Categories
ଆଜିର ଖବର

କରୁପନ୍ନା ସ୍ବାମୀ ମନ୍ଦିରରେ ଅଘଟଣ : ଚାରି ମହିଳା ସମେତ ୭ ମୃତ

ରବିବାର ଦିନ ଥେରୁପର ନିକଟରେ ମେଥୁୟାମ୍‌ପାଲୟମ୍‌ର କରୁପନ୍ନା ସ୍ବାମୀ ମନ୍ଦିରରେ ଚାଲିଥିବା ଏକ ଉତ୍ସବ ସମୟରେ ଅଘଟଣ ଘଟି ଚାରିଜଣ ମହିଳା ସମେତ ସାତଜଣଙ୍କର ମୃତ୍ୟୁ ହୋଇଥିବାସ୍ଥଳେ ୧୦ଜଣ ଆହତ ହୋଇଛନ୍ତି। ପୋଲିସ୍‌ ସୂତ୍ରରୁ ପ୍ରକାଶ ଯେ, ଏଠାରେ ଆଜି ସକାଳେ ଚିତ୍ରା ପୂର୍ଣ୍ଣମୀ ଉତ୍ସବରେ ଭାଗ ନେବା ପାଇଁ ଆୟୋଜିତ ‘ପିଡିକାସୁ (ମୁଦ୍ରାର ବିତରଣ) କାର୍ଯ୍ୟକ୍ରମ ସମୟରେ ଭିଡ଼ ପାଇଁ ଏହି ଅଘଟଣ ଘଟିଯାଇଛି। ମୃତକଙ୍କ ମଧ୍ୟରୁ କିଛି ଜଣଙ୍କୁ ଚିହ୍ନଟ କରାଯାଇଥିବାସ୍ଥଳେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବରିଷ୍ଠ ରାଜସ୍ବ ଓ ପୁଲିସ୍‌ ଅଧୀକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛନ୍ତି।