Categories
ଆଜିର ଖବର

ବିଶ୍ଵକପ କ୍ରିକେଟ ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନକୁ ବାସନ୍ଦ କରିବା ମାମଲା ଜୋର ଧରିଲା

ଆଜି ଦୁବାଇ ଠାରେ ଆଇସିସିର ମହତ୍ବପୂର୍ଣ୍ଣ ବୈଠକ ବସୁଛି। ଏହି ବୈଠକରେ ବିଶ୍ଵକପ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ନେଇ ଆଲୋଚନା ହେବ। ପାକିସ୍ତାନକୁ ଖେଳରୁ ବାସନ୍ଦ କରିବାପାଇଁ ସବୁ ସଦସ୍ୟଙ୍କ ଠାରୁ ମତାମତ ନେବାର ସୂଚନା ରହିଛି। ବିଶେଷକରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଜବୁତର ସହ ଏହି ମୁଦ୍ଦାକୁ ଆଇସିସି ସାମ୍ନାରେ ଉଠେଇବାର ସମ୍ଭାବନା ରହିଛି। ପୂର୍ବରୁ ଭାରତୀୟ ଦଳର ପୁରୁଖା ଖେଳାଳି ଏବଂ ବର୍ତ୍ତମାନର ଖେଳାଳି ପାକିସ୍ତାନ ସହ କ୍ରିକେଟ ସମ୍ପର୍କ ଛିନ୍ନ କରିବାପାଇଁ ସଂକେତ ଦେଇସାରିଛନ୍ତି। କେବଳ ସେତିକି ନୁହଁ ଦେଶର ବୁଦ୍ଧିଜୀବୀ ଓ ଖେଳପ୍ରେମୀମାନେ ପାକିସ୍ତାନ ସହ କ୍ରିକେଟ ନ ଖେଳିବାପାଇଁ ପରାମର୍ଶ ଦେଇଛନ୍ତି। ନିକଟରେ ଦେଶର ଗୃହମନ୍ତ୍ରୀ ରାଜନାଥ ସିଂହ ଏକ ମିଡିଆ ଚ୍ୟାନେଲରେ ନିଜର ମତାମତ ରଖିବାସହ କଡାକଡି ଭାବରେ ପାକିସ୍ତାନ ସହ କୌଣସି ସମ୍ପର୍କ ନ ରଖିବାପାଇଁ ସବୁଜ ସଂକେତ ଦେଇଛନ୍ତି। ସେ କହିଛନ୍ତି ଯେ ଆତଙ୍କବାଦ ଆଉ ଖେଳ ଏକସାଥିରେ ହେବା ସମ୍ଭବ ନୁହଁ। ତେଣୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ପାକିସ୍ତାନର କାର୍ଯ୍ୟକଳାପ ଉପରେ କଡା ନିନ୍ଦା କରିବା ସହ ପାକିସ୍ତାନକୁ ବିଶ୍ୱରୁ ଏକଘରିକିଆ କରିବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଆଇସିସିର ଆଜିର ବୈଠକରେ ପାକିସ୍ତାନର ବିଶ୍ଵକପ କ୍ରିକେଟ ଖେଳିବାକୁ ନେଇ ସବିଶେଷ ମତ ଉପରେ ସମସ୍ତଙ୍କର ନଜର ରହିଛି ।