Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବୁଡି ଯାଉଥିବା ଅର୍ଥନୀତି ଓ ଏକ ଘୋର ସନ୍ଦେହୀ ସରକାର ପାଇଁ ଡକ୍ଟର ମନମୋହନ ସିଂଙ୍କର ଉପଦେଶ 
ବିଶେଷ ଖବର

ବୁଡି ଯାଉଥିବା ଅର୍ଥନୀତି ଓ ଏକ ଘୋର ସନ୍ଦେହୀ ସରକାର ପାଇଁ ଡକ୍ଟର ମନମୋହନ ସିଂଙ୍କର ଉପଦେଶ 

November 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯେତେବେଳେ କିଛି କହନ୍ତି ବା ଲେଖନ୍ତି, ତାର ଏକ ଭିନ୍ନ ପ୍ରଭାବ ରହିଥାଏ। ଡକ୍ଟର ସିଂ କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ବା ଅର୍ଥମନ୍ତ୍ରୀ ନୁହନ୍ତି, ସେ ପୃଥିବୀର ଜଣେ ବିଖ୍ୟାତ ଅର୍ଥନୀତି ବିଷାରଦ ଓ ତାଙ୍କର ଅର୍ଥନୈତିକ ପ୍ରଜ୍ଞା ଆଗରେ ଅନେକ ବଡ ବଡ ବିଦ୍ଵାନ ମୁଣ୍ଡ ନୁଆଁଇଥାନ୍ତି। ହେଲେ ଆଜିର ସମୟରେ ରାଜନୀତି ଆମର ଏତେ ଭୟଙ୍କର ମାନସିକ ରୋଗଗ୍ରସ୍ତ ଯେ ସେଠାରେ ଜ୍ଞାନୀ ଲୋକେ କିଛି କହିବା ଆଗରୁ ହଜାରଥର ଚିନ୍ତା କରିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ଦେଶରେ ଏକ ଟ୍ରୋଲ ସରକାର ଚାଲିଛି, ତେଣୁ ବିତର୍କ ଅପେକ୍ଷା କୁତ୍ସାରଟନା ଓ ଅପମାନିତ କରିବାର ଦୃଷ୍ଟିଭଙ୍ଗୀ ନେଇ ମନମୋହନ ସିଂଙ୍କ ଲେଖାର ଆକଳନ ଏ ସରକାର କରିବ। ତେଣୁ ଡକ୍ଟର ସିଂ ତାଙ୍କ ଲେଖାର ଆରମ୍ବରୁ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ଲେଖାଟିକୁ ଜଣେ ବିରୋଧୀ ନେତା ଭାବରେ ନୁହଁ, ବରଂ ଜଣେ ସାଧାରଣ ନାଗରିକ ଓ ଅର୍ଥନୀତିର ଛାତ୍ର ଭାବରେ ଲେଖିଛନ୍ତି। ତେଣୁ ଦେଶର ଅର୍ଥନୀତି ଆଜି ଯେତେବେଳେ ସଙ୍କଟଜନକ ପରିସ୍ଥିତିରେ ରହିଛି, ସେତେବେଳେ ସରକାର ମନମୋହନ ସିଂଙ୍କ କଥା ଶୁଣିବେ କି?

ତେବେ କଣ କହିଛନ୍ତି ମନମୋହନ ସିଂ? ଗତକାଲି ପ୍ରସିଦ୍ଧ ଇଂରାଜୀ ସଂବାଦପତ୍ର “ଦି ହିନ୍ଦୁ”ର  ସଂପାଦକୀୟ ପୃଷ୍ଠାରେ ଡକ୍ଟର ସିଂଙ୍କ ଲେଖାର ଶୀର୍ଷକ ରହିଛି- “ଭାରତୀୟ ଅର୍ଥନୈତିକ ଦୁର୍ଗତିର ମୂଳ ଉତ୍ସ”। ଆଜିର ତାରିଖରେ ଗତ ୧୫ ବର୍ଷ ଭିତରେ ସବୁଠୁ କମ ଅଭିବୃଦ୍ଧି, ୪୫ ବର୍ଷରେ ସବୁଠୁ ଅଧିକ ବେକାରି, ୪୦ ବର୍ଷରେ ସବୁଠୁ କମ ଖର୍ଚ୍ଚ କରିବାର କ୍ଷମତା, ୧୫ ବର୍ଷରେ ସବୁଠୁ କମ ବିଦ୍ୟୁତ ଉତ୍ପାଦନ ଭଳି ସୂଚନା, ଆମର ଅର୍ଥନୈତିକ ଦୁରବସ୍ଥାର ସୂଚନା ଦେଉଛି। ସରକାର ଉପରେ ଦୋଷ ଲଦିବା ଅପେକ୍ଷା ଦୋଷ ଲଦି ଖସିଯିବାର ପ୍ରବଣତାରୁ ସରକାର ମୁକ୍ତ ରୁହନ୍ତୁ ବୋଲି ଶ୍ରୀ ସିଂ କହିଛନ୍ତି। ମୋଦୀ ସରକାରରେ ଅର୍ଥନୀତିର କୁପରିଚାଳନା ଲାଗି ଏହାର ସନ୍ଦେହୀ ଚରିତ୍ର ଦାୟୀ ବୋଲି ସେ କହିଛନ୍ତି। ବଜାର ଅର୍ଥନୀତିରେ ଶିଲ୍ପପତି, ବ୍ୟବସାୟୀ ଓ ପୁଞ୍ଜି ଲଗାଣକାରୀଙ୍କ ପ୍ରତି ମୋଦୀ ସରକାରର ଘୋର ସନ୍ଦେହ ରହିଛି। ଏପରିକି ସାଧାରଣ ଭାରତୀୟ ପ୍ରତି ମଧ୍ୟ ମୋଦୀ ସରକାର ସନ୍ଦେହୀ ହୋଇ ରହିଛି। ମୋଦୀ ସରକାର ନିଜକୁ ନୈତିକ ପୁଲିସ ବୋଲି ବିବେଚନା କରୁଥିବାରୁ ବଜାରରେ ବିଶ୍ବାସର ବାତାବରଣ ନାହିଁ।

ସରକାର ଲୋକଙ୍କୁ ସନ୍ଦେହ କରୁଛନ୍ତି ଓ ଲୋକମାନେ ସରକାରକୁ ଭୟ କରୁଛନ୍ତି, ଏମିତି ବାତାବରଣରେ ପୃଥିବୀର କୌଣସି ଅର୍ଥନୀତି ଆଗକୁ ବଢିପାରିବ ନାହିଁ। ଭୟ ଓ ସନ୍ଦେହର ବନ୍ଧନୀରେ ଭାରତର ଅର୍ଥ ବ୍ୟବସ୍ଥା ଅଣନିଃଶ୍ଵାସୀ ହୋଇ ପଡୁଛି ବୋଲି ମନମୋହନ କହିଛନ୍ତି। ତାଙ୍କ କଥାର ଯଥାର୍ଥତା ଗୋଟେ ଦୁଇଟି ଉଦାହରଣରୁ ବାରି ହୋଇ ପଡିବ। ନିକଟରେ ଗୋଟେ ଖବର ବାହାରିଥିଲା, ଯେଉଁଠି ବରିଷ୍ଠ ଆୟକର ଓ ଅବକାରୀ ବିଭାଗର ଅଧିକାରୀମାନେ ଚାକିରି ଛାଡିବାକୁ ଆବେଦନ କରୁଛନ୍ତି। ଚଳିତ ବର୍ଷ ପ୍ରତ୍ୟକ୍ଷ କର ସଂଗ୍ରହ ୧୭% ବଢାଇବାକୁ ଲକ୍ଷ୍ୟ ଧାର୍ୟ କରାଯାଇଛି। ଏହା ଅସମ୍ଭବ ବୋଲି କୁହାଯାଉଛି, କାରଣ କର୍ପୋରେଟ ଟିକସ ହ୍ରାସ ପରେ ପ୍ରତ୍ୟକ୍ଷ ଟିକସ ବଢିବାର ସମ୍ଭାବନା କମ। ଅନେକ ସମୟରେ ଟିକସ ଓ କର ଅଧିକାରୀଙ୍କୁ ରାଜନୈତିକ ବିରୋଧୀଙ୍କ ପଛରେ ଗୁଣ୍ଡା ଭଳି ନିୟୋଜିତ କରାଯାଉଛି। ଏହା ଅନେକାଂଶରେ ଦେଶର ଅର୍ଥନୀତିକୁ ଏକ ପ୍ରକାର ଦିଶାହୀନ ଅବସ୍ଥାକୁ ନେଇ ଯାଇଛି।

ମନମୋହଙ୍କ ଆକଳନ ଅନୁସାରେ ୩ ଟ୍ରିଲିଅନ ଡଲାରର ବିଶାଳକାୟ ଅର୍ଥନୀତିକୁ ଜଣେ ବ୍ୟକ୍ତି ନିଜ ନିୟନ୍ତ୍ରଣରେ ରଖିପାରିବ ବୋଲି ଭାବିବା ଏକ ପ୍ରକାର ନିର୍ବୋଧତା। ଆମ ଅର୍ଥନୀତିର ବଡ ସମ୍ବଳ ଘରୋଇ ଉଦ୍ୟୋକ୍ତାଙ୍କ ପାଖରେ ରହିଛି। ସେମାନଙ୍କୁ ସରକାରୀ ଭୟ ଭିତରେ ବାନ୍ଧି ରଖିବା ଏକ ଭୟଙ୍କର ଭୁଲ ହେବ। ଆଜିର ତାରିଖରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଲାଗି ବ୍ୟାପକ ସୁଯୋଗ ରହିଥିଲା। କାରଣ ଏହି ସମୟରେ ଚୀନର ଅର୍ଥନୀତି ମାନ୍ଦା ପଡିଛି ଓ ସେହି ସୁଯୋଗରେ ଆମେ ଆମର ରପ୍ତାନି ବଢାଇ ପାରିଥାନ୍ତେ।

ରାଜନୈତିକ ଦୃଷ୍ଟିରୁ ସରକାର ପାଖରେ ସଂସଦରେ ନିରଙ୍କୁଶ ସମର୍ଥନ ରହିଛି, ତେଣୁ ନୀତି ନିର୍ଦ୍ଧାରଣରେ ସମସ୍ୟା ରହିବା କଥା ନୁହେଁ। ତା ସତ୍ତ୍ୱେ ଆମର ଏ ଦୁର୍ଗତି କାହିଁକି? ଏଥିରୁ ମୁକୁଳିବାର ବାଟ ଖୋଜିବାକୁ ମନମୋହନଙ୍କ ପରାମର୍ଶ ବା ଉପଦେଶ କୁ ନରେନ୍ଦ୍ର ମୋଦୀ ସରକାର ଶୁଣିବେ କି?

 

hindu narendramodi
Share. Facebook Twitter LinkedIn Email WhatsApp Copy Link

Related Posts

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026

ସରକାର ଧାର୍ଯ୍ୟ କରନ୍ତୁ ଦୀପାବଳୀରେ ବାଣ ଫୁଟାଇବା ନିର୍ଦ୍ଦିଷ୍ଟ ସମୟ : ସୁପ୍ରିମକୋର୍ଟ

October 1, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026
Latest News

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026

ସରକାର ଧାର୍ଯ୍ୟ କରନ୍ତୁ ଦୀପାବଳୀରେ ବାଣ ଫୁଟାଇବା ନିର୍ଦ୍ଦିଷ୍ଟ ସମୟ : ସୁପ୍ରିମକୋର୍ଟ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.