Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କାନାଡାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ: ଅସନ୍ତୋଷ ପ୍ରକାଶ କଲା ଭାରତ

ନୂଆଦିଲ୍ଲୀ: ଶିଖ ବିଚ୍ଛିନ୍ନତାବାଦୀମାନେ କାନାଡାର ବ୍ରମ୍ପଟନ୍‌ରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଏହି ସମୟରେ ଖାଲିସ୍ତାନ ସମର୍ଥକମାନେ ମନ୍ଦିରରେ ପ୍ରବେଶ କରି ହିନ୍ଦୁମାନଙ୍କୁ ଠେଙ୍ଗାରେ ପିଟିଛନ୍ତି। ଏହି ପ୍ରସଙ୍ଗରେ ଏବେ ଭାରତରେ ଅସନ୍ତୋଷ ପ୍ରକାଶ ପାଇଛି। ଭାରତୀୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ, ଭାରତ ବିରୋଧୀ ଉପାଦାନଗୁଡିକ ଦ୍ୱାରା ହିଂସାତ୍ମକ କାର୍ଯ୍ୟକଳାପ ଟରୋଣ୍ଟୋ ନିକଟ ବ୍ରମ୍ପଟନ୍ ସ୍ଥିତ ହିନ୍ଦୁ ସଭା ମନ୍ଦିରରେ ଆୟୋଜିତ କନସୁଲାର କ୍ୟାମ୍ପ ବାହାରେ ଦେଖିବାକୁ ମିଳିଥିଲା।

ଭାରତ କଡା ଶବ୍ଦରେ କାନାଡାର ଜଷ୍ଟିସ୍ ଟ୍ରୁଡୋ ସରକାରଙ୍କୁ କହିଛି ଯେ, କାନାଡାରେ ପ୍ରଚଳିତ ସୁରକ୍ଷା ପରିସ୍ଥିତି ଯୋଗୁଁ ଏହା ପୂର୍ବରୁ କାନାଡା କର୍ତ୍ତୃପକ୍ଷଙ୍କୁ ଅଧିକ ମଜବୁତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା। ଯାହା ନିୟମିତ ତଦାରଖ କରିବା ଉଚିତ।

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହିନ୍ଦୁ ସଭା ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ଟ୍ରୁଡୋ ଟ୍ୱିଟରରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ପ୍ରତ୍ୟେକ କାନାଡାବାସୀଙ୍କର ମୁକ୍ତ ଏବଂ ନିରାପଦରେ ବିଶ୍ୱାସ ଅଭ୍ୟାସ କରିବାର ଅଧିକାର ରହିଛି। ବ୍ରମ୍ପଟନ୍‌ରେ ଥିବା ମନ୍ଦିର ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ କହିଛନ୍ତି ଯେ, ବ୍ରମ୍ପଟନ୍‌ର ହିନ୍ଦୁ ସଭା ମନ୍ଦିରରେ ହିଂସା ଘଟଣା ଗ୍ରହଣୀୟ ନୁହେଁ।

ତାଙ୍କ ପୋଷ୍ଟରେ ସେ ହିନ୍ଦୁମାନଙ୍କୁ ସୁରକ୍ଷା ଦେଇଥିବା ଏବଂ ଘଟଣାର ତଦନ୍ତ ପାଇଁ ଶୀଘ୍ର ପ୍ରତିକ୍ରିୟା ଦେଇଥିବାରୁ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି। ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଟ୍ରୁଡୋ ସରକାରଙ୍କ ଗମ୍ଭୀରତାକୁ ଆକଳନ କରାଯାଇପାରିବ ଯେ ଏପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ।

ଶିଖ୍ ବିଚ୍ଛିନ୍ନତାବାଦୀମାନେ ବ୍ରମ୍ପଟନ୍ ମନ୍ଦିରରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣର ଭିଡିଓରେ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିପାରେ। ଖାଲିସ୍ତାନ ସମର୍ଥକମାନେ ମନ୍ଦିର ବାହାରେ ବିରୋଧ କରୁଥିଲେ, କିନ୍ତୁ ହଠାତ୍ ଏହି ଲୋକମାନେ ଆକ୍ରମଣ କରିଥିଲେ। ଖାଲିସ୍ତାନ ସମର୍ଥକମାନେ ମନ୍ଦିରରେ ପ୍ରବେଶ କରି ହିନ୍ଦୁମାନଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ମାମଲା ବଢିବା ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଲୋକଙ୍କୁ ଶାନ୍ତ କରିଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସଂସ୍କୃତି

ହିନ୍ଦୁମାନଙ୍କଠାରୁ ପ୍ରତିଶୋଧ ନେଉଛି କାନାଡା!: ଦୀପାବଳି ପର୍ବ ପାଳନ ଉପରେ ଲଗାଇଲା କଟକଣା

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଭଲ ନାହିଁ, ଯାହାର ପ୍ରଭାବ ବର୍ତ୍ତମାନ ସେଠାରେ ରହୁଥିବା ହିନ୍ଦୁମାନଙ୍କ ଉପରେ ମଧ୍ୟ ଦେଖାଯାଉଛି। ସେଠାରେ ଥିବା ଦିୱାଲୀ ପର୍ବକୁ କାନାଡା ସରକାର ରଦ୍ଦ କରିଛନ୍ତି। ବାସ୍ତବରେ, କାନାଡାର ବିରୋଧୀଦଳ ନେତା ପିୟରେ ପୋଏଲିଭର ଏବଂ କଞ୍ଜର୍ଭେଟିଭ ପାର୍ଟି ୨୦୨୪ ର ଦିୱାଲୀ ଉତ୍ସବକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ହିନ୍ଦୁ, ଶିଖ, ବୌଦ୍ଧ ଏବଂ ଜୈନ ସମ୍ପ୍ରଦାୟରେ ବିରାଟ ଅସନ୍ତୋଷ ଦେଖାଯାଉଛି। କାନାଡାର ହିନ୍ଦୁ ମୋର୍ଚ୍ଚା ଏହି ପଦକ୍ଷେପକୁ ନିନ୍ଦା କରି ଏହାକୁ କାନାଡାର ବିଭିନ୍ନ ସାଂସ୍କୃତିକ ସମ୍ପ୍ରଦାୟ ପ୍ରତି ଅସମ୍ବେଦନଶୀଳତାର ପ୍ରତୀକ ବୋଲି କହିଛି। ସେ କହିଛନ୍ତି ଯେ, ଦୀପାବଳି ପାଳନ ନକରିବା, ଯାହାକି ଆଲୋକ ଏବଂ ଏକତାର ପର୍ବ ଅଟେ, ଏହା ସମ୍ପ୍ରଦାୟର ଏକ ବଡ଼ ବର୍ଗକୁ ଅବହେଳା କରୁଛି।

କାନାଡା ହିନ୍ଦୁ ଫୋରମ୍ ବିଶ୍ୱାସ କରେ ଯେ, ଦୀପାବଳି ଉତ୍ସବକୁ ବାତିଲ କରିବାର ନିଷ୍ପତ୍ତି ହେଉଛି ରାଜନୈତିକ ତୁଷ୍ଟିକରଣ। ସେ ଏହା ମଧ୍ୟ କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପରି ଲୋକମାନେ ଏହି ଉତ୍ସବକୁ ସମ୍ମାନ ଦେଇଛନ୍ତି, କିନ୍ତୁ କାନାଡାର କଞ୍ଜର୍ଭେଟିଭ ପାର୍ଟିର ନେତା ଏହି ସମ୍ପ୍ରଦାୟର ଭାବନାକୁ ଅଣଦେଖା କରିଛନ୍ତି। ଏହି ନିଷ୍ପତ୍ତି ଦର୍ଶାଏ ଯେ, କେତେକ ନେତାଙ୍କ ପାଇଁ ରାଜନୀତି ଅପେକ୍ଷା ସାଂସ୍କୃତିକ ସମାରୋହ ଏବଂ ଧାର୍ମିକ ଗୁରୁତ୍ୱ କମ୍ ରହିଛି।

କାନାଡାର ହିନ୍ଦୁ, ଶିଖ, ବୌଦ୍ଧ ଏବଂ ଜୈନ ସମ୍ପ୍ରଦାୟ ପ୍ରାୟ ୨.୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ସାଂସ୍କୃତିକ ସ୍ତମ୍ଭକୁ ପ୍ରତିନିଧିତ୍ୱ କରନ୍ତି। ଏହି ସମ୍ପ୍ରଦାୟଗୁଡିକ ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବ୍ୟବସାୟ ପରି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ସେମାନଙ୍କୁ ଅଣଦେଖା କରିବା ଅର୍ଥ କାନାଡାର ସଂସ୍କୃତି ଏବଂ ବିକାଶରେ ସେମାନଙ୍କର ଭୂମିକାକୁ ଅଣଦେଖା କରିବା। ଏହି ପରିପ୍ରେକ୍ଷୀରେ ହିନ୍ଦୁ ଫୋରମ୍ ଏହି ନିଷ୍ପତ୍ତିକୁ କାନାଡା ସମାଜ ପାଇଁ ଏକ ଦୁର୍ବଳ ବିନ୍ଦୁ ବୋଲି ବର୍ଣ୍ଣନା କରିଛି।

କାନାଡିୟ ହିନ୍ଦୁ ଫୋରମ୍ କହିଛି ଯେ, ଆସନ୍ତା ନିର୍ବାଚନରେ ​​ଏହି ସମ୍ପ୍ରଦାୟଗୁଡିକ ଏକତ୍ରିତ ହୋଇ ସେମାନଙ୍କର ସାଂସ୍କୃତିକ ଅଧିକାର ଏବଂ ମୂଲ୍ୟବୋଧର ସୁରକ୍ଷା ପାଇଁ ଉପଯୁକ୍ତ ନେତା ଚୟନ କରିବା ଆବଶ୍ୟକ ଅଟେ। ସେ କହିଛନ୍ତି ଯେ, ସମ୍ପ୍ରଦାୟ ବର୍ତ୍ତମାନ ନେତାମାନଙ୍କୁ ସମର୍ଥନ କରିବା ଉଚିତ ଯେଉଁମାନେ ବିବିଧତା ଏବଂ ସଂସ୍କୃତିକୁ ସମ୍ମାନ କରନ୍ତି ଏବଂ ସେମାନଙ୍କ ଭାବନାକୁ ବୁଝନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ଦୀପାବଳି

ଦୁଷ୍ମନ୍ତ କୁମାର ପଣ୍ଡା

ଦୀପାବଳି ଶବ୍ଦ ହିଁ ଆଲୋକ ସମ୍ପର୍କିତ। “ ଦୀପ୍ “ ଅର୍ଥ ଦୀପ୍ତ ହେବା। ଏହି ଦୀପ୍ ରୁ ଉତ୍ପନ୍ନ ଦୀପ ଶବ୍ଦର ଅନ୍ୟ ଅର୍ଥ ଅଗ୍ନିଶିଖା। ଅଗ୍ରଗତି ଓ ଆସିମତା ଏହି ଆଲୋକର ଅନ୍ତସ୍ବର। ତେଣୁ ଆର୍ଯ୍ୟ ଋଷି ଏହି ଆଲୋକ ପାଇଁ ଦୀପଂ ଦେହି ଜ୍ୟୋତିଂ ଦେହି ବୋଲି ଆକୁଳ ନିବେଦନ କରିଛନ୍ତି।

ଦୀପାବଳି ହିନ୍ଦୁ ମାନଙ୍କର ଏକ ଜାତୀୟ ପର୍ବ। ସାରା ଭାରତ ବର୍ଷ ରେ ଦୀପାବଳି ପର୍ବ ମହା ସମାରୋହ ରେ ପାଳିତ ହୋଇଥାଏ। ଉତ୍ତର ଭାରତରେ ତଥା ଅନ୍ୟତ୍ର କେତେକ ସମ୍ପ୍ରଦାୟ ବିଶେଷ ଭାବରେ ଏହାକୁ ତିନିଦିନ ପାଳନ କରିଥାନ୍ତି। ହିନ୍ଦୁ ମାନଙ୍କର ଏହା ଏକ ବଡ ପର୍ବ। ପ୍ରାଚୁର୍ଯ୍ୟର ଉତ୍ସବ ରୂପେ ଏହି ଦିନଟି ଓଡ଼ିଶାର କେତେକ ଲୋକ ପାଳନ କରିଥାନ୍ତି।

ଭାରତୀୟ ମାନେ ଏହାକୁ ଦୀପାବଳି ବା ଦିବାଲି ନାମରେ ଆନନ୍ଦରେ ପାଳନ କରିବା ସହିତ ଏହାକୁ ଆଲୋକର ପର୍ବ ନାମରେ ନାମିତ କରିଥାନ୍ତି । ଉତ୍ତର ଓ ପଶ୍ଚିମ ଭାରତରେ ଲକ୍ଷ୍ମୀ ପୂଜା ଦୀପାବଳିର ଏକ ପ୍ରଧାନ ଅଂଶ । ଯେ ଯେଉଠି ଥିଲେ ମଧ୍ୟ ଘରକୁ ଫେରି ଆସନ୍ତି । ଆନନ୍ଦ ମୁଖରିତ ପରିବାର ବର୍ଗଙ୍କର ଦୀପସଜ୍ଜା ଏବଂ ଆତସ ବାଜିର ବିସ୍ଫୋରଣ ରେ ଗ୍ରାମ ଗ୍ରାମ ସହର ପ୍ରକାଶିତ ଓ ମୁଖରିତ ହୋଇ ଉଠେ । ସାଧାରଣ ଗରିବ ପରିବାର ମଧ୍ୟ ଗୋଠ ମାତିଳେ ଖଣ୍ଡିଆ ମାତିଲା ପରି ସାଧ୍ୟ ମତେ କିଛି ଯୋଗାଡ଼ କରି ପର୍ବ ପାଳନ କରିବାକୁ ବାଧ୍ୟ ହୋଇଥାଏ । ନୂତନ ବ୍ୟବସାୟ ଆରମ୍ଭ, ନାଟ୍ୟାରମ୍ଭ, ଅଳଙ୍କାର ଧାରଣ ଆଦି ନୂତନ କାର୍ଯ୍ୟ କରାଯାଇଥାଏ ।

