Categories
ଆଜିର ଖବର ଜାତୀୟ ଖବର

Himachal Election: ପୁରା ପରିବାର ସହିତ ଭୋଟ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା

Himachal Pradesh Election22: ଆଜି ସକାଳୁ ଚାଲିଛି ହିମାଚଳ ପ୍ରଦେଶ ବିଧାନସଭା ପାଇଁ ମତଦାନ। ସକାଳ ସାତଟାରୁ ଏହି ଭୋଟ ପ୍ରଦାନ ଆରମ୍ଭ ହୋଇଛି। ଏହି ପର୍ବରେ ସାମିଲ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସେ ହିମାଚଳ ପ୍ରଦେଶର ବିଜୟପୁର ବାସିନ୍ଦା ହୋଇଥିବାରୁ ସେହିଠାରେ ସେ ଭୋଟ ଦେଇଛନ୍ତି। ନଡ୍ଡା ପୁରା ପରିବାର ସହିତ ବୁଥକୁ ଯାଇ ନିଜର ମତଦାନ କରିଛନ୍ତି।

ଏକ ଟୁଇଟ କରି ସେ କହିଛନ୍ତି ଯେ, ଗଣତନ୍ତ୍ରର ମହାନ ପର୍ବରେ ଆଜି ହିମାଚଳ ପ୍ରଦେଶର ବିଜୟପୁରରେ ମୋ ପରିବାର ସହିତ ସମୃଦ୍ଧ ଦେବଭୂମିକୁ ଭୋଟ୍ ଦେଇଛି। ମୁଁ ମୋର ସମସ୍ତ ଭାଇ, ଭଉଣୀ, ଯୁବକ ବନ୍ଧୁ ଏବଂ ହିମାଚଳ ପ୍ରଦେଶର ମାଆମାନଙ୍କୁ ଅନୁରୋଧ କରୁଛି ଯେ ସର୍ବାଧିକ ସଂଖ୍ୟାରେ ଭୋଟ୍ ଦିଅନ୍ତୁ ଏବଂ ଉତ୍ତମ ଶାସନ, ରାଜ୍ୟର ବିକାଶମୂଳକ ସରକାର ଚୟନ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର

Himachal Election: ହିମାଚଳ ପ୍ରଦେଶ ଖୋଜୁଛି ନୂଆ ସରକାର, ଚାଲିଛି ମତଦାନ

Himachal Pradesh Election22: ଆଜି ସକାଳୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ। ରାଜ୍ୟରେ 68 ଟି ଆସନ ପାଇଁ ଏହି ମତଦାନ ଅନୁଷ୍ଠିତ ହେଉଛି। ଏଥିରେ ମୋଟ 412 ଜଣ ପ୍ରାର୍ଥୀ ଏଥର ନିଜ ଭାଗ୍ୟ ଚେଷ୍ଟା କରୁଛନ୍ତି।

ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଉଛି। ମତଦାନ କେନ୍ଦ୍ରରେ ବହୁ ସଂଖ୍ୟାରେ ଲୋକେ ଧାଡି ବାନ୍ଧି ଛିଡା ହୋଇଥିବାର ଦେଖିବାକୁ ମିଳୁଛି। ଏଥି ସହିତ ଅନେକ ବୁଥରେ ଭୋଟରଙ୍କୁ ମଧ୍ୟ ଏକ ସ୍ୱତନ୍ତ୍ର ଢଙ୍ଗରେ ସ୍ୱାଗତ କରାଯାଉଛି।