Categories
ଆଜିର ଖବର ଜାତୀୟ ଖବର

ଅର୍ଥ ପାଇଁ ନିଜ ଅପହରଣର ନାଟକ ରଚି ଧରାପଡିଲା ନାବାଳକ

ପାଟନା : ଅନଲାଇନ୍‌ ଗେମିଂ ନିଶା ଆଜି କାଲିର ଯୁବପିଢିକୁ ପଥଭ୍ରଷ୍ଟ କରୁଛି । ଏହି ନିଶାରେ ସେମାନେ ଅପରାଧୀ ହୋଇ ପଡୁଛନ୍ତି । ଏହି ଖେଳ ନିଶା ପାଇଁ ବିହାରର ଜଣେ ନାବାଳକ ନିଜେ ନିଜର ଅପହରଣ କରିଥିବାର ସୂଚନା ରହିଛି ।

ବିହାରର ଜଣେ 14 ବର୍ଷୀୟ ବାଳକ ନିଜ ଅପହରଣର ନାଟକ ରଚିଛି । ଅନଲାଇନ ଗେମିଙ୍ଗ ନିଶା ପାଇଁ ପଇସା ଦରକାର ଥିବାରୁ ବାଳକ ଜଣକ ନିଜ ଅପହରଣର ନାଟକ କରି ନିଜ ପରିବାର ଲୋକଙ୍କ ଠାରୁ ଅର୍ଥ ହାସଲ କରିବାର ଯୋଜନାରେ ରହିଥିଲା । ତେବେ ପୋଲିସ ନାବାଳକକୁ ଗିରଫ କରିବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ନାବାଳକ ଜଣକ ଘରୁ ଲୁଚି ପଳାଇ ଯାଇ 5 ଲକ୍ଷ ଟଙ୍କାର ଅର୍ଥ ଦାବି କରିଥିଲା । ଏହି ଘଟଣା ପରେ ନାବାଳକଙ୍କ ମା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ପୂର୍ଣ୍ଣିଆର ଏକ ବସଷ୍ଟାଣ୍ଡରୁ ଯୁବକଙ୍କୁ ଉଦ୍ଧାର କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ଦଶମ ଶ୍ରେଣୀରେ ପଢୁଥିବା ବାଳକ  ଜଣକ ଗତ 10 ତାରିଖରେ2 ହଜାର ଟଙ୍କା ଏବଂ ମୋବାଇଲ ସହିତ ଘରୁ କେଉଁଆଡେ ପଳାଇ ଯାଇଥିଲେ । ନାବାଳକ ଜଣକ ଉକ୍ତ ଅର୍ଥ ସହିତ ଦିଲ୍ଲୀ କିମ୍ବା ମୁମ୍ବାଇ ପଳାଇବାର ଯୋଜନା କରିଥିଲେ ବୋଲି ସୂଚନା ରହିଛି । (ଏଜେନ୍ସି)