Categories
ଆଜିର ଖବର ଜାତୀୟ ଖବର ସିନେମା

ଚଳଚ୍ଚିତ୍ର ‘ହମାରେ ବାରହ’ କୁ ବଡ ଆଶ୍ଵସ୍ତି, ମୁକ୍ତିଲାଭ କରିବା ପାଇଁ ଅନୁମତି ଦେଲେ ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟରୁ ‘ହମାରେ ବାରହ’କୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ବାସ୍ତବରେ ଫିଲ୍ମ ‘ହମାରେ ବାରହ’ ରିଲିଜକୁ କୋର୍ଟ ଅନୁମୋଦନ କରିଛନ୍ତି। ନିର୍ମାତାମାନେ ଫିଲ୍ମର କିଛି ପରିବର୍ତ୍ତନ ପାଇଁ ରାଜି ହୋଇଛନ୍ତି। ଏହା ପରେ, ଆବେଦନକାରୀମାନେ ମଧ୍ୟ ପରିବର୍ତ୍ତନ ପରେ ରିଲିଜରେ ଆପତ୍ତି ନକରିବାକୁ ସହମତ ହୋଇଛନ୍ତି।

ସୂଚନା ଅନୁଯାୟୀ ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ସେମାନେ ଅଭିନେତା ଅନୁ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ହମାରେ ବାରହ’କୁ ଦେଖିଛନ୍ତି ଏବଂ ଏଥିରେ କୌଣସି ଆପତ୍ତିଜନକ ବିଷୟ ନାହିଁ, ଯାହା କି କୁରାନ କିମ୍ବା ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ କିମ୍ବା ହିଂସା ସୃଷ୍ଟି କରୁଛି। ଖଣ୍ଡପୀଠ କହିଛନ୍ତି ଯେ, ପ୍ରଥମ ଟ୍ରେଲର ଆପତ୍ତିଜନକ ଥିଲା। ଶୁଣାଣି ସମୟରେ ଜଷ୍ଟିସ ବିପି କୋଲାବାୱାଲା ଏବଂ ଫିରଦୋଶ ପୁନିୱାଲାଙ୍କ ଖଣ୍ଡପୀଠ ମଧ୍ୟ କହିଛନ୍ତି ଯେ ସେନ୍ସର ବୋର୍ଡରୁ ପ୍ରମାଣପତ୍ର ପାଇବା ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ କରିଥିବାରୁ ‘ହମାରେ ବାରହ’ର ନିର୍ମାତାଙ୍କୁ ଜୋରିମାନା କରାଯିବ।