Categories
ଆଜିର ଖବର ଖେଳ

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ: ପ୍ରଥମ ମ୍ୟାଚରେ ବିଜୟ ସହ ନ୍ୟୁଜିଲାଣ୍ଡ ଦଳ ୧-୦ରେ ସିରିଜ ଆଗୁଆ

ହାମିଲ୍ଟନ: ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ଟି ୱିକେଟ ହରାଇ ୩୪୭ ରନର ଏକ ବିଶାଳ ସ୍କୋର ନ୍ୟୁଜିଲାଣ୍ଡ ସାମ୍ନାରେ ରଖିଥିଲା। ଭାରତ ପକ୍ଷରୁ ଶ୍ରୀୟଶ ଆୟର ୧୦୭ଟି ବଲ ଖେଳି  ୧୦୩ ରନ ସଂଗ୍ରହ କରିଥିଲେ। ସେହିପରି ଅଧିନାୟକ ବିରାଟ ୫୧ ରନ ସଂଗ୍ରହ କରିଥିବାବେଳେ କେ ଏଲ ରାହୁଲ ଏବଂ କେଦାର ଯାଦବ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ୩୪୭ ରନରେ ପହଞ୍ଚାଇଥିଲେ। ରାହୁଲ ୬୪ଟି ବଲ ଖେଳି ୮୮ରନ କରିଥିବାବେଳେ କେଦାର ୧୫ଟି ବଲ ଖେଳି ୨୬ ରନ ସଂଗ୍ରହ କରିଥିଲେ।

ନ୍ୟୁଜିଲାଣ୍ଡ ଦଳ ୩୪୮ରନର ଲକ୍ଷ୍ୟକୁ ମାତ୍ର ୪୮.୧ ଓଭରରେ ଅତିକ୍ରମ କରି ବିଜୟ ଲାଭ କରିଛି। ନ୍ୟଜିଲାଣ୍ଡ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ହେନରୀ ନିକୋଲ୍ସ ୭୮ରନ କରିଥିବାବେଳେ ରସ ଟେଲର ଏବଂ ଲାଥମ ଦ୍ରୁତତମ ପାଳି ଖେଳି ନ୍ୟୁଜିଲାଣ୍ଡକୁ ବିଜେତା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଟେଲର ୮୪ଟି ବଲ ସାମ୍ନା କରି ୧୦୯ ରନ କରିଥିବାବେଳେ ଲାଥମ ୪୮ଟି ବଲରେ ୬୯ରନ ସଂଗ୍ରହ କରିଥିଲେ। (ଏଜେନ୍ସି)

 

Categories
ଆଜିର ଖବର ଖେଳ

ଭାରତ ମାତା କୀ ଜୟ କହିଲେ ନ୍ୟୁଜିଲ୍ୟାଣ୍ଡ ଫ୍ୟାନ୍‌

ହାମିଲଟନ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ତୃତୀୟ ଟି 20 ମୁକାବିଲାରେ ଜଣେ କିଓ୍ବି ଫ୍ୟାନ୍‌ ଭାରତ ମାତା କୀ ଜୟ ଉଚ୍ଚାରଣ କରିଛନ୍ତି । ଟ୍ବିଟ୍ଟର ଏବଂ ଅନ୍ୟାନ୍ୟ ସୋସିଆଲ ପ୍ଲାଟଫର୍ମରେ ନ୍ୟୁଜିଲ୍ୟାଣ୍ଡ ଫ୍ୟାନ୍‌ଙ୍କ ଭାରତ ମାତା କୀ ଜୟ ଭିଡିଓ ଭାଇରାଲ ହୋଇଛି । ମ୍ୟାଚ୍‌ର ଦ୍ବିତୀୟ ଇନିଂସରେ ଏହି ଘଟଣା ଘଟିଥିଲା । ଭାରତୀୟ ଫିଲ୍‌ଡିଂ ସମୟରେ ପଛରେ ବସିଥିବା ଭାରତୀୟ ଦର୍ଶକଙ୍କୁ ଅନୁକରଣ କରି କିଓ୍ବି ଜଣକ ଭାରତ ମାତାକୀ ଜୟ ଉଚ୍ଚାରଣ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ସୁପର ଓଭରରେ ଏହି ମ୍ୟାଚ୍‌ ଏବଂ ସିରିଜ୍‌ ହାତଛଡା କରିଥିବା ବେଳେ ଏହି ଫ୍ୟାନ୍‌ ଜଣଙ୍କୁ ଇଣ୍ଟରନେଟ୍‌ର ସମସ୍ତେ ପସନ୍ଦ କରିଛନ୍ତି ।

Categories
ଆଜିର ଖବର

ଚାଇନିଜ୍‌ ଗ୍ରାଣ୍ଡ ପ୍ରିକ୍ସ : ହାମିଲ୍‌ଟନ୍‌ଙ୍କ ୧୦୦୦ ତମ ଫର୍ମୁଲା ଓ୍ବାନ୍‌ ରେସ୍‌ ବିଜୟ

ଲୁଇସ୍‌ ହାମିଲ୍‌ଟନ୍‌ ଚାଇନିଜ୍‌ ଗ୍ରାଣ୍ଡପ୍ରିକ୍ସରେ ବିଜୟୀ ହେବା ସହିତ ନିଜ କ୍ୟାରିୟରର ୧୦୦୦ ତମ ଫର୍ମୁଲା ଓ୍ବାନ୍‌ ରେସ୍‌ରେ ବିଜୟ ଲାଭ କରିଛନ୍ତି। ମର୍ସିଡେସ୍‌ ପକ୍ଷରୁ ଚଳିତ ସିଜିନ୍‌ରେ ରେସ୍‌ କରୁଥିବା ହାମିଲଟନ୍‌ଙ୍କ ଦଳୀୟ ସାଥୀ ଭାଲ୍‌ଟ୍ଟେରୀ ବୋଟ୍ଟାସ୍‌ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଫେରାରୀର ସେବାଷ୍ଟିଆନ୍‌ ଭେଟେଲ ତୃତୀୟ ସ୍ଥାନରେ ରେସ୍‌ ଶେଷ କରିଛନ୍ତି। ଚଳିତ ସିଜିନ୍‌ରେ ଭେଟେଲଙ୍କର ଏହା ପ୍ରଥମ ପୋଡିୟମ୍‌ ଥିଲା। ସିଜିନ୍‌ରେ ଆଉ ୧୬ଟି ରେସ୍‌ରେ ବିଜୟୀ ହେଲେ ୧୯୯୧ ମସିହାରେ ମାଇକେଲ ସୁମାକରଙ୍କ ପ୍ରତିଷ୍ଠିତ ରେକର୍ଡ ଭଙ୍ଗ କରି ପାରିବେ ହାମିଲଟନ୍‌। ହାମିଲଟନ୍‌ ୧.୩୨.୦୬ ମିନିଟ୍‌ ସମୟ ନେଇଥିବା ବେଳେ ବୋଟ୍ଟାସ୍‌ ୧.୩୯.୦୧ ମିନିଟ୍‌ର ସମୟ ନେଇଥିଲେ। ସେବାଷ୍ଟିଆନ୍‌ ଭେଟେଲ୍‌ ୧.୪୫.୦୦ ମିନିଟ୍‌ର ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ।