ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଯେଉଁ ଅଦଳବଦଳ ହୋଇଛି ତାହା ହେଲା
1- ଦେଓରଂଜନ କୁମାର ସିଂ- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ସହିତ ସେ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ରହିବେ।
2- ବିଶାଳ କୁମାର ଦେବ- ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସହିତ ତାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ
3- ସଞ୍ଜୟ କୁମାର ସିଂ- ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସଂପର୍କ ବିଭାଗ ସହିତ ତାଙ୍କୁ ଅତିରିକ୍ତ ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦାୟିତ୍ବ
4- ଭାସ୍କର ଜ୍ୟୋତି ଶର୍ମା- କ୍ରୀଡା ଓ ଯୁବ ବ୍ୟାପାର ସହିତ ତାଙ୍କୁ ଓପିଟିସିଏଲ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ
5- ଗିରିଶ ଏସ ଏନ- କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ
6- ଗୁହା ପୁନମ ତାପସ କୁମାର – ବୟନ, ହସ୍ତତନ୍ତ ଏବଂ ହସ୍ତକଳା ବିଭାଗର ସଚିବ