Categories
ଆଜିର ଖବର ଜାତୀୟ ଖବର

ଭାରତ ଗସ୍ତର ଭିଡିଓ ସେୟାର କଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭାରତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଏକ୍ସ ପୋଷ୍ଟ , ଯେଉଁଥିରେ ମାକ୍ରୋନ୍ ତାଙ୍କର ନିକଟରେ ଭାରତ ଗସ୍ତ ସମ୍ପର୍କରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି,, ତାହା ଉପରେ ଶ୍ରୀ ମୋଦୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ସମାରୋହ ଅବସରରେ ସେ ନିକଟରେ ଭାରତ ଗସ୍ତ କରିଥିବାର ଝଲକ ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ;

ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌, ଆପଣଙ୍କୁ ଭାରତରେ ସମ୍ମାନିତ କରିବା ଏକ ଗୌରବର ବିଷୟ । ଆପଣଙ୍କ ଗସ୍ତ ଏବଂ ସାଧାରଣତନ୍ତ୍ର ଦିବସ ସମାରୋହରେ ଅଂଶଗ୍ରହଣ ନିଶ୍ଚିତ ଭାବରେ ଭାରତ – ଫ୍ରାନ୍ସ ମଧ୍ୟରେ ଥିବା ବନ୍ଧୁତାକୁ ବଢ଼ାଇବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନାର ଦ୍ବିତୀୟ ଲହର : ପୁଣି ଥରେ ଏହି ଦେଶରେ ଜାରି ହେଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ : କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମେକ୍ରାନ୍‌ ରାଷ୍ଟ୍ରବ୍ୟାପୀ ଲକ୍‌ଡାଉନ୍‌ ଜାରି କରିବା ନେଇ ଘୋଷଣା କରିଛନ୍ତି । ଫ୍ରାନ୍ସରେ କରୋନାରେ ଦିନକୁ ଦିନ ଅଧିକାଂଶ ଲୋକ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ଯାହାକୁ ଆଖି ଆଗରେ ରଖି ଦେଶରେ ପୁଣିଥରେ ଲକ୍‌ଡାଉନ୍ ଲାଗୁ କରାଯାଉଛି । ତେବେ ଏହି ଲକ୍‌ଡାଉନ୍‌ ସମୟରେ ସ୍କୁଲ ଓ କିଛି କାର୍ଯ୍ୟସ୍ଥଳୀ ଖୋଲା ରହିବ । ଶୁକ୍ରବାରଠାରୁ ଏହି ଲକ୍‌ଡାଉନ୍‌ ଜାରି ହେବ ବୋଲି ସୂଚନା ରହିଛି । ଏହି ସମୟରେ ଫ୍ରାନ୍ସର ସମସ୍ତ ରେସ୍ତେରାଁ, ବାର ଓ ଅଣ ଆବଶ୍ୟକ ବ୍ୟବସାୟ ବନ୍ଦ ରହିବ । ତେବେ ଫ୍ୟାକ୍ଟ୍ରି, କ୍ଷେତ ଓ ନିର୍ମାଣ କାର୍ଯ୍ୟ ଜାରି ରହିବ । ନର୍ସିଂ ହୋମ୍‌  ଖୋଲା ରହିବ ।

ତେବେ ଏହି ଲକ୍‌ଡାଉନକୁ‌ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ଠାରୁ ଟିକେ କୋହଳ କରାଯାଇଛି । ଲୋକଙ୍କୁ ବିନା କାର୍ଯ୍ୟରେ ଘରୁ ବାହାରିବାକୁ ବାରଣ କରାଯାଇଛି । ବାହାରକୁ ଯିବାକୁ ହେଲେ ସାଙ୍ଗରେ ଉପଯୁକ୍ତ ପ୍ରମାଣପତ୍ର ନେଇ ଯିବାକୁ ପଡିବ ।ଯାହାକୁ ପୋଲିସ୍‌ ଯାଞ୍ଚ କରିବ । ତେବେ ପୂର୍ବରୁ ଫ୍ରାନ୍ସରେ ନାଇଟ୍‌ କର୍ଫ୍ୟୁକୁ କଡାକଡି କରାଯାଇଥିବାବେଳେ ଏବେ ପୁନଃ ଲକଡାଉନ୍‌ ଜାରି କରାଯାଉଛି ।

କରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଫ୍ରାନ୍ସ ପଞ୍ଚମ ସ୍ଥାନରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଫ୍ରାନ୍ସରେ 523 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।ଏପ୍ରିଲ୍‌ ପରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଫ୍ରାନ୍ସ ସରକାର ଏହି ତାଲାବନ୍ଦକୁ ଡିସେମ୍ବର ମାସ ପର୍ଯ୍ୟନ୍ତ କରିବେ ବୋଲି ସୂଚନା ରହିଛି। କରୋନାର ଦ୍ବିତୀୟ ଲହର ବେଶ୍‌ ବିପଦଜ୍ଜନକ ରହିଛି । ଯଦି ଏହାକୁ ଅଣଦେଖା କରାଯିବ, ତେବେ ମୃତକଙ୍କ ସଂଖ୍ୟା 4 ଲକ୍ଷ ଟପିପାରେ ବୋଲି ଆକଳନ କରାଯାଉଛି । କରୋନାକୁ ଦୃଷ୍ଟିରେ ୟୁରୋପରେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ହୋଇଥିବା ଯୋଗୁଁ ଏହାକୁ ଲୋକେ ବିରୋଧ କରିଛନ୍ତି। (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପୁଣି ଫେରିଲା ଲକ୍‌ଡାଉନ୍‌ ଓ କର୍ଫ୍ୟୁ : କରୋନାକୁ ଦୃଷ୍ଟିରେ ରଖି ପୁଣି ଏହି ଦେଶରେ ଲାଗିଲା କର୍ଫ୍ୟୁ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି। ଭାରତରେ ଅନଲକ୍‌ ପ୍ରକ୍ରିୟା ଚାଲୁ ରହିଛି । ଅନେକ ଦେଶର କରୋନା ପ୍ରକୋପ କମିଥିବା ବେଳେ ଅନେକ ଦେଶରେ ଏବେ ବି କୋଭିଡ଼ ସଂକ୍ରମଣ ବଢିଚାଲିଛି। ତେବେ ଏହା ମଧ୍ୟରେ ୟୁରୋପରେ ଚିନ୍ତାର ଖବର ସାମ୍ନାକୁ ଆସିଛି । ୟୁରୋପର ଅନେକ ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଆରମ୍ଭ ହୋଇଛି । ଯାହା ପ୍ରଥମ ଲହରଠାରୁ ଅଧିକ ବିପଜ୍ଜନକ ରହିଛି ।  ଯାହାକୁ ନେଇ ଦେଶମାନେ ପଦକ୍ଷେପ ନେବା ଆରମ୍ଭ କରିଲେଣି । ଖବର ଅନୁଯାୟୀ, ଶୁକ୍ରବାର ମଧ୍ୟରାତ୍ରିରୁ ପ୍ୟାରିସ୍‌ ଓ ଫ୍ରାନ୍ସର 8ଟି ସହରରେ କଫ୍ୟୁ କଟକଣା କାର୍ଯ୍ୟକାରୀ କରାଯାଇଛି । ରାତି 9ଟାରୁ ସକାଳ 6ଟା ପର୍ଯ୍ୟନ୍ତ କଫ୍ୟୁ କଟକଣା ରହିବ । ଏହାକୁ ଚାରି ସପ୍ତାହ ପାଇଁ କାର୍ଯ୍ୟକାରୀ କରାଯିବ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଯେପରି କରୋନା ସଂକ୍ରମଣ ଅଧିକ ନବ୍ୟାପେ , ସେଥିପାଇଁ ଏପରି କଟକଣା ନିଆଯାଇଛି ବୋଲି ସୂଚନା ଦିଆଯାଇଛି । ଯଦି ଏହି କଟକଣାକୁ କେହି ଭାଙ୍ଗୁଥିବାର ଦେଖିବାକୁ ମିଳେ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଫାଇନ୍‌ ଆଦାୟ ହେବ ବୋଲି ଘୋଷଣା କରାଯାଇଛି ।

ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ବିଶ୍ବ ମହାମାରୀ ପ୍ରଥମେ ୟୁରୋପରେ ପ୍ରକୋପ ଦେଖାଇଥିଲା । ଏହାପରେ ଏହା ଆମେରିକରେ ମଧ୍ୟ ପ୍ରକୋପ ଦେଖାଇବାସହିତ ପୂରା ଏସିଆରେ ବ୍ୟାପିଥିଲା । ୟୁରୋପର କିଛି ଦେଶ ଯେପରିକି ଫ୍ରାନ୍ସ, ବ୍ରିଟେନ୍‌, ଇଟଲୀ, ଜର୍ମାନୀ ଆଦି ଦେଶରେ କରୋନା ସ୍ଥିତି ବେଶ୍‌ ଚିନ୍ତାଜନକ ରହିଥିଲା । ଏହି ଦେଶରେ କରୋନା ପ୍ରତିବନ୍ଧକ ହଟାଯିବା ସହିତ ସ୍ବାଭାବିକ ଜୀବନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ଦଶ ଦିନ ଭିତରେ ଏହି ଚିତ୍ର ପୂରା ବଦଳି ଯାଇଛି ।ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁତାବକ ଗତ ଏକ ସପ୍ତାହ ଧରି କରୋନା ଯୋଗୁଁ ଏପର୍ଯ୍ୟନ୍ତ 16 ପ୍ରତିଶତ ମୃତ୍ୟୁ ହୋଇଛି । ଯାହା ଅତ୍ୟନ୍ତ ଭୟାନକ । ଫ୍ରାନ୍ସ, ଜର୍ମାନୀ ଆଦି ଦେଶରୁ ଅଧିକସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସିଛି । ଦିନକୁ 20 ହଜାରରୁଅଧିକ ନୂତନ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ଯାହାକି କରୋନାର ୨ୟ ଲହରୀ ବୋଲି କୁହାଯାଉଛି ।

ଗୋଟିଏ ପଟରେ ୟୁରୋପରେ ଲକ୍‌ଡାଉନ୍‌ ଓ କର୍ଫ୍ୟୁ ଫେରିଥିବାବେଳେ ଭାରତରେ ଅନଲକ୍‌ ପ୍ରକ୍ରିୟା ଚାଲିଛି । 15 ଅକ୍ଟୋବରରୁ ସିନେମା ହଲ୍‌ ଓ ଅନ୍ୟାନ୍ୟ ସ୍ଥାନ ଖୋଲା ଯାଇଛି । କିଛି ରାଜ୍ୟ ଏବେ ବି କରୋନାକୁ ଦୃଷ୍ଟିରେ ରଖି କଡା କାର୍ଯ୍ୟାନୁଷ୍ଠାନ ନେଉଥିବାବେଳେ ଆଉ କେଉଠି ଦାୟିତ୍ବହୀନତାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଏବେ ପାର୍ବଣ ଋତୁ ଆସୁଥିବାରୁ ଏହାକୁ ନେଇ ଟିକିଏ ଚିନ୍ତା ବଢିଛି। ଏହି ସମୟରେ ଅଧିକ ସଚେତନତା ଓ ସତର୍କତା ଅତ୍ୟନ୍ତ ଆବଶ୍ୟକତା । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା 38 ଲକ୍ଷ ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା ଅଢେଇ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ 212ଟି ଦେଶରେ ବ୍ୟାପିସାରିଛି। ଗତ 24 ଘଣ୍ଟା ମଧ୍ୟରେ ସାରା ବିଶ୍ବରେ 94,261ଟି ନୂଆ ମାମଲା ସାମ୍ନାକୁ ଆସିଛି। ଆମେରିକା, ଫ୍ରାନ୍ସ, ସ୍ପେନ, ଜର୍ମାନୀ, ଇଟାଲୀ ଓ ବ୍ରିଟେନ ଭଳି ଶକ୍ତିଶାଳୀ ଦେଶ କରୋନା ଭାଇରସ ଆଗରେ ପରାସ୍ତ ହୋଇଛନ୍ତି। ଏହି ମାରାତ୍ମକ ଭାଇରସ ଯୋଗୁଁ ଗୁରୁବାର ସକାଳ ସୁଦ୍ଧା  କରୋନା ଭାଇରସ 2 ଲକ୍ଷ 65 ହଜାର 84 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି 38 ଲକ୍ଷ 21 ହଜାର 668ଜଣ ଲୋକ ସଂକ୍ରମିତ ଅଛନ୍ତି। 12 ଲକ୍ଷ 99 ହଜାର 361 ଜଣ ସୁସ୍ଥ ହୋଇଥିବା ବେଳେ 22 ଲକ୍ଷ 57 ହଜାର 265 ଜଣ ସକ୍ରିୟ ଅଛନ୍ତି।

ଆମେରିକାରେ 12 ଲକ୍ଷ 63 ହଜାର 183 ଜଣ ସଂକ୍ରମିତ ଥିବା ବେଳେ 74 ହଜାର 807 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସ୍ପେନରେ 2 ଲକ୍ଷ 53 ହଜାର 682ଜଣ ସଂକ୍ରମିତ ହୋଇଥିବାବେଳେ 25 ହଜାର 857ଜଣଙ୍କ ମୃତ୍ୟୁ ହୋଇଛି। ଇଟାଲୀରେ 29 ହଜାର 684 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 2 ଲକ୍ଷ 14 ହଜାର 457ଜଣ। ବ୍ରିଟେନ୍‌ରେ 2 ଲକ୍ଷ 1 ହଜାର ଶହେ ଏକ ଜଣ ସଂକ୍ରମିତ ହୋଇଥିବାବେଳେ 30 ହଜାରରୁ ଉର୍ଦ୍ଧ୍ବରଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ଏକ ଲକ୍ଷ 74 ହଜାର 191 ଜଣ ସଂକ୍ରମିତ ହୋଇଥିବାବେଳେ 25 ହଜାର 809ଜଣଙ୍କର ମୃତ୍ୟୁ ହୋଇଛି। ଜର୍ମାନୀରେ 7275ଜଣଙ୍କ ମୃତ୍ୟୁ ହୋଇଥିବାବେଳ 1 ଲକ୍ଷ 68 ହଜାର 162ଜଣ ସଂକ୍ରମିତ ହୋଇଛନ୍ତି। ଋଷିଆରେ 1537ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 1 ଲକ୍ଷ 65 ହଜାର 929ଜଣ। ତୁର୍କୀରେ 3584ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1 ଲକ୍ଷ 31 ହଜାର 744 ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବ୍ରାଜିଲ୍‌ ଓ ଇରାନ୍‌ରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ବ୍ରାଜିଲ୍‌ରେ 8 ହାଜର 588 ଜଣଙ୍କର ମୃତ୍ୟୁ ହୋଇଛି ସେହିପରି ଇରାନ୍‌ରେ 6418ଜଣଙ୍କ ମୃତ୍ୟୁ ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନ ଅପଡେଟ୍‌ : ଆକ୍ରାନ୍ତଙ୍କ ସଂଖ୍ୟା 19 ଲକ୍ଷ ଟପିଲା, ଫ୍ରାନ୍ସରେ ମେ 11 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ଅବଧି ବଢିଲା

ନୂଆଦିଲ୍ଲୀ : ବିଶ୍ବର 210ଟି ଦେଶରେ କାୟା ବିସ୍ତାର କରି ଚିନ୍ତା ବଢାଇଛି କରୋନା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 19 ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 1ଲକ୍ଷ 19 ହଜାର 691ରେ ପହଞ୍ଚିଛି । ଚୀନ୍‌ରୁ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ ଆମେରିକାରେ ପ୍ରବଳ ମାତ୍ରାରେ ବ୍ୟାପି ଚାଲିଛି । ଆମେରିକାରେ ସର୍ବାଧିକ ମୃତ୍ୟୁ 23,640ରେ ପହଞ୍ଚିଥିବାବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 86 ହଜାର 941ରେ ପହଞ୍ଚିଛି । ସେହିପରି ଇଟାଲୀ, ଫ୍ରାନ୍ସ, ୟୁକେ, ଜର୍ମାନୀ, ଇରାନ୍‌, ସ୍ପେନ୍‌ ଆଦି ରାଷ୍ଟ୍ରଗୁଡିକର ମଧ୍ୟ କରୋନା ଯୋଗୁଁ ସ୍ଥିତି ସଙ୍ଗୀନ୍‌ ହୋଇପଡିଛି । କରୋନା ଯୋଗୁଁ ଫ୍ରାନ୍ସରେ ଲକ୍‌ ଡାଉନର ଅବଧିକୁ ମେ 11 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ କହିଛନ୍ତି ।

କରେନା ଅପଡେଟ୍‌ :

 

Categories
ଆଜିର ଖବର

ଫ୍ରାନ୍ସ ଓ ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କ ସହିତ ଏସ୍‌ ଜୟଶଙ୍କରଙ୍କ ଆଲୋଚନା

ଭାରତର ନୂତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ଫ୍ରାନ୍ସ ଓ ତୁର୍କୀର ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ର ସହିତ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି କରିବା ପାଇଁ ଜୟଶଙ୍କର ଏହି ଆଲୋଚନା କରିଛନ୍ତି। ଉଭୟ ନେତୃବୃନ୍ଦଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ ଏସ୍‌ ଜୟଶଙ୍କର। ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜିନ୍‌ ୟେସ୍‌ ଲେ ଡ୍ରିଆନ୍‌ଙ୍କ ସହ ଫୋନ୍‌ରେ ବାର୍ତ୍ତାଳାପ ନେଇ ଟ୍ବିଟ୍ଟରରେ ସୂଚନା ଦେଇଛନ୍ତି ଜୟଶଙ୍କର। ଉଭୟ ରାଷ୍ଟ୍ର ମଧ୍ୟରେ ଦୃଢ ଏବଂ ସଫଳ କୂଟନୈତିକ ସମ୍ପର୍କ ନେଇ ଉଭୟ ଆଲୋଚନା କରିଥିବା ନେଇ ଜୟଶଙ୍କର ଟ୍ବିଟ୍ କରିଛନ୍ତି। ସେହିପରି ତୁର୍କୀର ବୈଦେଶିକ ମନ୍ତ୍ରୀ ମେଭ୍‌ଲଟ୍‌ କାଭୁସୋଗ୍ଲୁଙ୍କ ସହିତ ମଧ୍ୟ ଫୋନ୍‌ରେ ବାର୍ତ୍ତାଳାପ କରିଛନ୍ତି। ଏହି ବାର୍ତ୍ତାଳାପରେ ଉଭୟ ରାଷ୍ଟ୍ର ମଧ୍ୟରେ ବ୍ୟକ୍ତିଗତ ଏବଂ ପେଶାଦାର ସମ୍ପର୍କକୁ ସୁଦୃଢ କରିବାରେ ସହାୟକ ହେବ।

Categories
ଆଜିର ଖବର

ଫ୍ରାନ୍ସର ଲିଓନ୍‌ରେ ବିସ୍ଫୋରଣ, ୧୩ରୁ ଅଧିକ ଆହତ

ଫ୍ରାନ୍ସର ଲିଓନ୍‌ରେ ଏକ ପାର୍ସଲ ବୋମା ବିସ୍ଫୋରଣ ଘଟିଛି। ଫ୍ରାନ୍ସର ଦକ୍ଷିଣପୂର୍ବ ଭାଗର ପ୍ରେସିଡେନ୍ସିଆଲ୍‌ ଷ୍ଟ୍ରିଟ୍‌ରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ୧୩ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଦେଶର ନିର୍ବାଚନ ଅନୁଷ୍ଠିତ ହେବାର ଦୁଇ ଦିନ ପୂର୍ବରୁ ଏହି ବିସ୍ଫୋରଣକୁ ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ୍‌। ଜଣେ ୩୦ବର୍ଷୀୟ ବ୍ୟକ୍ତି ଏହି ବିସ୍ଫୋରଣରେ ସମ୍ପୃକ୍ତ ଥିବା ଜଣା ପଡିଛି। ବିସ୍ଫୋରଣର ଠିକ୍‌ ପୂର୍ବରୁ ଉକ୍ତ ଯୁବକଙ୍କୁ ସିସିଟିଭିରେ ଦେଖିବାକୁ ମିଳିଛି। ଆହତଙ୍କ ମଧ୍ୟରୁ ୧୩ ଜଣ ଗୁରୁତର ରହିଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ବେକରୀ କାଉଣ୍ଟର ସମ୍ମୁଖରେ ଏକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ନିକଟସ୍ଥ ଘର ଗୁଡିକର କାଚ ଭାଙ୍ଗି ଯାଇଛି। କୌଣସି ଆତଙ୍କୀ ସଙ୍ଗଠନ ଏନେଇ ନିଜକୁ ଦାୟୀ କରି ନଥିବା ବେଳେ ଅପରାଧୀଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଷ୍ଟ୍ରପତି ମାକ୍ରନ୍‌ ସୂଚନା ଦେଇଛନ୍ତି।

Categories
ଆଜିର ଖବର

ସରକାରୀ ଚାପରେ ଅନୀଲଙ୍କୁ କର ରିହାତି ମିଳିନାହିଁ : ଫ୍ରାନ୍ସ

ରାଫାଲେ ବିମାନ କିଣାକୁ ନେଇ ମୁଣ୍ଡ ଟେକିଥିବା ନୂତନ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଫ୍ରାନ୍ସ ସରକାର। ଅନୀଲ ଅମ୍ବାନୀଙ୍କୁ ମିଳିଥିବା କର ରିହାତି କୌଣସି ସରକାରୀ ଚାପରେ ହୋଇନାହିଁ ବୋଲି ଫ୍ରାନ୍ସ ପକ୍ଷରୁ କୁହାଯାଇଛି। ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେଜାଣ୍ଡ୍ରେ ଜିଗ୍‌ଲର ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ଅନୀଲ ଅମ୍ବାନୀଙ୍କ ‘ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ ଫ୍ରାନ୍ସ’କୁ ପ୍ରଦାନ କରାଯାଇଥିବା କର ରିହାତି ସମ୍ପୂର୍ଣ୍ଣ ଭାବରେ ଆଇନଗତ ପ୍ରକ୍ରିୟାରେ କରାଯାଇଛି ବୋଲି ଜିଗ୍‌ଲର ଟ୍ବିଟ୍‌ କରି କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ଖବରକାଗଜରେ ପ୍ରକାଶିତ ସୂଚନା ଅନୁଯାୟୀ ଫ୍ରାନ୍ସ ସରକାର ରିଲାଏନ୍ସ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ‘ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ ଫ୍ରାନ୍ସ’କୁ ପ୍ରାୟ ୧୪୩ମିଲୟନ୍‌ ବା ୧୧୦୦ କୋଟି ଟଙ୍କାର କର ଛାଡ କରିଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ଟିକସ୍‍ ଅଧିକାରୀ ଯାଞ୍ଚ ସମୟରେ ୨୦୦୭ରୁ ୨୦୧୦ ମଧ୍ୟରେ ୬୦ ନିୟୁତ ୟୁରୋ ଟିକସ୍‍ ବାକିଥିଲା। ଏହାପରେ ୨୦୧୦ ରୁ ୨୦୧୨ମଧ୍ୟରେ ଏହି କମ୍ପାନୀକୁ ୯୧ ମିଲିୟନ ୟୁରୋ ଅତିରିକ୍ତ ଟିକସ୍‍ ଜମା କରିବାକୁ କୁହାଯାଇଥିଲା। ପରେ ରାଫେଲ ରାଜିନାମା ସମୟରେ ଫ୍ରାନ୍ସ ସରକାର ‘ରିଲାଏନ୍ସ ଆଟଲାଣ୍ଟିକ ଫ୍ଲାଗ ଫ୍ରାନ୍ସ’ କମ୍ପାନୀ ଉପରୁ ୧୪୩ ନିୟୁତ ୟୁରୋ ଛାଡ଼ କରି ଦେଇଥିଲେ। କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ଏହି ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରିଥିଲେ। ବାମଦଳଗୁଡିକ ମଧ୍ୟ ଏହି ମାମଲା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ସିପିଏମ୍‌ ନେତା ସୀତାରାମ ୟେଚୁରୀ କହିଛନ୍ତି, ସରକାର ସାଧାରଣ କରଦାତାଙ୍କ ଅର୍ଥ ଶିଳ୍ପପତିଙ୍କ ମଧ୍ୟରେ ଏହିପରି ଭାବରେ ବାଣ୍ଟୁଛନ୍ତି। ଭାରତ ଫ୍ରାନ୍ସ ନିକଟରୁ ୩୬ଟି ରାଫାଲେ ବିମାନ କିଣିବାର ଯୋଜନା ରହିଛି।