“କୋଷମୁଳାଃ ସର୍ବାରମ୍ଭ” ଅର୍ଥାତ ଯେ କୌଣସି ମରମର ଆରମ୍ଭ କରିବା ପାଇଁ କୋଷ ହେଉଛି ମୂଳ । ଅର୍ଥାତ ଅର୍ଥ ହେଉଛି ପ୍ରଥମ ଆବଶ୍ୟକତା, ଯେହେତୁ ଧନ ଧାନ୍ୟ ଶ୍ରୀ ଆରୋଗ୍ୟ ସୌନ୍ଦର୍ଯ୍ୟ ର ଦାତ୍ରୀ ଭାବେ ଭଗବତୀ ମହା ଲକ୍ଷ୍ମୀ ଏହି ଦିନ ଆରାଧୀତା ହୋଇଥାନ୍ତି । ତେଣୁ ହିନ୍ଦୁ ଆଧ୍ୟାତ୍ମିକତା ଏବଂ ଭଗବତ ବିଶ୍ବାସୀ ତାକୁ ନବ କର୍ମାରମ୍ଭ ର ପ୍ରେରଣା ଯୋଗାଇ ଦେଇଥାଏ ଓ ତାକୁ ଆସ୍ତିକ କରି ଗାଡି ତୋଳେ । ଅର୍ଥ ର ପ୍ରତିବନ୍ଧ କୁ ଦୂର କରି ଆସ୍ତିକତା ତା ଭିତରେ ଅନ୍ତର୍ବଳ ଓ ଆତ୍ମବିଶ୍ଵାସ ଭରି ଦେଇଥାଏ ଆଗେଇ ଯିବା ପାଇଁ । ଏହି ଶରତ ଓ ହେମନ୍ତ ସନ୍ଧିର ଲକ୍ଷ୍ମୀ ପୂଜା ସମଗ୍ର ଦେଶରେ ଏକ ଯଜ୍ଞ ସ୍ବରୂପ ହୋଇପଡେ । “ଯଜ୍ଞ କର୍ମ ସମ୍ୟୁଦଭବଃ” ଗୀତାବାଣୀ ଅନୁଯାୟୀ ସମଗ୍ର ଦେଶ କର୍ମ ମୁଖର ହୋଇଉଠେ । ଆତସବାଜି, ଦୀପ, ତେଲ, ପୂଜା ସାମଗ୍ରୀ, ଖାଦ୍ୟଦ୍ରବ୍ୟ ସମେତ ମିଷ୍ଟାନ୍ନ ପ୍ରଭୃତିର ବ୍ୟବସାୟ ଓ ବ୍ୟବହାର ବଢିଯାଏ । ଅତୀତରେ ଓଡ଼ିଶାର ସାଧବ ମାନେ ବହିର୍ବାଣିଜ୍ୟ ସମାପନ କରି ଦୀପାବଳୀ ସମୟକୁ ଫେରିଆସି ପୁଣି କାର୍ତ୍ତିକ ପୁର୍ଣିମା ପରଦିନ ବାଣିଜ୍ୟ ଯାତ୍ରା ଆରମ୍ଭ କରୁଥିଲେ । ଓଡିଆମାନେ ଦୀପଦାନ ପୂର୍ବକ ଏହି ସ୍ମୃତିକୁ ଉଜ୍ଜୀବିତ କରି ରଖିଛନ୍ତି । ଏହା ହିଁ ଦୀପାବଳି ର ସ୍ଥାନୀୟ ତାତ୍ପର୍ଯ୍ୟ ।

ଭାରତ ବ୍ୟତୀତ ଅନ୍ୟାନ୍ୟ ଦେଶରେ ମଧ୍ୟ ଦୀପାବଳି ଆଲୋକ ଉତ୍ସବ ମହା ସମାରୋହରେ ପାଳନ କରାଯିବା ର ପରମ୍ପରା ରହିଛି । ଏହି ସାଂସ୍କୃତିକ ପର୍ବର ରଉପ ଅବଶ୍ୟ ଭିନ୍ନ ଭିନ୍ନ ଅଟେ । ଏହି ପର୍ବ ଭାରତୀୟ ସଂସ୍କୃତିକ ଜୀବନର ବାର୍ତ୍ତାବହ, ବହୁ ଇତିହାସର ସ୍ମୃତିଧାରକ ଅ ଆନଂଦ ଓ ଆଲୋକର ପର୍ବ ପର୍ବାଣି ଏବଂ ଆଲୋକ ର ପର୍ବ ଦୀପାବଳିକୁ ଅନ୍ଧାର ଉପରେ ଆଲୋକର ବିଜଯ ରୂପେ ଶିକ୍ଷିତ ଲୋକମାନେ ବିଚାର କରୁଥିବା ବେଳେ ନିମ୍ନ ସ୍ତର ର ଲୋକ ମାନେ ଭୟ ଓ ହତାଶ ର ବିତାଡନ ନିମନ୍ତେ ଏହାକୁ ପାଳନ କରାଯାଉଛି ବୋଲି ଧରି ନେଇଛନ୍ତି ।

କେବଳ ଓଡ଼ିଶା ନୁହେଁ ସାରା ଭାରତରେ କାର୍ତ୍ତିକ ଅମାବାସ୍ୟା କୁ ଦୀପାବଳି ଅମାବାସ୍ୟା ଭାବେ ପାଳନ କରାଯାଇଥାଏ । ସାରାରାତି ପ୍ରାୟ ସମସ୍ତ ଓଡ଼ିଆଙ୍କ ଘର ଓ ବାହାର ଆଲୋକିତ ହୋଇଥାଏ ଦୀପ ଆଲୋକ ମାଳ ରେ । ଏହି ଉତ୍ସବ କାହିଁକି ପାଳନ କରାଯାଏ ସେହି ବିଷୟ ରେ କଲିକା ପୁରାଣ, ସ୍କନ୍ଧ ପୂରାଣ, ଲିଙ୍ଗ ପୂରାଣ ଆଦି ରେ ବର୍ଣ୍ଣିତ ହୋଇଛି । ଦୀପାବଳି ଅମାବାସ୍ୟା ର ପୂର୍ବ ଦିନ ଚତୁର୍ଦଶୀକୁ ନରକ ଚତୁର୍ଦଶୀ ବୋଲି କୁହାଯାଏ କାରଣ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମହାକାଳୀଙ୍କ ସହାୟତାରେ ନରକକସୁରକୁ ବଧ କରିଥିଲେ । କାର୍ତ୍ତିକ ଅମାବାସ୍ୟା ଦିନ ଜଗଜ୍ଜନନୀ ମହାକାଳୀଙ୍କ ପୂଜା କରାଯିବାର ବିଧି ରହିଛି । ଏହି ଦୀପାବଳି ସହ କାଳୀପୂଜାର ସମ୍ବନ୍ଧ ଥିବାରୁ ଏହା ଦୀପାବଳି ବା ଦିବାଲି ଭାବରେ ନାମିତ ହେବା ସହ କାଳୀପୂଜା ବା ଶ୍ୟାମା କାଳୀପୂଜା ଦିବସ ରୂପେ ସର୍ବତ୍ର ସ୍ଵୀକୃତ । ଏହି ଦିନ ରାତିରେ ପ୍ରତିଘରୁ ନିଃସୃତ ହୋଇଥାଏ ଦୀପଦାନ ଏବଂ ବାଣ ଫୁଟାଇବା କାର୍ଯ୍ୟ ।

ସାଧାରଣତଃ ଓଡିଆମାନେ ପିମ୍ପେଇ ଡାକ କରିଥାନ୍ତି ଅ ଆଶ୍ବିନ ମାସର ମହାଳୟା ଓ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପିତୃ ପୁରୁଷ ଙ୍କ ନିମିତ୍ତ ପୂଜା କରିବା ପାଇଁ ଶ୍ରେଷ୍ଠ ତିଥି ଅଟେ । ଏହିଦିନ ରାତିରେ ପ୍ରତିଘରୁ ନିଃସୃତ ହୁଏ ବଡ ବଡୁଆଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ବଂଶଧର ତଥା ଆତ୍ମୀୟଙ୍କ କଣ୍ଠରୁ ନିବେଦନ “ପିତୃଲୋକ ପରିତ୍ୟଜ୍ୟ ଆଗତ ଯେ ମହାଲୟେ, ଉଜ୍ବଳଂ ଜ୍ୟୋତିଶାଂ ମାର୍ଗ ପ୍ରପସ୍ୟନ୍ତେ ବ୍ରଜନ୍ତୁତେ” । ଅର୍ଥାତ ପିତୃଲୋକ ତ୍ୟାଗ କରି ମହଳୟା ରେ ଯେଉଁ ମାନେ ଆସିଥିଲେ ସେମାନେ ଏହି ତେଜୋଦୀପ୍ତ ମାର୍ଗ ଦର୍ଶନ କରନ୍ତୁ । ମାସକ ତଳେ ମହାଳୟା ଅମାବାସ୍ୟା ଯାଇଛି, ସେହିଦିନ ପିତୃ ପୁରୁଷ ଙ୍କୁ ତର୍ପଣ ଅର୍ପଣ କରାଯାଇଥିଲା । ଆଜି ସେହି ପିତୃ ପୁରୁଷ ତାଙ୍କର ଉତ୍ତର ପୁରୁଷ ତଥା ଆତ୍ମୀୟଙ୍କ ଘରୁ ଶ୍ରଦ୍ଧା ନିବେଦନ ଗ୍ରହଣ କରି ଫେରି ଯାଉଛନ୍ତି । ତେଣୁ ସେହି ମାନଙ୍କୁ ମାର୍ଗ ଦର୍ଶନ ପାଇଁ ଘରେ ଘରେ ଦୀପ ପ୍ରଜ୍ବଲନ କରିବା ସହିତ କାଉଁରିଆ କାଠି ଜଲାଇ ମାତୃ ଭାଷାରେ ନିବେଦନ କରାଯାଇଥାଏ।

ବିଶେଷତଃ ଓଡ଼ିଶାରେ ଦୀପାବଳୀ ଦିନ ଗୟା ଶ୍ରାଦ୍ଧ ବା ଦୀପଦାନ ଶ୍ରାଦ୍ଧ ଅନୁଷ୍ଠିତ ହୁଏ । ତୁଳସୀ ଚଉଁରା ପାଖରେ କିମ୍ବା ପୟା ଦଣ୍ଡା ଖୋଲି କିମ୍ବା ମୁରୁଜରେ ଚିତା କାଟି ପିତୃ ପୁରୁଷଙ୍କୁ ଫଳ ମୂଳ ତଥା ଦୀପଦାନ କରାଯାଇଥାଏ । ବଡ ବଡିଆ ଅର୍ଥାତ ପିତୃପୁରୁଷଙ୍କୁ କଉଁରିଆ କାଠି ଜଳି ଲୋକେ ଆଲୋକ ପ୍ରଦର୍ଶନ କରିଥାନ୍ତି । ଯେଉଁ ପିତୃ ପୁରୁଷ ମାନେ ପିତୃପକ୍ଷ ଅର୍ଥାତ ଆଶ୍ଵିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆସି ଜୀବିତ ଉତ୍ତର ଦାୟାଦ ଙ୍କ ଠାରୁ ତର୍ପଣ ଏବଂ ମହାଲୟାରେ ପିଣ୍ଡ ପ୍ରଭୃତି ଗ୍ରହଣ କରି ଏଠାରେ ଥାଆନ୍ତି ସେମାନଙ୍କର ପ୍ରୟାଣ ଉଦ୍ଦେଶ୍ୟରେ ପିତୃ ଲୋକେ ପଥ ପ୍ରଦର୍ଶନ ପାଇଁ ଏହି ଆଲୋକ ବର୍ତ୍ତିକା ର ପ୍ରଦର୍ଶନ ପୂର୍ବକ ଭକ୍ତିପୂତ ଭାବେ ଦୀପାବଳି ପାଳନ କରାଯାଇଥାଏ । ସାଧାରଣ ଲୋକେ କହିଥାନ୍ତି, ହେ ପିତୃପୁରୁଷ ଅନ୍ଧାରରେ ଆସିଥିଲ ଏବେ ଆଲୋକରେ ଯାଅ । ଆମର ମଙ୍ଗଳ ହେବ, ଅଜ୍ଞାନ ଅନ୍ଧାରରୁ ଅଆମକୁ ମୁକ୍ତ କରି ଜ୍ଞାନାଲୋକ ର ମାର୍ଗର ପଥିକ କର, ସତ ପଥରେ ଯିବାକୁ ମାର୍ଗ ପ୍ରଦର୍ଶନ କର ।

ଏହି ପବିତ୍ର ଦୀପାବଳିରେ ଆଉ ଏକ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ, ତାହା ହେଉଛି ଶ୍ୟାମା କାଳି ପୂଜା । ଭଗବତୀ ବ୍ରହ୍ମ ସ୍ବରୂପା ମହା କାଳୀଙ୍କର ଏହି ଦିନ ଆବିର୍ଭାବ ଉତ୍ସବ ପାଳିତ ହୋଇଥାଏ । ସୃଷ୍ଟି ( ମାତୃ ରୂପା ), ସ୍ଥିତି ( ବର ଓ ଅଭୟ ରୂପା ) ଏବଂ ସଂହାର ( ଖଡଗ ଓ ମୁଣ୍ଡ ଧାରିଣୀ ରୂପା) ଅର୍ଥାତ ସୃଷ୍ଟି ସ୍ଥିତ୍ୟନ୍ତ କାରିଣୀ ଜଗଦମ୍ବା ମହାକାଳୀଙ୍କର ଆରାଧନା ପଛରେ ମାନବ ସମାଜ ତାର ଦୁର୍ଗତି ନାଶ କରି ସାଂସାରିକ ଐଶ୍ବର୍ଯ୍ୟ ଭୋଗ ପୂର୍ବକ ମୁକ୍ତି କାମନା କରିଥାଏ । ଏହି ମହାଶକ୍ତି ମହାମାୟା ତ୍ରିପୁର ସୁନ୍ଦରୀ ମହାକାଳୀଙ୍କ ର ଆରାଧନା ରେ ମାନବ ଭୋଗ ଏବଂ ଐଶ୍ବର୍ଯ୍ୟ ର ଅଧିକାରୀ ହୋଇ ମୋକ୍ଷ ଲାଭ କରିଥାଏ ।
ଦୀପାବଳି ପର୍ବ ପାଳନ କରିବା ପଛରେ ଅନେକ ପୌରଣିକ ଓ ଐତିହାସିକ ପୃଷ୍ଠ ଭୂମି ନିହିତ । ପୁରାଣରେ ବର୍ଣ୍ଣିତ ଅଛି ଯେ, ମହାପ୍ରତାପୀ ନରକାସୁର ର ଅତ୍ୟାଚାର ରେ ଦେବଗଣ ଭୀତତ୍ରସ୍ତ ହୋଇ ଶ୍ରୀକୃଷ୍ଣ ଙ୍କର ଶରଣାପନ୍ନ ହେଲେ । ଷୋହଳ ସହସ୍ର କନ୍ୟାନକୁ ସେମାନଙ୍କ ଆର୍ତ୍ତନାଦ ଶୁଣି ଶ୍ରୀକୃଷ୍ଣ ବାକୁଳାଞ୍ଚଳ ପର୍ବତରେ ପ୍ରବେଶ କରି ପ୍ରଥମେ ନରକାସୁରର ପୁତ୍ର ଭଗଦତ୍ତ ର ସଂହାର କରି ପରେ ନରକାସୁର କୁ ନାଶ କରିଥିଲେ । ଦେବଗଣ ସନ୍ତୁଷ୍ଟ ହେଲେ ମାତ୍ର ପରେ ପୃଥ୍ବୀ ଦେବୀଙ୍କର ବିନୟ ଅନୁରୋଧରେ ଭଗବାନ ଶ୍ରୀକୃଷ୍ଣ ଭଗଦତ୍ତ କୁ ଜୀବ ଦାନ ଦେଇ ସିଂହାସନାରୂଢ କରାଇ ବନ୍ଦୀଥିବା ଷୋହଳ ସହସ୍ର ସୁନ୍ଦରୀ କନ୍ୟା ଙ୍କୁ ମୁକ୍ତି ଦେଇ ସସମ୍ମାନେ ଦ୍ବାରିକା ପଠାଇ ଥିଲେ । ସମସ୍ତଙ୍କ ମନରେ ଆନନ୍ଦର ଢେଉ ଖେଳିଗଲା ଓ ଶାନ୍ତି ପ୍ରତିଷ୍ଠିତ ହେଲା । ସମସ୍ତେ ଆନନ୍ଦ ଉଲ୍ଲାସ ରେ ଉତ୍ସବ ପାଳନ କଲେ । ସେହି ଉତ୍ସବକୁ ନରକୋତ୍ସବ ବୋଲି ମଧ୍ୟ କୁହାଯାଇଥାଏ । ସେହିଦିନ ଚତୁର୍ଦଶୀ ତିଥି ଥିବା ହେତୁ ସେହି ଦିନକୁ ନରକ ଚତୁର୍ଦଶି ମଧ୍ୟ କୁହା ଯାଇ ଥାଏ । ପରଦିନ ନରକାସୁର ର ବଧ ହେବା ପରେ ସମସ୍ତେ ନିର୍ଭୟରେ ଆଲୋକ ଜଲାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ବାଗତ କରିବାରୁ
ଦୀପା ବଳି ଉତ୍ସବ ସେହିଦିନରୁ ପାଳିତ କରାଯାଉଥିବା ଜଣାଯାଏ।

ଆଉ ଏକ କିମ୍ବଦନ୍ତୀ ରୁ ଜଣାଯାଏ ଯେ, ପ୍ରଭୁ ଶ୍ରୀରାମ ଚନ୍ଦ୍ର ଜଗତଜନନୀ ମାଁ ଦୂର୍ଗାଙ୍କୁ ସାଧନ କରି ବିଜୟା ଦଶମୀ ଦିନ ପାପାଚାରୀ ରାବଣ କୁ ବଧ କରିବା ପରେ ଏହି ଦିନ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରଜା ମାନେ ପ୍ରିୟ ରାଜା ରାମଚନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜଣାଇବା ପାଇଁ ସମଗ୍ର ଅଯୋଧ୍ୟା ନଗରୀ କୁ ଅଜସ୍ର ଦୀପଲୋକରେ ସୁସଜ୍ଜିତ କରିଥିଲେ । ସେହି ଶୋଭନୀୟ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଦୀପାବଳିର ସୂତ୍ରପାତ ବୋଲି କୁହ ଯାଇଥାଏ । ତ୍ରୁତୀୟତଃ ଅନ୍ୟ ହିନ୍ଦୁ ପୂରାଣ ଓ ଶାସ୍ତ୍ର ରେ ମଧ୍ୟ ଏହି ଦୀପାବଳି “ ବଳି ରାଜ୍ୟ ଉତ୍ସବ “ ଭାବରେ ପ୍ରଖ୍ୟାତ । ଏହି ଦିନ ରାଜା ବଳି ମର୍ତ୍ତ୍ୟ କୁ ଆଗମନ କରିଥିବା ଯୋଗୁଁ ତାଙ୍କର ପ୍ରଜାମାନେ ଏହି ଦିବସ ଟିକୁ ଦୀପମାଳା ରେ ସଜାଇ ରକାଙ୍କୁ ସ୍ବାଗତ କରିଥିଲେ । ଏହି ଅନନ୍ଦୋତ୍ସବ ସୂତ୍ର ରୁ ଦୀପାବଳି ଉତ୍ସବ ର ଆରମ୍ଭ ହୋଇଥିବା କୁହାଯାଇଥାଏ । ଏହି ଦିନ ଟିକୁ ବଳିରାଜ୍ୟ ଉତ୍ସବ ବୋଲି ମଧ୍ୟ କୁହ ଯାଇଥାଏ । ପୁନଶ୍ଚ ଜୀବ ଜଗତ ସୃଷ୍ଟି ହେବା ପୂର୍ବରୁ ଏ ଜଗତ ଘୋର ଅନ୍ଧକାରରେ ପୂର୍ଣ୍ଣ ଥିଲା । ସେହି ଅନ୍ଧକାର ମୟ ଧରଣି ର ଅନ୍ୟ ନାମ ହିଁ ନରକ । କାଳ କ୍ରମେ ସୁର୍ଯ୍ୟ ଙ୍କ ଉତ୍ପତ୍ତି ହେବା ପରେ ସେହି ଅନ୍ଧକାର କୁ ଦୂର କଲେ । ସେହି ଆଲୋକର ସ୍ମାରକୀ ପାଇଁ ଦକ୍ଷିଣ ଭାରତରେ ନରକାସୁର ବୃତ୍ତାନ୍ତ ପାଇଁ ଦୀପାବଳି ନାରକ ଚତୁର୍ଦଶୀ ଭାବରେ ପାଳିତ ହୋଇଥାଏ ।

ଏହା ଛଡା ଐତିହାସିକ ପୃଷ୍ଠଭୂମି ର ଏକ କିମ୍ବଦନ୍ତୀ ରୁ ଜଣାଯାଏ ଯେ, ଉଜ୍ଜୟନୀ ର ରାଜା ବିକ୍ରମାଦିତ୍ୟ ଏହିଦିନ ସିଂହସନାରୂଢ ହୋଇଥିବାରୁ ଲୋକେ ଦୀପ ଜାଳି ରାଜାଙ୍କୁ ଅଭ୍ୟର୍ଥନା କରିଥିଲେ । ମୋଗଲ ଯୁଗର ପ୍ରସିଦ୍ଧ ଐତିହାସିକ ଆବୁଲ ଫାଜଲ ତାଙ୍କର “ ଆଇନ-ଇ-ଆକବରୀ” ରେ ଦିଵାଳି ସମ୍ବନ୍ଧରେ ଲେଖିବାକୁ ଯାଇ ଉଲ୍ଲେଖ କରିଛନ୍ତି । ବଣିକ ଗୋଷ୍ଠୀ ମଧ୍ୟରେ ଏହା ଏକ ସର୍ବାପେକ୍ଷା ଅଧିକ ଲୋକପ୍ରିୟ ପର୍ବ । ମୋଗଲ ସମ୍ରାଟ ଆକବର ମଧ୍ୟ ଏହି ପର୍ବ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଥିବାର “ ଆଇନ-ଇ-ଆକବରୀ” ରୁ ଜଣାଯାଏ । କନୌଜ ର ରାଜା ହର୍ଷବର୍ଦ୍ଧନ ତାଙ୍କର ଗୋଟିଏ ନାଟକ “ନାଗାବଳୀ” ରେ ଏହି ଉତ୍ସବକୁ “ଦୀପପ୍ରତି ପଦୂତ୍ସବ” । ଏହିସବୁ ଭିତ୍ତିଭୂମିକୁ ବଡ ଦେଲେ ସୁଦ୍ଧା ୧୬୬୨ ଖ୍ରୀଷ୍ଟାବ୍ଦ ରେ ଏହି କାର୍ତ୍ତିକ ଅମବାସ୍ୟା ତିଥିରେ ଶିଖ ଧର୍ମାବଲମ୍ବୀ ମାନଙ୍କ ଷଷ୍ଠ ଧର୍ମଗୁରୁ ଗୋବିନ୍ଦ ସିଂ ୫୨ ଜଣ ରାଜପୁତ ଙ୍କ ସହ ଗ୍ୱାଲିୟର ଦୁର୍ଗ ରୁ ମୁକ୍ତ ହୋଇଥିଲେ । ସେହି ଦିନ ଶିଖ ମାନେ ଅମୃତସରର ସ୍ବର୍ଣ୍ଣ ମନ୍ଦିରକୁ ଦୀପମାଳାରେ ସୁସଜ୍ଜିତ କରିବା ସହିତ ଦରଗା ସାହେବ ପୁଷ୍କରିଣୀରେ ସ୍ନାନ କରି ଅତି ପବିତ୍ର ଭାବରେ ଦିନଟି କଟାଇ ଥାନ୍ତି । ଏତଦ ବ୍ୟତୀତ ଆର୍ଯ୍ୟ ସମାଜର ପ୍ରବର୍ତ୍ତକ ସ୍ବାମୀ ଦୟାନନ୍ଦ ସରସ୍ବତୀ ଙ୍କର ତିରୋଧାନ ମଧ୍ୟ ଏହି ଦିନରେ ହୋଇଥିଲା । ସ୍ବାମୀ ରାମତୀର୍ଥ ଙ୍କ ଆବିର୍ଭାବ ଓ ତିରିଧାନ ମଧ୍ୟ ଏହି ଦିନରେ ହୋଇଥିଲା । ତେଣୁ ଆର୍ଯ୍ୟ ସମାଜର ଲୋକେ ଏହି ଦିନଟିକୁ ମହା ଆନନ୍ଦରେ ପାଳନ କରିଥାନ୍ତି ।

ତେବେ ଦୀପାବଳି ଯେ ଏକ ସାଂସ୍କୃତିକ ପରମ୍ପରାର ପ୍ରତିକ ଏହା ଦୃଢତାର ସହ କୁହାଯାଇପାରେ। “ତମସୋ ମାଁ ଜ୍ୟୋତିର୍ଗମୟ, ମୃତ୍ୟୋ ର୍ମା ଅମୃତୋମୟ”, ଆଲୋକର ଆଲିଙ୍ଗନ ପାଇଁ ଏ ବାଣୀ କେବଳ ଯେ ପ୍ରାଚ୍ୟ ଭୂଖଣ୍ଡରେ ଉଚ୍ଚାରିତ ହୋଇଛି ତହ ନୁହେଁ । ଏ ଆକାଂକ୍ଷା ସର୍ବ ବ୍ୟାପୀ। ପାଶ୍ଚାତ୍ୟ ଭୂଖଣ୍ଡରେ ମଧ୍ୟ ସେହି ଆକୁଳ କାକୁତି କେବଳ ଆଲୋକ ପାଇଁ। ଅଗ୍ନି ସମସ୍ତ ଜୀବ ଜଗତରେ ମୂଳ ହେତୁ ଜୀବନର ଅନ୍ୟ ନାମ ଆଲୋକ। ଏହି ଆଲୋକ ଅମୃତ ସାନ୍ନିଧ୍ୟ ଲାଭ କଲେ ମନୁଷ୍ୟର ହୃଦୟ ଉପବନରେ ଶାନ୍ତି ମୈତ୍ରୀ, କାରୁଣ୍ୟ, ସତ୍ୟ ଆଦିର ସୁବାସିତ ସୁମନ ବିକଶିତ ହୋଇଥାଏ । ଆଲୋକ ପଥର ଯାତ୍ରୀ ହେଲେ ବ୍ୟକ୍ତି ଅମରତ୍ଵ ଲାଭ କରେ।

ଜୁନାଗଡ, କଳାହାଣ୍ଡି, ଓଡ଼ିଶା ୭୬୬୦୧୪
ଯୋଗାଯୋଗ – ୯୧୧୪୯୩୯୩୨୯

Categories
ଆଜିର ଖବର ଜାତୀୟ ଖବର

ଭାରତ ଏକ ହିନ୍ଦୁ ରାଷ୍ଟ୍ର, ନିଜର ସୁରକ୍ଷା ପାଇଁ ଆମକୁ ଏକଜୁଟ ହେବାକୁ ପଡିବ: ଆରଏସଏସ ମୁଖ୍ୟ

ନୂଆଦିଲ୍ଲୀ: ଶନିବାର ଦିନ ରାଷ୍ଟ୍ରିୟ ସ୍ଵୟମସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ହିନ୍ଦୁ ସମ୍ପ୍ରଦାୟକୁ ଏକଜୁଟ ହେବା ଏବଂ ନିଜ ମଧ୍ୟରେ ମତଭେଦ ତଥା ବିବାଦର ଅନ୍ତ ଘଟାଇବାକୁ ଆହ୍ଵାନ ଦେଇଛନ୍ତି। ସେ କହିଛନ୍ତି ଯେ, “ଭାଷା, ଜାତି ଏବଂ ଅଞ୍ଚଳ ଉପରେ ଆଧାରିତ ମତଭେଦ ତଥା ବିବାଦ ଦୂର କରି ହିନ୍ଦୁ ସମାଜକୁ ଏହାର ସୁରକ୍ଷା ପାଇଁ ଏକଜୁଟ ହେବାକୁ ପଡିବ। ସମାଜ ଏପରି ହେବା ଉଚିତ, ଯେଉଁଥିରେ ଏକତା, ସଦଭାବନା ଏବଂ ବନ୍ଧନ ଭାବନା ରହିବ।”

ସେ କହିଛନ୍ତି ଯେ, ସମାଜରେ ଆଚରଣ ବିଧି, ରାଜ୍ୟ ପ୍ରତି କର୍ତ୍ତବ୍ୟ ଏବଂ ଲକ୍ଷ୍ୟ ଭିତ୍ତିକ ଗୁଣ ଆବଶ୍ୟକ। ସେ କହିଛନ୍ତି, ସମାଜ କେବଳ ମୋ ଏବଂ ମୋ ପରିବାରକୁ ନେଇ ଗଠିତ ନୁହେଁ, ବରଂ ସମାଜ ପାଇଁ ସାମଗ୍ରିକ ଚିନ୍ତା ମାଧ୍ୟମରେ ଆମ ଜୀବନରେ ଇଶ୍ବରଙ୍କୁ ହାସଲ କରିବାକୁ ପଡିବ।

ଆରଏସଏସ ମୁଖ୍ୟ ମୋହନ ଭଗବତ କହିଛନ୍ତି ଯେ, ସଂଗଠନର କାର୍ଯ୍ୟ ଯାନ୍ତ୍ରିକ ନୁହେଁ ବରଂ ବିଚାର ଆଧାରିତ। ଦୁନିଆରେ ଏପରି କୌଣସି କାର୍ଯ୍ୟ ନାହିଁ ଯାହାକୁ ସଂଘର କାର୍ଯ୍ୟ ସହିତ ତୁଳନା କରାଯାଇପାରିବ।

‘ଭାରତ ଏକ ହିନ୍ଦୁ ରାଷ୍ଟ୍ର’:

ମୋହନ ଭାଗବତ କହିଛନ୍ତି ଯେ, ଦେଶର ଶକ୍ତି ଯୋଗୁଁ ବିଶ୍ୱରେ ଭାରତର ପ୍ରତିଷ୍ଠା। “ଭାରତ ହେଉଛି ଏକ ହିନ୍ଦୁ ରାଷ୍ଟ୍ର। ପ୍ରାଚୀନ କାଳରୁ ଆମେ ଏଠାରେ ବାସ କରିଆସୁଛୁ, ଯଦିଓ ହିନ୍ଦୁ ନାମ ପରେ ଆସିଥିଲା। ହିନ୍ଦୁ ଶବ୍ଦ ଏଠାରେ ବାସ କରୁଥିବା ଭାରତର ସମସ୍ତ ସମ୍ପ୍ରଦାୟ ପାଇଁ ବ୍ୟବହୃତ ହୋଇଥିଲା। ହିନ୍ଦୁମାନେ ସମସ୍ତଙ୍କୁ ନିଜର ବୋଲି ଭାବନ୍ତି ଏବଂ ସମସ୍ତଙ୍କୁ ଗ୍ରହଣ କରନ୍ତି।

ସେ କହିଛନ୍ତି, “ସମାଜରେ ପ୍ରଚଳିତ ତ୍ରୁଟିଗୁଡିକୁ ଦୂର କରିବା ଏବଂ ସମାଜକୁ ମଜବୁତ କରିବା ପାଇଁ ଉଦ୍ୟମ କରାଯିବା ଉଚିତ୍। ସମାଜରେ ସାମାଜିକ ସମନ୍ୱୟ, ସାମାଜିକ ନ୍ୟାୟ, ସାମାଜିକ ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ଆହ୍ୱାନ ଦେବା ଉଚିତ୍।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ବାଂଲାଦେଶକୁ ଆଫଗାନିସ୍ତାନରେ ପରିଣତ କରିବାକୁ ଚାହୁଁଛନ୍ତି ଚରମପନ୍ଥୀ: ତସଲିମା ନସରିନ୍

ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖକ ତସଲିମା ନସରିନ୍ କହିଛନ୍ତି ଯେ, ଇସଲାମିକ୍ ଚରମପନ୍ଥୀମାନେ ଯୁବକମାନଙ୍କୁ ଭ୍ରମରେ ପକାଇ ଭାରତ ବିରୋଧୀ, ହିନ୍ଦୁ ବିରୋଧୀ, ପାକିସ୍ତାନ ସମର୍ଥକ ଏବଂ ଜିହାଦ୍ କରିବାକୁ ଚେଷ୍ଟା କରୁଛନ୍ତି। ଯାହାଦ୍ୱାରା ବାଂଲାଦେଶ ଆଉ ଏକ ଆଫଗାନିସ୍ତାନରେ ପରିଣତ ହେବ ବୋଲି ତାଙ୍କ ମନରେ ଭୟ ରହିଛି। ସେ କହିଛନ୍ତି ଯେ, ଯେତେବେଳେ ତୁମେ ଯୁବକମାନଙ୍କୁ ଏହି ଉପାୟରେ ପ୍ରବର୍ତ୍ତାଇବ, ସେମାନେ ଏପରି ଏକ ପିଢୀରେ ପରିଣତ ହେବେ, ଯାହା ହିନ୍ଦୁ, ଭାରତ ଏବଂ ମହିଳାଙ୍କ ବିରୁଦ୍ଧରେ ହେବ ଏବଂ ପାକିସ୍ତାନ ସମର୍ଥକ, ଜିହାଦ୍ ସମର୍ଥକ, ଚରମପନ୍ଥୀଙ୍କ ସମର୍ଥକ ହେବ।

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ବାଂଲାଦେଶୀ ଲେଖକ ତସଲିମା ନାସିରିନ୍ କହିଛନ୍ତି ଯେ, ଯେତେବେଳେ ଜୁଲାଇ ମାସରେ ଛାତ୍ରମାନେ କୋଟା ବ୍ୟବସ୍ଥା ବିରୋଧରେ ବିରୋଧ କରିଥିଲେ, ଆମେ ସେମାନଙ୍କୁ ସମର୍ଥନ କରିଥିଲୁ। ପରେ ଆମେ ଅନୁଭବ କଲୁ ଯେ ଏହା ଛାତ୍ରମାନଙ୍କ ଆନ୍ଦୋଳନ ନୁହେଁ। ଇସଲାମିକ ଚରମପନ୍ଥୀମାନେ ଏହା ଯୋଜନା କରିଥିଲେ ଏବଂ ଆର୍ଥିକ ସହାୟତା ଦେଇଥିଲେ। ଯେତେବେଳେ ସେମାନେ ସ୍ୱାଧୀନତା ସଂଗ୍ରାମୀ, ସଂଗ୍ରହାଳୟ ଏବଂ ଜାତୀୟ ଐତିହ୍ୟର ମୂର୍ତ୍ତି ନଷ୍ଟ କରିବାକୁ ଲାଗିଲେ, ଏହା ସ୍ପଷ୍ଟ ହୋଇଗଲା। ବାଂଲାଦେଶ ମଧ୍ୟ ଆଫଗାନିସ୍ତାନ କିମ୍ବା ଇରାନ ଭଳି ସମାନ ମାର୍ଗ ଅନୁସରଣ କରିପାରେ ବୋଲି ଚିନ୍ତା ପ୍ରକଟ କରିଛନ୍ତି।

ତସଲିମା ନାସିରିନ୍ କହିଛନ୍ତି ଯେ, ବିଜୟ ଉତ୍ସବ ପାଳନ କରୁଛନ୍ତି ବୋଲି ୟୁନୁସ୍ କହିଛନ୍ତି। ଲୋକମାନେ ହିନ୍ଦୁମାନଙ୍କ ଘର ଜାଳି ଦେଉଛନ୍ତି। ଏହା କି ପ୍ରକାର ଉତ୍ସବ? ସେମାନେ ସବୁକିଛି ନଷ୍ଟ କରୁଛନ୍ତି। କିନ୍ତୁ ଯୁଦ୍ଧ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରିଥିବା ଏବଂ ମହିଳାଙ୍କୁ ବଳାତ୍କାର କରିଥିବା ପାକିସ୍ତାନୀ ସେନା ସହ ଜଡିତ ପ୍ରତିମୂର୍ତ୍ତିଗୁଡ଼ିକ ସମାନ ସ୍ଥିତିରେ ଅଛି।

ଲେଖକ ତସଲିମା ନସରିନ୍ କହିଛନ୍ତି ଯେ, ଶେଖ ହସିନା ଜଣେ ଶାସକ ଥିଲେ। ଯିଏ ସର୍ବଦା ଚରମପନ୍ଥୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ ​​ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାକୁ ବନ୍ଦ କରି ଦେଇଥିଲା। ଲୋକମାନେ ତାଙ୍କ ଉପରେ ନାରାଜ ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦକ୍ଷିଣ ଏସୀୟ ଦେଶକୁ ଫେରିବା ବିଷୟରେ କନସରିନ୍ କହିଛନ୍ତି ଯେ, ମୁଁ ମୋ ଦେଶକୁ ଫେରି ପାରିବି ନାହିଁ। ଖାଲିଦା ଏବଂ ହସିନା ମୋତେ ଏହା କରିବାକୁ କେବେ ଅନୁମତି ଦେଇନାହାଁନ୍ତି ଏବଂ ବର୍ତ୍ତମାନ ଏହି ଜିହାଦି ଶାସନରେ ଏହା କଳ୍ପନା କରିବା ଅସମ୍ଭବ।

Categories
ଆଜିର ଖବର ଜାତୀୟ ଖବର

ମୁସଲମାନମାନେ ନିଜର ଅସ୍ତିତ୍ଵକୁ ରଖିବା ପାଇଁ ହିନ୍ଦୁମାନଙ୍କୁ ସୁରକ୍ଷିତ ରଖିବା ଉଚିତ୍: ପୁରୀ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ମଧ୍ୟ ଭାରତରେ ତୀବ୍ର ହେବାରେ ଲାଗିଛି। ଅନେକ ହିନ୍ଦୁ ସଂଗଠନ ଏ ସମ୍ପର୍କରେ ସ୍ୱର ଉତ୍ତୋଳନ କରିଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଗୋବର୍ଦ୍ଧନ ମଠ ପୁରୀର ପିଠାଧୀଶ୍ୱର ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଲାନନ୍ଦ ସରସ୍ୱତୀ ମଧ୍ୟ ଏହାର ପ୍ରତିକ୍ରିୟା ଦେଇଛନ୍ତି।

ସ୍ଵାମୀ ନିଶ୍ଚଲାନନ୍ଦ ସରସ୍ୱତୀ ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ, ଶାନ୍ତି ସୃଷ୍ଟି କରିବା ପାଇଁ ମୁସଲମାନମାନେ ହିନ୍ଦୁମାନଙ୍କୁ ଦୟା ଦେଖାଇବା ଉଚିତ୍ ନୁହେଁ, ମୁସଲମାନମାନେ ନିଜର ଅସ୍ତିତ୍ଵକୁ ରଖିବା ପାଇଁ ହିନ୍ଦୁମାନଙ୍କୁ ସୁରକ୍ଷିତ ରଖିବା ଉଚିତ୍। ସେମାନଙ୍କୁ ଆଘାତ କରିବାକୁ ଦିଅନ୍ତୁ ନାହିଁ। ଯଦି ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଏ ଏବଂ ଆକ୍ରମଣ କରାଯାଏ, ଏହା ସମ୍ଭବ ଯେ ଏକ ଶହ କିମ୍ବା ଦୁଇ ଶହ ହିନ୍ଦୁଙ୍କୁ ହତ୍ୟା କରାଯାଇପାରେ, କିନ୍ତୁ ତା’ପରେ ମୁସଲମାନମାନଙ୍କର ଅସ୍ତିତ୍ୱ ସମାପ୍ତ ହୋଇଯିବ।

https://x.com/ShubhamShuklaMP/status/1822110364714082607

କେବଳ ସନାତନ ହିନ୍ଦୁମାନେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିପାରିବେ:

ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ମହନ୍ତ ପ୍ରଫୁଲ୍ଲ ଚୈତନ୍ୟ ବ୍ରହ୍ମଚାରି ଶଙ୍କରାଚାର୍ଯ୍ୟଙ୍କ ଏହି ଭିଡିଓ ବାର୍ତ୍ତା ଗଣମାଧ୍ୟମରେ ସେୟାର କରିଛନ୍ତି। ଏହି ଭିଡିଓରେ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ଯେଉଁଠାରେ ହିନ୍ଦୁ ନାହାଁନ୍ତି, ମୁସଲମାନମାନେ ନିଜ ନିଜ ମଧ୍ୟରେ ଯୁଦ୍ଧରେ ମରୁଛନ୍ତି। କେବଳ ସନାତନ ହିନ୍ଦୁମାନେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିପାରିବେ। ତେଣୁ ହିନ୍ଦୁମାନଙ୍କୁ ରକ୍ଷା ଏବଂ ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ଵ ଅଟେ। ସ୍ଵାମୀ ନିଶ୍ଚଲାନନ୍ଦ ସରସ୍ୱତୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ହିନ୍ଦୁମାନଙ୍କ ଉପରେ ଦେଇଥିବା ବିବୃତ୍ତିକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କଲେ ଶଙ୍କରାଚାର୍ଯ୍ୟ: ଜାଣନ୍ତୁ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗୃହରେ ଭାଷଣ ଦେବା ସମୟରେ ହିନ୍ଦୁ ଧର୍ମ ସମ୍ପର୍କରେ ଦେଇଥିବା ବିବୃତ୍ତି ପାଇଁ ତାଙ୍କୁ ସମାଲୋଚନା କରାଯାଇଛି। ଶାସକ ଦଳ ଭାରତୀୟ ଜନତା ପାର୍ଟିଠାରୁ ଆରମ୍ଭ କରି ଧାର୍ମିକ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହି କ୍ରମରେ ଶଙ୍କରାଚାର୍ଯ୍ୟ ସ୍ଵାମୀ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି ଯେ, ଆଜିକାଲି ସମସ୍ତେ ହିନ୍ଦୁ ହେବାକୁ ପ୍ରତିଯୋଗୀତା କରୁଛନ୍ତି।

ଶଙ୍କରାଚାର୍ଯ୍ୟ ସ୍ଵାମୀ ଅଭିମୁକ୍ତେଶ୍ୱରାନନ୍ଦ ରାହୁଲ ଗାନ୍ଧୀଙ୍କ ହିନ୍ଦୁମାନଙ୍କ ଉପରେ ଦେଇଥିବା ବିବୃତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସମଗ୍ର ଦେଶର ରାଜନୀତିରେ ନିଜକୁ ଏକ ବଡ଼ ହିନ୍ଦୁ ରୂପେ ଚିତ୍ରିତ କରିବା ପାଇଁ ପ୍ରତିଯୋଗିତା ଚାଲିଛି, କିନ୍ତୁ ଆଜି ପର୍ଯ୍ୟନ୍ତ କୋଟି କୋଟି ହିନ୍ଦୁମାନଙ୍କ ମା’ ଗାଈ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ନୂତନ ସଂସଦର ସମସ୍ତ ସଦସ୍ୟଙ୍କୁ ଗୋ ସୁରକ୍ଷା ବିଲ୍ ଆଣିବାକୁ ଦାବି କରୁଥିବାବେଳେ ସେ କହିଛନ୍ତି ଯେ, ଲୋକସଭାରେ ଗୋ ସୁରକ୍ଷା ବିଲ୍ ପାସ କରିଥିବା ବ୍ୟକ୍ତିଙ୍କୁ ପ୍ରକୃତ ହିନ୍ଦୁମାନେ ବିଚାର କରିବେ।

‘ହିନ୍ଦୁମାନଙ୍କୁ ହିଂସାତ୍ମକ କହିବା ଠିକ୍ ନୁହେଁ’:

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ହିନ୍ଦୁ ଦୁଇଟି ଶବ୍ଦକୁ ନେଇ ଗଠିତ – ‘ହିନ’ ଏବଂ ‘ଦୁ’। ହିନ ଅର୍ଥ ହେଉଛି ‘ହିଂସା’ ଏବଂ ‘ଦୁ’ ଅର୍ଥ ହେଉଛି ‘ଯିଏ ଦୂରରେ ଥାଏ’। ତେଣୁ ହିନ୍ଦୁମାନଙ୍କୁ ହିଂସାତ୍ମକ କହିବା ଠିକ୍ ନୁହେଁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଖାଲିସ୍ତାନ ସମର୍ଥକଙ୍କ ଟାର୍ଗେଟରେ ଭାରତୀୟ, ହିନ୍ଦୁମାନଙ୍କ ପାଇଁ ବିପଦଜନକ କାନାଡା

ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥକମାନେ ଭାରତୀୟଙ୍କ ପାଇଁ ବିପଦ ପାଲଟିଛନ୍ତି ଏବଂ ଭାରତୀୟ ବଂଶଜଙ୍କ ପାଇଁ କାନାଡା ସବୁଠାରୁ ବିପଜ୍ଜନକ ଦେଶ ଭାବରେ ଉଭା ହେଉଛି। ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। କାନାଡାରେ ଉଗ୍ରବାଦୀଙ୍କ ଟାର୍ଗେଟ ହେଉଛି ହିନ୍ଦୁ ଏବଂ ଭାରତୀୟ ସମ୍ପ୍ରଦାୟର ଲୋକ, ଏଥିରେ ଖାଲିସ୍ତାନ ସମର୍ଥକ ମଧ୍ୟ ଅଛନ୍ତି। ଗତ କିଛି ମାସ ମଧ୍ୟରେ ଜଷ୍ଟିନ ଟ୍ରୁଡୋଙ୍କ ଦେଶରେ ଘୃଣା ଭାଷଣ ଏବଂ ଭାରତୀୟ ଏବଂ ହିନ୍ଦୁଙ୍କ ପ୍ରତି ହିଂସା ଘଟଣା ବୃଦ୍ଧି ପାଇଛି।

ନୂଆଦିଲ୍ଲୀ ସ୍ଥିତ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ଇଣ୍ଟିଗ୍ରେଟେଡ୍ ଆଣ୍ଡ ହୋଲିଷ୍ଟିକ୍ ଷ୍ଟଡିଜ୍ (CIHS) ର ଏକ ରିପୋର୍ଟ ଅନୁଯାୟୀ, ଖାଲିସ୍ତାନର ଉଗ୍ରବାଦୀମାନେ କାନାଡାରେ ମୁକ୍ତ ଭାବରେ ବୁଲାବୁଲି କରି କୂଟନୀତିଜ୍ଞଙ୍କ ସମେତ ମନ୍ଦିର ତଥା ଅନ୍ୟାନ୍ୟ ଭାରତୀୟ ପ୍ରତୀକକୁ ଟାର୍ଗେଟ କରିଛନ୍ତି। ହିନ୍ଦୁ ସଂଖ୍ୟାଲଘୁମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବାକୁ ଧମକ ଦେଇଥିଲେ। ଏଭଳି କାର୍ଯ୍ୟ ସମ୍ପର୍କରେ ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଥିଲା।

ଏହି ରିପୋର୍ଟରେ କୁହାଯାଇଛି ଯେ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପରି ଜଣେ ନେତା ଖୋଲାଖୋଲି ଭାବେ ଭାରତ ବିରୋଧୀ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା କେବଳ ଦୁଇ ଦେଶ ମଧ୍ୟରେ ନୁହେଁ ବରଂ ଅନ୍ତର୍ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। କାନାଡାର ଭାରତୀୟଙ୍କ ପାଇଁ ଖରାପ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ CIHS ସିଧାସଳଖ ଜଷ୍ଟିନ ଟ୍ରୁଡୋଙ୍କୁ ଦାୟୀ କରିଛି। ଟ୍ରୁଡୋଙ୍କ ମନୋଭାବ ସନ୍ଦେହ ସୃଷ୍ଟି କରିଛି ବୋଲି ରିପୋର୍ଟ ସ୍ୱୀକାର କରିଛି। କାନାଡାର ଟ୍ରୁଡୋ ସରକାର ଖଲିସ୍ତାନ ସମର୍ଥକ ତତ୍ଵଗୁଡିକର ସମାବେଶକୁ ଅନୁମୋଦନ କରିଛନ୍ତି। କେବଳ ଏତିକି ନୁହେଁ, ଭାରତର ଦୋଷୀ ଆତଙ୍କବାଦୀମାନଙ୍କୁ ପ୍ରଶଂସା କରାଯାଇଛି।

ଏହି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଭାରତର ସର୍ବାଧିକ ଚାହୁଁଥିବା ଆତଙ୍କବାଦୀମାନେ କାନାଡାରେ ଭିସା ପାଇଛନ୍ତି। କାନାଡାର ଇମିଗ୍ରେସନ ବିଭାଗ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ କାନାଡାକୁ ଆସୁଥିବା ଭାରତୀୟଙ୍କ ସଂଖ୍ୟା ଶୀର୍ଷରେ ରହିଛି। ଭାରତ ପରେ, ସର୍ବ ବୃହତ ଶିଖ ସମ୍ପ୍ରଦାୟ କାନାଡାରେ ରୁହନ୍ତି।

Categories
ଆଜିର ଖବର ଜାତୀୟ ଖବର

ତାମିଲନାଡୁ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା: ନୋ ଏଣ୍ଟ୍ରି ବୋର୍ଡ ଲଗାଇବାକୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ତାମିଲନାଡୁ ସରକାରଙ୍କୁ ମନ୍ଦିରରେ ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ଅଣହିନ୍ଦୁମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ନାହିଁ। ଅଦାଲତ କହିଛନ୍ତି- ମନ୍ଦିର ଏକ ପିକନିକ ସ୍ପଟ୍ ନୁହେଁ ଯାହା ଭିତରକୁ କେହି ବି ଯାଇପାରିବେ। ହିନ୍ଦୁମାନଙ୍କର ସେମାନଙ୍କ ଧର୍ମ ପାଳନ କରିବା ଏବଂ ଅନୁସରଣ କରିବାର ମୌଳିକ ଅଧିକାର ରହିଛି।

ଡି ସେନ୍ଥିଲକୁମାରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟର ମଦୁରାଇ ଖଣ୍ଡପୀଠର ବିଚାରପତି ଜଷ୍ଟିସ୍ ଏସ୍ ଶ୍ରୀମଥି ଏହି ରାୟ ଶୁଣାଇଛନ୍ତି। ହିଲ ମନ୍ଦିର ଭକ୍ତ ସଂଗଠନର ଆବାହକ ହେଉଛନ୍ତି ସେନ୍ଥିଲକୁମାର ପଲାନି।

ମନ୍ଦିର ଦ୍ୱାରରେ ଡିସପ୍ଲେ ବୋର୍ଡ ଲଗାଇବାକୁ ସରକାରଙ୍କୁ ନିର୍ଦ୍ଦେଶ

ଆବେଦନକାରୀ ସେନ୍ଥିଲକୁମାର ଦାବି କରିଥିଲେ ଯେ ଅରୁଲମିଗୁ ପଲାନି ଧନ୍ଦାୟୁଥାପାଣି ସ୍ୱାମୀ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିରରେ କେବଳ ହିନ୍ଦୁମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ। ଏଥିସହ ସମସ୍ତ ପ୍ରବେଶ ଦ୍ୱାରରେ ଡିସପ୍ଲେ ବୋର୍ଡ ଲଗାଇବାକୁ ସେ ଚାହୁଁଥିଲେ। ଆବେଦନକୁ ଗ୍ରହଣ କରି କୋର୍ଟ ରାଜ୍ୟ ସରକାରଙ୍କୁ ମନ୍ଦିର ପ୍ରବେଶ ଦ୍ୱାର, ପତାକା ଖୁଣ୍ଟ ନିକଟରେ ଏବଂ ମନ୍ଦିରର ପ୍ରମୁଖ ସ୍ଥାନରେ ‘ଅଣହିନ୍ଦୁମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ନାହିଁ’ ବୋଲି ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତ କହିଲେ- ମନ୍ଦିର କୌଣସି ପିକନିକ ସ୍ପଟ୍ ନୁହେଁ

ଅଦାଲତ କହିଛନ୍ତି- ଯେଉଁ ଅଣହିନ୍ଦୁମାନେ ହିନ୍ଦୁ ଧର୍ମରେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କୁ ସରକାର ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦେବା ଉଚିତ ନୁହେଁ। ଯଦି କୌଣସି ଅଣହିନ୍ଦୁ କୌଣସି ମନ୍ଦିରକୁ ଯିବାକୁ ଚାହୁଁଛନ୍ତି ତେବେ ତାଙ୍କଠାରୁ ପ୍ରତିଶ୍ରୁତି ନେବାକୁ ପଡ଼ିବ ଯେ ସେ ମନ୍ଦିରର ଦେବତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି ଏବଂ ହିନ୍ଦୁ ଧର୍ମର ରୀତିନୀତି ଓ ପ୍ରଥାକୁ ଅନୁସରଣ କରିବେ।

ମନ୍ଦିର କୌଣସି ପିକନିକ ସ୍ପଟ୍ କିମ୍ବା ପର୍ଯ୍ୟଟନସ୍ଥଳୀ ନୁହେଁ। ଯଦିଓ ଏହା ଐତିହାସିକ ସ୍ଥାନ। ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ମନ୍ଦିରଗୁଡ଼ିକ ସମ୍ବିଧାନର ଧାରା ୧୫ ଅଧୀନରେ ଆସୁନାହିଁ। ତେଣୁ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ କରିବା ଭୁଲ ବୋଲି କୁହାଯାଇପାରିବ ନାହିଁ।

ଏବେ ଜାଣନ୍ତୁ କାହିଁକି ଉପୁଜିଲା ଏହି ସମସ୍ୟା

୧. ଅରୁଲମିଘୁ ବ୍ରହ୍ମେଶ୍ୱର ମନ୍ଦିରରେ ଆମିଷ ଭୋଜନ

ଅଣହିନ୍ଦୁମାନେ ମନ୍ଦିର ଭିତରକୁ ପ୍ରବେଶ କରିବା ଘଟଣାକୁ ମଧ୍ୟ ହାଇକୋର୍ଟ ଉଲ୍ଲେଖ କରିଛନ୍ତି। ନିକଟରେ ଅରୁଲମିଘୁ ବ୍ରହ୍ମେଶ୍ୱର ମନ୍ଦିରରେ ଅନ୍ୟ ଧର୍ମର କିଛି ବ୍ୟକ୍ତି ମନ୍ଦିର ପରିସରକୁ ପିକନିକ ସ୍ପଟଭାବେ ଗ୍ରହଣ କରି ମନ୍ଦିର ପରିସରରେ ଆମିଷ ଭୋଜନ ଖାଇଥିଲେ।

୨. ମୀନାକ୍ଷୀ ସୁନ୍ଦରେଶ୍ୱର ମନ୍ଦିରରେ କୁରାନ ନେଇ ଯାଉଥିବା ଲୋକ

ସେହିପରି ଜାନୁଆରୀ ୧୧ ତାରିଖରେ ଏକ ଖବରକାଗଜରେ ଖବର ପ୍ରକାଶ ପାଇଥିଲା ଯେ ମୁସଲମାନ ଧର୍ମର କିଛି ଲୋକ ମଦୁରାଇସ୍ଥିତ ଅରୁଲମିଘୁ ମୀନାକ୍ଷୀ ସୁନ୍ଦରେଶ୍ୱର ମନ୍ଦିରର ଗର୍ଭଗୃହକୁ କୁରାନ ନେଇ ସେଠାରେ ପୂଜାର୍ଚ୍ଚନା କରିବାକୁ ଚେଷ୍ଟା କରୁଛନ୍ତି।

ଜଷ୍ଟିସ୍ ଶ୍ରୀମଥି କହିଲେ- ମନ୍ଦିରଗୁଡ଼ିକର ସୁରକ୍ଷା କରିବା ମୋର କର୍ତ୍ତବ୍ୟ

ଜଷ୍ଟିସ୍ ଶ୍ରୀମଥି କହିଛନ୍ତି, ସମ୍ବିଧାନ ଅନୁଯାୟୀ ହିନ୍ଦୁମାନଙ୍କୁ ଦିଆଯାଇଥିବା ମୌଳିକ ଅଧିକାରରେ ଏହି ଘଟଣା ସମ୍ପୂର୍ଣ୍ଣଭାବେ ହସ୍ତକ୍ଷେପ କରୁଛି। ହିନ୍ଦୁମାନଙ୍କର ମଧ୍ୟ ନିଜ ଧର୍ମକୁ ମୁକ୍ତ ଭାବରେ ପାଳନ କରିବା ଏବଂ ନିଜ ଧର୍ମର ପ୍ରଚାର କରିବାର ମୌଳିକ ଅଧିକାର ରହିଛି। ତେଣୁ ହିନ୍ଦୁମାନଙ୍କ ରୀତିନୀତି, ପରମ୍ପରା ଅନୁଯାୟୀ ସେମାନଙ୍କ ମନ୍ଦିରର ପବିତ୍ରତା ବଜାୟ ରଖିବା ଏବଂ ମନ୍ଦିରଗୁଡ଼ିକୁ କୌଣସି ପ୍ରକାର ଅନୈତିକ ଘଟଣାରୁ ରକ୍ଷା କରିବା ମୋର କର୍ତ୍ତବ୍ୟ।

Categories
ଆଜିର ଖବର ଜାତୀୟ ଖବର

ଜ୍ଞାନବାପି ମସଜିଦର ବଜୁଖାନାର ସର୍ଭେ ପାଇଁ ଦାବି: ସୁପ୍ରିମକୋର୍ଟରେ ଆବେଦନ କଲେ ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ବିବାଦରେ ହିନ୍ଦୁ ପକ୍ଷ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ଏହି ଆବେଦନରେ ମସଜିଦର ବଜୁଖାନା ଉପରେ ସର୍ଭେ ପାଇଁ ଦାବି କରାଯାଇଛି। ଏହି ଆବେଦନରେ କୁହାଯାଇଛି ଯେ, ଶିବଲିଙ୍ଗର କ୍ଷତି ବିନା ଏହି ସର୍ଭେ କରିବାକୁ ଭାରତ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) କୁ ନିର୍ଦ୍ଦେଶ ଦିଆଯାଉ। ବାଜୁଖାନରେ ଏକ ଶିବଲିଙ୍ଗ ପରି ଢାଞ୍ଚା ମିଳିବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ସ୍ଥାନକୁ ସିଲ୍ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ମୁସଲମାନମାନଙ୍କୁ କେକେ ମହମ୍ମଦ ପରାମର୍ଶ: ହିନ୍ଦୁମାନଙ୍କୁ ହସ୍ତାନ୍ତର କରିଦିଅନ୍ତୁ ଜ୍ଞାନବାପି ଓ ଶାହି ଇଦଗାହ

ନୂଆଦିଲ୍ଲୀ: ରାମ ଜନ୍ମଭୂମି ମନ୍ଦିରର ଅନୁସନ୍ଧାନ ପରେ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ବାହାର କରିଥିବା ପ୍ରତ୍ନତତ୍ତ୍ୱବିତ୍ କେକେ ମହମ୍ମଦ କହିଛନ୍ତି ଯେ ମୁସଲମାନମାନେ ଜ୍ଞାନବାପି ଏବଂ ଶାହି ଇଦଗାହ ମସଜିଦ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବା ଉଚିତ। ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ସାକ୍ଷାତକାରରେ ସେ ଏହା କହିଛନ୍ତି। କେକେ ମହମ୍ମଦ ୨୦୧୨ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ)ର ଉତ୍ତର ଜୋନର ଆଞ୍ଚଳିକ ନିର୍ଦ୍ଦେଶକ ପଦରୁ ଅବସର ଗ୍ରହଣ କରିଛନ୍ତି। ମହମ୍ମଦ ୧୯୭୬ରେ ବାବ୍ରି ମସଜିଦ ଖନନ କରିଥିବା ବିବି ଲାଲଙ୍କ ଟିମର ସଦସ୍ୟ ଥିଲେ।

