Categories
ଆଜିର ଖବର ଜାତୀୟ ଖବର

ଗଛ ପାଇଁ ବଦଳିଲା ହାଇଓ୍ବେ ରୋଡ୍‌ର ନକ୍ସା

ମୁମ୍ବାଇ : ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାର ଭୋସେ ଗ୍ରାମରେ 400 ବର୍ଷ ତଳର ପୁରୁଣା ଏକ ବରଗଛ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି । ଗଛ ପାଇଁ ଏବେ ଜାତୀୟ ରାଜପଥର ନକ୍ସାକୁ ପରିବର୍ତ୍ତନ କରାଯାଇଛି ।

ନିର୍ମାଣଧୀନ ହାଇଓ୍ବେ ସର୍ଭିସ୍‌ ରୋଡ୍‌ ଏହି ବରଗଛ ନିକଟରେ ଯାଉଥିବାବେଳେ ଏହି ଗଛକୁ କାଟି ରାସ୍ତା ନିର୍ମାଣ କରାଯାଉଥିଲା। କିନ୍ତୁ ପରିବେଶବିତ୍‌ କାର୍ଯ୍ୟକର୍ତ୍ତା ଏହାର ବିରୋଧ କରିଥିଲେ । ବିରୋଧ ଦେଖି ରାଜ୍ୟର ପର୍ଯ୍ୟାବରଣ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କୁ ଅବଗତ କରାଯାଇଥିଲା । ଆଦିତ୍ୟ ଏନେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତ୍‌ନୀ ଗଡ୍‌କରୀଙ୍କୁ ଏହି ସମ୍ପର୍କରେ ଅବଗତ କରାଇଥିଲେ । ଗଡ୍‌କରୀ ଏହି ଗଛକୁ ବଞ୍ଚାଇବା ପାଇଁ ହାଇଓ୍ବେର ନକ୍‌ସାକୁ ବଦଳାଇ ଏହି ପ୍ରୋଜେକ୍ଟକୁ ଆଦେଶ ଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ ସାଙ୍ଗଲୀ ଜିଲ୍ଲାର ଭୋସେ ଗ୍ରାମ ଦେଇ ଯାଉଥିବାବେଳେ  ରତ୍ନଗିରି-ନାଗପୁର ହାଇଓ୍ବେର 166 ନମ୍ବର ରାଜପଥ ପ୍ରଶସ୍ତିକରଣ ହେଉଥିବାବେଳେ ଏହି ରାସ୍ତା ନିର୍ମାଣ ମଧ୍ୟରେ 400 ବର୍ଷର ପୁରୁଣା ଗଛ ରହିଥିଲା । ଏହି ବୃକ୍ଷକୁ ବଞ୍ଚାଇବା ପାଇଁ ପରିବେଶବିତ୍‌ଙ୍କ ବିରୋଧ ପରେ ଆଦିତ୍ୟ ଠାକ୍‌ରେ ଏନେଇ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଫଳରେ ଏତେ ଶହ ବର୍ଷ ପୁରୁଣା ଗଛକୁ ବଞ୍ଚାଇବା ପାଇଁ ହାଇଓ୍ବେର ନକ୍ସାକୁ ବଦଳାଯାଇଛି । (ଏଜେନ୍ସି)