Categories
ଆଜିର ଖବର

ଆତଙ୍କୀ ମାସୁଦ୍‌ ବିପକ୍ଷରେ ଭାରତ ସହ ଫ୍ରାନ୍ସ : ମାସୁଦର ସମ୍ପତ୍ତି ଅଚଳ କରିବ

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌ ମୁଖ୍ୟ ମାସୁଦ୍‌ ଅଜହର୍‌ଙ୍କୁ ଜାତିସଂଘ ସୁରକ୍ଷା ପରିଷଦରେ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ଆଗତ ପ୍ରସ୍ତାବକୁ ଚୀନ୍‌ ବିରୋଧ କରିବା ପରେ  ମଧ୍ୟ ଆତଙ୍କୀ ମାସୁଦ୍‌ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ଚାଲିଛି। ମାସୁଦ୍‌ ଉପରେ ଫ୍ରାନ୍ସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ମାସୁଦର ସମସ୍ତ ସମ୍ପତ୍ତିକୁ ଅଚଳ କରିବାକୁ ଫ୍ରାନ୍ସ ସରକାର ନିଷ୍ପତ୍ତି ନେଇଛନ୍ତି। ଫ୍ରାନ୍ସର ଅର୍ଥ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଦେଶରେ ଥିବା ମାସୁଦ୍‌ର ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସମ୍ପତ୍ତିକୁ ଠାବ କରାଯାଇ ସେଗୁଡ଼ିକୁ ଫ୍ରିଜ୍‌ କରାଯିବ।  ଜାମ୍ମୁ-କାଶ୍ମୀରର ପୁଲ୍‌ଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ୍‌ ହେବା ପରେ ଜୈଶ୍‌-ଏ—ମହମ୍ମଦ (ଜେଇଏମ୍‌) ସମେତ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପାକିସ୍ତାନ ଉପରେ ବିଶ୍ବ ସମୁଦାୟ ପକ୍ଷରୁ ଚାପ ପଡୁଛି। ଆତଙ୍କବାଦ ବିରୋଧରେ ଲଢେଇ କରିବା ପ୍ରସଙ୍ଗରେ ଫ୍ରାନ୍ସ ସହ ସର୍ବଦା ଭାରତ ସହ ରହିଆସିଛି ଓ ଆଗୁକୁ ମଧ୍ୟ ସମର୍ଥନ କରିବ ବୋଲି କହିଛି।