Categories
ଆଜିର ଖବର ଜାତୀୟ ଖବର

ବର୍ତ୍ତମାନ ନର୍କରେ ଶାନ୍ତିରେ ଶୁଅ : ଗୌତମ ଗମ୍ଭୀର

ନୂଆଦିଲ୍ଲୀ : କ୍ରିକେଟରରୁ ସାଂସଦ ବନିଥିବା ଗୌତମ ଗମ୍ଭୀର ସର୍ବଦା ନିଜର ଖୋଲାକଥା ପାଇଁ ଚର୍ଚ୍ଚାରେ ରହିଥିାନ୍ତି । ଗତକାଲି ହିଜବୁଲ ଆତଙ୍କବାଦୀ ରିୟାଜ୍‌ ନାଇକୁର ଏନ୍‌କାଉଣ୍ଟର ପରେ ଗମ୍ଭୀରଙ୍କ ଏକ ଟ୍ବିଟ୍‌କୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସର୍ବଦା ଭାରତୀୟ ସେନାର ସମର୍ଥନରେ ଟ୍ବିଟ୍‌ କରୁଥିବା ଗମ୍ଭୀର ନିଜ ଟ୍ବିଟ୍‌ରେ ଭାରତୀୟ ସେନାର ବୀରତ୍ବ ମଧ୍ୟ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ନର୍କରେ ଶାନ୍ତିରେ ଶୁଅ ବୋଲି ଟ୍ବିଟ୍‌ କରିବା ସହିତ କେବେ ଭାରତୀୟ ସେନା ସହ ଲାଗିବାର ଦୁଃସାହସ କରନାହିଁ ବୋଲି ଗମ୍ଭୀର ଟ୍ବିଟ୍ କରିଥିଲେ । ଗମ୍ଭୀରଙ୍କ ଏହି ଟ୍ବିଟ୍‌କୁ ପ୍ରାୟ 47 ହଜାର ଲାଇକ୍‌ ମିଳିଥିଲା । (ଏଜେନ୍ସି)

Categories
ଆଜିର ଖବର ଖେଳ ଜାତୀୟ ଖବର

ପିଏମ୍ କେୟାର ଫଣ୍ଡକୁ ୧ କୋଟି ଟଙ୍କା ପ୍ରଦାନ କଲେ ଏହି କ୍ରିକେଟର ସାଂସଦ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଷ୍ଟାଇଲିସ୍ ଓପ୍‌ନର ତଥା ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର କରୋନା ମୁକାବିଲା ପାଇଁ ୧ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ନିଜର ଏମ୍‌ପି ଲାଡ୍ ଫଣ୍ଡରୁ ଗମ୍ଭୀର ଏହି ଅର୍ଥ ପ୍ରଦାନ କରିଛନ୍ତି । ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମସ୍ତ ବିଜେପି ସାଂସଦଙ୍କୁ ନିଜ ସଂସଦୀୟ ପାଣ୍ଠିରୁ ୧ କୋଟି ଟଙ୍କା ଦାନ କରିବା ପାଇଁ କହିଥିଲେ । ଏହା ସହିତ ଗମ୍ଭୀର ନିଜର ଏକ ମାସର ବେତନ ମଧ୍ୟ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କରିଛନ୍ତି । ଏହା ସହିତ ଗମ୍ଭୀର ପୂର୍ବରୁ ନିଜ ଟ୍ରଷ୍ଟ ସହାୟତାରେ ଦୈନିକ ୨ ହଜାର ପ୍ୟାକେଟ୍ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି । ଗମ୍ଭୀରଙ୍କ ବ୍ୟତିତ କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ ମଧ୍ୟ ଏକ କୋଟି ଟଙ୍କା ଏବଂ ଏକ ମାସର ବେତନ ପ୍ରଦାନ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

କେଜ୍ରୀୱାଲ ହେଉଛନ୍ତି ଜଣେ ଛଳନାକାରୀ : ଗମ୍ଭୀର

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜଣେ ଛଳନାକାର ବୋଲି କହିଛନ୍ତି ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ମଙ୍ଗଳବାର ଦିନ ଗମ୍ଭୀର ଏହି ମନ୍ତବ୍ୟ ଦେଇଛନ୍ତି । ଶାହିନ୍‌ବାଗ ଗୁଳିକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଆପ୍‌ର ସଦସ୍ୟ ବୋଲି ଦିଲ୍ଲୀ ପୋଲିସ୍‌ ପକ୍ଷରୁ ସୂଚନା ମିଳିବା ପରେ ଗମ୍ଭୀର ଏହି ମନ୍ତବ୍ୟ ଦେଇଛନ୍ତି । ଗମ୍ଭୀର ଟ୍ବିଟ୍‌ କରି ଏହି ମତ ଦେଇଛନ୍ତି । କେଜ୍ରିଓ୍ବାଲ ଜଣେ ଚମତ୍କାର ମୁଖ୍ୟମନ୍ତ୍ରୀ । ପ୍ରଥମେ ଆନ୍ନା ହଜାରେଙ୍କୁ ମିଛ କହିଲେ, ପରେ ନିଜର ବନ୍ଧୁ ମାନଙ୍କୁ ମିଛ କହିଲେ, ସମସ୍ତ ସରକାରଙ୍କୁ ମିଛ ଏବଂ ଶେଷରେ ଦିଲ୍ଲୀ ବାସୀଙ୍କୁ ମିଛ କହିଲେ । ତେଣୁ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଛଳନାକାରୀ ତାହା ଦିଲ୍ଲୀ ବାସୀ ନିର୍ଦ୍ଧାରଣ କରିବେ ।(ଏଜେନ୍ସି)

Categories
ଆଜିର ଖବର

ବିନା ଅନୁମତିରେ ରାଲି : ଗୌତମ ଗମ୍ଭୀରଙ୍କ ବିରୋଧରେ ମାମଲା

ବିନା ଅନୁମତିରେ ଏକ ନିର୍ବାଚନୀ ରାଲି କରିଥିବାରୁ କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ୍‌। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗମ୍ଭୀରଙ୍କ ବିପକ୍ଷରେ ଏହି ମାମଲା ରୁଜୁ କରା ଯାଇଥିବା ଦିଲ୍ଲୀ ପୋଲିସ୍‌ ପକ୍ଷରୁ କୁହାଯାଇଛି। ଏପ୍ରିଲ୍‌ ୨୫ରେ ଦିଲ୍ଲୀର ଜଙ୍ଗପୁରାରେ କରିଥିବା ରାଲି ପାଇଁ ଅନୁମତି ନେଇନଥିଲେ ଯାହାକି ନିର୍ବାଚନ ଆଚରଣ ବିଧିର ଉଲଂଘନ ବୋଲି ନିର୍ବାଚନ କମିଶନ କହିଛନ୍ତି। ଗତମାସରେ ବିଜେପିରେ ଯୋଗ ଦେଇଥିବା ଗମ୍ଭୀରଙ୍କୁ ବିଜେପି ପୂର୍ବ ଦିଲ୍ଲୀରୁ ମହେଶ ଗିରିଙ୍କ ସ୍ଥାନରେ ପ୍ରାର୍ଥୀ କରିଥିଲା। କଂଗ୍ରେସର ଅରବିନ୍ଦର ସିଂ ଲଭ୍‌ଲୀ ଏବଂ ଆପ୍‌ର ଅତିଶି ମାର୍ଲେନାଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରୁଛନ୍ତି ଗମ୍ଭୀର। ଗମ୍ଭୀରଙ୍କୁ ସମାଲୋଚନା କରି ଅତିଶୀ ଏକ ଟ୍ବିଟ୍‌ କରି କହିଛନ୍ତି : ‘ପ୍ରଥମେ ନାମାଙ୍କନରେ ଭୁଲ୍‌, ଦୁଇଟି ଭୋଟର ଆଇଡି ଏବଂ ବର୍ତ୍ତମାନ ପୋଲିସ୍‌ ଏଫଆଇଆର, ଗମ୍ଭୀରଙ୍କୁ ମୋର ପ୍ରଶ୍ନ : ଯେତେବେଳେ ଆପଣଙ୍କୁ ନିୟମ ଜଣାନାହିଁ ଖେଳିବାକୁ ଚେଷ୍ଟା କାହିଁକି କରୁଛ?’। ସୂଚନାଯୋଗ୍ୟ ଯେ, ଗତକାଲି ଗମ୍ଭୀରଙ୍କର ଦୁଇଟି ଭୋଟର ଆଇଡି ରହିଥିବା ନେଇ ଅଭିଯୋଗ କରିବା ସହିତ ମାମଲା ଦାୟର କରିଥିଲେ। ଗମ୍ଭୀରଙ୍କ ପ୍ରଥମ ଭୋଟର ଆଇଡି କାରୋଲବାଗରେ ରହିଥିବା ବେଳେ ଦ୍ବିତୀୟ ଆଇଡିଟି ରାଜେନ୍ଦ୍ର ନଗରରେ ରହିଛି।