ପୁନେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଟି 20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ଆଜି ପୁନେରେ ଖେଳାଯିବ । ଭାରତ ଏହି ମ୍ୟାଚ୍ ଜିତି ସିରିଜ୍ ବିଜୟର ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀଲଙ୍କା ସିରିଜ୍ ବରାବର ଲକ୍ଷ୍ୟରେ ରହିବ । ସନ୍ଧ୍ୟା 7ଟାରେ ଆରମ୍ଭ ହେବାକୁ ଥିବା ମ୍ୟାଚ୍ରେ ଭାରତ ସମାନ ଏକାଦଶ ସହିତ ଖେଳିବ ବୋଲି କୋହଲି ସୂଚନା ଦେଇଛନ୍ତି । ଅପର ପକ୍ଷରେ ଇସୁରୁ ଉଡାନା ଶ୍ରୀଲଙ୍କା ପକ୍ଷରୁ ପ୍ରତ୍ୟାବର୍ତ୍ତନ କରିବେ । ଉଲ୍ଲେଖଯୋଗ୍ୟ ଯେ, ଗୌହାଟୀରେ ଅନୁଷ୍ଠିତ ପ୍ରଥମ ଟି 20 ବର୍ଷାରେ ଧୋଇଯିବା ପରେ ଇନ୍ଦୋରରେ ମୁକାବିଲାକୁ ଭାରତ ଅନାୟାସରେ ଜିତି ନେଇଥିଲା । (ଏଜେନ୍ସୀ)
Tag: india
ସମୀକ୍ଷା ବ୍ୟୁରୋ,
କଟକ,22/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍ର ଅନ୍ତିମ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡ଼ିୟମରେ ରବିବାର ଖେଳାଯିବ । ସିରିଜ୍ 1-1ରେ ରହିଥିବାରୁ ଏହି ମ୍ୟାଚ୍ରେ ବିଜୟୀ ହୋଇ ଉଭୟ ଦଳ ସିରିଜ୍ କବ୍ଜା କରିବାର ଉଦ୍ୟମ କରିବେ । ଅପରାହ୍ନ 1.30 ମିନିଟରେ ଏହି ବହୁ ପ୍ରତୀକ୍ଷିତ ଏହି ମ୍ୟାଚ ଆରମ୍ଭ ହେବ । ମ୍ୟାଚ୍ ପାଇଁ ଉଭୟ ଦଳର ଖେଳାଳି ଦିନ 11ଟା ସୁଦ୍ଧା ଷ୍ଟାଡିୟମ୍ରେ ପହଞ୍ଚିବେ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଶନିବାର ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଟିମ ବାରବାଟୀରେ ଅଭ୍ୟାସ କରିଛନ୍ତି । ଭାରତ ପାଇଁ ନବଦୀପ୍ ସାଇନି ଏହି ମ୍ୟାଚ୍ରେ ପଦାର୍ପଣ କରିବାର ସମ୍ଭାବନା ରହିଛି । ସେହିପରି ସିରିଜ୍ ବିଜୟୀ ହେବାକୁ ହେଲେ ପୁନର୍ବାର ଦଳର ଟପ୍ ଅର୍ଡର ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ ।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,19/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍ର ଅନ୍ତିମ ମ୍ୟାଚ୍ ନିମନ୍ତେ ଉଭୟ ଦଳର ଖେଳାଳି ଭୁବନେଶ୍ବରରେ ପହଞ୍ଚିଛନ୍ତି । କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ସିରିଜ୍ର ଅନ୍ତିମ ମ୍ୟାଚ୍ରେ ଉଭୟ ଦଳ ପରସ୍ପରର ମୁକାବିଲା କରିବେ । ଉଭୟ ଦଳର ଖେଳାଳି ପହଞ୍ଚିବା ପରେ ବସ୍ ଜରିଆରେ ମେ ଫେୟାର ହୋଟେଲକୁ ନିଆଯାଇଥିଲା । ଉଭୟ ଦଳର ଖେଳାଳୀ ଓ ବିସିସିଆଇର ଅଫିସିଆଲଙ୍କ ପାଇଁ ମେ’ଫେୟାର ହୋଟେଲରେ ରୁମ୍ ନିଆଯାଇଛି । ବିସିସିଆଇ ପକ୍ଷରୁ .ସମୁଦାୟ 85ଟି ରୁମ୍ ବୁକ୍ କରାଯାଇଛି । ବିମାନବନ୍ଦରରେ ଓହ୍ଲାଇବା ପରେ ଖେଳାଳି ମାନେ ସିଧାସଳଖ ହୋଟେଲକୁ ଯାଇଥିଲେ ।
ବିଶାଖାପଟ୍ଟନମ୍, 18/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍ର ଦ୍ବିତୀୟ ଦିନିକିଆରେ ଓ୍ବିଣ୍ଡିଜ୍ ସମ୍ମୁଖରେ 388 ରନ୍ର ବିଜୟ ଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ ଦୁଇ ଓପ୍ନର ରୋହିତ ଶର୍ମା(159) ଏବଂ ରାହୁଲ(102) ଶତକ ହାସଲ କରିଥିଲେ । ରୋହିତ ନିଜ ଅନ୍ତର୍ଜାତୀୟ କ୍ୟାରିୟରର 28 ତମ ଶତକ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟାର (53) ଏବଂ ଋଷଭ ପନ୍ତ(39) ରନ୍ ସଂଗ୍ରହ କରିଥିଲେ । ପ୍ରଥମ ଓ୍ବିକେଟରେ ରାହୁଲ-ରୋହିତ 227 ରନ୍ ଯୋଡିଥିଲେ । ରୋହିତ 135 ବଲ୍ର ସମ୍ମୁଖୀନ ହୋଇ 17ଟି ଚୌକା ଏବଂ 5 ଛକ୍କା ସହାୟତାରେ 159 ରନ୍ କରିଥିବା ବେଳେ ରାହୁଲ 104 ଟି ବଲ୍ର ସମ୍ମୁଖୀନ ହୋଇ 8ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ 102 ରନ୍ ସଂଗ୍ରହ କରିଥିଲେ । ଶେଷ ଭାଗରେ ପନ୍ତ 16ଟି ବଲ୍ର ସମ୍ମୁଖୀନ ହୋଇ 39 ରନ୍ ଏବଂ ଶ୍ରେୟସ ଆୟାର 32ଟି ବଲ୍ରୁ 53 ରନ୍ ସଂଗ୍ରହ କରିଥିଲେ । ଉଭୟ 3ଟି ଲେଖାଏଁ ଚୌକା ଏବଂ 4ଟି ଲେଖାଏଁ ଛକ୍କା ମାରିଥିଲେ । ଓ୍ବିଣ୍ଡିଜ୍ ପକ୍ଷରୁ କଟ୍ରେଲ୍ 2ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କିମୋ ପଲ୍ ଏବଂ ପୋଲାର୍ଡ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ । (ଏଜେନ୍ସି)
