Categories
ଆଜିର ଖବର

ବାରବାଟୀ ଦିନିକିଆ : ରୋହିତ-ରାହୁଲଙ୍କ ଶତକୀୟ ଭାଗିଦାରୀ

ସମୀକ୍ଷା ବ୍ୟୁରୋ
କଟକ,22/12 : ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ଦୃଢ ସ୍ଥିତିରେ ରହିଛି । 316 ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ ପକ୍ଷରୁ ଦୁଇ ଓପ୍‌ନର ଦୃଢତାର ସହ ଇନିଂସ ଆରମ୍ଭ କରିଛନ୍ତି । ଦୁଇ ଓପ୍‌ନର କେ ଏଲ୍‌ ରାହୁଲ୍‌ ଏବଂ ରୋହିତ ଶର୍ମା ବ୍ୟକ୍ତିଗତ ଅର୍ଦ୍ଧଶତକ ହାସଲ କରିବା ସହିତ ଶତକୀୟ ଭାଗିଦାରୀ କରିଛନ୍ତି । ଗତ ମ୍ୟାଚ୍‌ରେ ଶତକ ହାସଲକାରୀ ଦୁଇ ଓପ୍‌ନର ବାରବାଟୀରେ ଅର୍ଦ୍ଧଶତକ ହାସଲ କରିବା ସହିତ ଭଲ ମୂଳଦୂଆ ପକାଇଛନ୍ତି । 18 ଓଭର ଶେଷ ସୁଦ୍ଧା ଭାରତ 103 ରନ୍‌ ସଂଗ୍ରହ କରିଛି । ରାହୁଲ 53ଟି ବଲ୍‌ର ସମ୍ମୁଖୀନ ହୋଇ 7 ଚୌକା ସହାୟତାରେ 50 ରନ୍‌ କରିଥିବା ବେଳେ ରୋହିତ 52 ଟି ବଲ୍‌ର ସମ୍ମୁଖୀନ ହୋଇ 6ଟି ଚୌକା ଏବଂ ଗୋଟିଏ ଛକ୍କା ମାରିଛନ୍ତି ।

Categories
ଆଜିର ଖବର

ବାରବାଟୀ ଦିନିକିଆ : ଭାରତ ସମ୍ମୁଖରେ 316 ରନ୍‌ର ବିଜୟଲକ୍ଷ୍ୟ

ସମୀକ୍ଷା ବ୍ୟୁରୋ
କଟକ,22/12 : ବାରବାଟୀରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ରେ ଭାରତ ସମ୍ମୁଖରେ 316 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଓ୍ବେଷ୍ଟଇଣ୍ଡିଜ୍‌ ପୋଲାର୍ଡ ଏବଂ ପୁରନ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ନିର୍ଦ୍ଧାରିତ ଓଭରରେ 5 ଓ୍ବିକେଟ ହରାଇ 315 ରନ୍‌ ସଂଗ୍ରହ କରିଛି । ଦଳ ପକ୍ଷରୁ ଅଧିନାୟକ କିରନ ପୋଲାର୍ଡ ଅପରାଜିତ 74 ରନ୍‌ କରିଥିବା ବେଳେ ନିକୋଲାସ୍‌ ପୁରନ୍‌ 89 ରନ୍‌ ସଂଗ୍ରହ କରିଥିଲେ । ଉଭୟ ଷଷ୍ଠ ଓ୍ବିକେଟ୍‌ରେ 145 ରନ୍‌ ଯୋଡିଥିଲେ । ପୁରନ୍‌ 64 ବଲ୍‌ର ସମ୍ମୁଖୀନ ହୋଇ 10ଟି ଚୌକା ଏବଂ 3ଟି ଛକ୍କା ମାରିଥିବା ବେଳେ ପୋଲାର୍ଡ 51 ଟି ବଲ୍‌ର ସମ୍ମୁଖୀନ ହୋଇ 3ଟି ଚୌକା ଏବଂ 7ଟି ଛକ୍କା ମାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଇ ହୋପ୍‌(42), ଏଭିନ୍‌ ଲୁଇସ୍‌(21), ରଷ୍ଟନ୍‌ ଚେଜ୍‌(38) ଏବଂ ସିମରନ୍‌ ହିଟ୍‌ମେୟର(37) ରନ୍‌ର ଯୋଗଦାନ କରିଥିଲେ । ଭାରତ ପକ୍ଷରୁ ପଦାର୍ପଣକାରୀ ନବ୍‌ଦୀପ୍‌ ସାଇନି 59 ରନ୍‌ରେ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାଡେଜା, ସାମି ଏବଂ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

Categories
ଆଜିର ଖବର

ନବ୍‌ଦୀପ୍‌ ସାଇନିଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା : ଓ୍ବିଣ୍ଡିଜ୍‌ 144/4

ସମୀକ୍ଷା ବ୍ୟୁରୋ
କଟକ,22/12 : ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ଦୃଢ ସ୍ଥିତିରେ ରହିଛି । ଭାରତ ପକ୍ଷରୁ ପଦାର୍ପଣ କରିଥିବା ଦ୍ରୁତ ବୋଲର ନବଦୀପ ସାଇନି ସିମ୍‌ରନ୍‌ ହିଟ୍‌ମେୟରଙ୍କୁ ଆଉଟ୍‌ କରି ନିଜର ପ୍ରଥମ ଦିନିକିଆ ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଏହାର ପରବର୍ତ୍ତୀ ଓଭରରେ ଅନ୍ୟତମ ସେଟ୍‌ ବ୍ୟାଟ୍ସମ୍ୟାନ୍‌ ରଷ୍ଟନ ଚେଜ୍‌ଙ୍କୁ ଆଉଟ୍‌ କରି ସାଇନି ଦ୍ବିତୀୟ ସଫଳତା ହାସଲ କରିବା ସହିତ ଓ୍ବିଣ୍ଡିଜ୍‌କୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ । ଦୁଇ ଓପ୍ନର ସାଇ ହୋପ୍‌(42) ଏବଂ ଏଭିନ୍‌ ଲୁଇସ୍‌(17) ସତର୍କତାର ସହ ବ୍ୟାଟିଂ କରି ଅର୍ଦ୍ଧଶତକୀୟ ଭାଗିଦାରୀ କରିବା ପରେ ଜାଡେଜା ଏହି ଯୋଡି ଭାଙ୍ଗିଥିଲେ । 74 ରନ୍‌ରେ ଦୁଇଟି ଓ୍ବିକେଟ୍‌ ପଡିଥିବା ବେଳେ ଚେଜ୍‌(38)-ହିଟମେୟର(31) 60 ରନ୍‌ର ଭାଗିଦାରୀ କରିଥିଲେ । ଉଭୟ ଆକ୍ରମଣାତ୍ମକ କ୍ରିକେଟ ଖେଳୁଥିବା ବେଳେ ଲଗାତାର ଦୁଇ ଓଭରରେ ସାଇନି ଉଭୟଙ୍କୁ ଆଉଟ କରି ଦେଇଥିଲେ ।(ଏଜେନ୍ସୀ)

Categories
ଆଜିର ଖବର

ବାରବାଟୀ ଦିନିକିଆ : ଜାଡେଜା ଦେଲେ ପ୍ରଥମ ସଫଳତା

ସମୀକ୍ଷା ବ୍ୟୁରୋ
କଟକ,22/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତକୁ ପ୍ରଥମ ସଫଳତା ମିଳିଛି । ଭାରତୀୟ ସ୍ପିନର ରବୀନ୍ଦ୍ର ଜାଡେଜା ଦଳକୁ ପ୍ରଥମ ସଫଳତା ଦେଇଛନ୍ତି । ଜାଡେଜା ଏବଂ ସାମି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିବାରୁ ଓ୍ବିଣ୍ଡିଜ୍‌ 20 ଓଭର ଶେଷ ସୁଦ୍ଧା 2 ଓ୍ବିକେଟ ହରାଇ 74 ରନ୍‌ ସଂଗ୍ରହ କରିଛି । ଦୁଇ ଓପ୍ନର ସାଇ ହୋପ୍‌(42) ଏବଂ ଏଭିନ୍‌ ଲୁଇସ୍‌(17) ସତର୍କତାର ସହ ବ୍ୟାଟିଂ କରି ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ । ମ୍ୟାଚ୍‌ର 15 ତମ ଓଭରରେ ସ୍ପିନର ରବୀନ୍ଦ୍ର ଜାଡେଜା ଏଭିନ୍‌ ଲୁଇସ(17)ଙ୍କୁ ନବଦୀପ୍‌ ସାଇନିଙ୍କ ଦ୍ବାରା ଆଉଟ କରି ପ୍ରଥମ ସଫଳତା ହାସଲ କରିଥିଲେ । ଏହାର ପରବର୍ତ୍ତୀ ଓଭରରେ ଏକ ଚମତ୍କାର ଇନ୍‌ ସ୍ବିଙ୍ଗରରେ ହୋପ୍‌ଙ୍କୁ ଆଉଟ କରିଥିଲେ ମହମ୍ମଦ ସାମି । ଓ୍ବିଣ୍ଡିଜ୍‌ ପକ୍ଷରୁ ହୋପ୍‌ 50ଟି ବଲ୍‌ର ସମ୍ମୁଖୀନ ହୋଇ 42 ରନ୍‌ ସଂଗ୍ରହ କରିଥିଲେ । (ଏଜେନ୍ସୀ)