Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକତନ୍ତ୍ରକୁ ଶେଷ କରିବାକୁ ଚାହୁଁଛି ବିଜେପି : ଗୁଲାମ ନବୀ ଆଜାଦ
ଆଜିର ଖବର

ଲୋକତନ୍ତ୍ରକୁ ଶେଷ କରିବାକୁ ଚାହୁଁଛି ବିଜେପି : ଗୁଲାମ ନବୀ ଆଜାଦ

March 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ଗତ ଦୁଇ ଦିନ ହେବ ରାଜନୈତିକ ଅସ୍ଥିରତା ବଢି ଚାଲିଛି । ଏବେ କଂଗ୍ରେସ ଭାରତୀୟ ଦଳକୁ ଏନେଇ ଟାର୍ଗେଟ କରିଛି । ଗୁରୁବାର ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ବିଜେପି ଦେଶର ଭିନ୍ନ ଭିନ୍ନ ଅଂଶରେ ଲୋକତନ୍ତ୍ରକୁ ଶେଷ କରିବାର କାର୍ଯ୍ୟ କରୁଛି । ଗତ କିଛି ଦିନ ମଧ୍ୟରେ ମଧ୍ୟପ୍ରଦେଶ-ରାଜସ୍ଥାନରେ ଏହାର ଉଦାହରଣ ଦେଖିବାକୁ ମିଳିଛି ।

ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ପାଖେଇ ଆସିଲାଣି । ଏଥିପାଇଁ ବିଜେପି ଏହିପରି କାମ କରୁଛି । ଯେବେଠାରୁ ବିଜେପି କ୍ଷମତାକୁ ଆସିଛି, ଏହିପରି କାର୍ଯ୍ୟ କରୁଛି ।

କଂଗ୍ରେସ ନେତା ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶରେ କଂଗ୍ରେସ ସରକାରକୁ ହଟାଇ ଦିଆଗଲା । ରାଜ୍ୟପାଳଙ୍କ ଶକ୍ତିକୁ ଅପବ୍ୟବହାର କରାଗଲା । ସେହିପରି ମଣିପୁର ଓ ଗୋଆରେ ମଧ୍ୟ ସେହିପରି କରାଗଲା ।

ବିଜେପି ଉପରେ ଅଭିଯୋଗ ଲଗାଇ କଂଗ୍ରେସ ନେତା କହିଛନ୍ତି ଯେ, ବିଜେପିର ନୀତି ହେଉଛି ଯେ, ସେ ରାଜ୍ୟରେ ଅନ୍ୟ ଦଳର ସରକାର ଗଢିବାକୁ ଦେଉ ନାହିଁ । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଯେବେଠାରୁ କଂଗ୍ରେସର ସରକାର ହୋଇଛି, ସେବେଠାରୁ ବିଜେପି ସେଠାରେ ରାଜନୈତିକ ଅସ୍ଥିର ସୃଷ୍ଟି କରୁଛି । ରାଜ୍ୟସଭାରେ ବିରୋଧୀ ସାଂସଦକୁ ଡରାଇବା ସହିତ ଜାତୀୟ ଏଜେନ୍ସିଗୁଡିକର ମଧ୍ୟ ଅପବ୍ୟବହାର କରାଯାଉଛି । ମଧ୍ୟପ୍ରଦେଶରେ ବିଧାୟକଙ୍କୁ ବିଜେପି କିଣିବାର ଯୋଜନା ପ୍ରସ୍ତୁତ କରୁଛି ବୋଲି କହିଛନ୍ତି କଂଗ୍ରେସ ନେତା । ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ କଂଗ୍ରେସ ଦଳ ଭାରତୀୟ ଜନତା ଦଳ ଉପରେ ବିଧାୟକ କିଣିବାର ଅଭିଯୋଗ ଲଗାଇଛି ।

democracy gulamnabiazad
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.