Categories
ଆଜିର ଖବର ଜାତୀୟ ଖବର

ଲୋକତନ୍ତ୍ରକୁ ଶେଷ କରିବାକୁ ଚାହୁଁଛି ବିଜେପି : ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ଗତ ଦୁଇ ଦିନ ହେବ ରାଜନୈତିକ ଅସ୍ଥିରତା ବଢି ଚାଲିଛି । ଏବେ କଂଗ୍ରେସ ଭାରତୀୟ ଦଳକୁ ଏନେଇ ଟାର୍ଗେଟ କରିଛି । ଗୁରୁବାର ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ବିଜେପି ଦେଶର ଭିନ୍ନ ଭିନ୍ନ ଅଂଶରେ ଲୋକତନ୍ତ୍ରକୁ ଶେଷ କରିବାର କାର୍ଯ୍ୟ କରୁଛି । ଗତ କିଛି ଦିନ ମଧ୍ୟରେ ମଧ୍ୟପ୍ରଦେଶ-ରାଜସ୍ଥାନରେ ଏହାର ଉଦାହରଣ ଦେଖିବାକୁ ମିଳିଛି ।

ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ପାଖେଇ ଆସିଲାଣି । ଏଥିପାଇଁ ବିଜେପି ଏହିପରି କାମ କରୁଛି । ଯେବେଠାରୁ ବିଜେପି କ୍ଷମତାକୁ ଆସିଛି, ଏହିପରି କାର୍ଯ୍ୟ କରୁଛି ।

କଂଗ୍ରେସ ନେତା ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶରେ କଂଗ୍ରେସ ସରକାରକୁ ହଟାଇ ଦିଆଗଲା । ରାଜ୍ୟପାଳଙ୍କ ଶକ୍ତିକୁ ଅପବ୍ୟବହାର କରାଗଲା । ସେହିପରି ମଣିପୁର ଓ ଗୋଆରେ ମଧ୍ୟ ସେହିପରି କରାଗଲା ।

ବିଜେପି ଉପରେ ଅଭିଯୋଗ ଲଗାଇ କଂଗ୍ରେସ ନେତା କହିଛନ୍ତି ଯେ, ବିଜେପିର ନୀତି ହେଉଛି ଯେ, ସେ ରାଜ୍ୟରେ ଅନ୍ୟ ଦଳର ସରକାର ଗଢିବାକୁ ଦେଉ ନାହିଁ । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଯେବେଠାରୁ କଂଗ୍ରେସର ସରକାର ହୋଇଛି, ସେବେଠାରୁ ବିଜେପି ସେଠାରେ ରାଜନୈତିକ ଅସ୍ଥିର ସୃଷ୍ଟି କରୁଛି । ରାଜ୍ୟସଭାରେ ବିରୋଧୀ ସାଂସଦକୁ ଡରାଇବା ସହିତ ଜାତୀୟ ଏଜେନ୍ସିଗୁଡିକର ମଧ୍ୟ ଅପବ୍ୟବହାର କରାଯାଉଛି । ମଧ୍ୟପ୍ରଦେଶରେ ବିଧାୟକଙ୍କୁ ବିଜେପି କିଣିବାର ଯୋଜନା ପ୍ରସ୍ତୁତ କରୁଛି ବୋଲି କହିଛନ୍ତି କଂଗ୍ରେସ ନେତା । ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ କଂଗ୍ରେସ ଦଳ ଭାରତୀୟ ଜନତା ଦଳ ଉପରେ ବିଧାୟକ କିଣିବାର ଅଭିଯୋଗ ଲଗାଇଛି ।

Categories
ଆଜିର ଖବର

ନିର୍ବାଚନ ନିମେନ୍ତ ନୀରବ ମୋଦିଙ୍କୁ ଗିରଫ କରାଯାଇଛି : ଗୁଲାମ

୧୪୦୦୦କୋଟିର ଋଣ ନେଇ ବିଦେଶ ପଳାୟନ କରିଥିବା ନୀରବ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଥିବା ବେଳେ ଏହି ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆ ଯାଇଛି ବାେଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ସାମ୍ବାଦିକଙ୍କ ସହିତ ଆଲୋଚନା ସମୟରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, ବିଜେପି ସେମାନେ ପ୍ରଥମେ ପଳାୟନ କରିବାରେ ସହାୟତା କରିଥିଲେ ଏବଂ ନିର୍ବାଚନକୁ ଦୃଷ୍ଟିରେ ରଖି  ଦେଶକୁ ଆଣୁଛନ୍ତି। ନିର୍ବାଚନ ପରେ ସେମାନଙ୍କୁ ପୁନର୍ବାର ପଳାୟନ କରିବାରେ ସୁଯୋଗ ମିଳିବ ବୋଲି ଶ୍ରୀ ଆଜାଦ କହିଛନ୍ତି।