ବିଶାଖାପଟ୍ଟନମ,18/12: ବିଶାଖାପଟ୍ଟନମରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ଭାରତୀୟ ଓପ୍ନର ଚମତ୍କାର ବ୍ୟାଟିଂ କରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିବା ସହିତ ପ୍ରଥମ ଓ୍ବିକେଟରେ ଦ୍ବିଶତକୀୟ ଭାଗିଦାରୀ କରିଥିଲେ । 36 ଓଭର ସୁଦ୍ଧା ଭାରତ 220 ରନ୍ ସଂଗ୍ରହ କରିଥିବା ବେଳେ ରୋହିତ(114) ଏବଂ ରାହୁଲ (102) ରନ୍ରେ ବ୍ୟାଟିଂ କରୁଛନ୍ତି । ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଦୁଇ ଓପ୍ନର ରୋହିତ ଶର୍ମା ଏବଂ କେଏଲ୍ ରାହୁଲ ସତର୍କତାର ସହିତ ଇନିଂସ ଆରମ୍ଭ କରିଥିଲେ । ପ୍ରାରମ୍ଭରୁ ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ରୋହିତ ଜଗି ରଖି ଖେଳିଥିଲେ । ପରେ ରୋହିତ ରନ୍ଗତି ବଢାଇବା ସହିତ 33 ତମ ଓଭରରେ 108 ବଲ୍ରୁ 11ଟି ଚୌକା ଏବଂ 2 ଛକ୍କା ସହାୟତାରେ ନିଜର ଶତକ ପୂରଣ କରିଥିଲେ । ଏହା ବ୍ୟତିତ ରାହୁଲ 102ଟି ବଲ୍ର ସମ୍ମୁଖୀନ ହୋଇ 8ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ ଶତକ ପୂରଣ କରିଥିଲେ ।
ବିଶାଖାପଟ୍ଟନମ୍, 18/12 : ଭାରତ ଏବଂ ଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ବିଶାଖାପଟ୍ଟନମ୍ରେ ଖେଳା ଯାଉଛି । ଦ୍ବିତୀୟ ଦିନିକିଆରେ ଓ୍ବିଣ୍ଡିଜ୍ ଅଧିନାୟକ ପୋଲାର୍ଡ ଟସ୍ ଜିତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଭାରତ ଏହି ମ୍ୟାଚ୍ରେ ବିଜୟୀ ହୋଇ ସିରିଜ୍କୁ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଥିବା ବେଳେ ଇଣ୍ଡିଜ ସିରିଜ୍ ବିଜୟର ଲକ୍ଷ୍ୟ ରଖିଛି । ଦୁଇଟି ପରିବର୍ତ୍ତନ ସହ ଓ୍ବେଷ୍ଟଇଣ୍ଡିଜ୍ ଦଳ ପଡିଆକୁ ଓହ୍ଲାଇଥିବା ବେଳେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ସୁନୀଲ ଅମ୍ବ୍ରିସ୍ଙ୍କ ସ୍ଥାନରେ ଏଭିନ୍ ଲୁଇସ୍ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଖେରୀ ପିୟର ହେଡେନ୍ ଓ୍ବାଲ୍ସଙ୍କ ସ୍ଥାନରେ ଖେଳୁଛନ୍ତି । ସେହିପରି ଶିବମ ଦୁବେଙ୍କ ସ୍ଥାନରେ ଭାରତ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି । (ଏଜେନ୍ସୀ)
ଚେନ୍ନାଇ, 15/12 : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ 287 ରନ୍ ସଂଗ୍ରହ କରିଛି । ଏହା ଫଳରେ ୱେଷ୍ଟଇଣ୍ଡିଜ ସମ୍ମୁଖରେ 288 ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଟସ୍ ଜିତ ୱେଷ୍ଟଇଣ୍ଡିଜ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । 25 ରନ୍ରେ ଦୁଇଟି ଓ୍ବିକେଟ୍ ହରାଇବା ସହିତ ଭାରତ ସଙ୍କଟରେ ପଡିଥିଲା । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ(71) ଓ ଶ୍ରେୟସ ଆୟର(70) ରନ୍ର ଇନିଂସ ଫଳରେ ଭାରତ 287 ରନ୍ ସଂଗ୍ରହ କରିଥିଲା । ଶେଷ ଭାଗରେ କେଦାର ଜାଦବ(40) ଏବଂ ରବୀନ୍ଦ୍ର ଜାଡେଜା(21)ଙ୍କ ଇନିଂସ ବଳରେ ଭାରତ 280 ରନ୍ ସଂଗ୍ରହ କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ଶେଲଡନ୍ କର୍ଟେଲ, ଆଲଜାରୀ ଜୋଶେଫ ଓ କିମୋ ପଲ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)
ଚେନ୍ନାଇ, 15/12 : ଭାରତ ଏବଂ ଓ୍ବିଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଶ୍ରେୟସ୍ ଆୟାର ଏବଂ ଋଷଭ ପନ୍ତ ଅର୍ଦ୍ଧଶତକ ହାସଲ କରିଛନ୍ତି । ଦୁଇ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ଭାରତ 173/3 ରନ୍ ସଂଗ୍ରହ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ କଟରେଲ(2/12) ଫଳରେ 25 ରନ୍ ମଧ୍ୟରେ ରାହୁଲ ଏବଂ କୋହଲିଙ୍କ ଓ୍ବିକେଟ ହରାଇଥିଲା । ରୋହିତ ଶର୍ମା(36) ଆୟାରଙ୍କ ସହିତ 55 ରନ୍ ଯୋଡିଥିଲେ । ଆଲଜାରୀ ଯୋଶେଫ୍ ଏହି ଯୋଡି ଭାଙ୍ଗିବା ପରେ ପନ୍ତ ଏବଂ ଆୟାର ପଞ୍ଚମ ଓ୍ବିକେଟ୍ରେ ଅବିଭାଜିତ 85 ରନ୍ କରି ବ୍ୟାଟିଂ କରୁଛନ୍ତି । 33 ଓଭର ଶେଷ ସୁଦ୍ଧା ଆୟାର(59) ଏବଂ ପନ୍ତ(51) ରନ୍ରେ ବ୍ୟାଟିଂ କରୁଛନ୍ତି । (ଏଜେନ୍ସୀ)
