Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଅଧିକ ସଂକଟାପନ୍ନ : ଫୁସ୍‌ଫୁସ୍‌ରେ ସଂକ୍ରମଣ

ନୂଆଦିଲ୍ଲୀ :ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହୋଇଛି । ବ୍ରେନ୍‌ ସର୍ଜରୀ ଓ କରୋନାରେ ଆକ୍ରାନ୍ତ ହୋଇ ଭେଣ୍ଟିଲେଟରରେ ଥିବା ପ୍ରଣବ ମୁଖାର୍ଜୀଙ୍କର ଏବେ ଫୁସ୍‌ଫୁସ୍‌ ସଂକ୍ରମଣ ହେବା ଆରମ୍ଭ କରିଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

84 ବର୍ଷୀୟ ପ୍ରଣବ ମୁଖାର୍ଜୀ ଅଗଷ୍ଟ 10ତାରିଖରେ ନିଜର ବ୍ରେନ୍‌ ସର୍ଜରୀ ପାଇଁ ଦିଲ୍ଲୀସ୍ଥିତି ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ସେବେଠାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କୁ ଭେଣ୍ଟିଲେଟରରେ  ରଖାଯାଇଛି । ଏକ ସ୍ପେଶାଲିଷ୍ଟ ଡାକ୍ତରୀ ଦଳ ତାଙ୍କର ନିରୀକ୍ଷଣ କରୁଥିବାର ସୂଚନା ରହିଛି । (ଏଜେନ୍ସି)