ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ପରେ ଦେଶରେ ହାଇ ଆଲର୍ଟ। ଦିଲ୍ଲୀ, ମୁମ୍ବାଇ ସମେତ ୫ଟି ସହରରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ଭିତରୁ ତିନିଟି ସହର ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ ଓ ଗୁଜୁରାଟର ରହିଛି। ପାକିସ୍ତାନ ସେନା ଅପେକ୍ଷା ଜମ୍ମୁ କାଶ୍ମୀରରେ ଥିବା ଆତଙ୍କବାଦୀଙ୍କ ପଟରୁ ଦେଶ ପାଇଁ ବେଶୀ ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ଓ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗାଡ଼ିମୋଟର ଯାଞ୍ଚ ବି କଡ଼ାକଡ଼ି। ସଜାଗ ରହିବା ପାଇଁ ସୁରକ୍ଷା ବାହିନୀକୁ ବି ନିର୍ଦ୍ଦେଶ ଦିଆଯାଇଛି।
Categories
ଦିଲ୍ଲୀ, ମୁମ୍ବାଇ ସମେତ ୫ଟି ସହରରେ ହାଇ ଆଲର୍ଟ