ଚେନ୍ନାଇ, 15/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ସିରିଜ୍ର ଟି ଟ୍ବେଣ୍ଟି ସିରିଜ୍ ପରେ ଆଜିଠୁ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି । ଚେନ୍ନାଇର ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍ରେ ଭାରତ ପକ୍ଷରୁ କେଦାର ଜାଦବ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଶିବମ ଦୁବେ ଦିନିକିଆ ପଦାର୍ପଣ କରିଛନ୍ତି । ସେହିପରି ଧଓ୍ବନ୍ଙ୍କ ଅନୁପସ୍ଥିତିରେ ରାହୁଲ୍ ଓପନିଂ ଦାୟିତ୍ବ ସମ୍ଭାଳିଥିବା ବେଳେ ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଦୀପକ ଚହର ଦଳରେ ସ୍ଥାନ ପାଇଛନ୍ତି । (ଏଜେନ୍ସୀ)
ମାଦ୍ରିଦ୍,10/12 : 2022 ସୁଦ୍ଧା ଭାରତର ସୌରଶକ୍ତି ବ୍ୟବହାର 100 ଜିଗାଓ୍ବାଟକୁ ବୃଦ୍ଧି ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଛନ୍ତି । ମାଦ୍ରିଦ୍ରେ ଅନୁଷ୍ଠିତ ପରିବେଶ ପରିବର୍ତ୍ତନ ସମ୍ମିଳନୀରେ ଜାଭଡେକର ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଭାରତରେ ମାତ୍ର 33 ଜିଗାଓ୍ବାଟର ସୌରଶକ୍ତି ବ୍ୟବଡୃତ ହେଉଛି । ଆସନ୍ତା ତିନି ବର୍ଷ ମଧ୍ୟରେ ଭାରତର ସୌରଶକ୍ତି ବ୍ୟବହାରରେ ବୃଦ୍ଧି କରାଯାଇ 100 ଜିଗାଓ୍ବଟର ଲକ୍ଷ୍ୟ ରଖାଯାଇଛି ବୋଲି ଜାଭଡେକର ସୂଚନା ଦେଇଛନ୍ତି । 2015ର ପରିବେଶ ସମ୍ମିଳନୀରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସୌର ପ୍ରକଳ୍ପକୁ ନେଇ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁଯାୟୀ ଚେନ୍ନାଇ ଏବଂ ବିଶାଖାପଟ୍ଟନମରେ ଉଭୟ ରାଷ୍ଟ୍ରର ମିଳିତ ଉଦ୍ୟମରେ 7ଟି ସୌର ପ୍ରକଳ୍ପର କାମ ଚାଲୁରହିଛି । ଉଲ୍ଲେଖଯୋଗ୍ୟ ଯେ, ଚୀନ୍ ଏବଂ ଆମେରିକା ପଛକୁ ସୌରଶକ୍ତି ବ୍ୟବହାରରେ ଭାରତ ବିଶ୍ବର ତିନି ନମ୍ବର ସ୍ଥାନରେ ରହିଛି । (ଏଜେନ୍ସୀ)
KATHMANDU, Dec. 2, 2019 (Xinhua) — Players of delegation of India march during the inauguration of 13th South Asian Games in Kathmandu, Nepal, Dec. 1, 2019. Xinhua/UNI PHOTO-2F
ଡେଭିସ୍ କପ୍ରେ ପାକିସ୍ତାନକୁ 4-0 ରେ ପରାସ୍ତ କରିଛି ଭାରତ । ଭେଟରାନ ଟେନିସ ତାରକା ଲିଆଣ୍ଡର ପେସ ରେକର୍ଡ 44ତମ ବିଜୟ ସହ ଭାରତ ବିଜୟୀ ହୋଇଛି । ଏହି ବିଜୟ ସହିତ ଭାରତ 2020 ବିଶ୍ବଗ୍ରୁପ୍ ପାଇଁ ଯୋଗ୍ୟତା ହାସଲ କରିଛି । ସୁମିତ୍ ନାଗଲ୍ ଏବଂ ରାମକୁମାର ରାମନାଥନ ସିଙ୍ଗିଲ୍ସରେ ବିଜୟୀ ହୋଇଥିବା ବେଳେ, ପେସ୍-ଜୀବନ ଡବଲ୍ସ ମ୍ୟାଚ୍ରେ ବିଜୟୀ ହୋଇଥିଲା । ରିଭର୍ସ ସିଙ୍ଗିଲ୍ସ ମ୍ୟାଚ୍ରେ ସୁମିତ୍ ନାଗଲ୍ ବିଜୟୀ ହେବା ସହିତ ଭାରତକୁ 4-0ରେ ଅଗ୍ରଣୀ କରାଇଥିଲେ । ଏହାପରେ ପାକିସ୍ତାନ ଓହରିଯିବାରୁ ଭାରତ ବିଜୟୀ ହୋଇଥିଲା ।
ନୂଆଦିଲ୍ଲୀ,୨୯/୧୧: ଅର୍ଥନୈତିକ ମାନ୍ଦାବସ୍ଥା ମଧ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଶିଳ୍ପର ଉତ୍ପାଦନ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। ଅକ୍ଟୋବର ମାସରେ ଅର୍ଥନୈତିକ ମାନ୍ଦାବସ୍ଥା ସମ୍ପର୍କିତ ସରକାରୀ ରିପୋର୍ଟ ପ୍ରକାଶ ପାଇଛି। ୮ଟି ମୁଖ୍ୟଶିଳ୍ପର ଉତ୍ପାଦନରେ ହାରାହାରି ୫.୮ ପ୍ରତିଶତ ହ୍ରାସ ପାଇଥିବା ବେଳେ ୬ଟି ଶିଳ୍ପର ପ୍ରଦର୍ଶନ ଦୟନୀୟ ରହିଛି। କୋଇଲା ଶିଳ୍ପ ଉତ୍ପାଦନରେ ୧୭.୬ ପ୍ରତିଶତ ହ୍ରାସ ପାଇଥିବା ବେଳେ, ଅଶୋଧିତ ତୈଳ ଉତ୍ପାଦନରେ ୫.୧ ପ୍ରତିଶତ ହ୍ରାସ ପାଇଛି। ପ୍ରାକୃତିକ ଗ୍ୟାସ୍ ଉତ୍ପାଦନରେ ୫.୭ ପ୍ରତିଶତ ହ୍ରାସ ପାଇଛି। ସିମେଣ୍ଟ ଉତ୍ପାଦନ(-୭.୭), ଷ୍ଟିଲ୍(-୧.୬) ଏବଂ ବିଦ୍ୟୁତ୍(-୧୨.୪) ଉତ୍ପାଦନ ହାର ନକରାତ୍ମକ ରହିଛି। ଅକ୍ଟୋବରରେ କେବଳ ସାର ଉତ୍ପାଦନରେ ୧୧.୮ ପ୍ରତିଶତର ଅଭିବୃଦ୍ଧି ଘଟିଛି। ବିଶୋଧନ କ୍ଷେତ୍ରରେ ୦.୪ ପ୍ରତିଶତର ହ୍ରାସ ଘଟିଛି ଯାହାକି ଗତବର୍ଷ ଅକ୍ଟୋବରରେ ୧.୩ ପ୍ରତିଶତ ରହିଥିଲା। ୨୦୧୮ରେ ୮ଟି ମୁଖ୍ୟଶିଳ୍ପର ଉତ୍ପାଦନ ୪.୮ ପ୍ରତିଶତର ଅଭିବୃଦ୍ଧି ଘଟିଥିଲା। ଏପ୍ରିଲ୍-ଅକ୍ଟୋବର ମଧ୍ୟରେ ଅଭିବୃଦ୍ଧି ହାର ୦.୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୮ରେ ସମାନ ସମୟରେ ୫.୪ ପ୍ରତିଶତ ରହିଥିଲା। ଗତ ସେପ୍ଟେମ୍ବରରେ ଅର୍ଥନୈତିକ ଅଭିବୃଦ୍ଧି ହାର ଦଶନ୍ଧିର ସର୍ବନିମ୍ନ ୫.୧ପ୍ରତିଶତ ଛୁଇଁଥିଲା।(ଏଜେନ୍ସୀ)
ମୁମ୍ବାଇ,27/11 : ଆହତ ହୋଇ ଭାରତୀୟ ଦଳରୁ ବାଦ୍ ପଡିଥିବା ଓପ୍ନର ଶିଖର ଧଓ୍ବନ୍ଙ୍କ ସ୍ଥାନରେ ସଞ୍ଜୁ ସାମ୍ସନ୍ଙ୍କୁ ସ୍ଥାନ ମିଳିଛି । ସୈଦ୍ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍ରେ ଆହତ ହେବାରୁ ଧଓ୍ବନ୍ । ବିସିସିଆଇର ମେଡିକାଲ ଟିମ୍ ପକ୍ଷରୁ ଦିଆଯାଇଥିବା ଧଓ୍ବନଙ୍କ ଆହତ ରିପୋର୍ଟ ଅନୁଯାୟୀ ଧଓ୍ବନଙ୍କ କ୍ଷତ ଶୁଖିବା ପାଇଁ ଅଧିକ ସମୟ ଲାଗିବ । ତେଣୁ ଧଓ୍ବନଙ୍କ ବଦଳ ଖେଳାଳି ଭାବରେ ବିସିସିଆଇ ବୁଧବାର ଦିନ ସଞ୍ଜୁ ସାମସନ୍ଙ୍କ ନାମ ଘୋଷଣା କରାଯାଇଛି । ସେହିପରି କୋଲକାତା ଟେଷ୍ଟରେ ଆହତ ରିଦ୍ଧିମାନ ଶାହାଙ୍କୁ 4 ସପ୍ତାହ ବିଶ୍ରାମର ପରାମର୍ଶ ଦିଆଯାଇଛି ।
କୋଲକାତା, ୨୪/୧୧: ଭାରତ ଲଗାତାର ଚତୁର୍ଥ ଥର ଇନିଂସ ବିଜୟୀ ହୋଇ ଟେଷ୍ଟ କ୍ରିକେଟର ୧୪୨ ବର୍ଷର ରେକର୍ଡ ଭାଙ୍ଗିଛି। ଭାରତ ବାଂଲାଦେଶକୁ ଲଗାତାର ୨ଟି ଟେଷ୍ଟରେ ଇନିଂସ ବ୍ୟବଧାନରେ ପରାସ୍ତ କରିଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତିମ ୨ଟି ଟେଷ୍ଟରେ ଭାରତର ଇନିଂସ ବିଜୟ ହୋଇଥିଲା। ଏହା ସହିତ ଭାରତ ଲଗାତାର ଭାବେ ୭ଟି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇ ରେକର୍ଡ ଭାଙ୍ଗିଛି। କୋଲକାତା ଟେଷ୍ଟରେ ଭାରତୀୟ ପେସ୍ ବୋଲର ୧୯ଟି ୱିକେଟ୍ ନେଇଛନ୍ତି। ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଦଳର ପେସର ୧୭ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ। (ଏଜେନ୍ସୀ)
ଇଡେନ୍ ଦିବାରାତ୍ର ଟେଷ୍ଟ : ବାଂଲାଦେଶ 103/8
କୋଲକାତା,22/11 : ଇଡେନ ଗାର୍ଡେନ୍ରେ ଆରମ୍ଭ ହୋଇଥିବା ଭାରତ ଏବଂ ବାଂଲାଦେଶ ଐତିହାସିକ ଦିବାରାତ୍ର ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ସଙ୍କଟରେ ପଡିଛି । ଭାରତୀୟ ପେସ୍ ବୋଲରଙ୍କ ସଫଳତା କାରଣରୁ ବାଂଲାଦେଶ 103 ରନ୍ରେ 8 ଓ୍ବିକେଟ ହରାଇ ସଙ୍କଟରେ ପଡିଛି । ଭାରତ ପକ୍ଷରୁ ଉମେଶ ଯାଦବ 3ଟି ଏବଂ ଇଶାନ୍ତ ଶର୍ମା 4ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବା ବେଳେ ମହମ୍ମଦ ସାମି ଅନ୍ୟ ଏକ ଓ୍ବିକେଟଟି ହାସଲ କରିଥିଲେ । ଓପ୍ନର ସଦ୍ମାନ ଇସ୍ଲାମ ସର୍ବାଧିକ 29 ରନ୍ ସଂଗ୍ରହ କରିଥିଲେ । ଲିଟନ୍ ଦାସ(24) ରିଟାୟର୍ଡ ହର୍ଟ ହେବାପରେ ବଦଳ ଖେଳାଳି ନଇମ ହସନ୍(16) ରନ୍ରେ ବ୍ୟାଟିଂ କରୁଛନ୍ତି । ଏହି ତିନି ଜଣଙ୍କ ବ୍ୟତିତ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । (ଏଜେନ୍ସୀ)
କୋଲକାତା,22/11 ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେଉଥିବା ଐତିହାସିକ ଦିବାରାତ୍ର ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ବାଂଲା ଅଧିନାୟକ ମୋମିନୁଲ ହକ୍ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ଭାରତ ଗତ ମ୍ୟାଚ୍ର ଏକାଦଶ ସହିତ ପଡିଆକୁ ଓହ୍ଲାଇଥିବା ବେଳେ ବାଂଲାଦେଶ ଟିମ୍ରେ ଦୁଇଟି ପରିବର୍ତ୍ତନ କରିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଚିନ୍ ତେନ୍ଦୁଲକର, ବାଂଲାଦେଶ ମୁଖ୍ୟମନ୍ତ୍ରୀ ଶେଖ୍ ହସିନା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ଏହି ମ୍ୟାଚ୍ ଦେଖିବା ପାଇଁ ଉପସ୍ଥିତ ଅଛନ୍ତି । ଟସ୍ ପରେ ମମତା ଏବଂ ହସିନା ଉଭୟ ଦଳର ଖେଳାଳିଙ୍କ ସହିତ ହାତ ମିଳାଇଥିଲେ । (ଏଜେନ୍ସୀ)
ଡିସେମ୍ବରରେ ଭାରତ ଗସ୍ତରେ ଆସୁଥିବା ଓ୍ବିଣ୍ଡିଜ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଭୁବନେଶ୍ବର କୁମାର ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବାଂଲାଦେଶ ବିପକ୍ଷ ଟି20 ଦଳରେ ଥିବା ଶିବମ ଦୁବେ ପ୍ରଥମ ଥର ପାଇଁ ଦିନିକିଆ ଦଳରେ ମନୋନୀତ ହୋଇଛନ୍ତି । ଖରାପ ଫର୍ମ ସତ୍ତ୍ବେ ଋଷଭ ପନ୍ତଙ୍କ ଉପରେ ଚୟନକର୍ତ୍ତା ପୁନର୍ବାର ଭରସା ପ୍ରକଟ କରିଛନ୍ତି । ଉଭୟ ଦଳରେ ପନ୍ତଙ୍କୁ ସାମିଲ କରାଯାଇଛି ।
ଦିନିକିଆ ଦଳ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ବନ୍, କେ ଏଲ୍ ରାହୁଲ, ଋଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ,ମହମ୍ମଦ ସାମି, ଦୀପକ ଚହର ଏବଂ ଭୁବନେଶ୍ବର କୁମାର ।
ଟି20 ଦଳ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ବନ୍, କେ ଏଲ୍ ରାହୁଲ, ଋଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟସ ଆୟାର, ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ୍ ସୁନ୍ଦର, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି ଏବଂ ଭୁବନେଶ୍ବର କୁମାର । (ଏଜେନ୍ସୀ)
ଫିଫା 2022 ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ପାଇଁ ଆଜି ଭାରତ ଓମାନର ସମ୍ମୁଖୀନ ହେବ । ଯୋଗ୍ୟତା ପର୍ଯ୍ୟାୟର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାକୁ ହେଲେ ଭାରତକୁ ଏହି ମ୍ୟାଚ୍ରେ ନିଶ୍ଚିତ ବିଜୟ ଆବଶ୍ୟକ । ପୂର୍ବରୁ ବାଂଲାଦେଶ ଏବଂ ଆଫଗାନିସ୍ତାନ ବିପକ୍ଷରେ ଖରାପ ପ୍ରଦର୍ଶନ କରିଥିବା ଭାରତ ପାଇଁ ଏହି ମ୍ୟାଚ୍ରେ ବିଜୟ ହାସଲ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଗ୍ରୁପ୍ ଇରେ କାତାର ପରେ ଓମାନ୍ ଦ୍ବିତୀୟ ସ୍ଥାନରେ ରହିଥିବାରୁ ଏହି ମ୍ୟାଚ୍ରେ ବିଜୟୀ ହେଲେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଭାରତର ଆଶା ବଳବତ୍ତର ରହିବ । ସୁନୀଲ ଛେତ୍ରୀ ଏବଂ ଜେଜେଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଫରଓ୍ବାର୍ଡ ବିଭାଗ ମଜବୁତ ହୋଇଛି । ଅପରପକ୍ଷରେ ଆଇଗର ଷ୍ଟୋମାକଙ୍କ ଦଳ ଗୌହାଟୀରେ ଅନୁଷ୍ଠିତ ମ୍ୟାଚ୍ରେ 2-1ରେ ଭାରତକୁ ପରାସ୍ତ କରିଥିବାରୁ ମାନସିକ ଭାବରେ ଦୃଢ ସ୍ଥିତିରେ ରହିଛି । । ଓମାନର ଅଲ୍ ସଇବ୍ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟା 8.30 ମିନିଟ୍ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ ।
ଦେବ ରଞ୍ଜନ
ଗଣତାନ୍ତ୍ରିକ ବିଚାର ନେଇ କାଶ୍ମୀରର ସନ୍ଦର୍ଭରେ ଆଜି କିଛି କହିବା ଅଥବା ଲେଖିବା ନିଜ ଘର ଉପରକୁ ଟେକା ମାରିବା ସଦୃଶ କଥା। ସେ ବନ୍ଧୁ ହେଉ କି ପରିବାର ସମସ୍ତେ ବୁଝି ନେଇଛନ୍ତି ଯେ ଗଣତନ୍ତ୍ରର ଅର୍ଥ ନୁହେଁ ବ୍ୟକ୍ତିକୁ ସ୍ବାଧୀନତା ଦେବା, କାଶ୍ମୀରବାସୀଙ୍କୁ ତ ଆଦୌ ନୁହେଁ। ’ଗୋଟେ ଦେଶ ଗୋଟେ ପତାକା’ ସ୍ଲୋଗାନ ଏଭଳି ଭାବପ୍ରବଣତା ତିଆରି କରିଦେଇଛି ଯେ ଯେମିତି ତୁମେ ଯଦି ବିଜେପି ସରକାରଙ୍କ ସହିତ ନାହଁ ତେବେ ତୁମେ ପାକିସ୍ତାନୀ! ନା ମୁଁ କେବେ କାଶ୍ମୀର ଯାଇପାରିଛି ନା କାଶ୍ମିରୀୟତ ସହିତ ମୋର କୌଣସି ସମ୍ପର୍କ ରହିଛି। କାଶ୍ମୀର ସହିତ ମୋର ସମ୍ପର୍କ ମୋର ଜଣେ ଆଦିବାସୀ ବନ୍ଧୁଙ୍କ ମାଧ୍ୟମରେ ଯିଏ ଜଣେ ଭାରତୀୟ ସେନାବାହିନୀର ଯବାନ। ସେ ସର୍ବଦା ଦୁଇଟି ମଣିଷ ହୋଇଥାଏ। ଗାଁରେ ଥିଲେ କୁହେ, ‘ଏ ପୁଲିସବାଲା ଯାହାକୁ ଇଚ୍ଛା ତାହାକୁ ବାନ୍ଧି ଆଣୁଛନ୍ତି ନହେଲେ ଏନକାଉଣ୍ଟର କରିଦେଉଛନ୍ତି। ସମସ୍ତେ କ’ଣ ମାଓବାଦୀ ହୋଇଛନ୍ତି ନା ଚୋର?’ ପୁଣି କାଶ୍ମୀର କଥା ପଡ଼ିଲେ କୁହେ, ‘ଟ୍ରିଗର୍ ଉପରେ ଆଙ୍ଗୁଳି ରଖିଲେ ଯାଇ ମତେ ଶାନ୍ତି ଲାଗେ। କେତେବେଳେ କୁଆଡୁ ଉଗ୍ରପନ୍ଥୀ ଆସିଯିବେ କିଏ ଜାଣେ ? ଗଲା ବର୍ଷ ତା’ର ହିସାବରେ ପ୍ରାୟେ ୫ ଲକ୍ଷ ଯବାନ ଜଗିଥିଲେ ସମଗ୍ର କାଶ୍ମୀରକୁ। ଏବେ ତାହା ସାତ ଲକ୍ଷ ଅର୍ଥାତ୍ ପ୍ରତି ସାତ କି ଆଠ କାଶ୍ମୀରବାସୀଙ୍କ ବିପକ୍ଷରେ ଜଣେ ଆଧୁନିକ ଅସ୍ତ୍ରଧାରୀ ଯବାନ। ଉଭୟ କାଶ୍ମୀରବାସୀ ଓ ନିଯୁକ୍ତି ଯବାନ ସମେସ୍ତ ଅଜଣା ଆତଙ୍କ ମଧ୍ୟରେ। ଧାରା ୩୭୦ର ଉଚ୍ଛେଦ କେବଳ ହେଲା ନାହିଁ ତା’ ସହିତ କାଶ୍ମୀର ନିଜର ରାଜ୍ୟମାନ୍ୟତା ମଧ୍ୟ ହରାଇଛି। ଆଗକୁ ହୁଏ କୌଣସି ବି ରାଜ୍ୟ ଏପରିକି ଆଦିବାସୀ ବହୁଳ ପଞ୍ଚମ ଅନୁଚ୍ଛେଦ ମଧ୍ୟ ନିଜର ସ୍ବତନ୍ତ୍ର କ୍ଷମତା ଟିକକ ହରାଇପାରେ। ସେତେବେଳେ ହୁଏତ ସ୍ଲୋଗାନ୍ ରହିବ ’ଗୋଟେ ଦେଶ ଗୋଟେ ଆଇନ’- ବିଧାନସଭା ହେଉ କି ଗ୍ରାମସଭା କାହାରି ସ୍ବତନ୍ତ୍ର କ୍ଷମତା ରହିବା ଉଚିତ୍ ନୁହେଁ। ଧାରା ୩୭୦ଉଚ୍ଛେଦ ପରଠାରୁ ବନ୍ଧୁପତ୍ନୀ ଜଣକ ନା ଟିଭି ସାମ୍ନାକୁ ଆସୁଛି ନା କାଶ୍ମୀରରୁ କିଛି ଫୋନ୍ ଆସୁଛି। ଦେଶର ଆଜି ସାତ ଲକ୍ଷ ଯବାନଙ୍କ ପରିବାର ମଧ୍ୟ ସେହି ଅନିଶ୍ଚିତତା ମଧ୍ୟରେ ଥିବେ ଠିକ୍ ମୁଁ, ମୋର ବନ୍ଧୁପତ୍ନୀ ଓ ତା’ ପରିବାର ଲୋକଙ୍କ ପରି। ପ୍ରେମ ଓ ଜାତୀୟତା ମଧ୍ୟରେ ଦୂରତା ଅନେକ, ହୁଏତ ମିଶ୍ରଣ ଅସମ୍ଭବ।
ଏଥର ନିଜ ଦେଶର ନିଜ ଲୋକଙ୍କ ବିପକ୍ଷରେ ନିଜେ ବନ୍ଧୁକ ଧରିଲା ବେଳେ ମୋର ବନ୍ଧୁଟି ସତେରେ କ’ଣ ଭାବୁଥିବ ? ଏହି କଥା ଗଲା ପାଞ୍ଚ ତାରିଖଠାରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି। ହଁ, ସେ ମୋର ପ୍ରଧାନମନ୍ତ୍ରୀ। ହୁଏତ ମୁଁ ତାଙ୍କର ଅନେକ କଥାରେ ଅସହମତ ହୋଇପାରୁଥାଏ। ପଚାରିବାକୁ ଇଚ୍ଛା କରିବି କ’ଣ ସତେରେ ଏହା ପରେ ମୋର ବନ୍ଧୁ ଜଣକ ଟ୍ରିଗର ଉପରୁ ଆଙ୍ଗୁଳି ଉଠାଇ ନିଶ୍ଚିନ୍ତରେ ଟିକେ ଶୋଇପାରିବ ? ସେ ଆଉ ନିଜ ଦେଶର ସେହି କାଶ୍ମୀର ଲୋକଙ୍କୁ ଏନକାଉଣ୍ଟର କରିବନି, ହରଣଚାଳ କରିବନି, ପେଲେଟ ଗନରେ ମାରିବନି, ରାତି ଅଧରେ ଉଠାଇବନି ତ ଯଦି ତୁମ କଥା ସତ ହୋଇଥାଏ ଯେ କାଶ୍ମୀରରେ ସମ୍ପୂର୍ଣ୍ଣ ଶାନ୍ତି ଚାଲିଆସିଛି ? ସତେରେ କ’ଣ ଏହାପରେ କାଶ୍ମୀରବାସୀ ମୋର ବନ୍ଧୁଙ୍କୁ ହସି ହସି ବିଦାୟ ଦେବେ ଓ ଉଗ୍ରପନ୍ଥୀମାନଙ୍କୁ ନିପାତ କରିପାରିଥିବା ହେତୁ ଧନ୍ୟବାଦ ଜଣାଇବେ ? ବହୁ ବର୍ଷ ତଳେ ଏମିତି ଏକ ଛବି ଟିଭି ପରଦାରେ ଆଫଗାନିସ୍ତାନରେ ଦେଖିଥିଲି। ଛୋଟ ଝିଅଟିଏ ରୁଷ ସଶସ୍ତ୍ର ବାହିନୀର ଟ୍ୟାଙ୍କ ଫେରିଯାଉଥିଲାବେଳେ ଯବାନଟିକୁ ଫୁଲଟିଏ ଆଣି ଦେଉଥିଲା। ବହୁତ ବର୍ଷ ପରେ ଜାଣିଲି ତାହା ସ୍ବତଃ ସ୍ଫୂର୍ତ୍ତ ନଥିଲା, ଛବିଟିକୁ ଟିଭି ପାଇଁ ତିଆରି କରାଯାଇଥିଲା। ଠିକ୍ ଅଛି ଯେ କାଶ୍ମୀରବାସୀ ମୋର ବନ୍ଧୁଙ୍କୁ ଏହାପରେ ହସି ହସି ବିଦାୟ ନ ଦେଇପାରନ୍ତି। କାରଣ ପ୍ରତିବାଦ ଓ ପ୍ରତିଶୋଧ ମଧ୍ୟରେ ଅନେକ ଦୂରତା ରହିଛି। ଆମେ ଅଳ୍ପ କିଛି ଜନଗଣ ଆଜି ସରକାରଙ୍କୁ କେବଳ ନିଜର ପ୍ରତିବାଦ ଜଣାଉଛୁ। ସେମାନେ କିନ୍ତୁ ପ୍ରତିଶୋଧ ଓ ପ୍ରତିହିଂସାର ଅଗ୍ନିରେ ଜଳୁଛନ୍ତି, ଠିକ୍ ଆଫଗାନିସ୍ତାନ, ପାଲେଷ୍ଟାଇନ୍ ଓ ସିରିଆ ଭଳି। ମହାତ୍ମା ଗାନ୍ଧିଙ୍କର ସେହି କଥା ଯେ ତୁମେ ଯଦି ଆଖି ବଦଳରେ ଆଖି ନେବାକୁ ଚାହିଁବ ତେବେ ବିଶ୍ବ ଅନ୍ଧ ପାଲଟିଯାଇଥିବା ଜାଣିବ। ଏହା ଶାସକଙ୍କ ପାଇଁ ଅଧିକ ପ୍ରଯୁର୍ଜ୍ୟ। ସମଗ୍ର ରାଜ୍ୟବାସୀଙ୍କୁ ବିଜେପି ସରକାର ଜଣେ ଜଣେ ଉଗ୍ରପନ୍ଥୀ ଅଥବା ସମ୍ଭାବ୍ୟ ଉଗ୍ରପନ୍ଥ ଭାବରେ ଦେଖିବା ଓ ରାଜ୍ୟକୁ ସଂଘୀୟ ସ୍ଥିତିରୁ ଉଚ୍ଛେଦ କରି କେନ୍ଦ୍ରର ଅଧୀନକୁ ନେଇ ଆସିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାତିକ ଭିତରେ ହଜାର ହଜାର ଯବାନଙ୍କୁ ଗୋଟେ ଛୋଟ ସ୍ଥାନକୁ ପଠାଇ ସେମାନଙ୍କୁ ଘେରାବନ୍ଦୀ କରିଦେଲେ! ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପ କିପରି ଏକ ମହାନ ଜାତୀୟତାବାଦୀ କାର୍ଯ୍ୟ ହୋଇଗଲା କିନ୍ତୁ ଏକ ରାଜ୍ୟ ଉପରେ କେନ୍ଦ୍ର ସରକାର ଲଗାତର ଭାବରେ ସୈନ୍ୟ ପଠାଇ ଅତ୍ୟାଚାର କରିଚାଲିବା ଆମ ଆଲୋଚନାର କେନ୍ଦ୍ର ବିନ୍ଦୁ କେବେ ବି ହୋଇପାରିଲା ନାହିଁ ? ଦୁଃଖର କଥା ଯେ ଆମର ଜାତୀୟତା ଆମର ମାନବିକତାକୁ ଢାଙ୍କିଦେଇଛି ଓ ଏହା ଆମକୁ ଅନେକ ବିଷୟରେ ଅନ୍ଧ କରିଦେଉଛି।
ଧାରା ୩୭୦ ଉଚ୍ଛେଦ ଦ୍ବାରା କାଶ୍ମୀରବାସୀ ଉପକାର ପାଇବେ କି ନାହିଁ ତାହା ମୁଁ କହିପାରୁନି। ଏବେ ତ ବିଭିନ୍ନ ତୁଳନାତ୍ମକ ରିପୋର୍ଟ ଆସିଲାଣି ଯେ କାଶ୍ମୀରର ଶିକ୍ଷା, ଅପପୃଷ୍ଟି, ଶିଶୁ ମୃତ୍ୟୁହାର ଇତ୍ୟାଦି କ୍ଷେତ୍ରରେ ଜାତୀୟ ହାର ଏପରିକି ଗୁଜୁରାଟଠାରୁ ଜାମୁ ଓ କାଶ୍ମୀରର ସ୍ଥିତି ବେଶ୍ ଉନ୍ନତ। ତଥ୍ୟ ଜାଣିବାର ଅଧିକାର ୨୦୦୪ ମସିହାରୁ ସେଠାରେ ଲାଗୁ ହୋଇଥିଲା। ବର୍ତ୍ତମାନ ସରକାରଙ୍କ ଜିଏସ୍ଟିକୁ ଜାମ୍ମୁ କାଶ୍ମୀର ସରକାର ବିଧାନସଭାରେ ପାସ୍ କରିଥିଲେ। ଦ୍ବୈତ ନାଗରିକ ବ୍ୟବସ୍ଥା କେବଳ ମିଥ୍ୟା ପ୍ରଚାର। ଯେକୌଣସି ଭାରତୀୟ ଭିସା ଓ ପାସପୋର୍ଟ ସାହାଯ୍ୟରେ ଯେମିତି ଅନ୍ୟ ଦେଶକୁ ଯାଇପାରିବ ସେମିତି ପାକିସ୍ତାନୀ ଜଣେ ଆସିପାରିବ। କିନ୍ତୁ ସେ କାଶ୍ମୀରରେ ସ୍ଥାୟୀ ବାସିନ୍ଦା ହୋଇପାରିବ ନାହିଁ। କାଶ୍ମୀରର ସମ୍ବିଧାନରେ ଜଣେ ଭାରତୀୟ ‘ସ୍ଥାୟୀ ବାସିନ୍ଦା’ ଓ ସେ କାମ ଅନ୍ବେଷଣରେ କାଶ୍ମୀର ଯାଇପାରିବ। କେବଳ କାଶ୍ମୀରରେ କାହିଁକି ନାଗାଲାଣ୍ଡ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମାନ ନିକୋବରରେ ଅନ୍ୟ ପ୍ରଦେଶର ଲୋକେ ଜାଗା କିଣିପାରିବେ ନାହିଁ। ବିବାହିତା କାଶ୍ମୀର ଝିଅ ବିବାହ ପରେ ନିଜ ଜମିର ଅଧିକାର ନିଜ ରାଜ୍ୟରେ ହରାଇବା ଯେଉଁ ପ୍ରସ୍ତାବ ଥିଲା ତାହାକୁ ସେଠାର ହାଇକୋର୍ଟ ୨୦୦୧ ମସିହାରୁ ଉଚ୍ଛେଦ କରିସାରିଛି। ଏହାପରେ ବି କ’ଣ ଆମ୍ଭେମାନେ କାଶ୍ମୀରରେ ଚାଲିଥିବା ମାନବିକ ଅଧିକାର ଉଲ୍ଲଂଘନ ବିପକ୍ଷରେ କୌଣସି ସ୍ବର ଉଠାଇବା ନାହିଁ ? ଆଜି ସାଧାରଣ କାଶ୍ମୀର ନାଗରିକ କେତେବେଳେ ଭାରତୀୟ ଯବାନ ତ ପୁଣି କେତେବେଳେ ସ୍ଥାନୀୟ ଉଗ୍ରପନ୍ଥୀ ପୁଣି ସୀମାରେ ପାକିସ୍ତାନୀ ସୈନ୍ୟର ଗୁଳିରେ ମୃତ୍ୟୁବରଣ କରୁଛନ୍ତି। କିନ୍ତୁ ଧାରା ୩୭୦ ଉଚ୍ଛେଦ ପରେ ବିଜେପିର ରାଜ୍ୟ ମୁଖ୍ୟମାନେ ଯେଉଁ ଭଳି ବୟାନ ଦେଉଛନ୍ତି ସେଥିରୁ ଜଣାପଡୁଛି ଯେ ଆମେ କେଉଁ ଅଷ୍ଟାଦଶ ଶତାବ୍ଦୀର ରାଜାଙ୍କ ଯୁଦ୍ଧ ଜୟର କାହାଣୀ ଲେଖୁଛୁ। ସେତେବେଳେ ରାଜାମାନେ ଯୁଦ୍ଧ ଲଢୁଥିଲେ ଭୂଖଣ୍ଡକୁ ଅକ୍ତିଆର କରିବା ଲାଗି ଓ ଅକ୍ତିଆର କରିବା ପରେ ଶତ୍ରୁ ରାଜ୍ୟର ଯୁବକମାନଙ୍କୁ ହତ୍ୟା କରୁଥିଲେ, ନାରୀକୁ ଉପଭୋଗ କରୁଥିଲେ ଓ ଜମିକୁ ନିଜ କବ୍ଜାକୁ ଆଣୁଥିଲେ। ହୁଏତ କେହି ସାଧାରଣ ମଣିଷ ଜମି କିଣୁ କି ନକିଣୁ ଏବେ ରିଲାଏନ୍ସ କମ୍ପାନୀ ଘୋଷଣା କରିଛି ସ୍ବତନ୍ତ୍ର ପ୍ୟାକେଜ୍ ଦେଇ ସେ କାଶ୍ମୀରରେ ଜମି ଅଧିଗ୍ରହଣ କରିବ ଓ ସେଠାରେ ବିକାଶ କରିବ। ଗଣତନ୍ତ୍ର ଓ ଗଣ – କର୍ପୋରେଟତନ୍ତ୍ର ମଧ୍ୟରେ ଥିବା ପାର୍ଥକ୍ୟ ଆଉ କିଛି ନାହିଁ। କଂଗ୍ରେସ ପାର୍ଟି ଯେଉଁ ଆର୍ଥିକ କ୍ଷେତ୍ରରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଥିଲା ସେହି ସମାନ ପ୍ରକ୍ରିୟାକୁ ବିଜେପି ଦ୍ରୁତଗତିରେ ଆପଣାଇ ଚାଲିଛି।
ଗଣତନ୍ତ୍ରକୁ ମୁଁ ମୋର ସ୍କୁଲ ବହିରେ ଯାହା ପଢିଛି ଆଜି ତାହା ଗଣତନ୍ତ୍ର ନୁହେଁ ଓ ଆଜି ଗଣତନ୍ତ୍ର କହିଲେ ଯାହା ବୁଝାପଡେ ତାହା କିନ୍ତୁ ସ୍କୁଲ ବହିରେ କେବେ ଲେଖାହୋଇନଥିଲା। ମୁଁ ସ୍ବପ୍ନ ଦେଖୁଥିଲି ୭୦ ବର୍ଷର ସ୍ବାଧୀନତା ଭିତରେ ମୋର ଦେଶ ଏତେ ଉପରକୁ ଉଠିଯାଇଥିବ ଯେ ସାରା ବିଶ୍ବକୁ ସେ କହୁଥିବ ଗଣତନ୍ତ୍ର ମଧ୍ୟରେ ନା ରଙ୍ଗ ନା ଜାତି ନା ଅର୍ଥ (ଆର୍ଥିକ) ନା ଧର୍ମର କୌଣସି ପ୍ରଭେଦ ରହିଛି। ସମସ୍ତେ ଶାନ୍ତି ଓ ସୁଖରେ ଅବସ୍ଥାନ କରିବାର ପଦ୍ଧତି ହେଲା ଏହି ଗଣତନ୍ତ୍ର। କିନ୍ତୁ ବାସ୍ତବତା ହେଲା ଦେଶ ସତରେ ବହୁତ ଉଚ୍ଚକୁ ଚାଲିଯାଇଥିବା ଲାଗୁଛି କାରଣ ଏଥିରେ ଅନେକ ଆଜି ଆଣ୍ଠେଇ ପଡିଛନ୍ତି। ଦେଶ ଯଦି କିଛି ଦେଉଛି ତେବେ ତାହା ଖଜୁରୀ ଗଛର କୋଳି, ନିଶୁଣି ଥିବା ଲୋକ ହିଁ ନେଇପାରୁଛି। ଏବେ ଗାନ୍ଧିଙ୍କ ୧୫୦ତମ ଜନ୍ମତିଥି ପାଳନ କରୁଛେ। କିନ୍ତୁ ଗଣତନ୍ତ୍ରକୁ ସୁଧାରିବାର ପ୍ରୟାସ ଆମେ କରୁନାହୁଁ କାରଣ ଏଭଳି ଗଣତନ୍ତ୍ରକୁ ନେଇ ଭାବପ୍ରବଣ ସାଜିବାର ଅନେକ କାରଣ ରହୁଛି।
କେଦାର ମିଶ୍ର
ଏହା କୌଣସି ବୋମା ବିସ୍ଫୋରଣରୁ କମ ନଥିଲା। ଗତାରାତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲାବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଲେ ଯେ, କିଛିଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କାଶ୍ମୀର ସମସ୍ୟାର ସମାଧାନ ଲାଗି ମଧ୍ୟସ୍ଥି ହେବାକୁ ଅନୁରୋଧ କରିଥିଲେ। ଟ୍ରମ୍ଫ ଏକଥା କହିବାର ଅର୍ଥ ହେଉଛି, ଗତ ୫୦ ବର୍ଷ ଧରି ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସଂପୂର୍ଣ୍ଣ ବଦଳି ଯାଇଥିବାର ସନ୍ଦେହ ଉପୁଜିବା। ୧୯୭୨ ଶିମଳା ରାଜିନାମା ପରେ ଭାରତ ଓ ପାକିସ୍ତାନ ନିଜ ଭିତରେ ଦ୍ଵିପାକ୍ଷିକ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ଖୋଜିବେ। ପୁନଶ୍ଚ କାଶ୍ମୀର ଭାରତର ନିଜସ୍ଵ ଆଭ୍ୟନ୍ତରୀଣ ବ୍ୟାପାର ଓ ଏଥିରେ ଦ୍ଵିତୀୟ ବା ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ ବୋଲି ଭାରତ ବାରମ୍ବାର କହିଆସିଛି। ତେବେ ହଠାତ ଆମେରିକା ରାଷ୍ଟ୍ରପତି ଏ ପ୍ରସଙ୍ଗରେ ଏମିତି କହିବାର କାରଣ କଣ? ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପସ୍ଥିତିରେ ଟ୍ରମ୍ଫ ଭାରତର ଏକ ସଂବେଦନଶୀଳ ପ୍ରସଙ୍ଗକୁ ଏପ୍ରକାର ଅଣକୂଟନୈତିକ ଢଙ୍ଗରେ କହିବାର ମାନେ କଣ?
