Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଏକାକୀ ଅନେକ ଶତ୍ରୁଙ୍କ ବିରୋଧରେ ଲଢୁଛି ଇସ୍ରାଏଲ: MOAB ବୋମା ମାଡ଼ରେ ୪୪୦ ରୁ ଅଧିକ ହିଜବୁଲ ଯୋଦ୍ଧା ନିହତ

ନୂଆଦିଲ୍ଲୀ: ବର୍ତ୍ତମାନ ମଧ୍ୟ ପୂର୍ବରେ ସଂଘର୍ଷ ବଢି ଚାଲିଛି। ଏଠାରେ ମହାଯୁଦ୍ଧର ମେଘ ଆହୁରୀ ଭୟଙ୍କର ହେଉଛି। ଇସ୍ରାଏଲ ଏକାସାଙ୍ଗରେ ଅନେକ ଦିଗରେ ନିଜର ଶତ୍ରୁ ସହିତ ଲଢୁଛି। ବର୍ତ୍ତମାନ ଇସ୍ରାଏଲ ୭ ଟି ଦିଗରେ ଯୁଦ୍ଧ କରୁଛି।

ନିକଟରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ଏହି ବିବାଦ ସବୁଠାରୁ ବିପଜ୍ଜନକ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଆକ୍ରମଣ ପାଇଁ ନିଶ୍ଚିତ ଭାବେ ପ୍ରତିଶୋଧ ନେବ ବୋଲି ଇସ୍ରାଏଲ ସ୍ପଷ୍ଟ କରିଛି। ଏଥି ସହିତ ଇରାନର ସର୍ବୋଚ୍ଚ କମାଣ୍ଡର ଅୟତୁଲ୍ଲା ଅଲି ଖାମେନେଇ ଇସ୍ରାଏଲକୁ ଧମକ ଦେଇଛନ୍ତି ଯେ, ଯଦି ଆବଶ୍ୟକ ହୁଏ ତେବେ ସେ ପୁଣି ଇସ୍ରାଏଲ ଉପରେ ଆକ୍ରମଣ କରିବେ।

ଇସ୍ରାଏଲ ହିଜବୁଲାର ଅସ୍ତ୍ରଶସ୍ତ୍ର ଡିପୋ ଉପରେ ଆକ୍ରମଣ କରୁଛି। ହିଜବୁଲର ଯୋଗାଣକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବା ପାଇଁ ଇସ୍ରାଏଲର ପ୍ରୟାସ। ଏଥିପାଇଁ ସେ ତାଙ୍କର MOAB ବୋମା ବ୍ୟବହାର କରୁଛନ୍ତି। MOAB ବୋମା ଦୁନିଆର ସବୁଠାରୁ ବିପଜ୍ଜନକ ବୋମା ମଧ୍ୟରେ ଗଣାଯାଏ। ଏହାକୁ ମଦର ଅଫ୍ ଅଲ୍ ବମ୍ ମଧ୍ୟ କୁହାଯାଏ। ଆଫଗାନିସ୍ତାନରେ ଆଇଏସର ସୁଡଙ୍ଗ ଏବଂ ଟନେଲକୁ ଟାର୍ଗେଟ କରିବା ପାଇଁ ଏହା ଆମେରିକା ଦ୍ୱାରା ବ୍ୟବହୃତ ହୋଇଥିଲା।

ଏହା ବ୍ୟତୀତ ଇସ୍ରାଏଲ ବେରୁତର ଦହିଆ ଅଞ୍ଚଳକୁ ଟାର୍ଗେଟ କରୁଛି। ଇସ୍ରାଏଲ୍ ଏଠାରେ ୩୦ ରୁ ଅଧିକ ଆକ୍ରମଣ କରିଛି। ଏହା ପୂର୍ବତନ ହିଜବୁଲ ମୁଖ୍ୟ ନସରାଲ୍ଲାଙ୍କ ଗଡ଼ ବୋଲି କୁହାଯାଉଛି। ଦହିଆ ଅଞ୍ଚଳରେ ୧୦ ଲକ୍ଷରୁ ଅଧିକ ଶିଆ ଜନସଂଖ୍ୟା ବାସ କରନ୍ତି।

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଏହାର ବିବୃତ୍ତିରେ କହିଛି ଯେ, ଏପର୍ଯ୍ୟନ୍ତ ୪୪୦ ରୁ ଅଧିକ ହିଜବୁଲ ଯୋଦ୍ଧାଙ୍କୁ ହତ୍ୟା କରିଛି। ଏହା ବ୍ୟତୀତ ଇସ୍ରାଏଲ ସେନା ଦକ୍ଷିଣ ଲିବାନୋନରେ ୨୫୦ ମିଟର ଲମ୍ବ ଟନେଲକୁ ନଷ୍ଟ କରିଦେଇଛି। ଦକ୍ଷିଣ ଲେବାନନରେ ଏପରି ଅନେକ ଟନେଲ ଅଛି, ଯେଉଁଠାରେ ହିଜବୁଲ ଯୋଦ୍ଧା ଏବେ ମଧ୍ୟ ସେମାନଙ୍କର ସୁରକ୍ଷିତ ସ୍ଥାନ ଭାବେ ବ୍ୟବହାର କରୁଛନ୍ତି। ଏହି ସମସ୍ତ ଟନେଲଗୁଡିକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ, ଯେଉଁଠାରେ ଉପରେ ଆବାସିକ କ୍ଷେତ୍ର ଅଛି। ଏହି ଟନେଲଗୁଡିକ ହିଜବୁଲର ସବୁଠାରୁ ବଡ ଅସ୍ତ୍ର, ଯେଉଁଠାରୁ ଏହା ପ୍ରକ୍ସି ଯୁଦ୍ଧର କରୁଛି। ହିଜବୁଲ ଯୋଦ୍ଧା ଆକ୍ରମଣ ପରେ ଏଠାରେ ଲୁଚି ଯାଆନ୍ତି। ଇସ୍ରାଏଲ୍ ସେନା ଏପର୍ଯ୍ୟନ୍ତ ୨୨୦୦ ରୁ ଅଧିକ ଠିକଣାକୁ ଟାର୍ଗେଟ କରିଛି।

ଲେବାନନରେ ହିଜବୁଲକୁ ହଟାଇବା ପାଇଁ ଇସ୍ରାଏଲ୍ ସେନା ଏହାର ୯୮ ତମ ଡିଭିଜନ୍ ନିୟୋଜିତ କରିଛି। ଏହି ବିଭାଗରେ ହଜାର ହଜାର ପଦାତିକ, ସଶସ୍ତ୍ର ଯାନ, ଆର୍ଟିଲିରି ୟୁନିଟ୍ ସହିତ ପାରାଟ୍ରୁପର ବ୍ରିଗେଡ୍ ଏବଂ କମାଣ୍ଡୋ ବ୍ରିଗେଡ୍ ଅନ୍ତର୍ଭୁକ୍ତ। ଏହି ୟୁନିଟ୍ ଏତେ ବିପଜ୍ଜନକ ଯେ ହିଜବୁଲ ଏହାର ନାମ ଶୁଣି ଥରି ଉଠିବା ଆରମ୍ଭ କରେ। ଏଥି ସହିତ ବଢୁଥିବା ବିବାଦ ମଧ୍ୟରେ ୩ ରୁ ୪ ଲକ୍ଷ ଲୋକଙ୍କୁ ଗତ ଏକ ମାସ ମଧ୍ୟରେ ଲେବାନନ ଛାଡି ପଳାଇବାକୁ ପଡିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

‘ଇରାନ ପୁଣି ଇସ୍ରାଏଲ ଉପରେ ଆକ୍ରମଣ କରିବ’: ନେତାନ୍ୟାହୁଙ୍କୁ ଚେତାବନୀ ଦେଲେ ଖାମେନେଇ

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମେନେଇ ଏକ ବିବୃତ୍ତିରେ କହିଛନ୍ତି ଯେ, ଯଦି ଆବଶ୍ୟକ ହୁଏ ତେବେ ଇରାନ ପୁଣି ଇସ୍ରାଏଲ ଉପରେ ଆକ୍ରମଣ କରିବ। ଇରାନ ନେତା ଏହି ବିବୃତ୍ତି ଦେଇଛନ୍ତି ଯେଉଁ ସମୟରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଖରାପ ପର୍ଯ୍ୟାୟରେ ଗତି କରୁଛି। ଗତ କିଛି ଦିନ ମଧ୍ୟରେ ଇରାନ ଇସ୍ରାଏଲ ଉପରେ ଶହ ଶହ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଖାମେନେଇ କହିଛନ୍ତି ଯେ, “ପ୍ରତ୍ୟେକ ଦେଶର ଆକ୍ରମଣକାରୀଙ୍କ ବିରୁଦ୍ଧରେ ନିଜର ଜମି ରକ୍ଷା କରିବାର ଅଧିକାର ରହିଛି। ଏହାର ଅର୍ଥ ହେଉଛି ଯେ, ପାଲେଷ୍ଟାଇନବାସୀଙ୍କ ନିଜ ଜମି ଉପରେ ସେମାନଙ୍କର ଅଧିକାର ରହିଛି, ଯାହା ଆଜି ଆନ୍ତର୍ଜାତୀୟ ଆଇନ ଦ୍ୱାରା ମଧ୍ୟ ସ୍ୱୀକୃତିପ୍ରାପ୍ତ।” ସେ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ପାଲେଷ୍ଟାଇନବାସୀଙ୍କୁ ସମର୍ଥନ କରୁଛନ୍ତି ସେମାନେ ସେମାନଙ୍କର ଦାୟିତ୍ଵ ପୂରଣ କରୁଛନ୍ତି ଏବଂ ଏଥିରେ ଆପତ୍ତି କରିବାର କାହାର ଅଧିକାର ନାହିଁ।

ଇରାନର ସଶସ୍ତ୍ର ବାହିନୀର ସମ୍ପ୍ରତି ଅପରେସନ୍ “ସତ୍ୟ ପ୍ରତିଶ୍ରୁତି ୨” କୁ ଦର୍ଶାଇ ଖାମେନେଇ କହିଛନ୍ତି ଯେ, ଏହି ଅପରେସନ୍ ଆଇନଗତ ଏବଂ ଭବିଷ୍ୟତରେ ଆବଶ୍ୟକ ହେଲେ ପୁନର୍ବାର ଏହା କରାଯାଇପାରିବ। ସେ କହିଛନ୍ତି ଯେ, ଇରାନର ସଶସ୍ତ୍ର ବାହିନୀ “ରକ୍ତପିପାସୁ ଇସ୍ରାଏଲ୍ ଶାସନ” ବିରୁଦ୍ଧରେ ସର୍ବନିମ୍ନ କ୍ଷତି ଘଟାଇଛି। ଖାମେନେଇ ଇସ୍ରାଏଲକୁ ଏକ ଗଧିଆ ଏବଂ ଆମେରିକାକୁ ଏହି ଅଞ୍ଚଳର ଭୟଙ୍କର କୁକୁର ବୋଲି ବର୍ଣ୍ଣନା କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଏକ ସପ୍ତାହ ନେତୃତ୍ଵ ନେଇପାରିଲେନି ହିଜବୁଲାର ନୂତନ ମୁଖ୍ୟ: ଇସ୍ରାଏଲ ଆକ୍ରମଣରେ ହେଲେ ନିହତ

ନୂଆଦିଲ୍ଲୀ: ଲେବାନନରେ ହିଜବୁଲ ମୁଖ୍ୟ ହାସନ ନସରାଲ୍ଲାଙ୍କ ହତ୍ୟା ପରେ ହିଜବୁଲର ନୂତନ ମୁଖ୍ୟ ହାଶମ ସୈଫୁଦ୍ଦିନ ମଧ୍ୟ ଇସ୍ରାଏଲର ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ସୈଫୁଦ୍ଦିନଙ୍କୁ ହତ୍ୟା କରିବା ପାଇଁ ଇସ୍ରାଏଲ ଦକ୍ଷିଣ ବେରୁତରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଇସ୍ରାଏଲ୍ ଆକ୍ରମଣ ସମୟରେ ସୈଫୁଦ୍ଦିନ ବହୁ ମହଲା ବିଶିଷ୍ଟ କୋଠା ତଳେ ନିର୍ମିତ ଏକ ବଙ୍କରରେ ତାଙ୍କ କମାଣ୍ଡୋମାନଙ୍କ ସହ ଏକ ବୈଠକ କରୁଥିଲେ।

