Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅତ୍ୟାଧୁନିକ ଉପାୟରେ ଠକେଇର ଶିକାର ହେଲେ ସଫ୍ଟୱେର୍ ଇଞ୍ଜିନିୟର: ଖାତାରୁ ୧ ଲକ୍ଷ ଲୁଟିଲେ ସାଇବର ଠକ

ନୂଆଦିଲ୍ଲୀ: ଅହମ୍ମଦାବାଦର ୨୬ ବର୍ଷିୟ ସଫ୍ଟୱେର୍ ଡେଭଲପର୍ ଏକ ଅତ୍ୟାଧୁନିକ ଠକେଇର ଶିକାର ହୋଇ ୧ ଲକ୍ଷ ଟଙ୍କା ହରାଇଛନ୍ତି।

ସୂଚନା ଅନୁଯାୟୀ, ଘାଟଲୋଡିଆରେ ରହୁଥିବା ଏବଂ ସିନ୍ଧୁ ଭବନ ରୋଡରେ ଥିବା ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଏହି ଯୁବ ପେସାଦାରଙ୍କ ନିକଟକୁ ଏକ ଅଜଣା ଫୋନ ଆସିଥିଲା। ଏହି ଫୋନରେ ତାଙ୍କୁ କ୍ୟୁରିଅର୍ ବିଷୟରେ କୁହାଯାଇଥିଲା। ତାଙ୍କୁ ଚେନ୍ନାଇରୁ ମୁମ୍ବାଇକୁ ପଠାଯାଇଥିବା ପାର୍ସଲ ବିଷୟରେ ସବିଶେଷ ତଥ୍ୟ ଦାବି କରୁଥିବା ବ୍ୟକ୍ତିଙ୍କ ସହ ସଂଯୋଗ କରଯାଇଥିଲା। ଆଇଭିଆର ସିଷ୍ଟମ ଉପରେ ବିଶ୍ଵାସ କରି ସେ ‘୧’ ବଟନ ଦବାଇଥିଲେ।

ସେ ତାଙ୍କର ସଠିକ୍ ଆଧାର ବିବରଣୀ ପ୍ରଦାନ କରି ଅଭିଯୋଗକାରୀଙ୍କ କଲକୁ ପ୍ରକୃତ ବୋଲି ବିଶ୍ୱାସ କରିଥିଲେ। ଏହାପରେ ତାଙ୍କୁ ପ୍ରତାରଣା କରାଯାଇଥିଲା। ସେଠାରୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚରୁ ସୁନୀଲ ଦତ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ଏହି କଲ ସ୍ଥାନାନ୍ତର କରାଯାଇଥିଲା। ଏହି ନକଲି ଅଧିକାରୀ ତାଙ୍କୁ ସୂଚନା ଦେଇଥିଲେ ଯେ, ପାର୍ସଲରେ ୬ ଟି ବ୍ୟାଙ୍କ କାର୍ଡ ରହିଛି ଏବଂ ଆର୍ଥିକ ଅପରାଧ ଅଭିଯୋଗରେ ତାଙ୍କୁ ବର୍ତ୍ତମାନ ଡିଜିଟାଲ ଗିରଫ କରାଯାଇଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ଜାରି କରାଯାଇଥିବା ଏକ ନକଲି ଗିରଫ ୱାରେଣ୍ଟ ଦେଖାଯିବା ପରେ ପୀଡିତଙ୍କୁ ଆହୁରି ଭୟଭୀତ କରାଯାଇଥିଲା। ତାଙ୍କ ଉପରେ ଚାପ ପ୍ରୟୋଗ କରି ଖାଲିମ ଅନସାରୀ ନାମକ ଜଣେ ଆଡଭୋକେଟଙ୍କ ସହ ଯୋଡା ଯାଇଥିଲା। ସେମାନଙ୍କ ନିର୍ଦ୍ଦେଶ ଅନୁଯାୟୀ, ସଫ୍ଟୱେର୍ ଡେଭଲପର୍ ନିଜ ବ୍ୟାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ସ୍ଥାନାନ୍ତର କରିଥିଲେ।

ଥରେ ଟଙ୍କା ଟ୍ରାନ୍ସଫର ହେବା ପରେ ସମସ୍ତେ ଅଦୃଶ୍ୟ ହୋଇଯାଇଥିଲେ ଏବଂ ସେମାନଙ୍କୁ ଯୋଗାଯୋଗ କରିବାରେ ସେ ଅସମର୍ଥ ହୋଇଥିଲେ। ପ୍ରତାରଣା ହୋଇଥିବା ଜାଣିବା ପରେ ସୋଲା ପୋଲିସ ନିକଟରେ ସେ ଅଭିଯୋଗ କରିଥିଲେ।

ଏହିପରି ସ୍କାମରୁ ନିଜକୁ କିପରି ରକ୍ଷା କରିବେ:

କଲ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରନ୍ତୁ: କୌଣସି ଅଜଣା ବ୍ୟକ୍ତିଙ୍କୁ କେବେବି ବିଶ୍ଵାସ କରନ୍ତୁ ନାହିଁ, କାରଣ ସେମାନଙ୍କର କିଛି ବ୍ୟକ୍ତିଗତ ବିବରଣୀ ଅଛି। ଅଫିସିଆଲ୍ ଚ୍ୟାନେଲ ମାଧ୍ୟମରେ ସେମାନଙ୍କର ଦାବି କ୍ରସ୍-ଚେକ୍ କରନ୍ତୁ।

ସ୍ୱୟଂଚାଳିତ କଲ୍ ଉପରେ ବଟନ୍ ଦବାଇବା ଠାରୁ ଦୂରେଇ ରୁହନ୍ତୁ: ଯେପର୍ଯ୍ୟନ୍ତ ଆପଣ କଲ୍ ଆଶା କରୁନାହାଁନ୍ତି, IVR ନିର୍ଦ୍ଦେଶଗୁଡିକ ଅନୁସରଣ କରନ୍ତୁ ନାହିଁ।

ଚାପ କୌଶଳରୁ ସାବଧାନ ରୁହନ୍ତୁ: ସ୍କାମରମାନେ ଆପଣଙ୍କୁ ଶୀଘ୍ର ନିଷ୍ପତ୍ତି ନେବା ପାଇଁ କୌଶଳ କରିବେ। ଭାବିବାକୁ ସମୟ ନିଅନ୍ତୁ।

ତୁରନ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ: ଯଦି କିଛି ଅନୁଭବ ହୁଏ, ବିଳମ୍ବ ନକରି ଆପଣଙ୍କର ସ୍ଥାନୀୟ ସାଇବର କ୍ରାଇମ୍ ହେଲ୍ପଲାଇନକୁ ଫୋନ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ କମ୍ୟୁନିକେସନ୍ ର ଋଣ ଖାତାକୁ ଠକେଇ ବୋଲି ଘୋଷଣା କଲା କାନାରା ବ୍ୟାଙ୍କ

ନୂଆଦିଲ୍ଲୀ: କାନାରା ବ୍ୟାଙ୍କ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେସନକୁ ଆଉ ଏକ ଝଟକା ଦେଇଛି। କାନାରା ବ୍ୟାଙ୍କ ରିଲାଏନ୍ସ କମ୍ୟୁନିକେସନ୍, ରିଲାଏନ୍ସ ଇନଫ୍ରାଟେଲ ଏବଂ ରିଲାଏନ୍ସ ଟେଲିକମ୍ ଲିମିଟେଡ୍ କୁ ଠକେଇ ଆକାଉଣ୍ଟ ଭାବରେ ଘୋଷଣା କରିଛି। କାନାରା ବ୍ୟାଙ୍କ ରିଲାଏନ୍ସ କମ୍ୟୁନିକେସନକୁ ଏକ ବିଜ୍ଞପ୍ତି ଜାରି କରିଛି ଏବଂ ଏହାର ଋଣ ଆକାଉଣ୍ଟକୁ ଏକ ଜାଲିଆତି ଆକାଉଣ୍ଟ ଭାବରେ ଶ୍ରେଣୀଭୁକ୍ତ କରିଛି।

ଶୁକ୍ରବାର ଦିନ ଦେବାଳିଆ ଟେଲିକମ୍ କମ୍ପାନୀ ଆରକୋମକୁ ପଠାଯାଇଥିବା ବିଜ୍ଞପ୍ତି ଅନୁଯାୟୀ କାନାରା ବ୍ୟାଙ୍କ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେସନ୍ (ଆରକମ୍) ଏବଂ ଏହାର ସହାୟକ କମ୍ପାନୀଗୁଡିକର ଋଣ ଖାତାକୁ ଜାଲିଆତି ବୋଲି ଘୋଷଣା କରିଛି। ଏହା କରିବା ପାଇଁ କାନାରା ବ୍ୟାଙ୍କ ହେଉଛି ଚତୁର୍ଥ ଋଣଦାତା। ଏହାପୂର୍ବରୁ ଡିସେମ୍ବର ୨୦୨୦ ରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ କମ୍ପାନୀର ଆକାଉଣ୍ଟକୁ ଜାଲିଆତି ବୋଲି ଘୋଷଣା କରିଥିଲେ।

ସମଗ୍ର ବିଷୟ କ’ଣ?:

ଅକ୍ଟୋବର ୨୮ ତାରିଖରେ କାନାରା ବ୍ୟାଙ୍କ ଦ୍ୱାରା ରିଲାଏନ୍ସ କମ୍ୟୁନିକେସନକୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା ଏବଂ ନଭେମ୍ବର ୫ ତାରିଖରେ ରିଲାଏନ୍ସ କମ୍ୟୁନିକେସନ କାନାରା ବ୍ୟାଙ୍କରୁ ପଠାଯାଇଥିବା ଚିଠିକୁ ଗ୍ରହଣ କରିଥିଲା। ନଭେମ୍ବର ୧୬ ତାରିଖ ଶୁକ୍ରବାର ଦିନ କମ୍ପାନୀ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇଛି ଯେ, ଏହାର ଆକାଉଣ୍ଟକୁ ଜାଲିଆତି ଶ୍ରେଣୀଭୁକ୍ତ କରିବାକୁ କାନାରା ବ୍ୟାଙ୍କରୁ ଏକ ଚିଠି ଆସିଛି।

