ଭୁବନେଶ୍ବର, ବର୍ତ୍ତମାନ ଲକଡାଉନ ଯୋଗୁଁ ଚାରିଆଡେ ହୋଟେଲ ରେଷ୍ଟୁରାଣ୍ଟ ବନ୍ଦ ହୋଇ ପଡିଛି। ଏପରି କ୍ଷେତ୍ରରେ ବୁଲା ଗାଈଗୋରୁଙ୍କ ଖାଦ୍ୟ ସମସ୍ୟା ଜଟିଳ ହୋଇପଡିଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ବିଏମସି ତରଫରୁ ପଦକ୍ଷେପ ନିଆଯାଇଛି। ସେହିପରି ପିପୁଲ ଫର ଆନିମଲ ତରଫରୁ ମଧ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ଗୋଖାଦ୍ୟ ପ୍ରଦାନ କରାଯାଉଛି।
