Categories
ଆଜିର ଖବର ଖେଳ

ମହିଳା ଟି20 ବିଶ୍ବକପ୍‌ : ଉଦ୍‌ଘାଟନୀ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଭାରତ

ସିଡ୍‌ନୀ : ଚଳିତ ବର୍ଷର ମହିଳା ଟି 20 ବିଶ୍ବକପ୍‌ ଆଜିଠାରୁ ଆରମ୍ଭ ହୋଇଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ ପରସ୍ପରର ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ଘରୋଇ ଅଷ୍ଟ୍ରେଲିଆ ଏବଂ ଭାରତ । ସିଡ୍‌ନୀରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚ୍‌ରେ ଭାରତ ପ୍ରଥମମେ ବ୍ୟାଟିଂ କରିବ । ଅଷ୍ଟ୍ରେଲିୟ ଅଧିନାୟିକା ମେଗ୍‌ ଲାନିଂ ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛନ୍ତି । ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ଶେଫାଳି ବର୍ମା ନିଜର ବିଶ୍ବକପ୍‌ ପଦାର୍ପଣ କରିଛନ୍ତି ।

ଭାରତୀୟ ଦଳ : ହରମନ୍‌ପ୍ରୀତ୍‌ କୌର(ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍‌ସ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତି, ତାନିଆ ଭାଟିଆ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ଶିଖା ପାଣ୍ଡେ, ଏବଂ ଅରୁନ୍ଧତୀ ରେଡ୍ଡୀ ।

Categories
ଆଜିର ଖବର ଖେଳ

ଅଧିନାୟକତ୍ବ ଛାଡନ୍ତୁ ହରମନ୍‌ପ୍ରୀତ୍‌ : ଡାଏନା ଏଡୁଜୀ

ମୁମ୍ବାଇ : ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ହରମନ୍‌ପ୍ରୀତ୍‌ କୌର୍‌ଙ୍କୁ ସମାଲୋଚନା କରିଛନ୍ତି ଡାଏନା ଏଡୁଜୀ । ହରମନପ୍ରୀତ୍‌ ଅଧିନାୟକତ୍ବ ଛାଡିବା ଉଚିତ୍‌ ବୋଲି ଏଡୁଜୀ ପ୍ରକାଶ କରିଛନ୍ତି । ବୁଧବାର ଭାରତୀୟ ଦଳ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହେବା ପରେ ଡାଏନା ଏହି ମତ ଦେଇଛନ୍ତି । ଭାରତ ମାତ୍ର 156 ରନ୍‌ର ପିଛା କରୁଥିବା ବେଳେ ସ୍ମୃତି ମାନ୍ଧନାଙ୍କ 37 ବଲ୍‌ 66 ରନ୍‌ ସତ୍ତ୍ବେ ଭାରତ ପରାଜୟ ବରଣ କରିଥିଲା । ଭାରତୀୟ ଦଳର ମଧ୍ୟକ୍ରମ ଏବଂ ନିମ୍ନ ମଧ୍ୟକ୍ରମ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଭାରତୀୟ ଅଧିନାୟିକା ହରମନ୍‌ପ୍ରୀତ୍‌ ଏହି ସିରିଜ୍‌ରେ ବିଫଳ ହୋଇଥିଲେ । ଭାରତୀୟ ଦଳ କିଛି ମ୍ୟାଚ୍‌ରେ ସହଜ ବିଜୟ ହାସଲ କରୁଥିବା ବେଳେ ସମାନ ସ୍ଥିତିରୁ ପରାଜୟ ମଧ୍ୟ ବରଣ କରିଥିଲା । ଭାରତୀୟ ଅଧିନାୟିକାଙ୍କ ନେତୃତ୍ବ ନେବା ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ସିଓଏ ସଦସ୍ୟ ଏଡୁଜୀ । (ଏଜେନ୍ସି)