ଏହି ଚିଠିରେ ତିନି କମ୍ପାନୀର ଅଡିଟ୍ ପରେ ମିଳିଥିବା ଠକେଇର ପ୍ରମାଣ ଆଧାରରେ ଋଣ ଖାତାକୁ ଜାଲିଆତି ଆକାଉଣ୍ଟ ବୋଲି ଘୋଷଣା କରିବାକୁ ଘୋଷଣା କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, RCom କେବଳ ପେମେଣ୍ଟରେ ଡିଫଲ୍ଟର ନୁହେଁ, ବରଂ ଅନୁମୋଦନ ସର୍ତ୍ତକୁ ମଧ୍ୟ ଉଲ୍ଲଂଘନ କରିଛି। ଅଡିଟ୍ ଅନୁଯାୟୀ ରିଲାଏନ୍ସ କମ୍ୟୁନିକେସନ୍ ଏବଂ ଏହାର ସହାୟକ କମ୍ପାନୀ – ରିଲାଏନ୍ସ ଟେଲିକମ୍ ଏବଂ ରିଲାଏନ୍ସ ଇନଫ୍ରାଟେଲ ବିଭିନ୍ନ ବ୍ୟାଙ୍କରୁ ୩୧,୫୮୦ କୋଟି ଟଙ୍କା ଋଣ ନେଇଥିଲେ। ମାର୍ଚ୍ଚ ୨୦୧୭ ରେ କମ୍ପାନୀ ଏହି ଋଣକୁ ଏକ ଅଣ-କାର୍ଯ୍ୟକ୍ଷମ ସମ୍ପତ୍ତି ଭାବରେ ଘୋଷଣା କରିଥିଲା ​​ଏବଂ ଋଣ ସହିତ ଗ୍ୟାରେଣ୍ଟି ପତ୍ର ମଧ୍ୟ ଅନ୍ତର୍ଭୂକ୍ତ କରିଥିଲା, ଯାହା ବ୍ୟାଙ୍କର ଋଣ ପରିଶୋଧ ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକର ସମ୍ପୂର୍ଣ୍ଣ ଉଲ୍ଲଂଘନ ଅଟେ। ନକଲି ଋଣଦାତାଙ୍କୁ ଟଙ୍କା ଛାଡିବା ଏବଂ ବିକ୍ରୟ ଇନଭଏସ୍ ପାଣ୍ଠିର ଅପବ୍ୟବହାର ପାଇଁ ବ୍ୟାଙ୍କ ଆରକୋମ୍ ଏବଂ କୋ’ କୁ ମଧ୍ୟ ଦାୟୀ କରିଛି।

ଏକ ଏକ୍ସଚେଞ୍ଜ୍ ଦାଖଲରେ କମ୍ପାନୀ କହିଛି ଯେ, ଏହି ଋଣ ସୁବିଧାଗୁଡ଼ିକ ଚାଲୁଥିବା ଅସମର୍ଥତା ପ୍ରକ୍ରିୟାକୁ ପୂର୍ବାନୁମାନ କରେ ଏବଂ ଅସମର୍ଥ ପ୍ରକ୍ରିୟା କିମ୍ବା ବାତିଲର ଅଂଶ ଭାବରେ ଏହାର ସମାଧାନ ହେବା ଆବଶ୍ୟକ।

Categories
ଆଜିର ଖବର ଜାତୀୟ ଖବର

ମେସେଜିଂ ସେବାର ଅପବ୍ୟବହାର ରୋକିବା ଏବଂ ଠକାମିରୁ ଉପଭୋକ୍ତାଙ୍କୁ ରକ୍ଷା କରିବା ପାଇଁ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ: ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଆଜି ମେସେଜିଂ ସେବାର ଅପବ୍ୟବହାର ରୋକିବା ଏବଂ ଠକାମିରୁ ଉପଭୋକ୍ତାଙ୍କୁ ରକ୍ଷା କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶନାମା ଜାରି କରିଛି। ଆଜି ଜାରି ହୋଇଥିବା ଏକ ନିର୍ଦ୍ଦେଶନାମା ଜରିଆରେ ଟ୍ରାଇ ସମସ୍ତ ଆକ୍ସେସ୍ ସେବା ପ୍ରଦାନକାରୀମାନଙ୍କୁ ନିମ୍ନଲିଖିତ ପଦକ୍ଷେପ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି:

୧- ଉନ୍ନତ ତଦାରଖ ଓ ନିୟନ୍ତ୍ରଣ ପାଇଁ ଟ୍ରାଇ ଆକ୍ସେସ୍ ସେବା ପ୍ରଦାନକାରୀମାନଙ୍କୁ ୧୪୦ ସିରିଜ୍ ରୁ ଆରମ୍ଭ ହେଉଥିବା ଅନଲାଇନ୍ ଟେଲି ମାର୍କେଟିଂ କଲ୍ଗୁଡ଼ିକୁ ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଡିଏଲ୍ଟି ପ୍ଲାଟଫର୍ମକୁ ସ୍ଥାନାନ୍ତର କରିବାକୁ ବାଧ୍ୟତାମୂଳକ କରିଛି।

୨- ୧ ସେପ୍ଟେମ୍ବର ୨୦୨୪ ରୁ, ସମସ୍ତ ଆକସେସ୍ ସେବା ପ୍ରଦାନକାରୀମାନେ ୟୁଆର୍‌ଏଲ୍‌, ଏପିକେ, ଓଟିଟି ଲିଙ୍କ୍ କିମ୍ବା କଲ୍ ବ୍ୟାକ୍ ନମ୍ବର ଥିବା ବାର୍ତ୍ତା ପ୍ରସାରଣ କରିବାକୁ ନିଷିଦ୍ଧ ହେବେ ଯାହା ପ୍ରେରଣକାରୀଙ୍କ ଦ୍ୱାରା ମଞ୍ଜୁରି ତାଲିକାଭୁକ୍ତ ନୁହେଁ।

