Categories
ଆଜିର ଖବର ବ୍ୟବସାୟ

ଏଚ୍‌ଡିଏଫ୍‌ସିର ପରବର୍ତ୍ତୀ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ନେବେ ଶଶୀଧର ଜଗଦୀଶନ୍‌

ମୁମ୍ବାଇ : ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ଶଶୀଧର ଜଗଦୀଶନ । ଅଗଷ୍ଟ 3 ତାରିଖରେ ଆରବିଆଇ ପକ୍ଷରୁ ଜଗଦୀଶନଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଥିବା ନେଇ ଏଚ୍‌ଡିଏଫ୍‌ସି ପକ୍ଷରୁ ଘୋଷଣା କରାଯାଇଛି । ବର୍ତ୍ତମାନ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଆଦିତ୍ୟ ପୁରୀଙ୍କ ସ୍ଥାନରେ ଜଗଦୀଶନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତା ଅକ୍ଟୋବର 27 ତାରିଖରେ ପୁରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

ନିକଟରେ ସମାପିତ ହୋଇଥିବା କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଜଗଦୀଶନଙ୍କ ନାମ ସୁପାରିଶ କରିଥିଲେ ଆଦିତ୍ୟ ପୁରୀ । 1996ରେ ଫାଇନାନ୍ସ ମ୍ୟାନେଜର ଭାବରେ ଯୋଗ ଦେଇଥିବା ଜଗଦୀଶନ 2008ରୁ ସିଏଫ୍ଓ ଭାବରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଅଗଷ୍ଟ 2019ରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ବୋର୍ଡ ଜଗଦୀଶନଙ୍କୁ ‘ଚେଞ୍ଚ ଏଜେଣ୍ଟ’ଭାବରେ ପ୍ରଦର୍ଶିତ କରିଥିଲା । ଗତ 25 ବର୍ଷ ଧରି ସେ ବ୍ୟାଙ୍କ ସହ ଜଡିତ ଥିବାରୁ ଆଦିତ୍ୟ ପୁରୀ ଜଗଦୀଶନଙ୍କୁ  ଉ‌ତ୍ତରାଧିକାରୀ ରୂପେ ଚୟନ କରିଥିଲେ ।

କରୋନା ମହାମାରୀ ସଂକଟ ସମୟରେ ଜଗଦୀଶନ୍‌ ଏଚ୍‌ଡିଏଫ୍‌ସିର ଦାୟିତ୍ବ ଗ୍ରହଣ କରୁଛନ୍ତି, ଯାହା ତାଙ୍କ ପାଇଁ ବେଶ୍‌ ଚାଲେଞ୍ଜପୂର୍ଣ୍ଣ ହେବ । ୟତେବେ ନିକଟରେ ଏଚ୍‌ଡିଏଫ୍‌ସି ଜିପିଏସର ବିକ୍ରିକୁ ନେଇ ବିବାଦଘେରକୁ ଆସିଥିଲା । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

ଏଚ୍‌ଡିଏଫ୍‌ସିରେ 1 ପ୍ରତିଶତ ଅଧିଗ୍ରହଣ କରିବ ପିପୁଲ୍‌ସ ବ୍ୟାଙ୍କ ଅଫ୍‌ ଚାଇନା

ନୂଆଦିଲ୍ଲୀ : ଭାରତୀୟ ବ୍ୟାଙ୍କ ଏଚ୍‌ଡିଏଫ୍‌ସିର 1 ପ୍ରତିଶତ ଅଂଶଧନ କିଣିବାକୁ ଯାଉଛି ଏକ ଚାଇନିଜ୍‌ ବ୍ୟାଙ୍କ । ପିପୁଲ୍‌ସ ବ୍ୟାଙ୍କ ଅଫ୍‌ ଚାଇନା ଏଚ୍‌ଡିଏଫ୍‌ସି ବ୍ୟାଙ୍କର 1.01 ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବାକୁ ଯାଉଛି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଚାଇନା ଏଚ୍‌ଡିଏଫ୍‌ସିର 1.75 କୋଟି ଅଂଶଧନ କିଣିବାର ନିଷ୍ପତ୍ତି ନେଇଛି । କରୋନା ଭାଇରସ୍‌ ବିପର୍ଯ୍ୟୟ କାରଣରୁ ବିଗତ ଏକ ମାସ ମଧ୍ୟରେ ଏଚ୍‌ଡିଏଫ୍‌ସି ଅଂଶଧନ ମୂଲ୍ୟରେ ପ୍ରାୟ 25 ପ୍ରତିଶତ ହ୍ରାସ ଘଟିଛି । ବର୍ତ୍ତମାନ ଏଚ୍‌ଡିଏଫ୍‌ସିର ଅଂଶଧନ ମୂଲ୍ୟ 1701.95 ଟଙ୍କା ରହିଛି । (ଏଜେନ୍ସି)