ନବ୍‌ଦୀପ୍‌ ସାଇନିଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା : ଓ୍ବିଣ୍ଡିଜ୍‌ 144/4

Published: Dec 22, 2019, 4:01 pm IST

ସମୀକ୍ଷା ବ୍ୟୁରୋ
କଟକ,22/12 : ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତ ଦୃଢ ସ୍ଥିତିରେ ରହିଛି । ଭାରତ ପକ୍ଷରୁ ପଦାର୍ପଣ କରିଥିବା ଦ୍ରୁତ ବୋଲର ନବଦୀପ ସାଇନି ସିମ୍‌ରନ୍‌ ହିଟ୍‌ମେୟରଙ୍କୁ ଆଉଟ୍‌ କରି ନିଜର ପ୍ରଥମ ଦିନିକିଆ ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଏହାର ପରବର୍ତ୍ତୀ ଓଭରରେ ଅନ୍ୟତମ ସେଟ୍‌ ବ୍ୟାଟ୍ସମ୍ୟାନ୍‌ ରଷ୍ଟନ ଚେଜ୍‌ଙ୍କୁ ଆଉଟ୍‌ କରି ସାଇନି ଦ୍ବିତୀୟ ସଫଳତା ହାସଲ କରିବା ସହିତ ଓ୍ବିଣ୍ଡିଜ୍‌କୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ । ଦୁଇ ଓପ୍ନର ସାଇ ହୋପ୍‌(42) ଏବଂ ଏଭିନ୍‌ ଲୁଇସ୍‌(17) ସତର୍କତାର ସହ ବ୍ୟାଟିଂ କରି ଅର୍ଦ୍ଧଶତକୀୟ ଭାଗିଦାରୀ କରିବା ପରେ ଜାଡେଜା ଏହି ଯୋଡି ଭାଙ୍ଗିଥିଲେ । 74 ରନ୍‌ରେ ଦୁଇଟି ଓ୍ବିକେଟ୍‌ ପଡିଥିବା ବେଳେ ଚେଜ୍‌(38)-ହିଟମେୟର(31) 60 ରନ୍‌ର ଭାଗିଦାରୀ କରିଥିଲେ । ଉଭୟ ଆକ୍ରମଣାତ୍ମକ କ୍ରିକେଟ ଖେଳୁଥିବା ବେଳେ ଲଗାତାର ଦୁଇ ଓଭରରେ ସାଇନି ଉଭୟଙ୍କୁ ଆଉଟ କରି ଦେଇଥିଲେ ।(ଏଜେନ୍ସୀ)

Related posts