୩- ମେସେଜ୍ ସ୍ଥିତି ଜାଣିବା ପାଇଁ ୨୦୨୪ ନଭେମ୍ବର ପହିଲାରୁ ପ୍ରେରଣକାରୀଙ୍କ ଠାରୁ ପ୍ରାପ୍ତକାରୀଙ୍କ ପର୍ଯ୍ୟନ୍ତ ସମସ୍ତ ମେସେଜର ଅବସ୍ଥିତି ସୁନିଶ୍ଚିତ କରିବା ଜରୁରୀ ବୋଲି ଟ୍ରାଇ ନିର୍ଦ୍ଦେଶ ଦେଇଛି । ଏକ ଅନିର୍ଦ୍ଦିଷ୍ଟ କିମ୍ବା ଅସମାନ ଟେଲିମାର୍କେଟର ଚେନ୍ ଥିବା କୌଣସି ମେସେଜ୍‌ ପ୍ରତ୍ୟାଖ୍ୟାନ ହେବ।

୪- ପ୍ରୋତ୍ସାହନ ବିଷୟବସ୍ତୁ ଲାଗି ଟେମ୍ପଲେଟ୍ ର ଅପବ୍ୟବହାରକୁ ରୋକିବା ପାଇଁ ଅନୁପାଳନ ନ କରିବାକୁ ଟ୍ରାଇ ଦଣ୍ଡନୀୟ ପଦକ୍ଷେପ ବୋଲି ଗ୍ରହଣ କରିଛି। ଭୁଲ୍ ବର୍ଗରେ ପଞ୍ଜୀକୃତ ବିଷୟବସ୍ତୁ ଟେମ୍ପଲେଟ୍‌ ଗୁଡ଼ିକୁ କଳା ତାଲିକାଭୁକ୍ତ କରାଯିବ ଏବଂ ବାରମ୍ବାର ଅପରାଧ ପାଇଁ ପ୍ରେରକଙ୍କ ସେବାକୁ ଏକ ମାସ ପାଇଁ ସ୍ଥଗିତ ରଖାଯିବ।

୫- ନିୟମାବଳୀର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଡିଏଲଟିରେ ପଞ୍ଜୀକୃତ ସମସ୍ତ ଶୀର୍ଷକ ଓ ବିଷୟବସ୍ତୁ ଟେମ୍ପଲେଟ୍ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ପାଳନ କରିବା ଆବଶ୍ୟକ। ଏହାବ୍ୟତୀତ, ଗୋଟିଏ ବିଷୟବସ୍ତୁ ଟେମ୍ପଲେଟ୍ ଏକାଧିକ ହେଡର ସହିତ ଲିଙ୍କ୍ ହୋଇପାରିବ ନାହିଁ।

୬- ଯଦି କୌଣସି ପ୍ରେରକଙ୍କ ହେଡର କିମ୍ବା କଣ୍ଟେଣ୍ଟ ଟେମ୍ପଲେଟ୍ ର ଅପବ୍ୟବହାର ନଜରକୁ ଆସେ, ତେବେ ଟ୍ରାଇ ତୁରନ୍ତ ସେହି ପ୍ରେରକଙ୍କ ସମସ୍ତ ହେଡର ଏବଂ କଣ୍ଟେଣ୍ଟ ଟେମ୍ପଲେଟ୍ ରୁ ଟ୍ରାଫିକ୍କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏଭଳି ଅପବ୍ୟବହାର ବିରୋଧରେ ପ୍ରେରଣକାରୀଙ୍କ ଦ୍ୱାରା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ହିଁ ପ୍ରେରଣକାରୀଙ୍କ ଠାରୁ ଟ୍ରାଫିକ୍ ପ୍ରତ୍ୟାହାର କରାଯିବ। ଏହାବ୍ୟତୀତ ଡେଲିଭରି-ଟେଲିମାର୍କେଟରମାନେ ଦୁଇ ଦିନ ମଧ୍ୟରେ ଏଭଳି ଅପବ୍ୟବହାର ପାଇଁ ଦାୟୀ ସଂସ୍ଥାଗୁଡ଼ିକୁ ଚିହ୍ନଟ କରି ରିପୋର୍ଟ କରିବା ଆବଶ୍ୟକ, ନଚେତ୍ ସେମାନେ ସମାନ ପରିଣାମ ଭୋଗିବେ।

ଟ୍ରାଇ ୱେବସାଇଟ www.trai.gov.in ରେ ଉପଲବ୍ଧ ନିର୍ଦ୍ଦେଶନାମାକୁ ସଠିକ ଲେଖା ପାଇଁ ଅଂଶୀଦାରମାନେ ଦେଖିବାକୁ ପରାମର୍ଶ ଦିଆଯାଇଛି।

ସ୍ୱଚ୍ଛ ଓ ସୁରକ୍ଷିତ ମେସେଜିଂ ଇକୋସିଷ୍ଟମ ସୁନିଶ୍ଚିତ କରିବା, ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ଏବଂ ଜାଲିଆତି କାର୍ଯ୍ୟକଳାପକୁ ରୋକିବା ପାଇଁ ଟ୍ରାଇର ପଦକ୍ଷେପକୁ ଆଗେଇ ନିଆଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

25ଟି ସ୍କୁଲରେ ଜଣେ ଶିକ୍ଷୟିତ୍ରୀ : ଏକ ବର୍ଷରେ ଏକ କୋଟିର ଠକେଇ

ଲକ୍ଷ୍ନୌ : ଅନନ୍ୟ ଉପାୟରେ ଠକେଇ କରିବାର ଏକ ଉପାୟ ବାହାର କରିବା ସହିତ ଏହା ଦ୍ବାରା 1 କୋଟିରୁ ଅଧିକ ଟଙ୍କାର ଠକେଇ କରିଛନ୍ତି । ଅନାମିକା ଶୁକ୍ଳା ନାମକ ଏହି ଶିକ୍ଷୟିତ୍ରୀ ଜଣକ ଏକ ସମୟରେ 25ଟି ବିଦ୍ୟାଳୟରେ ଚାକିରି କରୁଥିଲେ । ପ୍ରାୟ ଏକ ବର୍ଷ ଧରି ମହିଳା ଜଣକ 25ଟି ସ୍କୁଲରେ କାମ କରିବା ସହିତ ଏକ କୋଟିରୁ ଅଧିକ ଟଙ୍କାର ବେତନ ନେଇଥିଲେ । ମାନବ ସମ୍ବଳ ବିଭାଗ ପକ୍ଷରୁ ଶିକ୍ଷକ ମାନଙ୍କର ଡାଟାବେସ୍‌ ତିଆରି ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି ।

ଘଟଣା ସମ୍ମୁଖକୁ ଆସିବା ପରେ ପୋଲିସ୍‌ ପକ୍ଷରୁ ଶିକ୍ଷୟିତ୍ରୀଙ୍କୁ ପଚରା ଉଚୁରା ଜାରି ରହିଛି । ଏହି ଘଟଣା ସମ୍ମୁଖକୁ ଆସିବା ପରେ ଶିକ୍ଷୟିତ୍ରୀ ଜଣକ କାସଗଞ୍ଜ ସ୍କୁଲରୁ ଇସ୍ତଫା ପ୍ରଦାନ କରିଛନ୍ତି । ମଣିପୁରୀର ଏହି ମହିଳା ଜଣକ ଏକ ସମୟରେ କାସଗଞ୍ଜ, ଆମ୍ବେଦକର ନଗର, ବାଘପତ, ଆଲିଗଡ, ଶାହରନ୍‌ପୁର ଏବଂ ପ୍ରୟାଗରାଜ ଜିଲ୍ଲାର ବିଭିନ୍ନ ସ୍କୁଲରେ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ ଶିକ୍ଷୟିତ୍ରୀ ଜଣକ 1 କୋଟିରୁ ଅଧିକ ଟଙ୍କାର ବେତନ ନେଇ ସାରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ଲୁଟ୍‌, ବ୍ୟବସାୟୀଙ୍କ ଆକାଉଣ୍ଟରୁ ଲୁଟିଲେ 76 ହଜାର ଟଙ୍କା

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ପୁଣି ମ୍ୟାଜିକ୍‌ ପେନ୍‌ ଲୁଟର ଶିକାର ହେଲେ ଜଣେ ବ୍ୟବସାୟୀ । ଲୋନ୍‌ କରାଇଦେବା ନାଁରେ କ୍ୟାନସେଲ୍‌ ଚେକ୍‌ରେ ଦସ୍ତଖତ କରି ଫସିଛନ୍ତି ପାହାଳ ଫାଣ୍ଡି ଅଞ୍ଚଳର ଜଣେ ଟାୟାର ବ୍ୟବସାୟୀ । ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ବ୍ୟବସାୟୀଙ୍କୁ ଲୁଟ୍‌ କରାଯାଇଛି। ବ୍ୟବସାୟୀଙ୍କ ଆକାଉଣ୍ଟରୁ 76ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃର୍ତ୍ତ । ମ୍ୟାଜିକ୍‌ ପେନରେ ଲେଖା ହୋଇଥିବା ଚେକ୍‌ରୁ କ୍ୟାନସେଲ୍‌ ଗାଏବ ହୋଇଗଲା, ଚେକ୍‌ ପାଲଟିଲା ପେ’ ବୁଲ୍‌ ଚେକ୍‌ । ମ୍ୟାଜିକ୍‌ ପେନ୍‌କୁ ଢାଲ କରି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ବ୍ୟବସାୟୀଙ୍କୁ ।

Categories
ବିଶେଷ ଖବର

ସାବଧାନ-ଆପଣଙ୍କ ଖାଲି ଜାଗାରେ ମୋବାଇଲ ଟାୱାର ବସାଇବା ପାଇଁ କେହି ଫୋନ କରୁଛି କି ?

