Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୁରୁଣା କୋଠାରେ ଚାଲିବନି PG, ସ୍କୁଲ ଓ ନର୍ସିଂ ହୋମ୍!
ଆଜିର ଖବର

ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୁରୁଣା କୋଠାରେ ଚାଲିବନି PG, ସ୍କୁଲ ଓ ନର୍ସିଂ ହୋମ୍!

September 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନରେ ପାଞ୍ଚ ମହଲା କୋଠା ଭୁଶୁଡ଼ି ୬ ଜଣଙ୍କ ଜୀବନ ଯିବା ପରେ ଏବେ ଆକ୍ସନ୍‌ ମୋଡ୍‌ରେ ଦିଲ୍ଲୀ ସରକାର। ପୁରୁଣା କୋଠାରେ ଚାଲୁଥିବା PG, ହଷ୍ଟେଲ, ସ୍କୁଲ ଓ ନର୍ସିଂ ହୋମ୍‌ର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କଡ଼ା ପଦକ୍ଷେପ ଘୋଷଣା କରିଛନ୍ତି। ଏଣିକି ୨୦, ୩୦ କିମ୍ବା ୪୦ ବର୍ଷ ପୁରୁଣା କୋଠାରେ କୌଣସି ସାର୍ବଜନୀନ ସେବା ଚଳାଇବାକୁ ହେଲେ ଷ୍ଟ୍ରକଚରାଲ୍‌ ଅଡିଟ୍‌ ରିପୋର୍ଟ ଦାଖଲ କରିବାକୁ ପଡ଼ିବ।

ଦିଲ୍ଲୀ ବିଶ୍ବବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ ନିକଟସ୍ଥ ସତ୍ୟ ନିକେତନ ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। କୋଠାରେ ଏକ PG ଚାଲୁଥିବା ବେଳେ ସେଠାରେ ଅନେକ କଲେଜ ଛାତ୍ର ରହୁଥିଲେ। ଅଘଟଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଘଟଣା ପରେ ଦିଲ୍ଲୀର ପୁରୁଣା ଓ ଅସୁରକ୍ଷିତ କୋଠାରେ ରହୁଥିବା ଲୋକଙ୍କ ସୁରକ୍ଷା ପ୍ରସଙ୍ଗ ପୁଣିଥରେ ସାମ୍ନାକୁ ଆସିଛି।

ଘଟଣାସ୍ଥଳ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ପୁରୁଣା କୋଠାଗୁଡ଼ିକର ସୁରକ୍ଷା ଯାଞ୍ଚ ପାଇଁ ଏକ ନୀତି ପ୍ରସ୍ତୁତ କରାଯିବ। ୨୦, ୩୦ କିମ୍ବା ୪୦ ବର୍ଷ ପୁରୁଣା କୋଠାଗୁଡ଼ିକୁ ଷ୍ଟ୍ରକଚରାଲ୍‌ ଅଡିଟ୍‌ କରାଇ ସେଗୁଡ଼ିକ ସୁରକ୍ଷିତ ବୋଲି ପ୍ରମାଣିତ କରିବାକୁ ପଡ଼ିବ।

ଏହି ରିପୋର୍ଟ ନଥିଲେ ସମ୍ପୃକ୍ତ କୋଠାରେ PG ଆବାସ, ହଷ୍ଟେଲ, ନର୍ସିଂ ହୋମ୍‌, ସ୍କୁଲ କିମ୍ବା ଅନ୍ୟ କୌଣସି ସାର୍ବଜନୀନ ସେବା ଚଳାଇବାକୁ ଅନୁମତି ମିଳିବ ନାହିଁ।

ସତ୍ୟ ନିକେତନ ଘଟଣାରେ ଯଦି କୌଣସି ଅଧିକାରୀଙ୍କ ଅବହେଳା ପ୍ରମାଣିତ ହୁଏ, ତେବେ ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଦାୟୀ ଅଧିକାରୀଙ୍କ ନିଲମ୍ବନ ପାଇଁ ଆଜି ନିର୍ଦ୍ଦେଶ ଜାରି ହେବ ବୋଲି ସେ କହିଛନ୍ତି।

ଏଥିସହ ଦିଲ୍ଲୀ ପୌର ନିଗମ ସମେତ ସମ୍ପୃକ୍ତ ସମସ୍ତ ବିଭାଗକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଭବିଷ୍ୟତରେ ଏଭଳି ଅଘଟଣ ଯେପରି ନଘଟେ, ସେଥିପାଇଁ ପୁରୁଣା କୋଠାଗୁଡ଼ିକର ସୁରକ୍ଷା ଯାଞ୍ଚ ଉପରେ ଗୁରୁତ୍ବ ଦିଆଯିବ।

ସତ୍ୟ ନିକେତନ ଦୁର୍ଘଟଣାରେ ପ୍ରଭାବିତ ଛାତ୍ରଛାତ୍ରୀଙ୍କ ସହ ସରକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୌଣସି ଛାତ୍ର ଯେପରି ଅସୁବିଧାରେ ନପଡ଼ନ୍ତି, ସେଥିପାଇଁ ପୌର ନିଗମକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନ ଦେଇଛନ୍ତି।

ସତ୍ୟ ନିକେତନର ଏହି ଦୁର୍ଘଟଣା ପରେ ଦିଲ୍ଲୀର ପୁରୁଣା କୋଠାଗୁଡ଼ିକର ସୁରକ୍ଷା ଏବେ ସରକାରଙ୍କ ପାଇଁ ବଡ଼ ପ୍ରସଙ୍ଗ ପାଲଟିଛି। ନୂଆ ନୀତି ଲାଗୁ ହେଲେ ଦିଲ୍ଲୀର ଅନେକ ପୁରୁଣା କୋଠାରେ ଚାଲୁଥିବା PG, ହଷ୍ଟେଲ, ସ୍କୁଲ ଓ ନର୍ସିଂ ହୋମ୍‌ର ଯାଞ୍ଚ ଆହୁରି କଡ଼ା ହେବ।

incident old-buildingscollapse satya-niketan
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା : ଚୂଡ଼ାନ୍ତ ରାୟ ଉପରେ ନଜର

September 7, 2026

ଆଜି ରାଜ୍ୟ କ୍ୟାବିନେଟ ବୈଠକ

September 7, 2026

ବ୍ରହ୍ମପୁର ଡକ୍ଟରର୍ସ ଫୋରମ୍ ର ମାସିକ ବୈଠକ ଅନୁଷ୍ଠିତ

September 7, 2026

ପୁଣି ବଦଳିଲା ସୁନା ଏବଂ ରୂପା ମୂଲ୍ୟ: ଯାଞ୍ଚ କରନ୍ତୁ ଆଜିର ଦର

September 7, 2026
Latest News

ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୁରୁଣା କୋଠାରେ ଚାଲିବନି PG, ସ୍କୁଲ ଓ ନର୍ସିଂ ହୋମ୍!

September 7, 2026

ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା : ଚୂଡ଼ାନ୍ତ ରାୟ ଉପରେ ନଜର

September 7, 2026

ଆଜି ରାଜ୍ୟ କ୍ୟାବିନେଟ ବୈଠକ

September 7, 2026

ବ୍ରହ୍ମପୁର ଡକ୍ଟରର୍ସ ଫୋରମ୍ ର ମାସିକ ବୈଠକ ଅନୁଷ୍ଠିତ

September 7, 2026

ପୁଣି ବଦଳିଲା ସୁନା ଏବଂ ରୂପା ମୂଲ୍ୟ: ଯାଞ୍ଚ କରନ୍ତୁ ଆଜିର ଦର

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.