ଏବେ ଆସନ୍ତୁ, ଟ୍ରମ୍ଫ କଣ କହିଲେ ତାର ବିଚାର କରିବା। “ଦୁଇ ସପ୍ତାହ ତଳେ ମୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦେଖା ହୋଇଥିଲା। ସେ ମୋତେ କହିଥିଲେ, ମୁଁ ମଧ୍ୟସ୍ଥି ଭାବରେ ଏକ ସମସ୍ୟାର ସମାଧାନ କରିବାକୁ ଚାହିଁବି କି? ମୁଁ ପଚାରିଲି- କେଉଁଠି। ସେ କହିଲେ କାଶ୍ମୀର। ମୁଁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଖୁସିରେ ରାଜିହେବି।“ କଥାଟି ବଡ ଜଟିଳ। ଭାରତର ବୈଦେଶିକ ବ୍ୟାପାର ବିଭାଗର ମୁଖପାତ୍ର ରବିଶ କୁମାର ଏକ ବିବୃତିରେ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତିଙ୍କ ସହିତ କାଶ୍ମୀର ପ୍ରସଙ୍ଗରେ ଡି ସପ୍ତାହ ତଳେ ସେମିତି କିଛି ଆଲୋଚନା ହୋଇନାହିଁ ଓ ଏ ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ଶିମଳା ଚୁକ୍ତି ତଥା ଲାହୋର ଘୋଷଣାନାମା ଅନୁଯାୟୀ ଦ୍ଵିପାକ୍ଷିକ ଆଲୋଚନା ଆଧାରରେ ନିଜ ଭିତରର ସମସ୍ୟାର ସମାଧାନ କରିବେ। ତେବେ ସେଥିଲାଗି ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ପ୍ରଥମେ ସମାପ୍ତ କରିବାକୁ ପଡିବ।
ଭାରତର ବୈଦେଶିକ ବ୍ୟାପାର ବିଭାଗ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ଫ ମିଛ କହୁଛନ୍ତି। ଆମେରିକା ରାଷ୍ଟ୍ରପତି ସତରେ ଯଦି ମିଛ କହୁଛନ୍ତି, ତେବେ ତାହା ଅତ୍ୟନ୍ତ ଭୟଙ୍କର କଥା। ଅବଶ୍ୟ ଟ୍ରମ୍ଫ ଦାୟିତ୍ଵହୀନ ମନ୍ତବ୍ୟ ଦେବାରେ ସବୁଠୁ ଆଗରେ ରହିଆସିଛନ୍ତି। କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ଫ ମିଛ କହିଥାନ୍ତୁ ବା ସତ କହିଥାନ୍ତୁ, ଏଥିରେ ଆମଲାଗି ଏକ ବିଷମ ସମସ୍ୟା ସୃଷ୍ଟି ହୋଇଛି। ବିନା କାରଣରେ କାଶ୍ମୀର କୁ ନେଇ ଆନ୍ତର୍ଜାତିକ କୂଟନୀତିରେ ତର୍କ ବଢିବାର ସୁଯୋଗ ସୃଷ୍ଟି ହୋଇଛି। ବାସ୍ତବରେ ପାକିସ୍ତାନ ତାହା ହିଁ ଚାହୁଁଥିଲା। ଏଠି ଆଉ ଏକ ଭିନ୍ନ ପ୍ରଶ୍ନ ମଧ୍ୟ ଉଠିପାରେ। ଯେହେତୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ଫ ଏହା କହିଛନ୍ତି, ଏଥିରୁ କଣ ଆମେ ବୁଝିନେବା ଯେ ଇମ୍ରାନ ଖାଁ ଟ୍ରମ୍ଫଙ୍କୁ ପ୍ରଭାବିତ କରି ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଛ କୁହାଇ ପାରିଛନ୍ତି? ଆଜି ପର୍ୟନ୍ତ ଭାରତକୁ ଆମେରିକା ନିଜର ସ୍ଵାଭାବିକ ସହଯୋଗୀ ବୋଲି କହିଆସୁଥିଲା। ବିଭିନ୍ନ ସମୟରେ ଟ୍ରମ୍ଫ ପାକିସ୍ତାନ ବିରୋଧରେ ଅତ୍ୟନ୍ତ କଟୁ ଶବ୍ଦ ପ୍ରୟୋଗ ମଧ୍ୟ କରିଛନ୍ତି। ହଠାତ ତାଙ୍କର ମନୋଭାବ ପରିବର୍ତ୍ତିତ ହେବାର କାରଣ କଣ?
ସବୁଠୁ ବଡ କଥା ହେଉଛି ହ୍ଵାଇଟ ହାଉସରେ ଖୋଲାଖୋଲି କାଶ୍ମୀରକୁ ନେଇ ଇମ୍ରାନ ଖାଁ ଓ ଡୋନାଲ୍ଡ ଟ୍ରମ୍ଫ ଯେଉଁ ପ୍ରକାର କଥାବାର୍ତ୍ତା କଲେ ସେଥିରେ ଭାରତର କାଶ୍ମୀରକୁ ନେଇ ରହିଥିବା କୂଟନୈତିକ ସ୍ଥିତି ସଙ୍କଟରେ ପଡିଯାଇଛି। ଆମେ ଏବେ ଡୋନାଲ୍ଡ ଟ୍ରମ୍ଫଙ୍କୁ ମିଛୁଆ ବୋଲି କହିବାକୁ ବାଧ୍ୟ ଓ ଏହା ଅନେକାଂଶରେ ଭାରତ-ଆମେରିକା ସଂପର୍କକୁ ପ୍ରଭାବିତ କରିବ। ପରିସ୍ଥିତି ଏମିତି ହୋଇଛି ଯେ ଆଜି ଆମକୁ ପାକିସ୍ତାନକୁ ଛାଡି ଟ୍ରମ୍ପଙ୍କୁ ଗାଳି କରିବାକୁ ପଡୁଛି। ଏହା କାଶ୍ମୀରକୁ ନେଇ ଆମର କୂଟନୀତିକୁ ଏକ ଦୋଛକିରେ ଠିଆ କରେଇଦେଇଛି।