ସମୀକ୍ଷା ବ୍ୟୁରୋ

ହେଲୋ, ମୁଁ ଜିଓ କୋଲକତା ଅଫିସରୁ ସୁଚିସ୍ମତା ଗୁପ୍ତା କହୁଛି। ସାରେ ଆପଣଙ୍କର ଖାଲି ଜାଗା ଅଛି କି, ଯେଉଁଥିରେ ଆମେ ମୋବାଇଲ ଟାୱାର ନିର୍ମାଣ କରିବାକୁ ଚାହୁଁଛୁ। ଆପଣ ଯଦି ଚଟାପଟ ଲୋଭରେ ହଁ ବୋଲି ଉତ୍ତର ଦେଲେ, ତାପରେ ସେ କହିବ ଆଜ୍ଞା ସେ ଜାଗାଟି ଆମେ ୫ ବର୍ଷ ପାଇଁ ଲିଜ୍ ନେବୁ। ସେଥିପାଇଁ ଆପଣଙ୍କୁ ମାସକୁ ମାସ ଭଡା ଦେବୁ। ଏଥିସହିତ ଆପଣଙ୍କର ଯଦି କିଏ ପରିଚିତ ଥିବେ ତାଙ୍କୁ ସିକ୍ୟୁରିଟ ଗାର୍ଡ ଚାକିରୀ ମଧ୍ୟ ଦେବୁ। ଜାଗା ବାବଦରେ ଆପଣଙ୍କୁ ଜିଓ କଂପାନୀ ୩୦ ହଜାର ଟଙ୍କା ଏବଂ ସିକ୍ୟୁରିଟ ଗାର୍ଡ ପାଇଁ ୨୦ ହଜାର ଟଙ୍କା ମାସକୁ ମାସ ମିଳିବ। ଏପରି ଅଫର ପାଇବା ପରେ ଆପଣ କେବେ ବି ହାତ ଛଡା କରିବେ ନାହିଁ। ଚଟାପଟ ତାଙ୍କୁ ହଁ କରି କଣ କରିବାକୁ ପଡିବା ଆପଣ ପ୍ରଶ୍ନ ପଚାରିବେ। ତାପରେ ସେମାନେ ଆପଣଙ୍କ ଜାଗାର କାଗଜ ପତ୍ର ମାଗିବେ। ଆଉ କହିବେ ତା ପୂର୍ବରୁ ଆପଣଙ୍କ ପ୍ଲଟ ନମ୍ବର ଟି ଦିଅନ୍ତୁ। ଆମର ଆଇଟି ସେଲ କର୍ମଚାରୀମାନେ ଗୁଗୁଲି ମ୍ୟାପରେ ପକାଇ ଜାଗାଟି ଉପଯୁକ୍ତ କି ନାହିଁ ଭେରିଫିକେସନ କରିବେ। ଆପଣ ତାଙ୍କୁ କହିବେ ଠିକ ଅଛି ଆପଣ ଅଧ ଘଣ୍ଟା ପରେ ଫୋନ କରନ୍ତୁ ମୁଁ ପ୍ଲଟ ନମ୍ବର ଏବଂ ଜାଗାର ସମସ୍ତ ତଥ୍ୟ ଦେଉଛି।

ଠିକ୍ ଅଧଘଣ୍ଟା ପରେ ପୁଣି ଆପଣଙ୍କ ମୋବାଇଲ ବାଜି ଉଠିବ। ଆପଣ ତାଙ୍କ ସମସ୍ତ ତଥ୍ୟ ନେବା ପରେ ସେମାନେ କହିବେ ୨୦ ମିନଟ ମଧ୍ୟରେ ଭେରିଫିକେସନ ପରେ ଆପଣଙ୍କ ଫୋନ କରାଯିବ। ସେହି ଫୋନଟି ଆମର ଆଇଟି ସେଲରୁ ଆସିବ। ଯଦି ତାଙ୍କର ଆଉ କିଛି ତଥ୍ୟ ଆବଶ୍ୟକ ପଡେ ତେବେ ଦୟାକରି ଆପଣ ଯୋଗାଇ ଦେବେ। ହିଁ ଯଦି ଭେରିଫିକେସନରେ ଆପଣଙ୍କ ଜାଗାଟି ଉପଯୁକ୍ତ ହେବା ନାହିଁ ତେବେ ସରି ସାରେ କିଛି କରିହେବ ନାହିଁ କହି ଫୋନ କାଟିଦେବେ। ମାସକୁ ଘରେ ବସି ପଚାଶ ହଜାର ଟଙ୍କା ମିଳିବ ସେହି ସ୍ବପ୍ନରେ ଭଗବାନଙ୍କୁ ଡାକିବେ ଭେରିଫିକେସନରେ କିପରି ପାଶ୍ ହେଇଯାଉ। ଠିକ ଦଶ ମିନିଟ ପରେ ପୁଣି ଫୋନ ଆସିବ ଆଉ ଖୁସିରେ ମହିଳା ଜଣଙ୍କ କହିବେ ଆଜ୍ଞା ଆପଣଙ୍କ ଜାଗାଟା ମନୋନୀତ ହୋଇଛି। ଆଇଟି ସେଲ ତରଫରୁ ସବୁଜ ସଙ୍କେତ ଦିଆଯାଇଛି। ଏହା ଶୁଣିବା ପରେ ଆପଣ ଖୁସିରେ ବିଭୋର ହୋଇଯିବେ। ତାପରେ ମହିଳା ଜଣଙ୍କ କହିବେ ଯେ, ସାରେ ଆପଣଙ୍କ ଜାଗାରେ ଆମେ ପ୍ରାୟ ୨ ଲକ୍ଷ ଟଙ୍କାର ଟାୱାର ଓ ଉପକରଣ ସ୍ଥାପନ କରିବୁ। ସେଥିପାଇଁ ଆପଣଙ୍କୁ ୧୨ ହଜାର ଟଙ୍କା ପ୍ରଥମେ ସିକ୍ୟୁରିଟ ଡିପୋଜିଟ କରିବାକୁ ପଡିବ। ୧୨ ହଜାର ଟଙ୍କା ଶୁଣିବା ପରେ ଖୁସିରେ ଆପଣ ହଁ କରିବେ। ଆଉ ମହିଳା ଜଣଙ୍କ ଦେଇଥିବା ଆକାଉଣ୍ଟ ନମ୍ବରରେ ଆପଣ ପଇସା ଡିପୋଜିଟ କରିଦେବେ। ବାସ ତାପରେ କାମ ଶେଷ। ଆପଣ ଆଉ ଯେତେ ଫୋନ କଲେ ସେମାନେ ଉଠାଇବେ ନାହିଁ କି ଆପଣ କଥା କେହି ଶୁଣିବେ ନାହିଁ। ପରେ ଜାଣିପାରିବେ ଯେ, ଆପଣ ଠକାମିର ଶିକାର ହୋଇଛନ୍ତି।

