ତତଲା କଡେଇରେ ରାଜ୍ୟ : 40 ଡିଗ୍ରୀ ଉପରେ 14 ସହର

Published: May 24, 2020, 6:54 pm IST

ଭୁବନେଶ୍ବର : ତତଲା କଡେଇ ଉପରେ ବସିଛି ରାଜ୍ୟ । ରବିବାର ରାଜ୍ୟର 14ଟି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ ଓଡିଶାର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଏଠାରେ ତାପମାତ୍ରା 45.8 ଡିଗ୍ରୀ ରହିଛି । ଏହା ତଳକୁ ତାଳଚେରରେ 44.3 ଡିଗ୍ରୀ, ଭବାନୀପାଟଣା 44.0 ଡିଗ୍ରୀ, ବଲାଙ୍ଗୀର 44.0 ଡିଗ୍ରୀ ଏବଂ ମାଲକାନଗିରିରେ 43.1 ଡିଗ୍ରୀ ତାପମାତ୍ରା ରହିଛି । କଟକରେ ତାପମାତ୍ରା 35 ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ବରରେ ତାପମାତ୍ରା 34.7 ଡିଗ୍ରୀ ରହିଛି । ସେହିପରି ପାରାଦୀପରେ ସର୍ବନିମ୍ନ ତାପମାତ୍ରା 32.2 ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହିତ 10ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

Related posts