ଜ୍ଞାନବାପି-ଶାହି ଇଦଗାହ ପାଇଁ ମୁସଲମାନମାନଙ୍କର କୌଣସି ଭାବନା ନାହିଁ: କେକେ ମହମ୍ମଦ

ଜ୍ଞାନବାପି ଓ ମଥୁରାର ଶାହି ଇଦଗାହ ବିବାଦ ସମ୍ପର୍କିତ ପ୍ରଶ୍ନରେ କେ କେ ମହମ୍ମଦ କହିଲେ- ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବା ହିଁ ଏହି ସମସ୍ୟାର ଏକମାତ୍ର ସମାଧାନ। ସମସ୍ତ ଧାର୍ମିକ ନେତାମାନେ ଏକଜୁଟ ହୋଇ ହିନ୍ଦୁ ସମ୍ପ୍ରଦାୟକୁ ଏହି ଢାଞ୍ଚାଗୁଡ଼ିକୁ ହସ୍ତାନ୍ତର କରିବା ଉଚିତ। କାଶୀ, ମଥୁରା ଏବଂ ଅଯୋଧ୍ୟା ହିନ୍ଦୁଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଏହା ଭଗବାନ ଶିବ, ଭଗବାନ କୃଷ୍ଣ ଏବଂ ଭଗବାନ ଶ୍ରୀରାମଙ୍କ ଜୀବନ ସହିତ ଜଡ଼ିତ। ଏଠାରେ ନିର୍ମିତ ମସଜିଦ ପ୍ରତି ମୁସଲମାନମାନଙ୍କର କୌଣସି ଭାବନା ନାହିଁ।

କ’ଣ କହିଲେ କେକେ ମହମ୍ମଦ

ବାବ୍ରୀରେ ଖନନ ଟିମର ନେତା ଥିଲେ ପ୍ରଫେସର ବିବି ଲାଲ। ତା’ପରେ ଆମେ ଅନେକ ସ୍ତମ୍ଭ ପାଇଲୁ, ଯେଉଁଥିରେ ହିନ୍ଦୁ ମନ୍ଦିର ଭଳି ଶିଳାଲେଖ ଥିଲା। ଏହି କୋଠାର କାନ୍ଥରେ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ମଧ୍ୟ ଥିଲା, ଯାହାକୁ ଅନେକ ସ୍ଥାନରେ ବିକୃତ କରାଯାଇଥିଲା। ସେଠାରେ ପଶୁ, ମହିଳା, ଯୋଦ୍ଧା ଓ ଟେରାକୋଟା ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଥିଲା। ସେତେବେଳେ ମୁଁ ଏଏସ୍ଆଇର ପ୍ରତ୍ନତତ୍ତ୍ୱ ମହାବିଦ୍ୟାଳୟରୁ ପିଜି ଡିପ୍ଲୋମା ପଢ଼ୁଥିଲି। ଆମ ଟିମର ସଦସ୍ୟମାନେ କଂଗ୍ରେସ ନେତା ଜୟରାମ ରମେଶଙ୍କ ପତ୍ନୀ ଜୟଶ୍ରୀ ରାମନାଥନ ଥିଲେ। ମୁଁ ଟ୍ରେଞ୍ଚ ବି ର ଖନନ କାର୍ଯ୍ୟରେ ସମ୍ପୃକ୍ତ ଥିଲି।

ପ୍ରୋ. ଲାଲ କେବେ ଖନନର ଫଳାଫଳ ପ୍ରକାଶ କରିବାକୁ ଚାହୁଁନଥିଲେ। କିନ୍ତୁ ଆମେ ତାଙ୍କୁ ଚିଠି ଲେଖିଥିଲୁ। ଫଳାଫଳ ପ୍ରକାଶ କଲେ ସମାଜରେ ଅନେକ ବିବାଦ ସୃଷ୍ଟି ହୋଇଥାନ୍ତା ବୋଲି ଲାଲ ବିଶ୍ୱାସ କରିଥିଲେ। ସେମାନେ କେବେ ଚାହୁଁନଥିଲେ ଯେ ଏଭଳି ସମସ୍ୟା ଉପୁଜିବ।

ତେବେ ପ୍ରଫେସର ଇରଫାନ ହବିବଙ୍କ ନେତୃତ୍ୱରେ କମ୍ୟୁନିଷ୍ଟ ଐତିହାସିକମାନେ ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି ଯେ, ଡକ୍ଟର ଲାଲ ଏବଂ ତାଙ୍କ ଟିମ୍ ଖନନରୁ କିଛି ପାଇନଥିଲେ। ସେତେବେଳେ ପ୍ରଫେସର ଲାଲଙ୍କୁ ପ୍ରତିକ୍ରିୟା ଦେବାକୁ ବାଧ୍ୟ କରାଯାଇଥିଲା ଏବଂ ଏହାର ଫଳାଫଳକୁ ଜନସାଧାରଣଙ୍କ ସାମ୍ନାକୁ ଅଣାଯାଇଥିଲା। ପ୍ରଫେସର ଇରଫାନ ହବିବ ଜଣେ ପ୍ରତ୍ନତତ୍ତ୍ୱବିତ୍ ନୁହଁନ୍ତି, କେବଳ ଜଣେ ଐତିହାସିକ ଥିଲେ।

୧୯୯୨ ମସିହାରେ ବିବାଦୀୟ ବାବ୍ରି ମସଜିଦ ଢାଞ୍ଚା ଭାଙ୍ଗିବା ପରେ ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ବରିଷ୍ଠ ଆଇଏଏସ୍ ଏନ୍ ମହାଦେବନ ସେତେବେଳେ କହିଥିଲେ ଯେ ଶତାବ୍ଦୀ ପୂର୍ବେ ଘଟିଥିବା ଐତିହାସିକ ଭୁଲକୁ ସୁଧାରିବା ପାଇଁ ଆମେ କୌଣସି ଭୁଲ କରିବା ଉଚିତ ନୁହେଁ। ଜଣେ ପ୍ରତ୍ନତତ୍ତ୍ୱବିତ୍ ହିସାବରେ ମୁଁ କେବେବି ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ବପୂର୍ଣ୍ଣ କୌଣସି ଢାଞ୍ଚାକୁ ନଷ୍ଟ କରିବାକୁ ସମର୍ଥନ କରିନାହିଁ।

କେକେ ମହମ୍ମଦଙ୍କୁ ଏବେବି ଧମକ ମିଳୁଛି

୭୧ ବର୍ଷୀୟ ପ୍ରତ୍ନତତ୍ତ୍ୱବିତ୍ କେକେ ମହମ୍ମଦ କହିଛନ୍ତି ଯେ, ତାଙ୍କୁ ଆଜି ବି ହତ୍ୟା ଧମକ ମିଳିଛି। ଆଜିକାଲି ସେ କେରଳର କୋଝିକୋଡ଼ସ୍ଥିତ ନିଜ ଘରେ ରହୁଛନ୍ତି। କେକେ କହିଛନ୍ତି- ନିଷିଦ୍ଧ ହେବା ପୂର୍ବରୁ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ କୋଝିକୋଡ଼ରେ ବହୁତ ସକ୍ରିୟ ଥିଲା। ବାବ୍ରି ମସଜିଦର ଫଳାଫଳ ବିଷୟରେ କେକେ କହିବା ପରଠାରୁ ସେ ବିପଦପୂର୍ଣ୍ଣ ଜୀବନ ବିତାଉଛନ୍ତି।

ରାମ ମନ୍ଦିରରେ ପୂଜାର୍ଚ୍ଚନା ସମାରୋହରେ ଯୋଗ ଦେବେ ନାହିଁ କେକେ

ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପବିତ୍ର ସମାରୋହ ପାଇଁ ରାୟ ଶୁଣାଇଥିବା ସୁପ୍ରିମକୋର୍ଟ ବିଚାରପତିଙ୍କ ସହ ପ୍ରତ୍ନତତ୍ତ୍ୱବିତ୍ କେ କେ ମହମ୍ମଦଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି। କିନ୍ତୁ ସେମାନେ ସମାରୋହକୁ ଯାଉନାହାନ୍ତି। କାରଣ ଆଜିକାଲି ସେମାନେ ରୋଗ କାରଣରୁ ଶାରୀରିକ ଭାବେ ଫିଟ୍ ନୁହଁନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଆଜି ଶିବ ମନ୍ଦିର ଯାଉଛନ୍ତି କି ? ଜାଣନ୍ତୁ କିପରି କରିବେ ପରିକ୍ରମା, ମନ୍ଦିର ପରିକ୍ରମାର ବିଧି ବିଧାନ

ଭୁବନେଶ୍ଵର: ଆମର ହିନ୍ଦୁ ଧର୍ମରେ ପ୍ରଭୁଙ୍କୁ ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ ଏହି ପରିକ୍ରମା ଠାକୁର ଦର୍ଶନର ଏକ ଅପରିହାର୍ଯ୍ୟ ପରମ୍ପରା ଏବଂ ଆଜି ମଧ୍ୟ ପୂଜା ବେଳେ ଏହା ପାଳନ କରାଯାଏ। ଏଥି ସହିତ, ଯଦି ଆମେ ଏହାକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବା, ତେବେ ଶାରୀରିକ ଶକ୍ତି ବିକାଶରେ ମନ୍ଦିର ଚାରିପଟେ ଚାଲିଚାଲି ବୁଲିବା ବିଶେଷ ମହତ୍ବ ରହିଛି।

କେଉଁ ମନ୍ଦିରରେ କେତେ ଥର ପରିକ୍ରମା କରିବା ଆବଶ୍ୟକ:

ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରିବାର ବିଭିନ୍ନ ନିୟମ ବା ବିଧି ରହିଛି। ଅର୍ଥାତ ପୁରାଣରେ କେଉଁ ମନ୍ଦିର ଚାରିପଟେ କେତେଥର ପରିକ୍ରମା କରିବା ତାହା ଉଲ୍ଲେଖ କରାଯାଇଛି। ସେହି ଅନୁସାରେ ସୂର୍ଯ୍ୟ ଭଗବାନଙ୍କର 7 ଥର , ଶ୍ରୀ ଗଣେଶଙ୍କ 4 ଥର, ଭଗବାନ ବିଷ୍ଣୁଙ୍କ ଏବଂ ତାଙ୍କର ସମସ୍ତ ଅବତାରଙ୍କ 4 ଥର , ଦେବୀ ଦୁର୍ଗାଙ୍କର ଥରେ, ହନୁମାନଜୀଙ୍କ 3 ଥର , ଶିବଙ୍କ ଅର୍ଦ୍ଧ ପରିକ୍ରମା କରିବାର ନିୟମ ରହିଛି।

ଶିବଙ୍କର ଅର୍ଦ୍ଧ ପରିକ୍ରମା କରିବାର କାରଣ ରହିଛି। ତାହା ହେଲା, ମା ପାର୍ବତୀଙ୍କ ସମ୍ମୁଖରେ ଶିବଙ୍କ ପାଦୁକା କୁଣ୍ଡ ରହିଥାଏ। ଏକ ନାଳ ଦ୍ବାରା ଏହି ପାଦୁକା କୁଣ୍ଡ ସଂଯୋଗ କରାଯାଇଥାଏ। ସେଥିପାଇଁ ଏହି ପାଦୁକା ନାଳ ବା କୁଣ୍ଡକୁ ଡେଇଁ ଯିବା ଉଚିତ ନୁହେଁ। ଆପଣ ଶିବ ମନ୍ଦିର ଯିବା ବେଳେ ମୁଖ୍ୟ ଦ୍ବାରା ପାର ନ ହୋଇ ପରିକ୍ରମା କରିବା ଉଚିତ। ଫଳରେ ପ୍ରଥମେ ଶ୍ରୀ ଗଣେଷଙ୍କୁ ଦର୍ଶନ କରିବେ। ଏହାପରେ କାର୍ତ୍ତିକ ଦେବ ଏବଂ ପରେ ମା ପାର୍ବତୀଙ୍କୁ ଦର୍ଶନ କରିବେ। ଦେବୀ ପାର୍ବତୀଙ୍କ ପାଖରେ ପହଁଚିବା ପରେ ସେଠାରେ ଦର୍ଶନ କରି ସେହିଠାରୁ ହିଁ ଫେରି ଆସିବା ଉଚିତ। ମାଙ୍କ ନିକଟରେ ପହଁଚି ଗଲେ ତାହା ଶିବ ମନ୍ଦିରର ପୂର୍ଣ୍ଣ ପରିକ୍ରମା ବୋଲି ଧରାଯାଇଥାଏ।

Categories
ଆଜିର ଖବର ଜାତୀୟ ଖବର

ଜ୍ଞାନବାପି ୱାଜୁଖାନା ସଫା ହେବ: ହିନ୍ଦୁ ପକ୍ଷଙ୍କ ଦାବିରେ ସୁପ୍ରିମକୋର୍ଟଙ୍କ ଅନୁମୋଦନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ (ୟୁପି)ର ବାରଣାସୀସ୍ଥିତ ଜ୍ଞାନବାପି କମ୍ପ୍ଲେକ୍ସରେ ବଜୁଖାନା ସଫା କରାଯିବ। ଆଜି ସୁପ୍ରିମକୋର୍ଟ ଏଥିପାଇଁ ଅନୁମୋଦନ ଦେଇଛନ୍ତି। ହିନ୍ଦୁ ପକ୍ଷଙ୍କ ଦାବି କ୍ରମେ ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି ଏବଂ କହିଛନ୍ତି ଯେ ସେଠାରେ ସଫେଇ କାର୍ଯ୍ୟ ଜିଲ୍ଲାପାଳ (ଡିଏମ୍)ଙ୍କ ତତ୍ତ୍ୱାବଧାନରେ କରାଯିବା ଉଚିତ।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇଥିଲା। ଜାନୁଆରି ୩ତାରିଖରେ ସେ ଏହି ଆବେଦନର ଶୁଣାଣି ଖୁବ୍ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବଜୁଖାନାରେ ମାଛ ମରିବା ପରେ ଏହି ପିଟିସନ ଦାଖଲ କରାଯାଇଥିଲା।

ଭାବନାକୁ ଆଘାତ ଲାଗିଛି ବୋଲି ଦାବି କରାଯାଇଥିଲା

ହିନ୍ଦୁ ପକ୍ଷ ତାଙ୍କ ପିଟିସନରେ କହିଛି ଯେ ୨୦୨୩ ଡିସେମ୍ବର ୧୨ରୁ ୨୫ ମଧ୍ୟରେ ବଜୁଖାନାର ମାଛ ମରିଯାଇଥିଲା। ଏହି କାରଣରୁ ଦୁର୍ଗନ୍ଧ ଆରମ୍ଭ ହୋଇଯାଇଛି। ପିଟିସନରେ ଆହୁରି ମଧ୍ୟ କୁହାଯାଇଛି, ସେଠାରେ ଥିବା ଶିବଲିଙ୍ଗ ହିନ୍ଦୁମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର । ତେଣୁ ଏହାକୁ ଯେକୌଣସି ପ୍ରକାର ଧୂଳି, ମଇଳା ଓ ମୃତ ପଶୁଙ୍କଠାରୁ ଦୂରେଇ ରଖିବା ଉଚିତ। ଏହାକୁ ସଫା କରିବା ଉଚିତ। କିନ୍ତୁ ବର୍ତ୍ତମାନ ଏହାକୁ ମୃତ ମାଛ ଘେରି ରହିଥିବାରୁ ଭଗବାନ ଶିବଙ୍କୁ ବିଶ୍ୱାସ କରୁଥିବା ଭକ୍ତଙ୍କ ଭାବନାକୁ ଆଘାତ ମିଳୁଛି।

ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ଜରିଆରେ ସୁପ୍ରିମକୋର୍ଟରେ ଏହି ପିଟିସନ ଦାଖଲ କରାଯାଇଛି। ଆବେଦନରେ କୁହାଯାଇଛି ଯେ ଜ୍ଞାନବାପି କମ୍ପ୍ଲେକ୍ସରେ ମସଜିଦ ପରିଚାଳନା କରୁଥିବା ଅଞ୍ଜୁମନ ଇନ୍ତେଜାମିଆ ମସଜିଦର ପରିଚାଳନା ଦାୟିତ୍ୱ ରହିଛି। ସେଥିପାଇଁ ମାଛ ମୃତ୍ୟୁ ପାଇଁ ସେମାନେ ଦାୟୀ। ତେଣୁ ଉକ୍ତ ସ୍ଥାନକୁ ସଫା କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଥିଲା।

ମାମଲାଟି କ’ଣ?

