Categories
ଆଜିର ଖବର

୫୦୦ କୋଟିର ଡ୍ରଗ୍ସ ସହିତ ୯ ଜଣଙ୍କୁ ଗିରଫ କଲା ଗୁଜରାତ ଏଟିଏସ୍‌

ଭାରତୀୟ ତଟରକ୍ଷା ବାହିନୀ (ଆଇସିଜି) ଏବଂ ଗୁଜରାତ ଆତଙ୍କବାଦ ବିରୋଧୀ ଦଳ (ଏଟିଏସ୍‌)ର ମିଳିତ ଅପରେସନ୍‌ରେ ୫୦୦ କୋଟିର ହେରୋଇନ୍‌ ସହିତ ୯ ଜଣ ଇରାନ୍‌ ନାଗରିକଙ୍କୁ ଗିରଫ କରିଛି। ସମୁଦ୍ରପଥ ଦେଇ ୧୦୦ କିଗ୍ରା ହେରୋଇନ୍‌ର ଚୋରାଚାଲାଣ କରାଯାଉଥିବା ବେଳେ ଉଦ୍ୟମକୁ ପଣ୍ଡ କରିଥିଲେ ଆଇସିଜି ଏବଂ ଏଟିଏସ୍‌। ଏଟିଏସ୍‌ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ହମିଦ୍‌ ମଲିକ୍‌ ନାମକ ଜନୈକ ପାକିସ୍ତାନୀ ନାଗରିକ ଏହି ହେରୋଇନ୍‌ ପଠାଇଥିଲେ। ଏହି ଜାହାଜଟି ପାକିସ୍ତାନର ଗ୍ବାଦାର ବନ୍ଦରରୁ ଇରାନ୍‌ ନିମନ୍ତେ ଯାଉଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଆଇସିଜି ଏବଂ ଗୁଜରାତ ଏଟିଏସ୍‌ର ମିଳିତ ଅପରେସନ୍‌ ଆରମ୍ଭ ହୋଇଥିଲା। ଦୀର୍ଘ ୨୪ ଘଣ୍ଟାର ଅପରେସନ୍‌ ପରେ ଏହି ସଫଳତା ମିଳିଛି। ୯ ଇରାନ୍‌ ନାଗରିକଙ୍କୁ ଜେରା କରାଯାଉଥିବା କହିଛି ଗୁଜରାତ ଏଟିଏସ୍‌।