ନୂଆଦିଲ୍ଲୀ : କରୋନା ଯୋଗୁଁ ସାରା ବିଶ୍ବ ଏବେ ଭୀତତ୍ରସ୍ତ । ବହୁ ନେତା, ଜନନେତା, ଅଭିନେତା,ସାଧାରଣ ଜନତା ସମସ୍ତେ କରୋନାର ଶିକାର ହେଉଛନ୍ତି । କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ସୁଦାନର ପୂର୍ବତନ ପ୍ରଧାନମନ୍ତ୍ରୀ ସାଦିକ୍ ଅଲ ମହଦୀ । ମୃତ୍ୟୁବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । ସେ ଗତ ତିନି ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା । ଯାହାଫଳରେ ତାଙ୍କୁ ୟୁଏଇରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ମାସରେ, ସେ ଏକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ତାଙ୍କ ପରିବାର ଲୋକେ ସୂଚନା ଦେଇଥିଲେ ।
84 ବର୍ଷୀୟ ସାଦିକ୍ ଅଲ୍ ମହନ୍ଦୀ ସବୁଠାରୁ ଦୀର୍ଘ ସମୟ ଧରି ସୁଦାନର ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । 1989 ମସିହାରେ ସେନା କ୍ଷମତା ପରିବର୍ତ୍ତନ କରି ତାଙ୍କୁ ଗାଦିଚୁତ କରିଥିଲା । ସେବେଠାରୁ ସୁଦାନରେ ପ୍ରଧାନମନ୍ତ୍ରୀଙ୍କ ସ୍ଥାନରେ ଶାସନର କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ରହିଥିଲା । ତେବେ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ବି ସାଦିକ ଅଲ୍ ମହନ୍ଦୀ ସୁଦାନ୍ର ସବୁଠୁ ପ୍ରଭାବଶାଳୀ ନେତା ରୂପେ ପରିଚିତଥିଲେ । କେବଳ ସୁଦାନ୍ରେ ନୁହେଁ ସାରା ବିଶ୍ବରେ ମଧ୍ୟ ତାଙ୍କର ନାମ ରହିଥିଲା । (ଏଜେନ୍ସି)