Categories
ଆଜିର ଖବର ଖେଳ

ସ୍ମିଥ୍‌ଙ୍କ ଶତକ : ଭାରତ ସମ୍ମୁଖରେ 287 ରନ୍‌ର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ନିର୍ଣ୍ଣାୟକ ମୁକାବିଲାରେ ଭାରତ ସମ୍ମୁଖରେ 287 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ଶତକ ସହାୟତାରେ 286 ରନ୍‌ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ୍‌ 131 ରନ୍‌ ସଂଗ୍ରହ କରିଥିବା ବେଳେ ଲାବୁଶ୍ଚାଞ୍ଜେ (54) ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ସ୍ମିଥ୍‌ 132 ବଲ୍‌ର ସମ୍ମୁଖୀନ ହୋଇ 14ଟି ଚୌକା ଏବଂ ଗୋଟିଏ ଛକ୍କା ସହାୟତାରେ 131 ରନ୍‌ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ସଫଳ ବୋଲର ଭାବରେ ମହମ୍ମଦ ସାମି 4ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜାଡେଜା ଦୁଇଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କୁଲଦୀପ ଏବଂ ନବଦୀପ ସାଇନି ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ : ଟସ୍‌ ଜିତି ଅଷ୍ଟ୍ରେଲିଆର ଫିଲ୍ଡିଂ ନିଷ୍ପତ୍ତି

ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ରାଜକୋଟରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ କ୍ଷେତ୍ରରକ୍ଷଣର ନିଷ୍ପତ୍ତି ନେଇଛି । ଭାରତର ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଥିବା ବେଳେ ଅଷ୍ଟ୍ରେଲିଆର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଆହତ ଋଷଭ ପନ୍ତଙ୍କ ସ୍ଥାନରେ ମନୀଷ ପାଣ୍ଡେଙ୍କୁ ସାମିଲ କରାଯାଇଛି ।

ଭାରତୀୟ ଦଳ : ରୋହିତ ଶର୍ମା, ଶିଖର ଧଓ୍ବନ୍‌, ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ଶ୍ରେୟସ୍‌ ଆୟାର, ମନୀଷ ପାଣ୍ଡେ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ନବଦୀପ ସାଇନି, କୁଲଦୀପ ଯାଦବ, ଯଶପ୍ରୀତ୍‌ ବୁମ୍‌ରା ।
ଅଷ୍ଟ୍ରେଲିଆ ଦଳ : ଡେଭିଡ୍‌ ଓ୍ବାର୍ଣ୍ଣର, ଆରୋନ୍‌ ଫିଞ୍ଚ(ଅଧିନାୟକ), ମାର୍ନସ୍‌ ଲାବୁଶ୍ଚାଞ୍ଜେ, ଷ୍ଟିଭେନ୍‌ ସ୍ମିଥ୍‌, ଆଷ୍ଟନ ଟର୍ଣ୍ଣର, ଆଲେକ୍ସ କେରୀ, ଆଷ୍ଟନ ଆଗର୍‌, ପ୍ୟାଟ୍‌ କମିନ୍‌ସ, ମିଚେଲ୍‌ ଷ୍ଟାର୍କ, କେନ୍‌ ରିଚାର୍ଡସନ୍‌, ଆଡାମ୍‌ ଜାମ୍ପା । (ଏଜେନ୍ସୀ)