ଭାରତୀୟ ମହିଳାଙ୍କୁ 4 ଓ୍ବିକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ

Published: Feb 2, 2020, 12:03 pm IST

କାନ୍‌ବେରା : ଭାରତୀୟ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର 103 ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ 7ଟି ବଲ୍‌ ପୂର୍ବରୁ 6 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । 49 ରନ୍‌ ଏବଂ 4 ଓ୍ବିକେଟ ପାଇଁ ଏଲିସ୍‌ ପେରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ 35 ରନ୍‌ ସଂଗ୍ରହ କରିଥିବା ବେଳେ ହରମନ୍‌ପ୍ରୀତ୍‌ କୌର୍‌ 28 ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଏଲିସ୍‌ ପେରୀ 13 ରନ୍‌ରେ 4ଟି ଏବଂ ଟାଲ୍ୟା ଭାଲେମିଙ୍କ 13 ରନ୍‌ରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ଏଲିସ୍‌ ପେରୀଙ୍କ 49 ଏବଂ ଆସ୍‌ଲେଘ୍‌ ଗାର୍ଡନରଙ୍କ 22 ରନ୍‌ ବଳରେ 6 ଓ୍ବିକେଟ ହରାଇ ବିଜୟ ହାସଲ କରିଥିଲେ । ଏଲିସ୍‌ ପେରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସି)

Related posts