Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଖାଇବା ବିଲ୍‌ 205 ଡଲାର୍‌, ଟିପ୍ସ ମିଳିଲା 5000 ଡଲାର୍‌

ଆମେରିକା : ଯେବେ ଆମେ ହୋଟେଲ୍‌ କି ରେଷ୍ଟୁରାଣ୍ଟ ଖାଇବାକୁ ଯାଇଥାଉ ତେବେ ସେଠାକାର ସର୍ଭିସ୍‌ ଆମ ପାଇଁ ବହୁତ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ଉତ୍ତମ ଆତିଥ୍ୟେୟତା ପାଇ ଗ୍ରାହକ ବହୁତ୍‌ ବଡ ଟିପ୍ସ ଦେଇଥାନ୍ତି, ଯାହା ଚର୍ଚ୍ଚାକୁ ଆସିଥାଏ । ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଡିସେମ୍ବର 12 ତାରିଖରେ ଆମେରିକାର ପେନସେ୍ଲଭିଆର ଏକ ଇଟାଲିଅନ୍‌ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ ଏତେ ରକମର ଟିପ୍ସ ଦେଇଛନ୍ତି ଯେ, ସୋସିଆଲ ମିଡରେ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି।

ଏଠାରେ ଜଣେ ଗ୍ରାହକ ରେଷ୍ଟୁରାଣ୍ଟର ଆତିଥ୍ୟେୟତାରେ ଖୁସି ହୋଇ ପାଞ୍ଚ ହଜାର ଡଲାର୍‌ ଟିପ୍ସ ରୂପେ ଦେଇଛନ୍ତି । ଗ୍ରାହକଙ୍କ ଖାଦ୍ୟର ବିଲ୍‌ ମାତ୍ର 205 ଡଲାର୍‌ ଆସିଥିବାବେଳେ ସେ ଟିପ୍ସ ଦେଇଛନ୍ତି ପାଞ୍ଚ ହଜାର ଡଲାର୍‌ । ପେନ୍‌ସ୍ଲେଭିଆର ଆନ୍ଥୋନୀରସ ଆଟ୍‌ ପ୍ୟାକ୍ସନ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ ଏଠାକାର ଆତିଥ୍ୟେୟତାରେ ପ୍ରୀତ ହୋଇ ଏପରି ଟିପ୍ସ ଦେଇଛନ୍ତି । ଏହି ଘଟଣାକୁ ନେଇ ଉକ୍ତ ରେଷ୍ଟୁରାଣ୍ଟ ଫେସବୁକ୍‌ ପେଜ୍‌ରେ ବିଲ୍‌ ସହିତ ଧନ୍ୟବାଦ୍‌ ନୋଟ୍‌ ଲେଖି ସେୟାର କରିଛି । ଏହି ପୋଷ୍ଟକୁ ଏ ପର୍ଯ୍ୟନ୍ତ 400 ଜଣ ସେୟାର କରିଥିବାବେଳେ 204ଟି କମେଣ୍ଟ ଓ 1100 ଲାଇକ୍‌ ମିଳିଛି । ସୋସିଆଲ ମିଡିଆରେ ୟୁଜର୍ସ ଏହି ପୋଷ୍ଟର ପ୍ରତିକ୍ରିୟା ରଖୁଛନ୍ତି । (ଏଜେନ୍ସି)