ପୁଣି ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ଲୁଟ୍‌, ବ୍ୟବସାୟୀଙ୍କ ଆକାଉଣ୍ଟରୁ ଲୁଟିଲେ 76 ହଜାର ଟଙ୍କା

Published: Mar 8, 2020, 5:22 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ପୁଣି ମ୍ୟାଜିକ୍‌ ପେନ୍‌ ଲୁଟର ଶିକାର ହେଲେ ଜଣେ ବ୍ୟବସାୟୀ । ଲୋନ୍‌ କରାଇଦେବା ନାଁରେ କ୍ୟାନସେଲ୍‌ ଚେକ୍‌ରେ ଦସ୍ତଖତ କରି ଫସିଛନ୍ତି ପାହାଳ ଫାଣ୍ଡି ଅଞ୍ଚଳର ଜଣେ ଟାୟାର ବ୍ୟବସାୟୀ । ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ବ୍ୟବସାୟୀଙ୍କୁ ଲୁଟ୍‌ କରାଯାଇଛି। ବ୍ୟବସାୟୀଙ୍କ ଆକାଉଣ୍ଟରୁ 76ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃର୍ତ୍ତ । ମ୍ୟାଜିକ୍‌ ପେନରେ ଲେଖା ହୋଇଥିବା ଚେକ୍‌ରୁ କ୍ୟାନସେଲ୍‌ ଗାଏବ ହୋଇଗଲା, ଚେକ୍‌ ପାଲଟିଲା ପେ’ ବୁଲ୍‌ ଚେକ୍‌ । ମ୍ୟାଜିକ୍‌ ପେନ୍‌କୁ ଢାଲ କରି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ବ୍ୟବସାୟୀଙ୍କୁ ।

Related posts