Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସମସ୍ତ ରେକର୍ଡ ଭାଙ୍ଗିଲା ଜିଏସଟି ସଂଗ୍ରହ: ଏପ୍ରିଲରେ ପହଞ୍ଚିଲା ୨.୧୦ ଲକ୍ଷ କୋଟି

ନୂଆଦିଲ୍ଲୀ: ଦେଶରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ସଂଗ୍ରହ ଆକଳନ ସମସ୍ତ ରେକର୍ଡ ଭାଙ୍ଗି ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏପ୍ରିଲ୍ ୨୦୨୪ ରେ ଜିଏସଟି ସଂଗ୍ରହ ୨.୧୦ ଲକ୍ଷ କୋଟିରେ ପହଞ୍ଚିଛି।

ଏଥର ଜିଏସଟି ସଂଗ୍ରହ ବିପୁଳ ରାଜସ୍ୱ ହାସଲ କରିଛି ଏବଂ ସରକାରଙ୍କ ଭଣ୍ଡାରକୁ ପୂରଣ କରିଛି। ଏକ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଜିଏସଟି ରାଜସ୍ୱ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏପ୍ରିଲ ୨୦୨୪ ରେ ଜିଏସଟି ସଂଗ୍ରହ ୨.୧୦ ଲକ୍ଷ କୋଟି ଟଙ୍କା ହୋଇଛି, ଯାହାକି ଏକ ଐତିହାସିକ ରେକର୍ଡ। ମୋଟ ରାଜସ୍ୱ ବର୍ଷ ତୁଳନାରେ ୧୨.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ରିଫଣ୍ଡ ପରେ ଯଦି ଆମେ ନେଟ୍ ରାଜସ୍ୱକୁ ଦେଖିବା, ତେବେ ଏହା ୧.୯୨ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ବାର୍ଷିକ ୧୭.୧ ପ୍ରତିଶତ ବୃଦ୍ଧି ହୋଇଛି।

ରେକର୍ଡ ଜିଏସଟି ସଂଗ୍ରହକୁ ନେଇ ସରକାର ଅତ୍ୟନ୍ତ ଖୁସି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଆକଳନକୁ ତାଙ୍କ X ଆକାଉଣ୍ଟରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି।