ବିଜେପି ସାଂସଦ ପରେଶ ରାଓ୍ବଲଙ୍କ ସ୍ଥାନରେ ପଟିଦାର ନେତା ହସ୍ମୁଖ୍ ଏସ୍ ପଟେଲଙ୍କୁ ପ୍ରାର୍ଥୀ କରିଛି। ପୂର୍ବ ଅହମ୍ମଦାବାଦ ଅଞ୍ଚଳରୁ ସାଂସଦ ରହିଥିବା ରାଓ୍ବଲଙ୍କ ସ୍ଥାନରେ ପଟେଲ ପ୍ରାର୍ଥୀ ହୋଇଥିବା ନେଇ ବିଜେପିର ବରିଷ୍ଠ ନେତା ଜେପି ନଡ୍ଡା ସୂଚନା ଦେଇଛନ୍ତି। ପୂର୍ବ ନିର୍ବାଚନରେ ବିଜୟ ଲାଭ କରିଥିବା ରାଓ୍ବଲ୍ ପୂର୍ବ ସପ୍ତାହରେ ନିର୍ବାଚନରେ ଅଂଶଗ୍ରହଣ କରିବା ନେଇ ମନା କରିଦେଇଥିଲେ। ପ୍ରାର୍ଥୀ ଘୋଷଣା ହେବାର କିଛି ସମୟ ପୂର୍ବରୁ ରାଓ୍ବଲ୍ ଟ୍ବିଟ୍ କରି କହିଛନ୍ତି କି, ମୁଁ ସଦାସର୍ବଦା ମୋଦିଙ୍କ ସମର୍ଥକ ହାେଇ ରହିବି ମାତ୍ର ମୁଁ ନିର୍ବାଚନରେ ଅଂଶଗ୍ରହଣ କରିବି ନାହିଁ ବୋଲି ପୂର୍ବରୁ ଦଳକୁ ଜଣାଇ ସାରିଥିଲି। ପୂର୍ବରୁ ଏହି ଆସନରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିଦ୍ବନ୍ଦିତା କରିବେ ବୋଲି କୁହାଯାଉଥିଲା ମାତ୍ର ସେ ଅଗ୍ରାହ୍ୟ କରିବା ପରେ ହସମୁଖ ପଟେଲଙ୍କୁ ଟିକଟ ମିଳିଛି। ଚଳିତ ବର୍ଷ ପୂର୍ବ ଅହମ୍ମଦାବାଦରେ ଦୁଇ ପଟିଦାର ନେତାଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ। ବିଜେପି ପକ୍ଷରୁ ହସମୁଖ ଏସ୍ ପଟେଲ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ଗୀତା ପଟେଲଙ୍କୁ ପ୍ରାର୍ଥୀ କରାଯାଇଛି।
Categories
ପରେଶ ରାଓ୍ବଲଙ୍କ ସ୍ଥାନରେ ଲଢିବେ ହସମୁଖ ପଟେଲ
