ପଞ୍ଜାବରେ ଆପ୍ ୧୩ଟି ଆସନ ଜିତିବ: ଭଗବନ୍ତ ମାନ

Published: Jan 17, 2024, 7:15 pm IST

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ପଞ୍ଜାବର ସମସ୍ତ ୧୩ଟି ଆସନ ଜିତିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଯେ, କଂଗ୍ରେସ ସହ ମିଶି ଚଣ୍ଡିଗଡ଼ ମେୟର ନିର୍ବାଚନ ଲଢ଼ିବାକୁ ଆପ୍ ଆନୁଷ୍ଠାନିକ ଭାବେ ଘୋଷଣା କରିବାର ଗୋଟିଏ ଦିନ ପରେ ମାନଙ୍କ ଏହି ବୟାନ ଆସିଛି। ବହୁ ପର୍ଯ୍ୟାୟ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ଆପ୍ ମେୟର ପଦ ପାଇଁ ପ୍ରାର୍ଥୀ ଦେବ ଏବଂ କଂଗ୍ରେସ ବରିଷ୍ଠ ଡେପୁଟି ମେୟର ଏବଂ ଡେପୁଟି ମେୟର ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ।

ନିର୍ବାଚନରେ ଏହା ଇଣ୍ଡି ମେଣ୍ଟର ପ୍ରଥମ ମୁକାବିଲା ହେବ। ଆପ୍ ରାଜ୍ୟସଭା ନେତା ରାଘବ ଚଢ଼ା କହିଛନ୍ତି ଯେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଆପ୍ ଏବଂ କଂଗ୍ରେସର ମେଣ୍ଟ ଲୋକସଭା ନିର୍ବାଚନ ପାଇଁ ରାସ୍ତା ଦେଖାଇବ। ମେୟର ନିର୍ବାଚନ ନେଇ ଆନୁଷ୍ଠାନିକ ଘୋଷଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ, ଯେଉଁଥିରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ଏବଂ ଏକାଠି ନିର୍ବାଚନ ଲଢ଼ିବାର ସଂକଳ୍ପ ଦୃଢ଼ ହୋଇଥିଲା।

ମେୟର ନିର୍ବାଚନ ପାଇଞ ଜାନୁଆରୀ ୧୮ତାରିଖରେ ମତଦାନ ହେବ। ଆପ୍ କାଉନସିଲର ଦଳ ପରିବର୍ତ୍ତନ କରିବା ପରେ ୩୫ ସଦସ୍ୟ ବିଶିଷ୍ଟ ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନରେ ଭାରତୀୟ ଜନତା ପାର୍ଟି (ବିଜେପି) ବର୍ତ୍ତମାନ ୧୪ଟି କାଉନସିଲ ଆସନ ହାତରେ ରଖିଛି। ଆପ୍‍ର ୧୩ ଜଣ, କଂଗ୍ରେସର ୭ ଜଣ ଏବଂ ଶିରୋମଣି ଅକାଳୀ ଦଳର ଜଣେ କାଉନସିଲର ଅଛନ୍ତି।

Related posts