ସେପ୍ଟେମ୍ବର ୨୭ ତାରିଖରେ ଇସ୍ରାଏଲ ବେରୁତ ସମେତ ହିଜବୁଲାର ସମସ୍ତ ସ୍ଥାନ ଉପରେ ବୋମାମାଡ଼ କରିଥିଲା। ଏହି ସମୟ ମଧ୍ୟରେ ଇସ୍ରାଏଲ ମଧ୍ୟ ହିଜବୁଲାର ମୁଖ୍ୟାଳୟ ଉପରେ ବୋମାମାଡ଼ କରିଥିଲା। ଏହି ଆକ୍ରମଣ ପରେ ଇସ୍ରାଏଲ ଦାବି କରିଛି ଯେ, ଏହା ହିଜବୁଲାକୁ ପ୍ରାୟ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇଛି। ଇସ୍ରାଏଲ ମଧ୍ୟ ହିଜବୁଲର କ୍ଷେପଣାସ୍ତ୍ର ଭଣ୍ଡାରକୁ ନଷ୍ଟ କରିଦେଇଥିବା ଦାବି କରିଛି। ଏହା ପରେ ଇସ୍ରାଏଲ ଆକ୍ରମଣରେ ହିଜବୁଲ ମୁଖ୍ୟ ହାସନ ନସରାଲ୍ଲା ଏବଂ ତାଙ୍କ ଝିଅଙ୍କର ମୃତ୍ୟୁ ହୋଇଥିବା ଖବର ଆସିଥିଲା, ଏହା ପରେ ହିଜବୁଲ ଦ୍ଵାରା ଏକ ବିବୃତ୍ତି ଜାରି କରାଯାଇଥିଲା ଯେ ନସରାଲ୍ଲାଙ୍କର ମୃତ୍ୟୁ ହୋଇନାହିଁ।

ହିଜବୁଲ ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ସତ୍ତ୍ୱେ ହାସନ ନସରାଲ୍ଲା ବଞ୍ଚିଛନ୍ତି ବୋଲି ମିଡିଆ ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ପରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର ଅଧିକାରୀମାନେ କହିଛନ୍ତି ଯେ, ଏହି ଆକ୍ରମଣ ପରେ ନସରାଲ୍ଲା ବଞ୍ଚି ପାରିବେ ବୋଲି ସେମାନେ ବିଶ୍ୱାସ କରନ୍ତି ନାହିଁ। ବର୍ତ୍ତମାନ ଇସ୍ରାଏଲ ନସରାଲ୍ଲାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି। ଏହି ବିବୃତ୍ତିର କିଛି ଘଣ୍ଟା ପରେ ଇସ୍ରାଏଲ ନିଶ୍ଚିତ କଲା ଯେ, ନସରାଲ୍ଲାଙ୍କର ମୃତ୍ୟୁ ହୋଇଛି। ରଏଟର୍ସ ରିପୋର୍ଟରେ କୁହାଯାଇଛି ଯେ ଇସ୍ରାଏଲ ଆକ୍ରମଣ ସମୟରେ ନସରାଲ୍ଲା ମୁଖ୍ୟାଳୟ ପରିବର୍ତ୍ତେ ଅନ୍ୟ ଏକ ବିଲ୍ଡିଂରେ ଲୁଚି ରହିଥିଲେ, ଯେଉଁଠାରେ ଇସ୍ରାଏଲ ଆକ୍ରମଣ ପରେ ବିଷାକ୍ତ ଗ୍ୟାସ ବ୍ୟାପି ଯାଇଥିଲା।

ହାସନ ନସରାଲ୍ଲାଙ୍କ ମୃତ୍ୟୁ ପରେ ହାଶେମ ସୈଫୁଦ୍ଦିନଙ୍କ ନାମ ଆସିଲା ଯେ ସେ ବର୍ତ୍ତମାନ ହିଜବୁଲର ମୁଖ୍ୟ ହେବେ। ଅନ୍ୟପକ୍ଷରେ ନସରାଲ୍ଲାଙ୍କ ମୃତ୍ୟୁକୁ ନେଇ କ୍ରୋଧିତ ହୋଇ ଇରାନ ଅକ୍ଟୋବର ୧ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହି ସମୟ ମଧ୍ୟରେ ଇରାନ ଇସ୍ରାଏଲ ଉପରେ ପ୍ରାୟ ୨୦୦ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ବର୍ତ୍ତମାନ ଏହି ଆକ୍ରମଣରେ ଇସ୍ରାଏଲର କ୍ଷତିର ପରିମାଣ ପ୍ରକାଶ କରାଯାଇ ନାହିଁ। କିନ୍ତୁ ଏହି ଘଟଣାର ତିନି ଦିନ ପରେ ଅର୍ଥାତ୍ ଅକ୍ଟୋବର ୩ ତାରିଖ ରାତିରେ ଇସ୍ରାଏଲ୍ ଦକ୍ଷିଣ ବେରୁତରେ ଥିବା କୋଠା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ସୈଫୁଦ୍ଦିନ ବଙ୍କରରେ ଉପସ୍ଥିତ ଥିଲେ। ଏହି ଆକ୍ରମଣରେ ହିଜବୁଲର ନୂତନ ମୁଖ୍ୟ ହାଶେମ ସୈଫୁଦ୍ଦିନଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ଦାବି କରିଛି। ବର୍ତ୍ତମାନ ସୈଫୁଦ୍ଦିନଙ୍କ ମୃତ୍ୟୁକୁ ନେଇ ହିଜବୁଲ କୌଣସି ସୂଚନା ଦେଇନାହିଁ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ହିଜବୁଲ୍ଲାର ଶୀର୍ଷ କମାଣ୍ଡର ନିହତ!: ସଂଗଠନକୁ କଡା ଚେତାବନୀ ଦେଲା ଇସ୍ରାଏଲ୍ ସେନା

ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ଆଜି ଘୋଷଣା କରିଛି ଯେ, ହିଜବୁଲ୍ଲାର ବରିଷ୍ଠ କମାଣ୍ଡୋମାନଙ୍କୁ ସଫା କରିଦିଆଯାଇଛି। ଏହା ସହିତ ଆଇଡିଏଫ୍ ଆହୁରି ମଧ୍ୟ କହିଛି ଯେ, କୌଣସି ଆତଙ୍କବାଦୀ ସଂଗଠନ ଯାହା ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରେ, ସେମାନେ ରକ୍ଷା ପାଇବେ ନାହିଁ।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ବିବୃତ୍ତି ଜାରି କରି କହିଛି ଯେ, କୌଣସି ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଯାହା ଆମ ନାଗରିକଙ୍କ ପାଇଁ ଆଗ ଧାଡ଼ିରେ ବିପଦ ସୃଷ୍ଟି କରୁଛି।

ଇବ୍ରାହିମ ଅକିଲଙ୍କ ମୃତ୍ୟୁ ଘୋଷଣା:

ଏହାପୂର୍ବରୁ ଆଇଡିଏଫ ବେରୁତରେ ହୋଇଥିବା ଆକ୍ରମଣରେ ହିଜବୁଲ୍ଲାର ଅପରେସନ୍ ୟୁନିଟର ମୁଖ୍ୟ ଇବ୍ରାହିମ ଅକିଲଙ୍କ ମୃତ୍ୟୁ ଘୋଷଣା କରିଥିଲା। ଏହି ଅପରେସନରେ ହିଜବୁଲ୍ଲାର ଅପରେସନ କର୍ମଚାରୀ ଏବଂ ରାଡୱାନ ୟୁନିଟର କମାଣ୍ଡର ମଧ୍ୟ ନିହତ ହୋଇଥିଲେ। ଆଇଡିଏଫ୍ ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହେଗରୀ କହିଛନ୍ତି ଯେ, “ମୁଁ ବର୍ତ୍ତମାନ ନିଶ୍ଚିତ କରିପାରିବି ଯେ ହିଜବୁଲ୍ଲାର ରାଡୱାନ ବଳର ଅନ୍ୟ ବରିଷ୍ଠ ଆତଙ୍କବାଦୀଙ୍କ ସହ ଇବ୍ରାହିମ ଅକିଲଙ୍କୁ ମାରିଦିଆଯାଇଛି।”

ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ହିଜବୁଲ୍ଲାକୁ ଅନେକ ଦେଶ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି ଏବଂ ଏହା ଇସ୍ରାଏଲ, ଲିବନାନ୍, ମଧ୍ୟ ପୂର୍ବ ଏବଂ ସମଗ୍ର ଦୁନିଆ ପାଇଁ ଏକ ବଡ଼ ବିପଦ ବୋଲି ବିବେଚନା କରାଯାଏ । ଅକ୍ଟୋବର ୮ ତାରିଖ ଠାରୁ, ହିଜବୁଲ୍ଲା ଇସ୍ରାଏଲର ସାଧାରଣ ନାଗରିକଙ୍କ ଉପରେ ୮ ହଜାରରୁ ଅଧିକ ରକେଟ, କ୍ଷେପଣାସ୍ତ୍ର ଏବଂ ବିସ୍ଫୋରକ UAV ଉତକ୍ଷେପଣ କରି ୬୦ ହଜାରରୁ ଅଧିକ ଲୋକଙ୍କୁ ଘରୁ ସ୍ଥାନାନ୍ତରିତ ପାଇ ବାଧ୍ୟ କରିଛି। ଏହି ବିପଦକୁ ମୁକାବିଲା କରିବା ଏବଂ ଇସ୍ରାଏଲ ନାଗରିକମାନଙ୍କୁ ସୁରକ୍ଷା ଦେବା ଆଇଡିଏଫ୍ ର ଲକ୍ଷ୍ୟ।