Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତରେ ଗଚ୍ଛିତ ବିଦେଶୀ ମୁଦ୍ରାର ପରିମାଣରେ ଅଭିବୃଦ୍ଧି

ମୁମ୍ବାଇ : ଭାରତରେ ଗଚ୍ଛିତ ବିଦେଶୀ ମୁଦ୍ରା (ଫୋରେକ୍ସ)ର ପରିମାଣରେ ଅଭିବୃଦ୍ଧି ଘଟିଥିବା ନେଇ ଶୁକ୍ରବାର ସୂଚନା ମିଳିଛି । ଭାରତରେ ଗଚ୍ଛିତ ବିଦେଶୀ ମୁଦ୍ରାର ପରିମାଣରେ 40 ପ୍ରତିଶତ ଅଭିବୃଦ୍ଧି ଘଟିବା ସହିତ ଏହା 4.60 ବିଲିୟନ୍‌ ଡଲାରରେ ପହଞ୍ଚିଛି । ଶୁକ୍ରବାର ଦିନ ଆରବିଆଇ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 31 ଜାନୁୟାରୀ ସୁଦ୍ଧା ଦେଶରେ ଗଚ୍ଛିତ ବିଦେଶୀ ମୁଦ୍ରା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଜାନୁୟାରୀ 24 ସୁଦ୍ଧା ଗଚ୍ଛିତ ବିଦେଶୀ ମୁ୍ରାର ପରିମାଣ 466.69 ବିଲିୟନ୍‌ ଡଲାର ରହିଥିବା ବେଳେ ଏକ ସପ୍ତାହ ମଧ୍ୟରେ 471.30 ବିଲିୟନ୍‌ ଡଲାର ଅଭିବୃଦ୍ଧି ଘଟିଥିଲା । ବୈଦେଶିକ ମୁଦ୍ରାରେ ଅଭିବୃଦ୍ଧି ଘଟିବା ଦେଶ ପାଇଁ ଶୁଭ ସଙ୍କେତ ବୋଲି ଆରବିଆଇ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)