Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇରୁ ଗିରଫ ହେଲେ  ଗୋରଖପୁରର ଡାକ୍ତର କାଫିଲ୍‌ ଖାନ୍‌

ମୁମ୍ବାଇ :ବିଆରଡି ମେଡିକାଲ୍‌ କଲେଜ ଗୋରଖପୁର କେସରୁ ଚର୍ଚ୍ଚାକୁ ଆସିଥିବା ଡାକ୍ତର କାଫିଲ୍‌ ଖାନ୍‌ଙ୍କୁ ଉତ୍ତରପ୍ରଦେଶ ସ୍ପେଶାଲ୍‌ ଟାସ୍କ ଫୋର୍ସ ମୁମ୍ବାଇ ଏୟାରପୋର୍ଟ ପାଖରୁ ଗିରଫ କରିଛନ୍ତି ।କଫିଲ ଖାନଙ୍କୁ ଗୋରଖପୁରର ବିଆରଡି ମେଡିକାଲ କଲେଜରୁ ନିଲମ୍ବିତ କରାଯାଇଥିଲା। ତାଙ୍କ ଉପରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ୨୦୧୯ ଡିସେମ୍ବର ୧୨ରେ ନାଗରିକତା ସଂଶୋଧନ ଆଇନ ନେଇ ଉତ୍ତେଜନାମୂଳକ ବୟାନ ଦେବା ଅଭିଯୋଗ ଥିଲା । ସୂଚନାଯୋଗ୍ୟ କଫିଲ ଖାନଙ୍କୁ ୨୦୧୭ରେ ବିଆରଡି କଲେଜରେ ଶିଶୁ ମୃତ୍ୟୁ ମାମଲା ନେଇ ନିଲମ୍ବିତ କରାଯାଇଥିଲା ।  ଗତକାଲି ରାତି 9ଟାବେଳେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଆଜି ମୁମ୍ବାଇର ମୁମ୍ବାଇ ବାଗ୍‌ଠାରେ କାଫିଲ୍‌ ଏକ ବୈଠକ କରିବେ ବୋଲି ସୂଚନା ରହିଥିଲା । ଡ. ଖାନଙ୍କ ବିରୋଧରେ ଆଇପିସିର ଧାରା ୧୫୩-ଏ ଅନୁଯାୟୀ ସିଭିଲ ଲାଇନ୍ସ ପୋଲିସ ଥାନାରେ ମାମଲା ରୁଜୁ କରାଯାଇଥିଲା ।  (ଏଜେନ୍ସି)