Categories
ଆଜିର ଖବର

ହାର୍ଦ୍ଦିକ୍‌ ଓ ରାହୁଲଙ୍କୁ ୨୦ଲକ୍ଷ ଟଙ୍କା ଜରିମାନା

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ୍‌ ରାହୁଲଙ୍କୁ କଫି ଓ୍ବିଥ୍‌ କରନ୍‌ ମାମଲାରେ ୨୦ ଲକ୍ଷ ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। କଫି ଓ୍ବିଥ୍‌ କରନ୍‌ରେ ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପାଇଁ ଉଭୟ କ୍ରିକେଟରଙ୍କୁ ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତରୁ ବାହାର କରାଯାଇଥିଲା। ଏହାପରେ ଉଭୟ ବିସିସିଆାଇର ଶୃଙ୍ଖଳାଗତ ଟିମ୍‌ ସାମ୍ନାରେ ହାଜର ହୋଇଥିଲେ। ବିସିସିଆଇ ଓମ୍ବଡସ୍‌ମେନ୍‌ ଡିକେ ଜୈନ୍‌ ଉଭୟଙ୍କ ମାମଲାର ବିଚାର କରି ଶନିବାର ୨୦ ଲକ୍ଷର ଅର୍ଥ ଦଣ୍ଡ ଶୁଣାଇଛନ୍ତି। ଏହି ଅର୍ଥ ରାଶିରୁ ୧୦ଜଣ ଅର୍ଦ୍ଧ ସାମରିକ ବାହିନୀଙ୍କ ବିଧବା ପତ୍ନୀଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ। ଅନ୍ୟ ୨୦ ଲକ୍ଷ ଦୃଷ୍ଟିହୀନ କ୍ରିକେଟ ଏକାଡେମୀ(ସିଏବି) କୁ ପ୍ରଦାନ କରାଯିବ ବୋଲି ଜୈନ୍‌ କହିଛନ୍ତି। ଏହି ଅର୍ଥରାଶି ୪ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜୈନ୍‌। ଯଦି ଚାରି ସପ୍ତାହ ମଧ୍ୟରେ ଉଭୟ ଅର୍ଥରାଶି ଜମା ନକରନ୍ତି ଏହା ସେମାନଙ୍କ ମ୍ୟାଚ୍‌ ଫିରୁ କାଟିବା ନେଇ ବିସିସିଆଇକୁ ଆଦେଶ ଦେଇଛନ୍ତି ଜୈନ୍‌। ଉଭୟ ଖେଳାଳି ଅଷ୍ଟ୍ରେଲିଆ ସିରିଜ୍‌ ପାଇଁ ୩୦ ଲକ୍ଷ ହରାଇଛନ୍ତି ମାତ୍ର ଦେଶର ଅନେକ ଲୋକଙ୍କ ଆଦର୍ଶ ହୋଇଥିବାରୁ ଉଭୟଙ୍କର ଏଭଳି ମନ୍ତବ୍ୟ ପାଇଁ ଏହି ଅର୍ଥ ଦଣ୍ଡ ଦିଆଯାଇଛି।

Categories
ଆଜିର ଖବର

ମୋଦିଙ୍କୁ  ହାର୍ଦିକଙ୍କ ଟାର୍ଗେଟ୍‌ : ଚୌକିଦାର ବନାମ ବେରୋଜଗାର

ପଟିଦାର ଆନ୍ଦୋଳନରୁ କଂଗ୍ରେସ ନେତା ବନିଥିବା ହାର୍ଦିକ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାେଦିଙ୍କୁ ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ଆକ୍ରମଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମାେଦି ନିଜ ନାମ ଆଗେର ଚୌକିଦାର ଲଗାଇଥିବା ବେଳେ ସମାଲୋଚନା କରିବା ନିମେନ୍ତ ହାର୍ଦିକ ନିଜ ନାମ ପୂର୍ବରୁ ବେରୋଜଗାର ଲଗାଇଛନ୍ତି। ହାର୍ଦିକଙ୍କ ଏହି ପଦକ୍ଷେପକୁ ଟ୍ବିଟ୍ଟରରେ ଅନେକ ଲୋକ ସମର୍ଥନ କରିଛନ୍ତି ମଧ୍ୟ। ଏହା ପରେ ଅନେକ ଲୋକ ହାର୍ଦିକଙ୍କ ସମର୍ଥନରେ ନିଜ ନାମ ପୂର୍ବରୁ ବେରୋଜଗାର ଲଗାଇଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ନିଜ ନାମ ପୂର୍ବରୁ ଚୌକିଦାର ଲଗାଇବା ପରେ ସମର୍ଥନରେ ଅନେକ ବିଜେପି ନେତା ନିଜ ନାମ ପୂର୍ବରୁ ଚୌକିଦାର ବ୍ୟବହାର କରିଥିଲେ। ରାହୁଲ ଗାନ୍ଧୀଙ୍କ ଚୌକିଦାର ଚୋର ମନ୍ତବ୍ୟ ଉପରେ ମୋଦି ଏହି ଅଭିଯାନ ଆରମ୍ଭ କରିଥିଲେ ଯାହାକି ଅନେକାଂଶରେ ସଫଳ ମଧ୍ୟ ହାେଇଥିଲା। ମାତ୍ର ପଟେଲଙ୍କ ଟ୍ବିଟ୍‌ ପରେ ମୋଦିଙ୍କ ‘ମୁଁ ବି ଚୌକିଦାର’ ଯୋଜନା ବିଜେପି ନିମନ୍ତେ ବୁମେରାଂ ସାବ୍ୟସ୍ତ ହେବା ନେଇ ଟ୍ବିଟ୍ଟରରେ ମତପ୍ରକାଶ ପାଉଛି।