Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଏହି ଭାରତୀୟ କ୍ରିକେଟରଙ୍କ ଡିନର ପ୍ରସ୍ତାବରେ ହଁ ଭରିଲେ ଏଲିସ୍‌ ପେରୀ!

ମୁମ୍ବାଇ/ମେଲବୋର୍ଣ୍ଣ : ଭାରତୀୟ କ୍ରିକେଟର ମୁରଲୀ ବିଜୟଙ୍କ ଡିନର ପ୍ରସ୍ତାବରେ ରାଜି ହୋଇଛନ୍ତି ଅଷ୍ଟ୍ରେଲୀୟ ମହିଳା କ୍ରିକେଟର ଏଲିସ୍‌ ପେରୀ । କିଛି ଦିନ ପୂର୍ବରୁ ଏକ ଟ୍ବିଟ୍ଟର ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଏଲିସ୍‌ ପେରୀଙ୍କ ସହିତ ରାତ୍ରଭୋଜନରେ ଯିବାର ପ୍ରସ୍ତାବ ଦେଇଥିଲେ । ନିକଟରେ ଲକ୍‌ଡାଉନ୍‌ ସମୟରେ ସୋନୀ ସ୍ପୋର୍ଟସ୍‌ ସହିତ ନିଜର ସାକ୍ଷାତକାର ସମୟରେ ପୂର୍ବତନ ଭାରତୀୟ ଓପ୍‌ନରଙ୍କ ରାତ୍ରଭୋଜନ ଅନୁରୋଧକୁ ଗ୍ରହଣ କରିଛନ୍ତି । ତେବେ ଯଦି ବିଜୟ ବିଲ୍‌ ପେମେଣ୍ଟ କରନ୍ତି ତେବେ ସେ ଡିନରରେ ଯିବେ ବୋଲି ପେରୀ ସର୍ତ୍ତ ରଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆ ମହିଳା ଦଳ 6ଟି ବିଶ୍ବକପ୍‌ରେ ବିଜୟୀ ହୋଇଥିବା ବେଳେ ଏଲିସ୍‌ ପେରୀ 5ଟି ବିଶ୍ବକପ୍‌ରେ ଅଷ୍ଟ୍ରେଲିଆର ପ୍ରତିନିଧିତ୍ବ କରିଛନ୍ତି ।

Categories
ଆଜିର ଖବର ଖେଳ

ଭାରତୀୟ ମହିଳାଙ୍କୁ 4 ଓ୍ବିକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ

କାନ୍‌ବେରା : ଭାରତୀୟ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର 103 ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ 7ଟି ବଲ୍‌ ପୂର୍ବରୁ 6 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । 49 ରନ୍‌ ଏବଂ 4 ଓ୍ବିକେଟ ପାଇଁ ଏଲିସ୍‌ ପେରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ 35 ରନ୍‌ ସଂଗ୍ରହ କରିଥିବା ବେଳେ ହରମନ୍‌ପ୍ରୀତ୍‌ କୌର୍‌ 28 ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଏଲିସ୍‌ ପେରୀ 13 ରନ୍‌ରେ 4ଟି ଏବଂ ଟାଲ୍ୟା ଭାଲେମିଙ୍କ 13 ରନ୍‌ରେ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ଏଲିସ୍‌ ପେରୀଙ୍କ 49 ଏବଂ ଆସ୍‌ଲେଘ୍‌ ଗାର୍ଡନରଙ୍କ 22 ରନ୍‌ ବଳରେ 6 ଓ୍ବିକେଟ ହରାଇ ବିଜୟ ହାସଲ କରିଥିଲେ । ଏଲିସ୍‌ ପେରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । (ଏଜେନ୍ସି)