Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ବିଭାଗ ପାଇଁ ଗାଇଡ୍‌ ଲାଇନ ଜାରି : କାଲିଠୁ ଅଫିସ୍‌ ଆସିବେ ସମସ୍ତ ଗ୍ରୁପ୍‌ ‘ଏ’ ଅଧିକାରୀ

ଭୁବନେଶ୍ବର :  ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ତରଫରୁ ଆଜି ନିର୍ଦ୍ଦେଶନାମା ଜାରି କରାଯାଇଛି । କୋଡିଏ ତାରିଖରୁ ଅଫିସ୍‌ର କାର୍ଯ୍ୟ ପରିଚାଳନା ଲାଗି ନିର୍ଦ୍ଦେଶନାମା ଦିଆଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରଡିସି, ତହସିଲ, ଆର.ଆଇ ଅଫିସ ଆସିବେ ଶତ ପ୍ରତିଶତ କର୍ମଚାରୀ । କାଲିଠୁ ସମସ୍ତ ଗ୍ରୁପ୍‌ ‘ଏ’ ଅଧିକାରୀ ଅଫିସ୍‌ ଆସିବେ । 9ଟି ଜିଲ୍ଲାର 33 ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତେବେ 9ଟି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଖୋର୍ଦ୍ଧା, କଟକ, ସୁନ୍ଦରଗଡ, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର ଜିଲ୍ଲା । ଗ୍ରୁପ୍‌ ବି, ସି ଏବଂ ଡିର 33% କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବେ । 20ରୁ ସମସ୍ତ ଷ୍ଟାମ୍ପ୍‌ ଭେଣ୍ଡରଙ୍କୁ କାର୍ଯ୍ୟକ୍ଷମ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ନିର୍ମାଣ କାର୍ଯ୍ୟ ପାଇଁ ବାଲିଘାଟ, କ୍ରସର ୟୁନିଟ୍ ଓ କ୍ୱାରି ଗୁଡିକ ମଧ୍ୟ କାର୍ଯ୍ୟକ୍ଷମ କରାଯିବ। ତେବେ ଏସବୁ ସ୍ଥାନରେ ସାମାଜିକ ଦୂରତା କଟକଣା ମାନିବାକୁ ନିର୍ଦ୍ଦେଶ ରହିଛି ।