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୨୨ରେ ବଜୁଖାନା ଅଞ୍ଚଳକୁ ସିଲ୍ କରାଯାଇଥିଲା। ଏଠାରେ ‘ଶିବଲିଙ୍ଗ’ ଆକାରର ଏକ ପଥର ମିଳିଥିଲା, ଯାହାପରେ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୬ ମଇ ୨୦୨୨ରେ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ମସଜିଦରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସର୍ଭେବେଳେ ଏହି ମନ୍ଦିରକୁ ହିନ୍ଦୁ ପକ୍ଷ ‘ଶିବଲିଙ୍ଗ’ ଏବଂ ମୁସଲମାନ ପକ୍ଷର ‘ଝରଣା’ ବୋଲି ଦାବି କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଠାକୁର ଦର୍ଶନ କରିବାକୁ ଯାଉଛନ୍ତି କି?, ତେବେ ଜାଣନ୍ତୁ କେଉଁ ମନ୍ଦିରରେ କେତେ ଥର କରିବେ ପରିକ୍ରମା

ଅଯୋଧ୍ୟା: ଆମର ହିନ୍ଦୁ ଧର୍ମରେ ପ୍ରଭୁଙ୍କୁ ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ ଏହି ପରିକ୍ରମା ଠାକୁର ଦର୍ଶନର ଏକ ଅପରିହାର୍ଯ୍ୟ ପରମ୍ପରା ଏବଂ ଆଜି ମଧ୍ୟ ପୂଜା ବେଳେ ଏହା ପାଳନ କରାଯାଏ। ଏଥି ସହିତ, ଯଦି ଆମେ ଏହାକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବା, ତେବେ ଶାରୀରିକ ଶକ୍ତି ବିକାଶରେ ମନ୍ଦିର ଚାରିପଟେ ଚାଲିଚାଲି ବୁଲିବା ବିଶେଷ ମହତ୍ବ ରହିଛି।

କେଉଁ ମନ୍ଦିରରେ କେତେ ଥର ପରିକ୍ରମା କରିବା ଆବଶ୍ୟକ:

ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରିବାର ବିଭିନ୍ନ ନିୟମ ବା ବିଧି ରହିଛି। ଅର୍ଥାତ ପୁରାଣରେ କେଉଁ ମନ୍ଦିର ଚାରିପଟେ କେତେଥର ପରିକ୍ରମା କରିବା ତାହା ଉଲ୍ଲେଖ କରାଯାଇଛି। ସେହି ଅନୁସାରେ ସୂର୍ଯ୍ୟ ଭଗବାନଙ୍କର 7 ଥର , ଶ୍ରୀ ଗଣେଶଙ୍କ 4 ଥର, ଭଗବାନ ବିଷ୍ଣୁଙ୍କ ଏବଂ ତାଙ୍କର ସମସ୍ତ ଅବତାରଙ୍କ 4 ଥର , ଦେବୀ ଦୁର୍ଗାଙ୍କର ଥରେ, ହନୁମାନଜୀଙ୍କ 3 ଥର , ଶିବଙ୍କ ଅର୍ଦ୍ଧ ପରିକ୍ରମା କରିବାର ନିୟମ ରହିଛି।

ଶିବଙ୍କର ଅର୍ଦ୍ଧ ପରିକ୍ରମା କରିବାର କାରଣ ରହିଛି। ତାହା ହେଲା, ମା ପାର୍ବତୀଙ୍କ ସମ୍ମୁଖରେ ଶିବଙ୍କ ପାଦୁକା କୁଣ୍ଡ ରହିଥାଏ। ଏକ ନାଳ ଦ୍ବାରା ଏହି ପାଦୁକା କୁଣ୍ଡ ସଂଯୋଗ କରାଯାଇଥାଏ। ସେଥିପାଇଁ ଏହି ପାଦୁକା ନାଳ ବା କୁଣ୍ଡକୁ ଡେଇଁ ଯିବା ଉଚିତ ନୁହେଁ। ଆପଣ ଶିବ ମନ୍ଦିର ଯିବା ବେଳେ ମୁଖ୍ୟ ଦ୍ବାରା ପାର ନ ହୋଇ ପରିକ୍ରମା କରିବା ଉଚିତ। ଫଳରେ ପ୍ରଥମେ ଶ୍ରୀ ଗଣେଷଙ୍କୁ ଦର୍ଶନ କରିବେ। ଏହାପରେ କାର୍ତ୍ତିକ ଦେବ ଏବଂ ପରେ ମା ପାର୍ବତୀଙ୍କୁ ଦର୍ଶନ କରିବେ। ଦେବୀ ପାର୍ବତୀଙ୍କ ପାଖରେ ପହଁଚିବା ପରେ ସେଠାରେ ଦର୍ଶନ କରି ସେହିଠାରୁ ହିଁ ଫେରି ଆସିବା ଉଚିତ। ମାଙ୍କ ନିକଟରେ ପହଁଚି ଗଲେ ତାହା ଶିବ ମନ୍ଦିରର ପୂର୍ଣ୍ଣ ପରିକ୍ରମା ବୋଲି ଧରାଯାଇଥାଏ।

Categories
ଜାତୀୟ ଖବର ବିଶେଷ ଖବର

ଶଙ୍କରାଚାର୍ଯ୍ୟ କିଏ, ହିନ୍ଦୁ ଧର୍ମରେ କେତେ ଗୁରୁତ୍ୱପୂର୍ଣ୍ଣ?

ନୂଆଦିଲ୍ଲୀ: ଭାରତର ୪ଟି ମଠରେ ୪ଜଣ ଶଙ୍କରାଚାର୍ଯ୍ୟ ଅଛନ୍ତି। ଶଙ୍କରାଚାର୍ଯ୍ୟ ହେଉଛନ୍ତି ହିନ୍ଦୁ ଶାସ୍ତ୍ରର ବ୍ୟାଖ୍ୟା କରିବାର ସର୍ବୋଚ୍ଚ ଗୁରୁ। ହିନ୍ଦୁ ଧର୍ମରେ ଏମାନଙ୍କର ବହୁତ ମହତ୍ତ୍ୱ ରହିଛି। ଜାନୁଆରୀ ୨୨ତାରିଖରେ ହେବାକୁ ଥିବା ରାମ ମନ୍ଦିରରେ ରାମଲାଲଶଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସେପଟେ ଏହି କାର୍ଯ୍ୟକ୍ରମରେ କିଛି ଶଙ୍କରାଚାର୍ଯ୍ୟ ଯୋଗ ଦେବେ ନାହିଁ ବୋଲି ଖବର ସାମ୍ନାକୁ ଆସିଛି। କିନ୍ତୁ ଆପଣ ଜାଣନ୍ତି କି ଶଙ୍କରାଚାର୍ଯ୍ୟ କିଏ ଏବଂ ହିନ୍ଦୁ ଧର୍ମରେ ତାଙ୍କର କେତେ ମହତ୍ତ୍ୱ ରହିଛି?
୪ ଜଣ ଶଙ୍କରାଚାର୍ଯ୍ୟ ଏବେ ଚର୍ଚ୍ଚାରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ତିନିଜଣ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଆମେ ରାମ ମନ୍ଦିର କାର୍ଯ୍ୟକ୍ରମକୁ ବିରୋଧ କରୁନାହୁଁ କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରୁନାହୁଁ, କେବଳ ପ୍ରାଣ ପ୍ରତିଷ୍ଠା ସମାରୋହ ହିନ୍ଦୁ ଶାସ୍ତ୍ର ଅନୁଯାୟୀ କରାଯାଉନାହିଁ। ଯେପରି ସମ୍ବିଧାନର ବ୍ୟାଖ୍ୟା କରିବା ପାଇଁ ସୁପ୍ରିମକୋର୍ଟଙ୍କର ଚୂଡ଼ାନ୍ତ ଅଧିକାର ରହିଛି, ସେହିଭଳି ଶଙ୍କରାଚାର୍ଯ୍ୟ ହେଉଛନ୍ତି ହିନ୍ଦୁ ଧର୍ମରେ ସର୍ବୋଚ୍ଚ ଗୁରୁ ଏବଂ ହିନ୍ଦୁ ଶାସ୍ତ୍ରର ବ୍ୟାଖ୍ୟା କରିବା।

ଯଦି ଆମେ ଶଙ୍କରାଚାର୍ଯ୍ୟଙ୍କ ଇତିହାସ ବିଷୟରେ କହିବା ତେବେ ଏହାର ଆରମ୍ଭ ଆଦି ଶଙ୍କରାଚାର୍ଯ୍ୟଙ୍କଠାରୁ ବୋଲି ବିବେଚନା କରାଯାଏ। ଆଦି ଶଙ୍କରାଚାର୍ଯ୍ୟ ଜଣେ ହିନ୍ଦୁ ଦାର୍ଶନିକ ଓ ଧାର୍ମିକ ନେତା ଥିଲେ। ଆଦି ଶଙ୍କରାଚାର୍ଯ୍ୟ କେରଳର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଜଗଦଗୁରୁ ମଧ୍ୟ କୁହାଯାଏ।

ଶଙ୍କରାଚାର୍ଯ୍ୟ ପଦରେ ବସିଥିବା ବ୍ୟକ୍ତିଙ୍କର ତ୍ୟାଗୀ, ଦାଣ୍ଡି ସନ୍ୟାସୀ, ସଂସ୍କୃତ, ଚତୁର୍ବେଦ, ବେଦାନ୍ତ ବ୍ରାହ୍ମଣ, ବ୍ରହ୍ମଚାରୀ ଓ ପୁରାଣ ବିଷୟରେ ଜ୍ଞାନ ରହିବା ଆବଶ୍ୟକ। ଏହାବ୍ୟତୀତ ଏହି ବ୍ୟକ୍ତି ରାଜନୀତି ସହ ଜଡ଼ିତ ହେବା ଉଚିତ ନୁହେଁ। ଖାଲି ସେତିକି ନୁହେଁ ଆଦି ଶଙ୍କରଙ୍କ ଦ୍ୱାରା ଏହି ୪ଟି ଧାମ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା। ଏହି ୪ଧାମ ହେଉଛି, କର୍ଣ୍ଣାଟକର ଚିକମାଗଲୁରରେ ଶ୍ରୀ ଶ୍ରୀ ଶ୍ରୀ ଶୃଙ୍ଗେରୀ ଶାରଦା ପିଠମ୍। ଉତ୍ତରାଖଣ୍ଡର ଗଡ଼ୱାଲ ଅଞ୍ଚଳରେ ଥିବା ଜ୍ୟୋର୍ତି ମଠ। ଗୁଜୁରାଟର ଦ୍ୱାରକାରେ ଥିବା କାଲିକା ମଠ। ଓଡ଼ିଶାର ପୁରୀର ଗୋବର୍ଦ୍ଧନ ମଠ।

ଶଙ୍କରାଚାର୍ଯ୍ୟମାନେ କିଏ?

ଯେପରି ସମ୍ବିଧାନର ବ୍ୟାଖ୍ୟା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ହିଁ ଚୂଡ଼ାନ୍ତ କର୍ତ୍ତୃପକ୍ଷ, ସେହିଭଳି ଶଙ୍କରାଚାର୍ଯ୍ୟମାନେ ହିନ୍ଦୁ ଧର୍ମରେ ଏବଂ ହିନ୍ଦୁ ଶାସ୍ତ୍ରର ବ୍ୟାଖ୍ୟା ପାଇଁ “ସର୍ବୋଚ୍ଚ କର୍ତ୍ତୃପକ୍ଷ” ଅଟନ୍ତି।

ଅଷ୍ଟମ ଶତାବ୍ଦୀର ହିନ୍ଦୁ ସନ୍ଥ ଆଦି ଶଙ୍କରଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଚାରିଟି ପ୍ରମୁଖ ମଠର ନେତୃତ୍ୱ ଶଙ୍କରାଚାର୍ଯ୍ୟ ବା ପଣ୍ଡିତମାନେ ନେଇଥାନ୍ତି। ସଂସ୍କୃତରେ ପୀଠ କୁହାଯାଉଥିବା ପ୍ରତ୍ୟେକ ମଠକୁ ଗୋଟିଏ ଲେଖାଏଁ ବେଦର ରକ୍ଷକ ଭାବରେ କାର୍ଯ୍ୟ କରିବା ଏବଂ ବୈଦିକ ସାହିତ୍ୟକୁ ବଞ୍ଚାଇ ରଖିବାପାଇଁ ଦାୟିତ୍ୱ ଦିଆଯାଇଥିଲା।

ପୁରୀର ଗୋବର୍ଦ୍ଧନ ମଠ ଋଗ୍‍ ବେଦର ରକ୍ଷକ ହୋଇଥିବାବେଳେ ଗୁଜରାଟର ଦ୍ୱାରକା ଶାରଦା ପୀଠମ ସାମ୍‍ ବେଦ ପାଇଁ ଦାୟୀ। ସେହିପରି କର୍ଣ୍ଣାଟକର ଶ୍ରୀଙ୍ଗେରୀ ଶାରଦା ପୀଠ ଅଥର୍ବ ବେଦ ପାଇଁ ଏବଂ ଉତ୍ତରାଖଣ୍ଡର ଯୋଶୀମଠରେ ଥିବା ଜ୍ୟୋର୍ତି ମଠ ଯଜୁର ବେଦ ପାଇଁ ଦାୟୀ। ସମସ୍ତ ପୀଠ ଚାରି ଦିଗରେ ଅବସ୍ଥିତ ଏବଂ ଭାରତର ସବୁଠାରୁ ପୂଜ୍ୟ ତୀର୍ଥସ୍ଥଳମଧ୍ୟରୁ ଅନ୍ୟତମ।

ଶଙ୍କରାଚାର୍ଯ୍ୟମାନଙ୍କର ମହତ୍ତ୍ୱକୁ ଭଲ ଭାବରେ ବୁଝିବା ପାଇଁ ଆଦି ଶଙ୍କରଙ୍କ ବିଷୟରେ ଜାଣିବା ଜରୁରୀ ଏବଂ ସେ କିପରି ସନାତନ ବା ହିନ୍ଦୁ ଧର୍ମର ପୁନରୁଦ୍ଧାର କରିଥିଲେ।

କିଏ ଥିଲେ ଆଦି ଶଙ୍କରା ?

ବାସ୍ତବରେ “ଶଙ୍କରାଚାର୍ଯ୍ୟ” ଉପାଧି ବୌଦ୍ଧ ଓ ଜୈନମାନଙ୍କର ପ୍ରଭାବ ଥିବା ସମୟରେ ହିନ୍ଦୁ ଧର୍ମର ସଂସ୍କାର ଓ ପୁନରୁଦ୍ଧାର ପାଇଁ ଶ୍ରେୟ ପ୍ରାପ୍ତ ବୈଦିକ ପଣ୍ଡିତ ଆଦି ଶଙ୍କରଙ୍କଠାରୁ ନିଆଯାଇଛି। ଆଦି ଶଙ୍କରା ୭୮୮ ଖ୍ରୀଷ୍ଟାବ୍ଦରେ ବୈଶାଖ ମାସରେ କେରଳର କାଲଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ (କିନ୍ତୁ ଏହାକୁ କେତେକ ପଣ୍ଡିତ ବିରୋଧ କରିଛନ୍ତି)। ଜଗଦଗୁରୁ ନାମରେ ମଧ୍ୟ ପରିଚିତ ଶଙ୍କରଙ୍କର ଏକ ସଂକ୍ଷିପ୍ତ ଜୀବନ ଥିଲା (ବିଶ୍ୱାସ କରାଯାଏ ଯେ ସେ ମାତ୍ର ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ) କିନ୍ତୁ ହିନ୍ଦୁ ଧର୍ମ ଉପରେ ତାଙ୍କର ଏକ ବଡ଼ ପ୍ରଭାବ ପଡ଼ିଥିଲା।

ଭଗବାନ ଶିବଙ୍କ ଅବତାର ଭାବରେ ପୂଜା ପାଉଥିବା ଏହି ବିଶ୍ୱାସ କରାଯାଏ ଯେ ସେ ମାତ୍ର ୧୬ ବର୍ଷ ବୟସରେ ବେଦରେ ପାରଦର୍ଶିତା ହାସଲ କରିଥିଲେ। ଜୈନ ଧର୍ମ ଓ ବୌଦ୍ଧ ଧର୍ମର ଉନ୍ନତି ମଧ୍ୟରେ ଶଙ୍କରା ଖୁବ୍ କମ୍ ବୟସରେ ବ୍ରହ୍ମା ସୂତ୍ର, ଉପନିଷଦ ଓ ଭଗବତ ଗୀତା ଉପରେ ନିଜର ମନ୍ତବ୍ୟ ପ୍ରଚାର କରିବା ପାଇଁ ଭାରତର କୋଣ ଅନୁକୋଣକୁ ଯାତ୍ରା କରିବା ଆରମ୍ଭ କରିଥିଲେ।

Categories
ବିଶେଷ ଖବର

ବୁଡି ଯାଉଥିବା ଅର୍ଥନୀତି ଓ ଏକ ଘୋର ସନ୍ଦେହୀ ସରକାର ପାଇଁ ଡକ୍ଟର ମନମୋହନ ସିଂଙ୍କର ଉପଦେଶ 

କେଦାର ମିଶ୍ର 

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯେତେବେଳେ କିଛି କହନ୍ତି ବା ଲେଖନ୍ତି, ତାର ଏକ ଭିନ୍ନ ପ୍ରଭାବ ରହିଥାଏ। ଡକ୍ଟର ସିଂ କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ବା ଅର୍ଥମନ୍ତ୍ରୀ ନୁହନ୍ତି, ସେ ପୃଥିବୀର ଜଣେ ବିଖ୍ୟାତ ଅର୍ଥନୀତି ବିଷାରଦ ଓ ତାଙ୍କର ଅର୍ଥନୈତିକ ପ୍ରଜ୍ଞା ଆଗରେ ଅନେକ ବଡ ବଡ ବିଦ୍ଵାନ ମୁଣ୍ଡ ନୁଆଁଇଥାନ୍ତି। ହେଲେ ଆଜିର ସମୟରେ ରାଜନୀତି ଆମର ଏତେ ଭୟଙ୍କର ମାନସିକ ରୋଗଗ୍ରସ୍ତ ଯେ ସେଠାରେ ଜ୍ଞାନୀ ଲୋକେ କିଛି କହିବା ଆଗରୁ ହଜାରଥର ଚିନ୍ତା କରିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ଦେଶରେ ଏକ ଟ୍ରୋଲ ସରକାର ଚାଲିଛି, ତେଣୁ ବିତର୍କ ଅପେକ୍ଷା କୁତ୍ସାରଟନା ଓ ଅପମାନିତ କରିବାର ଦୃଷ୍ଟିଭଙ୍ଗୀ ନେଇ ମନମୋହନ ସିଂଙ୍କ ଲେଖାର ଆକଳନ ଏ ସରକାର କରିବ। ତେଣୁ ଡକ୍ଟର ସିଂ ତାଙ୍କ ଲେଖାର ଆରମ୍ବରୁ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ଲେଖାଟିକୁ ଜଣେ ବିରୋଧୀ ନେତା ଭାବରେ ନୁହଁ, ବରଂ ଜଣେ ସାଧାରଣ ନାଗରିକ ଓ ଅର୍ଥନୀତିର ଛାତ୍ର ଭାବରେ ଲେଖିଛନ୍ତି। ତେଣୁ ଦେଶର ଅର୍ଥନୀତି ଆଜି ଯେତେବେଳେ ସଙ୍କଟଜନକ ପରିସ୍ଥିତିରେ ରହିଛି, ସେତେବେଳେ ସରକାର ମନମୋହନ ସିଂଙ୍କ କଥା ଶୁଣିବେ କି?

ତେବେ କଣ କହିଛନ୍ତି ମନମୋହନ ସିଂ? ଗତକାଲି ପ୍ରସିଦ୍ଧ ଇଂରାଜୀ ସଂବାଦପତ୍ର “ଦି ହିନ୍ଦୁ”ର  ସଂପାଦକୀୟ ପୃଷ୍ଠାରେ ଡକ୍ଟର ସିଂଙ୍କ ଲେଖାର ଶୀର୍ଷକ ରହିଛି- “ଭାରତୀୟ ଅର୍ଥନୈତିକ ଦୁର୍ଗତିର ମୂଳ ଉତ୍ସ”। ଆଜିର ତାରିଖରେ ଗତ ୧୫ ବର୍ଷ ଭିତରେ ସବୁଠୁ କମ ଅଭିବୃଦ୍ଧି, ୪୫ ବର୍ଷରେ ସବୁଠୁ ଅଧିକ ବେକାରି, ୪୦ ବର୍ଷରେ ସବୁଠୁ କମ ଖର୍ଚ୍ଚ କରିବାର କ୍ଷମତା, ୧୫ ବର୍ଷରେ ସବୁଠୁ କମ ବିଦ୍ୟୁତ ଉତ୍ପାଦନ ଭଳି ସୂଚନା, ଆମର ଅର୍ଥନୈତିକ ଦୁରବସ୍ଥାର ସୂଚନା ଦେଉଛି। ସରକାର ଉପରେ ଦୋଷ ଲଦିବା ଅପେକ୍ଷା ଦୋଷ ଲଦି ଖସିଯିବାର ପ୍ରବଣତାରୁ ସରକାର ମୁକ୍ତ ରୁହନ୍ତୁ ବୋଲି ଶ୍ରୀ ସିଂ କହିଛନ୍ତି। ମୋଦୀ ସରକାରରେ ଅର୍ଥନୀତିର କୁପରିଚାଳନା ଲାଗି ଏହାର ସନ୍ଦେହୀ ଚରିତ୍ର ଦାୟୀ ବୋଲି ସେ କହିଛନ୍ତି। ବଜାର ଅର୍ଥନୀତିରେ ଶିଲ୍ପପତି, ବ୍ୟବସାୟୀ ଓ ପୁଞ୍ଜି ଲଗାଣକାରୀଙ୍କ ପ୍ରତି ମୋଦୀ ସରକାରର ଘୋର ସନ୍ଦେହ ରହିଛି। ଏପରିକି ସାଧାରଣ ଭାରତୀୟ ପ୍ରତି ମଧ୍ୟ ମୋଦୀ ସରକାର ସନ୍ଦେହୀ ହୋଇ ରହିଛି। ମୋଦୀ ସରକାର ନିଜକୁ ନୈତିକ ପୁଲିସ ବୋଲି ବିବେଚନା କରୁଥିବାରୁ ବଜାରରେ ବିଶ୍ବାସର ବାତାବରଣ ନାହିଁ।

ସରକାର ଲୋକଙ୍କୁ ସନ୍ଦେହ କରୁଛନ୍ତି ଓ ଲୋକମାନେ ସରକାରକୁ ଭୟ କରୁଛନ୍ତି, ଏମିତି ବାତାବରଣରେ ପୃଥିବୀର କୌଣସି ଅର୍ଥନୀତି ଆଗକୁ ବଢିପାରିବ ନାହିଁ। ଭୟ ଓ ସନ୍ଦେହର ବନ୍ଧନୀରେ ଭାରତର ଅର୍ଥ ବ୍ୟବସ୍ଥା ଅଣନିଃଶ୍ଵାସୀ ହୋଇ ପଡୁଛି ବୋଲି ମନମୋହନ କହିଛନ୍ତି। ତାଙ୍କ କଥାର ଯଥାର୍ଥତା ଗୋଟେ ଦୁଇଟି ଉଦାହରଣରୁ ବାରି ହୋଇ ପଡିବ। ନିକଟରେ ଗୋଟେ ଖବର ବାହାରିଥିଲା, ଯେଉଁଠି ବରିଷ୍ଠ ଆୟକର ଓ ଅବକାରୀ ବିଭାଗର ଅଧିକାରୀମାନେ ଚାକିରି ଛାଡିବାକୁ ଆବେଦନ କରୁଛନ୍ତି। ଚଳିତ ବର୍ଷ ପ୍ରତ୍ୟକ୍ଷ କର ସଂଗ୍ରହ ୧୭% ବଢାଇବାକୁ ଲକ୍ଷ୍ୟ ଧାର୍ୟ କରାଯାଇଛି। ଏହା ଅସମ୍ଭବ ବୋଲି କୁହାଯାଉଛି, କାରଣ କର୍ପୋରେଟ ଟିକସ ହ୍ରାସ ପରେ ପ୍ରତ୍ୟକ୍ଷ ଟିକସ ବଢିବାର ସମ୍ଭାବନା କମ। ଅନେକ ସମୟରେ ଟିକସ ଓ କର ଅଧିକାରୀଙ୍କୁ ରାଜନୈତିକ ବିରୋଧୀଙ୍କ ପଛରେ ଗୁଣ୍ଡା ଭଳି ନିୟୋଜିତ କରାଯାଉଛି। ଏହା ଅନେକାଂଶରେ ଦେଶର ଅର୍ଥନୀତିକୁ ଏକ ପ୍ରକାର ଦିଶାହୀନ ଅବସ୍ଥାକୁ ନେଇ ଯାଇଛି।

ମନମୋହଙ୍କ ଆକଳନ ଅନୁସାରେ ୩ ଟ୍ରିଲିଅନ ଡଲାରର ବିଶାଳକାୟ ଅର୍ଥନୀତିକୁ ଜଣେ ବ୍ୟକ୍ତି ନିଜ ନିୟନ୍ତ୍ରଣରେ ରଖିପାରିବ ବୋଲି ଭାବିବା ଏକ ପ୍ରକାର ନିର୍ବୋଧତା। ଆମ ଅର୍ଥନୀତିର ବଡ ସମ୍ବଳ ଘରୋଇ ଉଦ୍ୟୋକ୍ତାଙ୍କ ପାଖରେ ରହିଛି। ସେମାନଙ୍କୁ ସରକାରୀ ଭୟ ଭିତରେ ବାନ୍ଧି ରଖିବା ଏକ ଭୟଙ୍କର ଭୁଲ ହେବ। ଆଜିର ତାରିଖରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଲାଗି ବ୍ୟାପକ ସୁଯୋଗ ରହିଥିଲା। କାରଣ ଏହି ସମୟରେ ଚୀନର ଅର୍ଥନୀତି ମାନ୍ଦା ପଡିଛି ଓ ସେହି ସୁଯୋଗରେ ଆମେ ଆମର ରପ୍ତାନି ବଢାଇ ପାରିଥାନ୍ତେ।

ରାଜନୈତିକ ଦୃଷ୍ଟିରୁ ସରକାର ପାଖରେ ସଂସଦରେ ନିରଙ୍କୁଶ ସମର୍ଥନ ରହିଛି, ତେଣୁ ନୀତି ନିର୍ଦ୍ଧାରଣରେ ସମସ୍ୟା ରହିବା କଥା ନୁହେଁ। ତା ସତ୍ତ୍ୱେ ଆମର ଏ ଦୁର୍ଗତି କାହିଁକି? ଏଥିରୁ ମୁକୁଳିବାର ବାଟ ଖୋଜିବାକୁ ମନମୋହନଙ୍କ ପରାମର୍ଶ ବା ଉପଦେଶ କୁ ନରେନ୍ଦ୍ର ମୋଦୀ ସରକାର ଶୁଣିବେ କି?

 

Categories
ଆଜିର ଖବର

ହିନ୍ଦୁ-ମୁସଲିମ ସମ୍ପ୍ରଦାୟକୁ ନେଇ କେଜ୍ରିଓ୍ବାଲଙ୍କ ବିବାଦୀୟ ବୟାନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ହିନ୍ଦୁ ମୁସଲମାନକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। କେଜ୍ରିଓ୍ବାଲ କହିଛନ୍ତି, କୌଣସି ହିନ୍ଦୁ କଂଗ୍ରେସକୁ ଭୋଟ କରିବେ ନାହିଁ ମୁସଲମାନ ଭୋଟରଙ୍କୁ ନେଇ ଦ୍ବନ୍ଦ ରହିଛି। ଦିଲ୍ଲୀରେ ଉଭୟ ଦଳର ମେଣ୍ଟ ବିଫଳ ହେବା ପରେ କଂଗ୍ରେସ ଇସ୍ତାହାରକୁ ସମାଲୋଚନା କରିଛନ୍ତି କେଜ୍ରିଓ୍ବାଲ। କେଜ୍ରିଓ୍ବାଲଙ୍କ ସାମ୍ପ୍ରଦାୟିକ ମନ୍ତବ୍ୟ ପରେ କଂଗ୍ରେସ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏନେଇ ଅଭିଯୋଗ କରିଛି। ନିର୍ବାଚନ ପୂର୍ବରୁ କେଜ୍ରିଓ୍ବାଲଙ୍କ ଏହି ମନ୍ତବ୍ୟ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଅଭିୁଯୋଗ କରିଛନ୍ତି କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ। ଯୋଗୀ ଏବଂ ମାୟାବତୀଙ୍କ ପରି କେଜ୍ରିଓ୍ବାଲଙ୍କୁ ବାସନ୍ଦ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ କହିଛନ୍ତି ଦୀକ୍ଷିତ। ଦୀକ୍ଷିତ ଏବଂ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଏକ ଦଳ ନିର୍ବାଚନ କମିଶନର ରଣବୀର ସିଂଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।