Categories
ଆଜିର ଖବର ଖେଳ

ଭାରତୀୟ ମହିଳାଙ୍କୁ 4 ଓ୍ବିକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ

କାନ୍‌ବେରା : ଭାରତୀୟ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର 103 ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ 7ଟି ବଲ୍‌ ପୂର୍ବରୁ 6 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । 49 ରନ୍‌ ଏବଂ 4 ଓ୍ବିକେଟ ପାଇଁ ଏଲିସ୍‌ ପେରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ 35 ରନ୍‌ ସଂଗ୍ରହ କରିଥିବା ବେଳେ ହରମନ୍‌ପ୍ରୀତ୍‌ କୌର୍‌ 28 ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଏଲିସ୍‌ ପେରୀ 13 ରନ୍‌ରେ 4ଟି ଏବଂ ଟାଲ୍ୟା ଭାଲେମିଙ୍କ 13 ରନ୍‌ରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ଏଲିସ୍‌ ପେରୀଙ୍କ 49 ଏବଂ ଆସ୍‌ଲେଘ୍‌ ଗାର୍ଡନରଙ୍କ 22 ରନ୍‌ ବଳରେ 6 ଓ୍ବିକେଟ ହରାଇ ବିଜୟ ହାସଲ କରିଥିଲେ । ଏଲିସ୍‌ ପେରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଖେଳ

ଅଷ୍ଟ୍ରେଲିଆ ତ୍ରୀରାଷ୍ଟ୍ରୀୟ ସିରିଜ୍‌ : ହରମନ୍‌ପ୍ରୀତ୍‌ ଓ ବୋଲର ଦେଲେ ସହଜ ବିଜୟ

କାନବେରା : ଅଷ୍ଟ୍ରେଲିଆରେ ଅନୁଷ୍ଠିତ ତ୍ରୀରାଷ୍ଟ୍ରୀୟ ସିରିଜ୍‌ରେ ଭାରତୀୟ ମହିଳା ଦଳ ସହଜ ବିଜୟ ହାସଲ କରିଛି । ବୋଲର ଏବଂ ହରମନ୍‌ପ୍ରୀତ୍‌ କୌର୍‌ଙ୍କ ସଫଳତା ଫଳରେ ଭାରତୀୟ ଦଳ ଇଂଲଣ୍ଡକୁ 5 ଓ୍ବିକେଟରେ ପରାସ୍ତ କରିଛି । ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିବା ଭାରତ ପକ୍ଷରୁ ଦୀପ୍ତି ଶର୍ମା, ଶିଖା ପାଣ୍ଡେ ଏବଂ ରାଜେଶ୍ବରୀ ଗାଏକ୍ବାଡ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ବୋଲରଙ୍କ ସଫଳତା କାରଣରୁ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ହରାଇ 147 ରନ୍‌ ସଂଗ୍ରହ କରିଥିଲା । ଇଂଲଣ୍ଡ ପକ୍ଷରୁ ହିଥର ନାଇଟ୍‌ ସର୍ବାଧିକ 67 ରନ୍‌ ମସଂଗ୍ରହ କରିଥିଲେ । ଜବାବରେ ଭାରତ 19.3 ଓଭରରେ 5 ଓ୍ବିକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା । ଭାରତ ପକ୍ଷରୁ ହରମନପ୍ରୀତ୍‌ କୌର୍‌ ସର୍ବାଧିକ ଅପରାଜିତ 42 ରନ୍‌ ସଂଗ୍ରହ କରିଥିବା ବେଳେ ଶେଫାଳୀ ବର୍ମା 30 ଏବଂ ଜେମିମା ରଡ୍ରିଗ୍‌ଜ 26 ରନ୍‌ ସଂଗ୍ରହ କରିଥିଲେ । ହିଥର ନାଇଟ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠୂ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସୀ)