Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

Gold Price Fall: ପୁଣି ଖସିଲା ସୁନା ଦର, ଗତ 11 ମାସ ମଧ୍ୟରେ 12 ହଜାର ଟଙ୍କା ତଳକୁ ଖସିଲା

ଆଜି ମଧ୍ୟ ସୁନା ଦର ପୁଣି ଥରେ ନିମ୍ନମୁଖୀ ହୋଇଛି। ବିଗତ 11 ମାସ ମଧ୍ୟରେ ସୁନା ଦର ପ୍ରାୟ 12 ହଜାର ଟଙ୍କା ଖସି ଯାଇଛି । ଆଜି ଭୁବନେଶ୍ବରରେ 22 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା 41 ହଜାର 650 ରହିଛି। ଗତକାଲି ଏହି ଦର 42 ହଜାର ଥିଲା। ଅର୍ଥାତ ଆଜି 10 ଗ୍ରାମ ପିଛା 350 ଟଙ୍କା ହ୍ରାସ ପାଇଛି।

ସେହିପରି 24 କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ଆଜି 45 ହଜାର 4ଶହ ଟଙ୍କା ରହିଛି। ଗତକାଲି ଏହି ଦର 45 ହଜାର 8ଶହ 20 ଥିଲା। ଅର୍ଥାତ ଗୋଟିଏ ଦିନ ଭିତରେ ଏହି ଦର 380 ଟଙ୍କା ହ୍ରାସ ପାଇଛି।

ତେବେ ଗତ ମାର୍ଚ୍ଚ 5 ତାରିଖରେ ସୁନା ଦର ସର୍ବାଧିକ ହ୍ରାସ ଘଟିଥିଲା। ସେଦିନ 22 କ୍ୟାରେଟ ସୁନା 10 ଗ୍ରାମ ପିଛା 41 ହଜାର 450 ଥିଲା। ସେହିପରି 24 କ୍ୟାରେଟ ସୁନା 45 ହଜାର 200 ଥିଲା। ତେବେ ସୁନା ବ୍ୟବସାୟୀ ତଥା ବଜାର ସମୀକ୍ଷକଙ୍କ ହିସାବାରେ ଏହି ଦର ପୁଣି ହ୍ରାସ ପାଇବାର ସମ୍ଭାବନା ରହିଛି।

ସେହିପରି ରୂପା ଦର ମଧ୍ୟ ହ୍ରାସ ପାଇବାରେ ଲାଗିଛି।  ଆଜି ରୂପା ଦର ଭୁବନେଶ୍ବରରେ ଶହେ ଗ୍ରାମକୁ 7 ହଜାର 20 ଟଙ୍କା ରହିଛି। ଗତକାଲି ଏହି ଦର 7 ହଜାର 100 ଟଙ୍କା ଥିଲା।