ବ୍ରାଜିଲ୍ : ବିଶ୍ବ ମହାମାରୀ କରୋନା ଯୋଗୁଁ ରାଷ୍ଟ୍ରଗୁଡିକ ଆର୍ଥିକ ବିପର୍ଯ୍ୟୟର ସାମ୍ନା କରୁଛନ୍ତି। ବ୍ରାଜିଲ୍ରେ କରୋନା ନେଇ ଉଭୟ ରାଷ୍ଟ୍ରପତି ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ଅର୍ଥକୁ ନେଇ ଜାରିରହିଥିବା ମତଭେଦ ଉଗ୍ର ରୂପ ଧାରଣ କରିଛି । ବ୍ରାଜିଲ୍ର ରାଷ୍ଟ୍ରପତି ଜାୟରା ବୋଲସୋନାରୋ ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ନିଲମ୍ବନ କରିଛନ୍ତି । ଦୁହିଁଙ୍କ ମଧ୍ୟରେ କରୋନା ସହ ଲଢିବାକୁ ନେଇ ମତଭେଦ ଚାଲିଥିଲା ।
ବ୍ରାଜିଲର ସ୍ବାସ୍ଥ୍ୟମନ୍ତ୍ରୀ ଲୁଇଜ୍ ହେନେରିକ୍ ମେଣ୍ଡେଟା ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ମତଭେଦ ଏବେ ସାମ୍ନାକୁ ଆସିଛି । ବ୍ରାଜିଲ୍ର ସ୍ବାସ୍ଥ୍ୟମନ୍ତ୍ରୀ ଲଗାତାର ସୋସିଆଲ ଡିଷ୍ଟାନ୍ସିଂ ଓ ଆଇସୋଲେସନ୍ ସପକ୍ଷରେ ଯୁକ୍ତି ବାଢୁଥିବାବେଳେ ରାଷ୍ଟ୍ରପତି ବ୍ରାଜିଲ୍ର ଅର୍ଥବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ମହତ୍ତ୍ବପୂର୍ଣ୍ଣ ବୋଲି କହୁଛନ୍ତି । ଦୁହିଁଙ୍କ ମଧ୍ୟରେ କରୋନାକୁ ନେଇ ମତଭେଦ ଚାଲିଥିବା ଯୋଗୁଁ ରାଷ୍ଟପତି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି । ତାଙ୍କ ସ୍ଥାନରେ ନେଲେସନ୍ ଟିଚ୍ଙ୍କୁ ନୂତନ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେଇଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତି