରେ 75% ରିହାତି ପ୍ଲିଫ୍‌କାର୍ଟରେ ମିଳୁଛି ।

ସେହିପରି ଆମାଜନ୍‌ ଚଳିତ ପୂଜା ସିଜିନ୍‌କୁ ଲକ୍ଷ୍ୟ ରଖି ଦ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ସେଲ୍‌ର ଆୟୋଜନ କରିଛି । ଏହା ଜରିଆରେ ଆପଣ ଆମାଜନ୍‌ରୁ ଟିଭି କିଣିବା ଦ୍ବାରା 50 ପ୍ରତିଶତର ରିହାତି ପାଇପାରିବେ । ଏହି ଅଫର୍‌ ସୋନି, ସାମସଙ୍ଗ୍‌, ଏମ୍‌ଆଇ, ଓ୍ବାନ୍‌ପ୍ଲସ୍‌, ଏଲ୍‌ଜି ଟିଭି ଆଦି କ୍ରିୟ ଉପରେ ଭାରି ଡିସ୍‌କାଉଣ୍ଟ ରହିଛି ।

ସେହିପରି ଆପଣ ଯଦି ଆମାଜନ୍‌ ଜରିଆରେ ଏସି କିଣିବାକୁ ଚାହୁଁଛନ୍ତି ତେବେ ଆପଣ ମାତ୍ର 15 ହଜାର 999 ଟଙ୍କାରେ ଏସି ନେଇପାରିବେ । ଏଲ୍‌ଜି, ଓ୍ବିର୍ଲଫୁଲ୍‌, ଦକ୍ଷିନ୍‌, ଗୋଡରେଜ୍ ପରି ବ୍ରାଣ୍ଡଗୁଡିକରେ ମଧ୍ୟ ଆପଣ ମନମୁତାବକ ରିହାତି ପାଇପାରିବେ। ସେହିପରି ଆମାଜନ୍‌ ସେଲ୍‌ରେ ଓ୍ବାନ୍‌ ପ୍ଲସ୍‌ ଏଇଟି ଟି ଏକ୍ସକ୍ଲୁସିଭ୍‌ ଉପଲବ୍ଧ ହେବ । ମାତ୍ର 666 ଟଙ୍କା ପ୍ରତି ମାସରେ ଆପଣ ଇଏମଆଇରେ ସାମସଙ୍ଗ, ଓ୍ବିର୍ଲଫୁଳ୍‌, ହାୟାର, ଗୋଡେରେଜ୍‌, ଏଲଜି ପରି ଟପ୍‌ ବ୍ରାଣ୍ଡର ଫ୍ରିଜ୍‌ କିଣିପାରିବେ ।

ସେହିପରି ଆମାଜନ ଜରିଆରେ ମାସକୁ 742 ଟଙ୍କା ପ୍ରତି ମାସରେ ଇଏମଆଇରେ ଆପଣ ଏଲ୍‌ଜି, ଆଇଏଫ୍‌ବି, ହାୟାର, ସାମସଙ୍ଗ ପରି ବ୍ରାଣ୍ଡର ଓ୍ବାସିମେସିନ୍‌ କିଣିପାରିବେ । ସେହିପରି ଆମାଜନ୍‌ କିଚେନ୍‌ ଆପ୍ଲାଏନ୍ସ ଉପରେ 75 ପ୍ରତିଶତ ରିହାତି ଦେଉଛି ।

ସେହିପରି ହେଡ୍‌ଫୋନ୍‌ ପରି ଅନ୍ୟାନ୍ୟା ସାମଗ୍ରୀଗୁଡିକ ଉପରେ ମଧ୍ୟ ଆକର୍ଷଣୀୟ ଅଫର୍‌ ରହୁଛି । ସେହିପରି ଗ୍ରାହକଙ୍କୁ ସୁବିଧା ଉପଲକ୍ଷେ ଫାଇନାନ୍ସର ବିକଳ୍ପ ମଧ୍ୟ ରହିଛି । ଏଠାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଓ ଇଏମ୍‌ଆଇ ଲେନ୍‌ଦେନ ଉପରେ 10 ପ୍ରତିଶତ ଇଷ୍ଟେଟ୍‌ ବ୍ୟାଙ୍କ ଡିସ୍‌କାଉଣ୍ଟ ପାଇପାରିବେ । ସେହିପରି ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ଆଧାରରେ ଆମାଜନ ପେ’ ସହିତ ଗିଫ୍ଟ ଓ ସଗୁନ୍‌ ଟଙ୍କା ହିସାବରେ ଗ୍ରାହକଙ୍କୁ 10,000ଟଙ୍କାର ଶପିଂ ପୁରସ୍କାର ମଧ୍ୟ ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ମୁକାବିଲା ପାଇଁ 46 କୋଟି ପ୍ରଦାନ କଲେ ଫ୍ଲିପ୍‌କାର୍ଟ ଓ ଓ୍ବାଲମାର୍ଟ

ମୁମ୍ବାଇ : କରୋନା ମୁକାବିଲା ପାଇଁ ଫ୍ଲିପ୍‌କାର୍ଟ ଏବଂ ଓ୍ବାଲମାର୍ଟ ସହାୟତାର ହାତ ବଢାଇଛନ୍ତି । ଉଭୟ କମ୍ପାନୀ ମିଳିତ ଭାବରେ କରୋନା ମୁକାବିଲା ପାଇଁ 46 କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଉଭୟ କମ୍ପାନୀ ପକ୍ଷରୁ 38.3 କୋଟି ଟଙ୍କା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପାଇଁ ମଞ୍ଜୁର କରାଯାଇଥିବା ବେଳେ ବଳକା ଅର୍ଥ ଏନ୍‌ଜିଓକୁ ପ୍ରଦାନ କରାଯିବ । ବିଭିନ୍ନ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଉପକରଣ ପାଇଁ 38.3 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ଗୁଞ୍ଜ ଏବଂ ଶ୍ରୀଜନ ଫାଉଣ୍ଡେସନ୍‌ ନାମକ ଏକ ଏନ୍‌ଜିଓକୁ ବଳକା 7.7 କୋଟି ଟଙ୍କା ପ୍ରଦାନ କରାଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମଞ୍ଜୁର ଅର୍ଥରେ 3 ଲକ୍ଷ ଏନ୍‌ 95 ମାସ୍କ ଏବଂ 1 ଲକ୍ଷ ମେଡିକାଲ୍‌ ଗାଉନ୍‌ ପ୍ରଦାନ କରାଯିବ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

56 ବରିଷ୍ଠ ଅଧିକାରୀଙ୍କ ଛଟେଇ କଲା ଓ୍ବାଲମାର୍ଟ

ମୁ୍ମ୍ବାଇ : ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ଙ୍କ ଭାରତ ଗସ୍ତ ପୂର୍ବରୁ 56 ବରିଷ୍ଠ ଅଧିକାରୀଙ୍କ ଛଟେଇ କରିଛି ଓ୍ବାଲମାର୍ଟ । ଆମାଜନ୍‌ର ବିରୋଧୀ କମ୍ପାନୀ ଓ୍ବାଲମାର୍ଟ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ବେଜୋସଙ୍କ ଗସ୍ତକୁ ନେଇ ଏହି ଛଟେଇ କରାଯାଇଥିବା ଅଭିଯୋଗକୁ କମ୍ପାନୀର କର୍ପୋରେଟ୍‌ ଷ୍ଟ୍ରକ୍ଚରକୁ ବଳବତ୍ତର ରଖିବା ଏବଂ ସୂଚାରୂ ଭାବରେ ପରିଚାଳନା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଓ୍ବାଲମାର୍ଟ ଇଣ୍ଡିଆ ସିଇଓ କ୍ରିଶ୍‌ ଆୟର ପ୍ରକାଶ କରିଛନ୍ତି । ଛଟେଇ କରାଯାଇଥିବା 56 ଜଣଙ୍କ ମଧ୍ୟରେ 8 ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଓ୍ବାଲମାର୍ଟର 28ଟି କେନ୍ଦ୍ର ରହିଛି । 2007ରେ ଏହା ଭାରତୀ ସହିତ ମିଳିତ ଭାବରେ ଭାରତରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ 2016ରେ 16 ବିଲିୟନ୍‌ ଡଲାର ବିନିମୟରେ ଫ୍ଲିପ୍‌କାର୍ଟକୁ ଅଧିଗ୍ରହଣ କରିଥିଲା । (ଏଜେନ୍ସୀ)