ଏହା କୌଣସି ଗପ ନୁହେଁ। ବର୍ତ୍ତମାନ ଓଡିଶା ଉପରେ ଏହି ସାଇବର ଠକଙ୍କ ଲୋଲୁପ ଦୃଷ୍ଟି ପଡିଛି। ଗତ ଦୁଇ ମାସ ମଧ୍ୟରେ ଓଡିଶାକୁ ଏହିପରି ଲକ୍ଷାଧିକ କଲ ଆସୁଛି। କେବଳ ଜିଓ କଂପାନୀରୁ ନୁହେଁ ଏହି ଦଳ କେତେବେଳେ ଭୋଡାଫୋନ ଏବଂ କେତେବେଳେ ଏୟାରଟେଲ କଂପାନୀରୁ କହୁଛି ବୋଲି ଫୋନ କରିଥାନ୍ତି। ଏହି ଗୋଷ୍ଠୀ ନୂଆଦିଲ୍ଲୀ ଏବଂ କୋଲକାତାରୁ କହୁଛି ବୋଲି କହିଥାନ୍ତି। ପ୍ରକୃତରେ ସେମାନେ ଯେଉଁ ନମ୍ବର ବ୍ୟବହାର କରନ୍ତି ତାହା ଏକ ଫେକ ନମ୍ବର। ଆପଣ ସେ ନମ୍ବରର ସ୍ଥିତି ସଂପର୍କରେ ଜାଣିବା ପାଇଁ ଯେତେ ଚେଷ୍ଠା କଲେ ମଧ୍ୟ କିଛି ବି ଜାଣିପାରିବେ ନାହିଁ। ଏପରି ପୋଲିସ ମଧ୍ୟ ଜାଣିବା ସମ୍ଭବ ହେବ ନାହିଁ। ସେହିପରି ସେମାନେ ଯେଉଁ ଆକାଉଣ୍ଟ ନମ୍ବର ଦେବେ ତାହା ମଧ୍ୟ ଏକ ନକଲି ନାମରେ କରାଯାଇଥିବ। ସେମାନେ ଏପରି ଚାଲାକରେ ଆକାଉଣ୍ଟ ଖୋଲିଥାନ୍ତି ଆପଣ ଯେତେ ଭେରିଫିକେସନ କଲେ ମଧ୍ୟ କିଛି ଲାଭ ହେବ ନାହିଁ। ଅନ୍ୟପଟେ ୧୨ ହଜାର ଟଙ୍କା ପାଇଁ ଆପଣ ଏତେ ପରିଶ୍ରମ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିବେ ନାହିଁ। ଫଳରେ ଏହି ଠକ ଦଳ ଦିନକୁ ପ୍ରାୟ ଲକ୍ଷାଧିକ ଟଙ୍କା ରୋଜଗାର କରାଯାଉଥିବାର ଅନୁମାନ କରାଯାଉଛି।

ବର୍ତ୍ତମାନ ଓଡିଶାରେ ମୋବାଇଲ ଟାୱାରର ଆବଶ୍ୟକତା ଅଛି କି ?

