ନୂଆଦିଲ୍ଲୀ: ସମ୍ପ୍ରତି ଏକ ଦେଶରୁ ଆସିଥିବା ଜଣେ ଯୁବକଙ୍କୁ ମଙ୍କି ଫକ୍ସ ହୋଇଥିବାର ସନ୍ଦେହ କରାଯାଇଛି। ଫଳରେ ତାଙ୍କୁ ଆସୋଲେସନରେ ରଖାଯାଇଛି।ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି। ତେବେ ସୂଚନା ଅନୁସାରେ ତାଙ୍କର ଦେହ ସ୍ଥିର ରହିଛି। ତେବେ ମଙ୍କି ଫକ୍ସ ହୋଇଛି କି ନାହିଁ ନିଶ୍ଚିତ କରିବା ପାଇଁ ତାଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।
ସେହି ବିଦେଶରୁ ଆସିବା ପରେ ତାଙ୍କ ଦେହରେ କିଛି ଲକ୍ଷଣ ପ୍ରକାଶ ପାଇଥିଲା। ଏପରିକ ସେ ଯାହା ଅନୁଭବ କରିଥିଲେ ତାହା ମଙ୍କି ଫକ୍ସ ହୋଇଥିବାର ସନ୍ଦେହ କରାଯାଇଥିଲା। ଫଳରେ ଅଧିକ ପରୀକ୍ଷା ପାଇଁ ତାଙ୍କୁ ଏକ ହସପିଟାଲର ଆସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି।
ତାଙ୍କ ଉପରେ ଏକ ଟିମ ପୁରା ନଜର ରଖିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ମୁଖ୍ୟତଃ ଆଫ୍ରିକାନ ଦେଶରେ ଏହି ରୋଗ ବ୍ୟାପକଭାବେ ଦେଖାଯାଇଛି। ସେଥିପାଇଁ ସେଠାରୁ ଯେଉଁମାନେ ଆସୁଛନ୍ତି ତାଙ୍କ ଉପରେ ନଜର ରଖାଯାଇଛି। ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ସରକାରୀ ନିୟମ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜଣାପଡିଛି।