Categories
ଆଜିର ଖବର ରାଜ୍ୟ ଖବର

ତତଲା କଡେଇରେ ରାଜ୍ୟ : 40 ଡିଗ୍ରୀ ଉପରେ 14 ସହର

ଭୁବନେଶ୍ବର : ତତଲା କଡେଇ ଉପରେ ବସିଛି ରାଜ୍ୟ । ରବିବାର ରାଜ୍ୟର 14ଟି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ ଓଡିଶାର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଏଠାରେ ତାପମାତ୍ରା 45.8 ଡିଗ୍ରୀ ରହିଛି । ଏହା ତଳକୁ ତାଳଚେରରେ 44.3 ଡିଗ୍ରୀ, ଭବାନୀପାଟଣା 44.0 ଡିଗ୍ରୀ, ବଲାଙ୍ଗୀର 44.0 ଡିଗ୍ରୀ ଏବଂ ମାଲକାନଗିରିରେ 43.1 ଡିଗ୍ରୀ ତାପମାତ୍ରା ରହିଛି । କଟକରେ ତାପମାତ୍ରା 35 ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ବରରେ ତାପମାତ୍ରା 34.7 ଡିଗ୍ରୀ ରହିଛି । ସେହିପରି ପାରାଦୀପରେ ସର୍ବନିମ୍ନ ତାପମାତ୍ରା 32.2 ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହିତ 10ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ତତଲା କଡେଇରେ ରାଜ୍ୟ : 5ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଆମ୍ପାନର ପ୍ରକୋପ ଶେଷ ହେବା ପରେ ରାଜ୍ୟ ବର୍ତ୍ତମାନ ତତଲା କଡେଇରେ ରହିଛି । ଉପରକୁ ଉଠିଛି ପାରଦ । ଏ ନେଇ 5 ଟି ସହରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ସୂର‌୍ୟ୍ୟଙ୍କ ପ୍ରକୋପ ଅଧିକ ରହିଛି । ଆଜି ଟିଟିଲାଗଡ଼ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୋନପୁର, ନୂଆପଡ଼ା ସହର ପାଇଁ ଏହି ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଗତ କିଛି ଦିନ ଧରି ଟିଟିଲାଗଡ ରାଜ୍ୟର ଉତ୍ତପ୍ତ ସହର ରହିଛି । ଗତକାଲି ଟିଟିଲାଗଡର ତାପମାତ୍ରା 45.5 ଡିଗ୍ରୀ ରହିଥିଲା । ଆସନ୍ତା 10 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।