ପ୍ରକୃତରେ ଓଡିଶାରେ ମୋବାଇଲ ଟାୱାରର ଆବଶ୍ୟକତା ଅଛି କି ନାହିଁ ସେ ଉପରେ ଅନୁଧ୍ୟାନ କରାଯାଇଥିଲା। ଜିଓ ଏବଂ ଏୟାରଟେଲ ଅଧିକାରୀଙ୍କ ସହିତ ଏହି ଠକଙ୍କ ସଂପର୍କରେ ଅବଗତ କରାଇବା ପାଇଁ ଯୋଗାଯୋଗ କରାଯାଇଥିଲା। ସେମାନଙ୍କର କହିବା କଥା ଯେ, ବର୍ତ୍ତମାନ ଓଡିଶାରେ କୌଣସି ମୋବାଇଲ କଂପାନୀର ଟାୱାର ବସାଇବାର ଯୋଜନା ନାହିଁ। ଜିଓ କଂପାନୀ ଓଡିଶାରେ ଥିବା ବିଏସଏନଏଲ କଂପାନୀ ସହିତ ସହବନ୍ଧିତା କରି ତା ଟାୱାରରେ ମେସିନ ବସାଯାଇଛି। ସେଥିପାଇଁ ଜିଓ କଂପାନୀ ବିଏସଏନଏଲକୁ ବାର୍ଷିକ ଭଡା ଦେଉଛି। ସେହିପରି ଏୟାରଟେଲ କଂପାନୀର ଓଡିଶାରେ ଯେତିକି ଟାୱାର ବସାଇବା କଥା ତାହା ଶେଷ ହୋଇଛି। ଭୋଡାଫୋନ ଓଡିଶାରେ ଆଉ ଅଧିକ ଟାୱାର ବସାଇବ ନାହିଁ ବୋଲି ପ୍ରାୟ ଦୁଇ ବର୍ଷ ତଳୁ ନିଷ୍ପତ୍ତି ହୋଇଛି। ଏପରି କ୍ଷେତ୍ରରେ ଟାୱାର ବସାଇବା ନାମରେ ଯେଉଁମାନେ ଫୋନ କରୁଛନ୍ତି ସେମାନେ ସବୁ ଠକ ବୋଲି କଂପାନୀର ଅଧିକାରୀମାନେ କହିଛନ୍ତି।

ଏପରି ଫେକ କଲ ଆସିଲେ ଆପଣ କଣ କରିବେ

ଯଦି ଆପଣଙ୍କ ପାଖକୁ ଏପରି ଫେକ୍ କଲ ଆସୁଛି,ତେବେ ଆପଣ ତାଙ୍କ କଥାରେ ବିଭୋର ହୋଇଯାଆନ୍ତୁ ନାହିଁ। ଯଦି ଆପଣଙ୍କ ପାଖରେ ସମୟ ନାହିଁ ତେବେ ତାଙ୍କୁ ସିଧାସିଧା ମନା କରି ଦିଅନ୍ତୁ। ଯଦି ସମୟ ଅଛି ତେବେ ତାଙ୍କ କଥା ଧ୍ୟାନରେ ଶୁଣନ୍ତୁ। ଆଉ ଆପଣଙ୍କ ହିସାବରେ ତାଙ୍କୁ ଜେରା କରନ୍ତୁ। ଯଦି ସେମାନେ କୌଣସି ନିର୍ଦ୍ଧିଷ୍ଠ ମୋବାଇଲ କଂପାନୀର ନାମ କହୁଛନ୍ତି ତେବେ ଆପଣ କୁହନ୍ତୁ ଯେ, ଆପଣଙ୍କର ପରିଚିତ ବ୍ୟକ୍ତି ସେହି କଂପାନୀରେ କାମ କରୁଛନ୍ତି। ତେଣୁ ଆପଣ ଆପଣଙ୍କ ପଦବୀ କଣ କହୁନ୍ତୁ ମୁଁ ତାଙ୍କୁ ପଚାରି ବୁଝିବି। ଦେଖିବେ ଏହାପରେ ସେମାନେ ଫୋନ କଲଟି କାଟି ଦେବେ। ତାପରେ ଆପଣ କଲ ବ୍ୟାକ କଲେ ସେମାନେ ଆଉ ଫୋନ ଉଠାଇବେ ନାହିଁ କିମ୍ବା ସୁଇଚ ଅପ କରିଦେବେ। ଏ ସଂପର୍କରେ ଆମେ କେତେକ ସାଇବର ଏକ୍ସପର୍ଟଙ୍କ ସହିତ ଆଲୋଚନା କରିଥିଲୁ। ସେମାନଙ୍କ କହିବା କଥା ଯେ,ଏହି ଠକ ଦଳ ପାଖରେ ପ୍ରାୟ ୨୫ରୁ ୩୦ ଟି ଫେକ ନମ୍ବର ଥାଏ। ଏହି ଫେକ ନମ୍ବର ବନ୍ଦ ହୋଇଯାଇଥିଲେ ମଧ୍ୟ ସେମାନେ କେମିତି କିପରି ସଂଗ୍ରହ କରିପାରୁଛନ୍ତି। ଏପରିକି ଆପଣ ବିଶ୍ବାସ କରିପାରିବେ ନାହିଁ ସେମାନେ ଫେକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ମଧ୍ୟ ସକ୍ଷମ ହୋଇ ପାରୁଛନ୍ତି। ଏହି ଠକ ଦଳକୁ ଠାବ କରିବା ପୋଲିସ ତଥା ସାଇବର ବିଶେଷଜ୍ଞଙ୍କ ପାଇଁ ଭାରି କାଠିକର ପାଠ। କାରଣ ସେମାନେ ମଧ୍ୟ ସାଇବର ବିଶେଷଜ୍ଞଙ୍କୁ ଏହି କାମରେ ଲଗାଇଥାନ୍ତି। ତେଣୁ ଏପରି ଫୋନ କଲକୁ ଗୁରୁତ୍ବ ନ ଦେଇ ମନା କରିବା ସବୁଠାରୁ ବୁଦ୍ଧିମାନ କାମ ବୋଲି ସାଇବର ବିଶେଷଜ୍ଞ କହିଛନ୍ତି।