Categories
ଆଜିର ଖବର ଜାତୀୟ ଖବର

ସ୍ମାର୍ଟ ଇଣ୍ଡିଆ ହାକାଥନ 2020ର ଗ୍ରାଣ୍ଡ ଫିନାଲେକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର, ଦୈନନ୍ଦିନ ଜୀବନରେ ଉପୁଜୁଥିବା ଗୁରୁତର ସମସ୍ୟା ସମାଧାନ ପାଇଁ ସ୍ମାର୍ଟ ଇଣ୍ଡିଆ ହାକାଥନ ଛାତ୍ରଛାତ୍ରୀଙ୍କୁ ମଞ୍ଚ ପ୍ରଦାନ କରିଥାଏ । ଏହା ଉତ୍ପାଦ ନବାଚାର ସଂସ୍କୃତିକୁ ପ୍ରୋତ୍ସାହିତ କରିଥାଏ ଓ ସମସ୍ୟା ସମାଧାନର ମାନସିକତା ବିକଶିତ କରିଥାଏ । ଯୁବବର୍ଗଙ୍କୁ କିଛି ନିଆରା ଭାବିବାକୁ ପ୍ରୋତ୍ସାହିତ କରିବାରେ ଏହି ଉପକ୍ରମ ସଫଳ ହୋଇଛି ।

ସ୍ମାର୍ଟ ଇଣ୍ଡିଆ ହାକାଥନର ପ୍ରଥମ ସଂସ୍କରଣ (୨୦୧୭)ରେ ୪୨ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ବଢି ୧ ଲକ୍ଷ ଓ ୨୦୧୯ରେ ୨ ଲକ୍ଷରେ ପହଁଚିଥିଲା । ୨୦୨୦ ସ୍ମାର୍ଟ ଇଣ୍ଡିଆ ହାକାଥନର ପ୍ରଥମ ରାଉଣ୍ଡରେ ୪.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଆଧୁନିକ ପ୍ଲାଟଫର୍ମରେ ଅଂଶଗ୍ରହଣକାରୀମାନଙ୍କୁ ଏକାଠି ଯୋଡି ଚଳିତ ବର୍ଷର ଗ୍ରାଣ୍ଡ ଫିନାଲେ (ସଫ୍ଟୱେର ସଂସ୍କରଣ) ଅନଲାଇନରେ ଆୟୋଜିତ ହେଉଛି । ୩୭ କେନ୍ଦ୍ର ସରକାରୀ ବିଭାଗ, ୧୭ ରାଜ୍ୟ ସରକାର ଓ ୨୦ଟି ଉଦ୍ୟୋଗଗୁଡିକର ୨୪୩ଟି ସମସ୍ୟାର ସମାଧାନ ପାଇଁ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପ୍ରତିଯୋଗିତା କରୁଛନ୍ତି ।