Categories
ଆଜିର ଖବର ଖେଳ

ଅଷ୍ଟ୍ରେଲିଆ ତ୍ରୀରାଷ୍ଟ୍ରୀୟ ସିରିଜ୍‌ : ହରମନ୍‌ପ୍ରୀତ୍‌ ଓ ବୋଲର ଦେଲେ ସହଜ ବିଜୟ

କାନବେରା : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ତ୍ରୀରାଷ୍ଟ୍ରୀୟ ସିରିଜ୍‌ରେ ଭାରତୀୟ ମହିଳା ଦଳ ସହଜ ବିଜୟ ହାସଲ କରିଛି । ବୋଲର ଏବଂ ହରମନ୍‌ପ୍ରୀତ୍‌ କୌର୍‌ଙ୍କ ସଫଳତା ଫଳରେ ଭାରତୀୟ ଦଳ ଇଂଲଣ୍ଡକୁ 5 ଓ୍ବିକେଟରେ ପରାସ୍ତ କରିଛି । ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିବା ଭାରତ ପକ୍ଷରୁ ଦୀପ୍ତି ଶର୍ମା, ଶିଖା ପାଣ୍ଡେ ଏବଂ ରାଜେଶ୍ବରୀ ଗାଏକ୍ବାଡ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ବୋଲରଙ୍କ ସଫଳତା କାରଣରୁ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ହରାଇ 147 ରନ୍‌ ସଂଗ୍ରହ କରିଥିଲା । ଇଂଲଣ୍ଡ ପକ୍ଷରୁ ହିଥର ନାଇଟ୍‌ ସର୍ବାଧିକ 67 ରନ୍‌ ମସଂଗ୍ରହ କରିଥିଲେ । ଜବାବରେ ଭାରତ 19.3 ଓଭରରେ 5 ଓ୍ବିକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା । ଭାରତ ପକ୍ଷରୁ ହରମନପ୍ରୀତ୍‌ କୌର୍‌ ସର୍ବାଧିକ ଅପରାଜିତ 42 ରନ୍‌ ସଂଗ୍ରହ କରିଥିବା ବେଳେ ଶେଫାଳୀ ବର୍ମା 30 ଏବଂ ଜେମିମା ରଡ୍ରିଗ୍‌ଜ 26 ରନ୍‌ ସଂଗ୍ରହ କରିଥିଲେ । ହିଥର ନାଇଟ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠୂ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ହରମନପ୍ରୀତ୍‌ଙ୍କ ନେତୃତ୍ବରେ ଟି 20 ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷଣା : ରିଚା ଘୋଷ ନୂଆ ମୁହଁ

ମୁମ୍ବାଇ : ଟି 20 ବିଶ୍ବକପ୍‌ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ହରମନ୍‌ପ୍ରୀତ୍‌ କୌର୍‌ଙ୍କ ନେତୃତ୍ବରେ 15 ଜଣିଆ ଦଳ ଗଠନ କରାଯାଇଛି । ବିଶ୍ବକପ୍‌ ସହିତ ଅଷ୍ଟ୍ରେଲିଆ ସିରିଜ୍‌ ପାଇଁ ମଧ୍ୟ 16 ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଦଳରେ ରିଚା ଘୋଷ ଏକମାତ୍ର ନୂଆ ଚେହେରା ରହିଛନ୍ତି । ରିଚା ଚ୍ୟାଲେଞ୍‌ଜର୍ସ ଟ୍ରଫିରେ ଗୋଟିଏ ମ୍ୟାଚ୍‌ ଖେଳି 36 ରନ୍‌ ସଂଗ୍ରହ କରିଥିଲେ । ରିଚାଙ୍କ ବ୍ୟତିତ ଶେଫାଳି ବର୍ମା ନିଜର ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି ।

ବିଶ୍ବକପ୍‌ ଦଳ : ହରମନ୍‌ପ୍ରୀତ୍‌ କୌର(ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍‌ସ, ହରଲିନ୍‌ ଦେଓଲ୍‌, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତି, ରିଚା ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର ଏବଂ ଅରୁନ୍ଧତୀ ରେଡ୍ଡୀ ।

ଅଷ୍ଟ୍ରେଲିଆ ସିରଜ୍‌ ଦଳ : ହରମନ୍‌ପ୍ରୀତ୍‌ କୌର(ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍‌ସ, ହରଲିନ୍‌ ଦେଓଲ୍‌, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତି, ରିଚା ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର ଅରୁନ୍ଧତୀ ରେଡ୍ଡୀ ଏବଂ ନୁଜହତ୍‌ ପରଓ୍ବିନ୍‌ ।